ବାଂଲାଦେଶରେ ବଜାର ସଂକଟ କ୍ରମେ ବୃଦ୍ଧି ପାଇପାରେ ଲାଗିଛି। ଅଣ୍ଡାର ମୂଲ୍ୟ ଆକାଶଛୁଆଁ ହୋଇଛି। ତେବେ ଚିକେନ ଦର ଅପକ୍ଷାକୃତ କମ୍‌ ରହିଛି। ପରିସ୍ଥିତି ଏଭଳି ହୋଇଛି ଯେ, ଲୋକେ ଅଣ୍ଡା ଗୋଟାକୁ ୧୧ରୁ ୧୨ ଟଙ୍କାରେ କିଣୁଛନ୍ତି।
ଏମିତି କି ଚିକେନ୍‌ ୧୬୦ରୁ ୧୭୦ ଟଙ୍କାରେ ମିଳୁଥିବା ଡଜନ୍‌ ପ୍ରତି ଅଣ୍ଡା ୧୪୦ରୁ ୧୪୫ ଟଙ୍କାରେ ଉପଲବ୍ଧ ହେଉଛି। ଢାକାର ପ୍ରମୁଖ ପନିପରିବା ବଜାର ରାମପୁରା, ମାଲିବାଗ, ଖିଲଗାଓଁ ତାଲତାଲା ଏବଂ ସେଜୁନବାଗିଚାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ସପ୍ତାହକ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ବ୍ରଏଲର ଚିକେନର ମୂଲ୍ୟ ୧୦ ରୁ ୨୦ ଟଙ୍କା ହ୍ରାସ ପାଇଥିବା ବେଳେ ଅଣ୍ଡାର ମୂଲ୍ୟ ପ୍ରତି ଡଜନରେ ୧୦ ଟଙ୍କା ବୃଦ୍ଧି ପାଇଛି।
ସେହି ଭଳି ଅଳ୍ପକିଛି ପନିପରିବାକୁ ଛାଡ଼ିଲେ ଅଧିକାଂଶ ପନିପରିବା ଦର ଆକାଶଛୁଆଁ ରହିଛି।
ବାଂଲାଦେଶ ବର୍ତ୍ତମାନ ବଡ଼ ବଜାରରେ ଅଣ୍ଡା ପ୍ରତି ଡଜନ ୧୪୦ ଟଙ୍କା ଏବଂ ସ୍ଥାନୀୟ ଅଞ୍ଚଳରେ ୧୪୫ ଟଙ୍କାରେ ବିକ୍ରି ହେଉଛ। ସପ୍ତାହକ ପୂର୍ବରୁ ଏହା ୧୩୦ରୁ ୧୩୫ ଟଙ୍କା ଭିତରେ ବିକ୍ରି ହେଉଥିଲା।
ମାଲିବାଗ ବଜାରର ଅଣ୍ଡା ହୋଲସେଲଙ୍କ ଅନୁସାରେ ଚାଷୀମାନେ ବହୁତ ମାସ ଧରି କ୍ଷତି ସହୁଛନ୍ତି। ଏଥର ଯଦି ମୂଲ୍ୟ ଟିକେ ବୃଦ୍ଧି ପାଇଛି, ତେବେ ଏହା ସେମାନଙ୍କ ପାଇଁ ଜରୁରୀ ଥିଲା। ଅନେକ ଫାର୍ମ ବନ୍ଦ ହୋଇ ଯାଇଛି। ସାଧାରଣତଃ ବର୍ଷା ଋତୁରେ ଅଣ୍ଡାର ମୂଲ୍ୟ ବୃଦ୍ଧି ପାଏ, କିନ୍ତୁ ଏଥର ମୂଲ୍ୟ ବହୁତ ଦିନ ଧରି କମ୍‌ ରହିଥିଲା। ସେହିଭଳି ବ୍ରଏଲର ଚିକେନ ଏବେ କିଲୋ ପ୍ରତି ୧୬୦ ଟଙ୍କାରୁ ୧୮୦ ଟଙ୍କାରେ ବିକ୍ରି ହେଉଛି।

ଶତ୍ରୁରାଷ୍ଟ୍ର ପାକିସ୍ତାନ ପାଇଁ ଗୁପ୍ତଚର କାମ ଅଭିଯୋଗରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରିଛି ପୁଲିସ। ଏହାକୁ ମିଶାଇ ପଞ୍ଜାବ ଏବଂ ହରିୟାଣାର ମାଲେରକୋଟଲାରୁ ୬ ଜଣ ପାକିସ୍ତାନୀ ଗୁପ୍ତଚରଙ୍କୁ ଗିରଫ କରାଯାଇଛି।
ଜ୍ୟୋତି ମାଲହୋତ୍ରା ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ଦାନିଶ ନାମକ ଜଣେ ଅଧିକାରୀଙ୍କ ସମ୍ପର୍କରେ ଥିଲେ ଏବଂ ଦାନିଶ ଏହାକୁ ପାକିସ୍ତାନ ମଧ୍ୟ ପଠାଇଥିଲେ। ଜ୍ୟୋତି ମାଲହୋତ୍ରା ନିଜର ଟ୍ରାଭେଲ୍ ଚ୍ୟାନେଲ୍ ଚଲାଇଛନ୍ତି। ସେ ପାକିସ୍ତାନ ମଧ୍ୟ ଯାଇଥିଲେ ଏବଂ ସେଠାରେ ଅନେକ ଗୁପ୍ତ ସୂଚନା ସେୟାର କରିଥିଲେ ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି।
ପଚରାଉଚରା ସମୟରେ ଜ୍ୟୋତି ମାଲହୋତ୍ରା ପୁଲିସକୁ କହିଥିଲେ ଯେ ତାଙ୍କର ‘ଟ୍ରାଭେଲ୍ ୱିଥ୍-ଜୋ’ ନାମକ ୟୁଟ୍ୟୁବ୍‌ରେ ଏକ ଚ୍ୟାନେଲ୍ ଅଛି। ସେ ଜଣେ ଭାରତୀୟ ପାସପୋର୍ଟଧାରୀ ଏବଂ ୨୦୨୩ ମସିହାରେ ପାକିସ୍ତାନ ଗସ୍ତରେ ଯିବାକୁ ଭିସା ହାସଲ କରିବା ପାଇଁ ଦିଲ୍ଲୀରେ ପାକିସ୍ତାନ ହାଇକମିଶନ ଯାଇଥିଲେ। ଯେଉଁଠାରେ ଏହସାନ-ଉର-ରହିମ ଓରଫ ଦାନିଶ ସହିତ ତାଙ୍କର ସାକ୍ଷାତ ହୋଇଥିଲା।

ସେ ଦାନିଶଙ୍କ ମୋବାଇଲ୍ ନମ୍ବର ନେଇଥିଲେ ଏବଂ ତା’ପରେ ତାଙ୍କ ସହ ନିୟମିତ ଯୋଗାଯୋଗ କରିଥିଲେ। ଏହାପରେ ସେ ୨ଥର ପାକିସ୍ତାନ ଯାତ୍ରା କରିଥିଲେ ଓ ସେଠାରେ ଅଲ୍ଲି ଅହବାନ ନାମକ ବ୍ୟକ୍ତିକୁ ସାକ୍ଷାତ କରିଥିବା ପୁଲିସ ଜାଣିବାକୁ ପାଇଛି। କିନ୍ତୁ କେଉଁ ସୂଚନା ଦେଇଥିଲେ ସେ ନେଇ ପୁଲିସ କୌଣସି ସୂଚନା ଦେଇନାହିଁ।

ଦାନ୍ତ ଡାକ୍ତରଙ୍କ କେଶ ପ୍ରତ୍ୟାରୋପଣ; ଗଲା ୨ ଜୀବନ

ଏସିଆ ମହାଦେଶର ହଂକଂ ଏବଂ ସିଙ୍ଗାପୁରରେ କରୋନା ପୁଣି ଥରେ ବ୍ୟାପିବା ପରେ ସାରା ଦେଶରେ କରୋନ ଆତଙ୍କ ସୃଷ୍ଟି ହୋଇଛି। ଏହି ଦୁଇ ସ୍ଥାନରେ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ରୋଗୀଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇଛନ୍ତି। ଏନେଇ ମତ ରଖିଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର।

ଶ୍ରୀ ମିଶ୍ର କହିଛନ୍ତି, ଏହା ନୂଆ ଭାରିଆଣ୍ଟ ନୁହେଁ। ରୋଗ ପ୍ରତିରୋଧ କ୍ଷମତା କମିଗଲେ କରୋନା ସଂକ୍ରମଣ ହେଉଛି। ଏଥିଲାଗି ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଷ୍ଟିଂ ଚାଲିଛି। ଭୟଭୀତ ହେବାର କୌଣସି କାରଣ ନାହିଁ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହ ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି। କେନ୍ଦ୍ର ସରକାରଙ୍କ ସହ ମଧ୍ୟ କୋଭିଡ ନେଇ ରାଜ୍ୟ ସରକାର ଯୋଗାଯୋଗ କରୁଛନ୍ତି। କୌଣସି ଗାଇଡଲାଇନ୍ ଆସିଲେ, ତାକୁ କାର୍ଯ୍ୟକାରୀ କରାଯିବ ଓ ଏ ନେଇ ଲୋକଙ୍କୁ ଅଧିକ ଅବଗତ କରାଯିବ।

ପ୍ରକାଶ ଥାଉ କି ପାଞ୍ଚ ବର୍ଷ ପୂର୍ବେ ପ୍ରଥମେ ଦେଖାଯାଇଥିବା ଏହି ଭାଇରସର ପୁନରୁତ୍ଥାନକୁ ଚିନ୍ତାଜନକ ହୋଇଛି। ହଂକଂ ଏବଂ ସିଙ୍ଗାପୁର ଭଳି ଘନ ଜନସଂଖ୍ୟା ବିଶିଷ୍ଟ ଆର୍ଥିକ କେନ୍ଦ୍ରଗୁଡ଼ିକରେ ସଂକ୍ରମଣରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବା ଜଣା ପଡ଼ିଛି।

ଯେତେବେଳେ ଚୀନ୍ ଏବଂ ଥାଇଲ୍ୟାଣ୍ଡର ସ୍ୱାସ୍ଥ୍ୟ ସଂସ୍ଥାଗୁଡ଼ିକ ମଧ୍ୟ ନୂତନ ପ୍ରକୋପ ସହିତ ସଂଘର୍ଷ କରୁଛନ୍ତି। ପୂର୍ବ ସମୟର ଆପେକ୍ଷିକ ସ୍ଥିରତା ସତ୍ତ୍ୱେ, ବର୍ତ୍ତମାନର ଲହରୀ ଏପରି ଏକ ଋତୁରେ ପ୍ରକାଶ ପାଉଛି ଯେତେବେଳେ ଶ୍ୱାସକ୍ରିୟା ଭାଇରସ ସାଧାରଣତଃ କମିଯାଏ।

ଦାନ୍ତ ଡାକ୍ତରଙ୍କ କେଶ ପ୍ରତ୍ୟାରୋପଣ; ଗଲା ୨ ଜୀବନ

କେଶ ପ୍ରତ୍ୟାରୋପଣ କରୁଥିଲେ ଦାନ୍ତ ଡାକ୍ତର। କିନ୍ତୁ କେଶ ପ୍ରତ୍ୟାରୋପଣ କରିବା ବେଳେ ତ୍ରୁଟି ଯୋଗୁଁ ୨ ଜଣଙ୍କ ଜୀବନ ଚାଲିଗଲା। ଘଟଣା ପରଠାରୁ ଗିରଫ ଭୟରେ ଫେରାର୍‌ ଅଛନ୍ତି ଡାକ୍ତର। ସେମିତି ଜଣେ ଡାକ୍ତର ହେଉଛନ୍ତି କାନପୁର ଅନୁଷ୍କା ତିୱାରୀ।
ପୁଲିସର ପ୍ରାଥମିକ ସୂଚନା ଅନୁଯାୟୀ ଅନୁଷ୍କାଙ୍କର ଏମ୍‌ବିବିଏସ ଡିଗ୍ରୀ ନ ଥିବା ବେଳେ ସେ ନିଜକୁ ଜଣେ ଚର୍ମରୋଗ ବିଶେଷଜ୍ଞ ବୋଲି କହି କେଶ ପ୍ରତିରୋପଣ କରୁଥିଲେ। ତାଙ୍କ ପାଖରେ କୌଣସି ପ୍ରଶିକ୍ଷିତ ସହାୟକ ମଧ୍ୟ ନ ଥିଲେ। ଏହି ଘଟଣା ଚର୍ଚ୍ଚାକୁ ଆସିବା ପରଠାରୁ ଅନୁଷ୍କା ଏବଂ ତାଙ୍କ ସ୍ୱାମୀ ଫେରାର୍‌ ଅଛନ୍ତି।
ଅନୁଷ୍କା କେବଳ ବ୍ୟାଚେଲର ଅଫ୍‌ ଡେଣ୍ଟାଲ୍‌ ସର୍ଜରୀ ପାସ୍‌ କରିଛନ୍ତି। ଆଇନଗତ ଭାବରେ, ବିଡିଏସ୍‌ ଡାକ୍ତରମାନେ କେଶ ପ୍ରତିରୋପଣ କରିପାରିବେ ନାହିଁ। ନିଜକୁ ଚର୍ମରୋଗ ବିଶେଷଜ୍ଞ କିମ୍ବା ପ୍ଲାଷ୍ଟିକ୍‌ ସର୍ଜନ ବୋଲି ମଧ୍ୟ କହିପାରିବେ ନାହିଁ।
ଖବର ନେବାରୁ ଜଣାପଡ଼ିଛି ଯେ, କିଛି ମାସ ତଳେ ବିନୀତ ଦୁବେ ନାମକ ଜଣେ ସହକାରୀ ଯନ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ସ୍ତ୍ରୀ ଜୟା ଦୁବେ ଅଭିଯୋଗ ଅନୁଯାୟୀ ହୋଲି ଛୁଟି ଯୋଗୁଁ ସେ ତାଙ୍କର ଦୁଇ ପିଲାଙ୍କ ସହିତ ଗୋଣ୍ଡାରେ ଥିବା ତାଙ୍କ ମା’ଙ୍କ ପାଖକୁ ଯାଇଥିଲେ। ଏହି ସମୟରେ ଅର୍ଥାତ୍‌ ମାର୍ଚ୍ଚ ୧୨ ତାରିଖରେ ତାଙ୍କ ସ୍ୱାମୀ କଲ୍ୟାଣପୁରର ଡାକ୍ତର ଅନୁଷ୍କା ତିୱାରୀଙ୍କଠାରୁ ନିଜର କେଶ ପ୍ରତିରୋପଣ କରିଥିଲେ। ଡାକ୍ତର ନିଜେ ମୋ ସ୍ୱାମୀଙ୍କ ସହ ଫୋନ୍‌ ଯୋଗେ ଯୋଗାଯୋଗ କରିଥିଲେ। କେଶ ପ୍ରତିରୋପଣ ସମୟରେ ତାଙ୍କ ସ୍ୱାମୀଙ୍କ ମୁହଁ ଫୁଲିଗଲା ଏବଂ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଗଲା।
ପରେ ଡାକ୍ତର ତାଙ୍କୁ ଅନ୍ୟ ସ୍ଥାନରେ ଚିକିତ୍ସା କରାଇବାକୁ ପରାମର୍ଶ ଦେଇଥିଲେ। ଏହା ଉପରେ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ସର୍ବୋଦୟ ନଗରର ଏକ ବଡ଼ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯେଉଁଠାରେ ଡାକ୍ତର ଚିକିତ୍ସା କରିଥିଲେ ମଧ୍ୟ ଗୁରୁତର ସଂକ୍ରମଣ ଯୋଗୁଁ, ସେ ମାର୍ଚ୍ଚ ୧୫ତାରିଖରେ ମୃତ୍ୟୁବରଣ କରିଥିଲେ। କେଶ ପ୍ରତିରୋପଣ ଠିକ୍‌ ଭାବରେ ନ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ ବୋଲି ମୃତକଙ୍କ ପତ୍ନୀ କହିଥିଲେ।

ଆପଣ ଦୋକାନରୁ ଆଇସକ୍ରିମ୍‌ କିଣିଲା ବେଳେ ସତର୍କ ରୁହନ୍ତୁ। ଗତ କିଛିମାସ ତଳେ ମୁମ୍ବଇରେ ଆଇସକ୍ରିମରୁ ଏକ କଟା ଆଙ୍ଗୁଠି ମିଳିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଏବେ ଗୁଜରାଟର ଅହମ୍ମଦାବାଦରୁ ଏକ ଆଇସ୍କ୍ରିମ୍‌ରୁ ଝିଟିପିଟି ଲାଞ୍ଜ ପାଇଥିବା ଅଭିଯୋଗ ହୋଇଛି। ଜଣେ ମହିଳାଙ୍କ ଅଭିଯୋଗ ଅନୁଯାୟୀ ଅହମ୍ମଦାବାଦର ମଣିନଗରରେ ଥିବା ଏକ ଦୋକାନରୁ ପିଲାଙ୍କ ପାଇଁ ସେ ୪ଟି କୋନ୍‌ ଆଇସକ୍ରିମ କିଣିଥିଲେ।
ସେ ପିଲାମାନଙ୍କୁ ୩ ଟି ଆଇସକ୍ରିମ ଦେଇଥିବା ବେଳେ ନିଜେ ଗୋଟିଏ ଆଇସକ୍ରିମ ଖାଇଥିଲେ। ଆଇସକ୍ରିମ ଖାଇବା ସମୟରେ ସେଥିରୁ ଏକ ଝିଟିପିଟି ଲାଞ୍ଜ ବାହାରିଥିଲା। ଏହି ଆଇସକ୍ରିମ ଖାଇ ସେ କ୍ରମାଗତ ଭାବେ ବାନ୍ତି କରି ଚାଲିଛି ମୋ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି।  ସେ କହିଛନ୍ତି ଯେ, ସୌଭାଗ୍ୟବଶତଃ ଝିଟିପିଟି ଲାଞ୍ଜ ପଡିଥିବା ଆଇସକ୍ରିମ ତାଙ୍କ ପିଲାମାନେ ଖାଇନାହାନ୍ତି। ନଚେତ କ’ଣ ଯେ ହୋଇଥାଆନ୍ତା ଜଣାନାହିଁ।
ଏଥିପାଇଁ ସେ ସମସ୍ତ ଆଇସ୍କ୍ରିମ୍‌ କମ୍ପାନିକୁ ଅନୁରୋଧ କରିଛନ୍ତି ଗ୍ରାହକଙ୍କ ଜୀବନ ସହିତ ଏପରି ଖେଳ ଖେଳନ୍ତୁ ନାହିଁ। ଗ୍ରାହକଙ୍କୁ ବି ଅନୁରୋଧ କିଛି ଖାଇବା ପୂର୍ବରୁ ଦୟାକରି ଜିନିଷକୁ ଯାଞ୍ଚ କରନ୍ତୁ।
ମହିଳା ଘଟଣା ସମ୍ପର୍କରେ ଅହମ୍ମଦାବାଦ ମ୍ୟୁନିସିପାଲ କର୍ପୋରେସନରେ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗକୁ କେନ୍ଦ୍ରକରି ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଆଇସକ୍ରିମ ପାର୍ଲର ମହାଲକ୍ଷ୍ମୀ କର୍ଣ୍ଣରକୁ ଲାଇସେନ୍ସ ନ ଥିବାରୁ ସିଲ୍‌ କରି  ୫୦,୦୦୦ ଟଙ୍କା ଜରିମାନା କରାଯାଇଛି।
ଏ ନେଇ ଖାଦ୍ୟ ବିଭାଗର ଅଧିକାରୀ ଡକ୍ଟର ଭାବିନ ଜୋଶୀ କହିଛନ୍ତି ଯେ ମଣିନଗର ଅଞ୍ଚଳରେ ଏକ ଆଇସକ୍ରିମ କୋନରେ ଏକ ଝିଟିପିଟି ମିଳିବା ସମ୍ପର୍କରେ ସେ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ। ଏ ନେଇ ମହିଳାଙ୍କ ସହିତ ଯୋଗାଯୋଗ କରି ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଆଇସକ୍ରିମ କୋନର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ବୋଲି ସେ କହିଛନ୍ତି।

ରାଜ୍ୟରେ ଗଠନ ହେଲା କିନ୍ନରଙ୍କ ପାଇଁ ସୁରକ୍ଷା ବୋର୍ଡ

ରାଜ୍ୟରେ ରହୁଥିବା କିନ୍ନରଙ୍କ ପାଇଁ ଖୁସିଖବର। ଓଡ଼ିଶା ସରକାରଙ୍କ ପକ୍ଷରୁ କିନ୍ନରଙ୍କ ସୁରକ୍ଷା, କଲ୍ୟାଣ ଓ ଅଧିକାର ନିମନ୍ତେ ରାଜ୍ୟ ‘କଲ୍ୟାଣ ବୋର୍ଡ’ ଗଠନ କରାଯାଇଛି। ଓଡିଶା ସରକାରଙ୍କ ଦ୍ୱାରା ୨୦୨୧ ମସିହାରେ କାର୍ଯ୍ୟକାରୀ ହୋଇଥିବା ଓଡ଼ିଶା ଟ୍ରାନ୍ସଜେଣ୍ଡର ପର୍ସନ ପଲିସିରେ ‘ଟ୍ରାନ୍ସଜେଣ୍ଡର ୱେଲଫେୟାର ବୋର୍ଡ’ ବା କିନ୍ନର କଲ୍ୟାଣ ବୋର୍ଡ ନିମନ୍ତେ ପ୍ରାବଧାନ ରହିଥିଲା। ଯାହା କାର୍ଯ୍ୟକାରୀ କରିଛନ୍ତି ସରକାର।
ଗୁରୁବାର  ଗଠିତ କଲ୍ୟାଣ ବୋର୍ଡରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ମନ୍ତ୍ରୀଙ୍କୁ ମିଶାଇ ମୋଟ ୧୬ ଜଣ ସଦସ୍ୟ ରହିବେ। ଏଥିରେ ବିଭାଗୀୟ ସଚିବଙ୍କୁ ଉପାଧ୍ୟକ୍ଷ ଓ କିନ୍ନର ସମୁଦାୟର ୨ଜଣଙ୍କୁ ମଧ୍ୟ ସଦସ୍ୟ ରଖାଯିବାର ବ୍ୟବସ୍ଥା ରହିଛି। ପ୍ରତି ୩ ବର୍ଷରେ ଏହି ବୋର୍ଡ ସଦସ୍ୟତା ବଦଳି। ଦେଶର ୨୦ତମ ରାଜ୍ୟ ଭାବେ ଓଡିଶାରେ କିନ୍ନର କଲ୍ୟାଣ ବୋର୍ଡ ଗଠନ କରାଯାଇଛି।
ରାଜ୍ୟ ସାମାଜିକ ସଶକ୍ତୀକରଣ ଓ ଭିନ୍ନକ୍ଷମ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡିଶା ଟ୍ରାନ୍ସଜେଣ୍ଡର ୱେଲଫେୟାର ବୋର୍ଡରେ ଅଧ୍ୟକ୍ଷ ବିଭାଗୀୟ ମନ୍ତ୍ରୀ ରହିବେ। ବିଭାଗୀୟ ସଚିବ ଉପାଧ୍ୟକ୍ଷଙ୍କ ସମେତ ବିଭାଗର ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ଓ ପରିବାର ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା, ଦକ୍ଷତା ଓ ବୈଷୟିକ ଶିକ୍ଷା, ପଂଚାୟତିରାଜ ବିଭାଗ ଓ ନଗର ଉନ୍ନୟନ ବିଭାଗର ପ୍ରତିନିଧିମାନେ ମଧ୍ୟ ସଦସ୍ୟ ରହିବେ।
ଏମାନଙ୍କ ବ୍ୟତୀତ କିନ୍ନର ସମୁଦାୟର ୨ଜଣ, ୩ଟି ଜିଲ୍ଲାର ଜିଲ୍ଲାପାଳ (ପର୍ଯ୍ୟାୟକ୍ରମେ) ଏବଂ ୨ଜଣ ଏନଜିଓରୁ ପ୍ରତିନିଧିତ୍ୱ କରିବେ। ମୋଟ ୧୬ ଜଣଙ୍କୁ ନେଇ ଗଠିତ ଏହି ବୋର୍ଡର କାର୍ଯ୍ୟକାଳ ୩ ବର୍ଷ ହେବ ଓ ଏହା ପ୍ରତି ତିନିମାସରେ ଥରେ ବୈଠକ କରିବ। ବୋର୍ଡରେ ସାମିଲ ଥିବା ଅଣସରକାରୀ ସଦସ୍ୟମାନଙ୍କୁ ବୈଠକରେ ଯୋଗ ଦେବାକୁ ଭତ୍ତା ମିଳିବ ଯାହା ସାମାଜିକ ସଶକ୍ତୀକରଣ ବିଭାଗ ଦ୍ୱାରା ନିର୍ଦ୍ଧାରଣ ହେବ।
କିନ୍ନରଙ୍କ ପାଇଁ ଶିକ୍ଷା, ନିଯୁକ୍ତି, ଆବାସ ଓ ସ୍ୱାସ୍ଥ୍ୟ ଯୋଜନାଗୁଡିକର ତଦାରଖ ସହ ସେମାନଙ୍କର ସାମ୍ବିଧାନିକ ଓ ମାନବାଧିକାର ସୁରକ୍ଷାକୁ ସୁନିଶ୍ଚତ କରାଇବେ। ସେହିଭଳି ସର୍ଭେ, ଗବେଷଣା ଓ ମୂଲ୍ୟାୟନ ମାଧ୍ୟମରେ ସେମାନଙ୍କର ଆବଶ୍ୟକତାର ଅଧ୍ୟୟନ କରାଯିବ। ଗୁଣାତ୍ମକ ଉନ୍ନୟନ ପ୍ରକଳ୍ପ ଓ ଯୋଜନା ପ୍ରଣୟନ ସହ ପର୍ଯ୍ୟାପ୍ତ ଅର୍ଥ ବରାଦ କରାଯିବ। ଜିଲ୍ଲାଗୁଡିକରେ କଲ୍ୟାଣମୂଳକ କାର୍ଯ୍ୟକ୍ରମର ନିରୀକ୍ଷଣ ସମେତ ସରକାରଙ୍କ ବିଭିନ୍ନ ବିଭାଗର ଯୋଜନାଗୁଡିକ ମଧ୍ୟରେ ସମନ୍ୱୟ ରଖି ଟ୍ରାନ୍ସଜେଣ୍ଡର ସମୁଦାୟର କଲ୍ୟାଣ ସୁନିଶ୍ଚିତ କରିବା।
ଏବେ ଭାରତ-ପାକିସ୍ତାନ ଉତ୍ତେଜନା ପ୍ରସଙ୍ଗ ଥମିବାରେ ଲାଗିଥିବା ବେଳେ ଆମେରିକାର ମଧ୍ୟସ୍ଥତା ସମସ୍ତଙ୍କୁ ଅତିଷ୍ଠ କରିଛି। ତେବେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ଫଙ୍କ ଗୋଟିଏ ପରେ ଗୋଟିଏ ବୟନ ସରକାରଙ୍କୁ ଅଡ଼ୁଆରେ ପକାଇଛି। ଏପରିସ୍ଥଳେ ଭାରତ ଆଇଫୋନ ଉତ୍ପାଦନ ନ କରିବା ପାଇଁ ଅନୁରୋଧ କରିଛନ୍ତି ଟ୍ରମ୍ପ।
 ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି, ଭାରତ ଆମେରିକାକୁ ଏକ ଶୂନ ଶୁଳ୍କ ବାଣିଜ୍ୟ ଚୁକ୍ତି ପ୍ରଦାନ କରିଛି। ଏବେ ଟ୍ରମ୍ପ ଭାରତର ବାଣିଜ୍ୟ ଉପରେ ନଜର ପକାଇଛନ୍ତି। ସେ ଆପଲର ସିଇଓ ଟିମ୍‌ କୁକଙ୍କୁ ଭାରତରେ ଆଇଫୋନ ନିର୍ମାଣ ନ କରିବାକୁ ଅନୁରୋଧ କରିଛନ୍ତି।
ଭାରତ ପାଇଁ ଆପଲର ଏକ ବଡ଼ ଯୋଜନା ଅଛି। ଏହା ଆସନ୍ତା ବର୍ଷ ଶେଷ ସୁଦ୍ଧା ଭାରତରେ ବହୁ ସଂଖ୍ୟକ ଆଇଫୋନ୍‌ ଉତ୍ପାଦନ କରିବାକୁ ଚାହୁଁଛି। ବିଶେଷକରି ଆମେରିକା ବଜାର ପାଇଁ ୨୦୨୬ ସୁଦ୍ଧା ଆଇଫୋନ ଭାରତରେ ନିର୍ମାଣ ପାଇଁ ଆପଲର ଯୋଜନା ଅଛି ।
ଟ୍ରମ୍ପ ବର୍ତ୍ତମାନ କତର ଗସ୍ତରେ ଅଛନ୍ତି। ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଆପଲର ସିଇଓ ଟିମ୍‌ କୁକଙ୍କ ସହ ଭାରତର ପ୍ଲାଣ୍ଟ ବିଷୟରେ କଥା ହୋଇଥିଲେ।
ସେ କହିଥିଲେ, ଟିମ୍‌ କୁକ୍‌ ସହିତ ମୋର ଏକ ଛୋଟ ସମସ୍ୟା ଅଛି। ସେମାନେ ଭାରତରେ ଆଇଫୋନ୍‌ ତିଆରି କରିବାକୁ ଚାହାଁନ୍ତି ଏବଂ ମୁଁ ତାହା ଚାହେଁ ନାହିଁ। ଆପଲ୍‌ କେବଳ ଆମେରିକାରେ ଏହାର ଫୋନ୍‌ ତିଆରି କରିବା ଉଚିତ।” ଟ୍ରମ୍ପ କହିଛନ୍ତି ଯେ ଭାରତରେ କିଛି ବିକ୍ରୟ କରିବା ବହୁତ କଷ୍ଟକର। ଭାରତ ନିଜ କଥା ନିଜେ ବୁଝିବାକୁ ସକ୍ଷମ।
ସାଧାରଣରେ ଲୋକେ ନିର୍ଯାତିତ ହେଲେ ଲୋକେ ପୁଲିସ ଦ୍ୱାରସ୍ତ ହୋଇଥାନ୍ତି। କିନ୍ତୁ ଯଦି ଖୋଦ ପୁଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିର୍ଯାତିତ ହେବେ ତେବେ ସେ କାହା ଶରଣ ପଶିବେ! ଏ ନେଇ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିବ। ତେବେ ଏଭଳି ଏକ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲାରୁ।
ବାଲେଶ୍ୱର ଏସପିଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଜଳେଶ୍ୱର ଏସଡିପିଓ ବ୍ରଜମୋହନ ପ୍ରଧାନ। ଏସ୍‌ପି ତାଙ୍କ ଉପରେ ଏକାଧିକ ଦାୟିତ୍ୱ ଲଦି ଦେଉଛନ୍ତି। ଏପରିକି ଜେନେରାଲ ମିଟିଙ୍ଗରେ ଅନ୍ୟ ଅଧସ୍ତନ କର୍ମଚାରୀଙ୍କ ଆଗରେ ତାଙ୍କୁ ଅପମାନିତ କରୁଥିବା ଅଭିଯୋଗ କରିଛନ୍ତି ଏସ୍‌ଡିପିଓ। ବାଲେଶ୍ୱର ହେଡକ୍ୱାର୍ଟର୍ସରେ ଡିଏସପି ଦାୟିତ୍ୱ ତୁଲାଉଥିଲାବେଳେ ପୁଣି ଜଳେଶ୍ୱରରେ ଏସଡିପିଓ ଦାୟିତ୍ୱ ତୁଲାଉଛନ୍ତି। ବୟସ ତାଙ୍କର ୫୮ ବର୍ଷ ହେଲାଣି, ତାଙ୍କ ଘର କନ୍ଧମାଳ ଜିଲ୍ଲାରେ।
ଏଭଳି ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି। ଶେଷରେ ସେ ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏସଡିପିଓ ଦାୟିତ୍ୱ ପ୍ରତ୍ୟାହାର କରି ନିଆ ନ ଯାଏ ତାହାହେଲେ ସେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି।
ଏକ ପକ୍ଷରେ ପୁଲିସ ଅନ୍ୟକୁ ସୁରକ୍ଷା ଦେଉଥିବା ବେଳେ ଜଣେ ପୁଲିସ ଅଧିକାରୀ ଜୀବନ ହାରିବା ଭଳି ନିଷ୍ପତ୍ତି ନେବା ଭଳି ଅପ୍ରିତିକର ପରିସ୍ଥିତିକୁ ନେଇ ଉଠିଛଇ ପ୍ରଶ୍ନ।
ଜିଲ୍ଲାପାଳଙ୍କ ବ୍ୟବହାର ମଧ୍ୟ ତାଙ୍କୁ ଅତିଷ୍ଠ କରୁଛି। ତେଣୁ ମାନସିକ ସ୍ଥିତି ଭଲ ନାହିଁ ବୋଲି ଚିଠିରେ ପୂର୍ବାଞ୍ଚଳ ଡ଼ିଆଇଜିଙ୍କୁ ଜଣାଇଛନ୍ତି।
ବୁଧବାର ଏସଡିପିଓ ଶ୍ରୀ ପ୍ରଧାନ ଜଳେଶ୍ୱର ଥାନାରେ ଥିବା ବେଳେ ହଠାତ ଅସୁସ୍ଥ ହୋଇଥିଲେ। ତାଙ୍କୁ ଜଳେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପୂର୍ବାଞ୍ଚଳ ଡ଼ିଆଇଜି ତାଙ୍କୁ ହସପିଟାଲରେ ଦେଖା କରିଛନ୍ତି। ହସ୍ପିଟାଲରେ ତାଙ୍କ ବୟାନ ମଧ୍ୟ ଡିଆଇଜି ନେଇଛନ୍ତି। ଘଟଣାଟି ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ଟିକେ ଶାନ୍ତ ପଡ଼ିଥିବା ବେଳେ ଟ୍ରମ୍ପ ଗୋଟିଏ ଗୋଟିଏ ବୟାନ ଦେଶବାସୀଙ୍କ ମଧ୍ୟରେ ବିବାଦ ସୃଷ୍ଟି କରୁଛି।

ଯୁଦ୍ଧ ବିରତି ନେଇ ଭାରତ ଓ ପାକିସ୍ତାନ ନିଜପଟୁ କିଛି ଘୋଷଣା କରିବା ପୂର୍ବରୁ ଟ୍ରମ୍ଫ ଆଗୁଆ ତ୍ୱିଟ କରିବାକୁ ନେଇ ଯେଉଁ ଅସନ୍ତୋଷ ସୃଷ୍ଟି ହୋଇଥିଲା ଏବେ ପୁଣି ବୟାନ ଦେଇଛନ୍ତି ଟ୍ରମ୍ଫ୍। ସାଉଦି ଆରବରେ ଭାଷଣ ଦେବାବେଳେ ଲୋକଙ୍କୁ ଚମକାଇବା ପରି ଏକ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌।

ସାଉଦି ଆରବରେ ଏକ ଭାଷଣ ସମୟରେ ନିଜକୁ ଶାନ୍ତି ସ୍ଥାପନକାରୀ ବୋଲି ବର୍ଣ୍ଣନା କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପରାମର୍ଶ ଦେଇଛନ୍ତି ଯେ ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ପଡ଼ୋଶୀ ରାଷ୍ଟ୍ରଙ୍କ ମଧ୍ୟରେ ଉତ୍ତେଜନା କମ କରିବା ପାଇଁ ଭାରତ ଏବଂ ପାକିସ୍ତାନ “ଏକତ୍ର ଏକ ସୁନ୍ଦର ରାତ୍ରୀଭୋଜନ” କରିବା ଉଚିତ।

ସାଉଦି ଯୁବରାଜ ମହମ୍ମଦ ବିନ୍ ସଲମାନ, ଟେସଲା ସିଇଓ ଏଲୋନ୍ ମସ୍କ ଏବଂ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ଉପସ୍ଥିତିରେ ଆମେରିକା-ସାଉଦି ନିବେଶ ଫୋରମକୁ ସମ୍ବୋଧିତ କରି ଟ୍ରମ୍ପ୍ ଏପରି ମନ୍ତବ୍ୟ ଦେଇଛନ୍ତି।

ଆହୁରି ମଧ୍ୟ ଦାବି କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ‘ସମ୍ଭାବ୍ୟ ପରମାଣୁ ଯୁଦ୍ଧ’ କୁ ଏଡାଇବା ସହ ଶାନ୍ତି ରକ୍ଷା କରିବା ପାଇଁ ମଧ୍ୟସ୍ଥତା କରିବାରେ ସାହାଯ୍ୟ କରିଛି। ଯୁଦ୍ଧ ହୋଇଥିଲେ ହୁଏତ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥା‌ନ୍ତା। ମାତ୍ର ଆମେରିକା ତାହାକୁ ରୋକିଛି ବୋଲି ଟ୍ରମ୍ପ୍‌ ଦାବି କରିଛନ୍ତି।

ଭାରତ ପାକିସ୍ତାନ ଉତ୍ତେଜନା ପ୍ରଭାବ: ତୁର୍କୀ ସେଓ ଭାରତରେ ବାରଣ

ଯୁଦ୍ଧ ପାଇଁ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଓ ଡ୍ରୋନ୍‌ ଯୋଗାଇ ଥିବାରୁ ଭାରତରେ ତୁର୍କୀ ସାମଗ୍ରୀକୁ ବ୍ୟାନ୍‌ କରିଛନ୍ତି ବ୍ୟବସାୟୀ। ତୁର୍କୀରୁ କୌଣସି ଜିନିଷ ଆଣିବେ ନାହିଁ କି ବିକ୍ରି କରିବେ ନାହିଁ ବୋଲି ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି।
ଏପରିସ୍ଥଳେ ଦେଶର ବିଭିନ୍ନ ସ୍ଥାନରେ ଗ୍ରାହକମାନେ ମଧ୍ୟ ଏବେ ତୁର୍କୀ ବିରୋଧୀ ଅଭିଯାନ ଆରମ୍ଭ ହୋଇଛି। ଏପରିସ୍ଥଳେ ଭାରତବର୍ଷରେ ତୁର୍କୀରୁ ଆମଦାନୀ ହେଉଥିବା ସେଓ ମାର୍କେଟକୁ ପ୍ରଭାବିତ କରିଛି। ତେବେ ଓଡ଼ିଶାରେ ଏ ପର୍ଯ୍ୟନ୍ତସେ ନେଇ କୌଣସି ପ୍ରଭାବ ପରିଲକ୍ଷିତ ହୋଇନାହିଁ। ଯେହେତୁ ଓଡ଼ିଶା ବଜାରେ ପୁରୁଣା ସେଓ ରହିଛି ତେଣୁ ରାଜ୍ୟବାସୀ ତୁର୍କୀ ସେଓ କିଣିବେ ନା ନାହିଁ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
ଫଳରେ ଭାରତର ବିଭିନ୍ନ ସହରରେ ତୁର୍କୀ ସେଓ ଦେଖିବାକୁ ମିଳିନାହିଁ। ପୁଣେରେ ଫଳ ବ୍ୟବସାୟୀମାନେ ତୁର୍କୀ ସେଓ (କୁ ବ୍ୟାନ କରିଛନ୍ତି । ପୁଣେ ସହରରେ କେଉଁଠି ବି ତୁର୍କୀ ସେଓ ଦେଖିବାକୁ ମିଳୁନାହିଁ। ସ୍ଥାନୀୟ ଲୋକମାନେ ମଧ୍ୟ ଫଳ ବ୍ୟବସାୟୀଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ତୁର୍କୀ ସେଓ ବଦଳରେ ଅନ୍ୟ ସ୍ଥାନର ସେଓ କିଣିବାକୁ ସେମାନେ ମନସ୍ଥ କରିଛନ୍ତି। ଅନ୍ୟ ସେଓ କିଣିବାକୁ ସେମାନେ ପସନ୍ଦ କରୁଛନ୍ତି।
 ଘଟଣାକୁ ନେଇ ଭାରତୀୟଙ୍କ ମନରେ ତୁର୍କୀ ବିରୋଧରେ ଅସନ୍ତୋଷ ସୃଷ୍ଟି ହୋଇଛି। କାରଣ ଆତଙ୍କବାଦୀଙ୍କ ସମର୍ଥନରେ ବାହାରିଥିଲା ତୁର୍କୀ । ଏହାକୁ ନେଇ ଭାରତରେ ବୟକଟ୍‌ ତୁର୍କୀ ଅଭିଯାନ ଆରମ୍ଭ ହୋଇଛି । ପୁଣେରେ ଫଳ ବ୍ୟବସାୟୀମାନେ ତୁର୍କୀ ସେଓକୁ ବ୍ୟାନ କରିଛନ୍ତିଫ ପୁଣେ ସହରରେ କେଉଁଠି ବି ତୁର୍କୀ ସେଓ ଦେଖିବାକୁ ମିଳୁନାହିଁଫ ସ୍ଥାନୀୟ ଲୋକମାନେ ମଧ୍ୟ ଫଳ ବ୍ୟବସାୟୀଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ତୁର୍କୀ ସେଓ ବଦଳରେ ଅନ୍ୟ ସ୍ଥାନର ସେଓ କିଣିବାକୁ ସେମାନେ ମନସ୍ଥ କରିଛନ୍ତି। ଅନ୍ୟ ସେଓ କିଣିବାକୁ ସେମାନେ ପସନ୍ଦ କରୁଛନ୍ତି।