ଏସିଆ ମହାଦେଶର ହଂକଂ ଏବଂ ସିଙ୍ଗାପୁରରେ କରୋନା ପୁଣି ଥରେ ବ୍ୟାପିବା ପରେ ସାରା ଦେଶରେ କରୋନ ଆତଙ୍କ ସୃଷ୍ଟି ହୋଇଛି। ଏହି ଦୁଇ ସ୍ଥାନରେ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ରୋଗୀଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇଛନ୍ତି। ଏନେଇ ମତ ରଖିଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର।
ଶ୍ରୀ ମିଶ୍ର କହିଛନ୍ତି, ଏହା ନୂଆ ଭାରିଆଣ୍ଟ ନୁହେଁ। ରୋଗ ପ୍ରତିରୋଧ କ୍ଷମତା କମିଗଲେ କରୋନା ସଂକ୍ରମଣ ହେଉଛି। ଏଥିଲାଗି ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟେଷ୍ଟିଂ ଚାଲିଛି। ଭୟଭୀତ ହେବାର କୌଣସି କାରଣ ନାହିଁ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହ ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି। କେନ୍ଦ୍ର ସରକାରଙ୍କ ସହ ମଧ୍ୟ କୋଭିଡ ନେଇ ରାଜ୍ୟ ସରକାର ଯୋଗାଯୋଗ କରୁଛନ୍ତି। କୌଣସି ଗାଇଡଲାଇନ୍ ଆସିଲେ, ତାକୁ କାର୍ଯ୍ୟକାରୀ କରାଯିବ ଓ ଏ ନେଇ ଲୋକଙ୍କୁ ଅଧିକ ଅବଗତ କରାଯିବ।
ପ୍ରକାଶ ଥାଉ କି ପାଞ୍ଚ ବର୍ଷ ପୂର୍ବେ ପ୍ରଥମେ ଦେଖାଯାଇଥିବା ଏହି ଭାଇରସର ପୁନରୁତ୍ଥାନକୁ ଚିନ୍ତାଜନକ ହୋଇଛି। ହଂକଂ ଏବଂ ସିଙ୍ଗାପୁର ଭଳି ଘନ ଜନସଂଖ୍ୟା ବିଶିଷ୍ଟ ଆର୍ଥିକ କେନ୍ଦ୍ରଗୁଡ଼ିକରେ ସଂକ୍ରମଣରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବା ଜଣା ପଡ଼ିଛି।
ଯେତେବେଳେ ଚୀନ୍ ଏବଂ ଥାଇଲ୍ୟାଣ୍ଡର ସ୍ୱାସ୍ଥ୍ୟ ସଂସ୍ଥାଗୁଡ଼ିକ ମଧ୍ୟ ନୂତନ ପ୍ରକୋପ ସହିତ ସଂଘର୍ଷ କରୁଛନ୍ତି। ପୂର୍ବ ସମୟର ଆପେକ୍ଷିକ ସ୍ଥିରତା ସତ୍ତ୍ୱେ, ବର୍ତ୍ତମାନର ଲହରୀ ଏପରି ଏକ ଋତୁରେ ପ୍ରକାଶ ପାଉଛି ଯେତେବେଳେ ଶ୍ୱାସକ୍ରିୟା ଭାଇରସ ସାଧାରଣତଃ କମିଯାଏ।


