TT Ads
ଆପଣ ଦୋକାନରୁ ଆଇସକ୍ରିମ୍‌ କିଣିଲା ବେଳେ ସତର୍କ ରୁହନ୍ତୁ। ଗତ କିଛିମାସ ତଳେ ମୁମ୍ବଇରେ ଆଇସକ୍ରିମରୁ ଏକ କଟା ଆଙ୍ଗୁଠି ମିଳିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଏବେ ଗୁଜରାଟର ଅହମ୍ମଦାବାଦରୁ ଏକ ଆଇସ୍କ୍ରିମ୍‌ରୁ ଝିଟିପିଟି ଲାଞ୍ଜ ପାଇଥିବା ଅଭିଯୋଗ ହୋଇଛି। ଜଣେ ମହିଳାଙ୍କ ଅଭିଯୋଗ ଅନୁଯାୟୀ ଅହମ୍ମଦାବାଦର ମଣିନଗରରେ ଥିବା ଏକ ଦୋକାନରୁ ପିଲାଙ୍କ ପାଇଁ ସେ ୪ଟି କୋନ୍‌ ଆଇସକ୍ରିମ କିଣିଥିଲେ।
ସେ ପିଲାମାନଙ୍କୁ ୩ ଟି ଆଇସକ୍ରିମ ଦେଇଥିବା ବେଳେ ନିଜେ ଗୋଟିଏ ଆଇସକ୍ରିମ ଖାଇଥିଲେ। ଆଇସକ୍ରିମ ଖାଇବା ସମୟରେ ସେଥିରୁ ଏକ ଝିଟିପିଟି ଲାଞ୍ଜ ବାହାରିଥିଲା। ଏହି ଆଇସକ୍ରିମ ଖାଇ ସେ କ୍ରମାଗତ ଭାବେ ବାନ୍ତି କରି ଚାଲିଛି ମୋ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି।  ସେ କହିଛନ୍ତି ଯେ, ସୌଭାଗ୍ୟବଶତଃ ଝିଟିପିଟି ଲାଞ୍ଜ ପଡିଥିବା ଆଇସକ୍ରିମ ତାଙ୍କ ପିଲାମାନେ ଖାଇନାହାନ୍ତି। ନଚେତ କ’ଣ ଯେ ହୋଇଥାଆନ୍ତା ଜଣାନାହିଁ।
ଏଥିପାଇଁ ସେ ସମସ୍ତ ଆଇସ୍କ୍ରିମ୍‌ କମ୍ପାନିକୁ ଅନୁରୋଧ କରିଛନ୍ତି ଗ୍ରାହକଙ୍କ ଜୀବନ ସହିତ ଏପରି ଖେଳ ଖେଳନ୍ତୁ ନାହିଁ। ଗ୍ରାହକଙ୍କୁ ବି ଅନୁରୋଧ କିଛି ଖାଇବା ପୂର୍ବରୁ ଦୟାକରି ଜିନିଷକୁ ଯାଞ୍ଚ କରନ୍ତୁ।
ମହିଳା ଘଟଣା ସମ୍ପର୍କରେ ଅହମ୍ମଦାବାଦ ମ୍ୟୁନିସିପାଲ କର୍ପୋରେସନରେ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗକୁ କେନ୍ଦ୍ରକରି ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଆଇସକ୍ରିମ ପାର୍ଲର ମହାଲକ୍ଷ୍ମୀ କର୍ଣ୍ଣରକୁ ଲାଇସେନ୍ସ ନ ଥିବାରୁ ସିଲ୍‌ କରି  ୫୦,୦୦୦ ଟଙ୍କା ଜରିମାନା କରାଯାଇଛି।
ଏ ନେଇ ଖାଦ୍ୟ ବିଭାଗର ଅଧିକାରୀ ଡକ୍ଟର ଭାବିନ ଜୋଶୀ କହିଛନ୍ତି ଯେ ମଣିନଗର ଅଞ୍ଚଳରେ ଏକ ଆଇସକ୍ରିମ କୋନରେ ଏକ ଝିଟିପିଟି ମିଳିବା ସମ୍ପର୍କରେ ସେ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ। ଏ ନେଇ ମହିଳାଙ୍କ ସହିତ ଯୋଗାଯୋଗ କରି ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଆଇସକ୍ରିମ କୋନର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ବୋଲି ସେ କହିଛନ୍ତି।

ରାଜ୍ୟରେ ଗଠନ ହେଲା କିନ୍ନରଙ୍କ ପାଇଁ ସୁରକ୍ଷା ବୋର୍ଡ

TT Ads

Leave a Reply

Your email address will not be published. Required fields are marked *