ଏଥର ମାଟ୍ରିକ୍ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ମାଧ୍ୟମିକ ଶିକ୍ଷା ପରିଷଧ ଅଭିନବ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ପ୍ରଥମଥର ପାଇଁ ମାଟ୍ରିକ୍ ପ୍ରଶ୍ନପତ୍ରରେ ବାର୍କୋଡ୍ ସହ ସିକ୍ୟୁରିଟି କୋଡ୍ ଲଭାଇବା ପାଇଁ ନିଷ୍ପତ୍ତି ନେଇଛି ବୋର୍ଡ଼। ସେହିଭଳି ପ୍ରଶ୍ନପତ୍ରରେ ୱାଟର ମାର୍କ ଲଗାଯିବ ଓ ନମ୍ବରିଂ କରାଯିବ। ଏହାଦ୍ୱାରା ଜଣାପଡ଼ିବ ଯେ, ପ୍ରଶ୍ନପତ୍ର କେଉଁଠାରୁ ଆସିଛି ଏବଂ କାହା ମାଧ୍ୟମରେ ଭାଇରାଲ୍ ହୋଇଛି। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।
ପ୍ରକାଶ ଥାଉ କି ଗତକିଛିଦିନ ଧରି ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ୍ ହେବା ଘଟଣା ଉଭୟ ମାଧ୍ୟମିକ ଶିକ୍ଷା ପରିଷଦ ଓ ସରକାରଙ୍କ ନିଦ ହଜାଇ ଦେଇଛି। ସମସ୍ତ ପ୍ରକାର କଟକଣା ସେତ୍ତ୍ୱ ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ହେବାରେ ଲାଗିଛି। ଫଳରେ ହଜାର ହଜାର ମେଧାବୀ ଛାତ୍ରଛାତ୍ରୀଙ୍କ କ୍ୟାରିଅର ନଷ୍ଟ ହେଉଛି। ଯେଉଁଥିପାଇଁ ସରକାରଙକ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି


