TT Ads

ଏବେ ସମଗ୍ର ଦେଶରେ ଲୋକସଭା ନିର୍ବାଚନ ମଣ୍ଡଳୀ ସୀମା ନିରେଦରଣକୁ ନେଇ ଚର୍ଚ୍ଚା। ତେବେ ଜନସଂଖ୍ୟା ଦୃଷ୍ଟିରୁ ଯଦି ବିଚାର କରାଯାଏ ଯେଉଁ ରାଜ୍ୟ ନିଷ୍ଠାପର ଭାବେ ଜନସଂଖ୍ୟା ନିୟନ୍ତ୍ରଣ କରିଛନ୍ତି ସେମାନେ ହିଁ ଏଥିପାଇଁ ଦଣ୍ଡିତ ହେବେ।

ଇଣ୍ଡିଆ ଟୁଡେର ଆକଳନ ଅନୁଯାୟୀ ଦକ୍ଷିଣ ଭାରତୀୟ ରାଜ୍ୟ ସମେତ ପଞ୍ଜାବ ଓ ଓଡ଼ିଶାକୁ ଏହାର କ୍ଷତି ସହିବାକୁ ପଡ଼ିବ। ରିପୋର୍ଟ୍ ମୁତାବକ ଜନସଂଖ୍ୟା ଦୃଷ୍ଟିରୁ ୩ ଟି ଲୋକସଭା ଆସନ ହରାଇବ ଓଡ଼ିଶା। ଅର୍ଥାତ୍ ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ୨୧ ରୁ ୧୮ କୁ ଖସି ଆସିବ।
ପ୍ରସ୍ତାବିତ ଲୋକସଭା ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣରେ ଅସନ୍ତୁଷ୍ଟ ରାଜ୍ୟଗୁଡିକର ନେତାମାନେ ଚେନ୍ନାଇରେ ଅନୁଷ୍ଠିତ ବୈଠକରେ ଏ ନେଇ ମତ ରଖିଛନ୍ତି।
ବିଜେଡି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, କେବଳ ଜନସଂଖ୍ୟା ଆଧାରରେ ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ହେବା ଉଚିତ୍ ନୁହେଁ। ଅନ୍ୟ ଦିଗପ୍ରତି ଧ୍ୟାନ ଦିଆଯିବା ଉଚିତ୍। ସେହିଭଳି କଂଗ୍ରେସ ନେତା ତଥା ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ, ଯେଉଁ ରାଜ୍ୟଗୁଡ଼ିକ ଜନସଂଖ୍ୟା ନିୟନ୍ତ୍ରଣ ନୀତିକୁ ଠିକ୍ ଭବେ ପାଳନ କରିଛନ୍ତି ସେମାନେ ଏହାର ଦଣ୍ଡ ଭୋଗିବାକୁ ଯାଉଛନ୍ତି। ଏହା ସମ୍ପୂର୍ଣ୍ଣ ଅନ୍ୟାୟ ବୋଲି କହିଛନ୍ତି ଭକ୍ତ।
ଯଦି ଜନସଂଖ୍ୟାକୁ ଆଧାର କରି ଲୋକସଭା ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ ହୁଏ ତେବେ ଓଡ଼ିଶା ୩ ଆସନ ହାରାଇବ ଓ କେନ୍ଦ୍ରରେ ଓଡ଼ିଶାର ଦବଦବା ହ୍ରାସ ପାଇବ।

TT Ads

Leave a Reply

Your email address will not be published. Required fields are marked *