ଭାରତ ପାକିସ୍ତାନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧକୁ ନେଇ ସୃଷ୍ଟିହୋଇଥିବା ଉତ୍ତେଜନାର ପ୍ରଭାବର ଉଭୟ ଦେଶର ଷ୍ଟକ ବଜାର ଉପରେ ପଡ଼ିଛି । ଦୁଇଦିନ ତଳେ ପାକିସ୍ତାନ ଷ୍ଟକ୍‌ ବଜାର ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିଲା ବେଳେ ଭାରତୀୟ ଷ୍ଟକ୍‌ ବଜାର ଦ୍ୱିତୀୟ ଦିନ ପାଇଁ ନିମ୍ନାଗାମୀ ହୋଇଛି।
ଶୁକ୍ରବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ସେନସେକ୍ସ ଏବଂ ନ୍ୟାସ୍‌ନାଲ୍‌ ଷ୍ଟକ ଏକ୍ସଚେଞ୍ଜ ନିଫଟି-୫୦ ପ୍ରାକ୍‌ ସେସନରୁ ହିଁ ନିମ୍ନଗାମୀ ଧାରା ଦେଖିଥିଲା। ସନ୍ଧ୍ୟାରେ କାରବାର ବନ୍ଦ ହେବା ବେଳକୁ, ସେନସେକ୍ସ ୮୮୦.୩୪ ପଏଣ୍ଟ ହ୍ରାସ ପାଇ ୭୯,୪୫୪.୪୭ ପଏଣ୍ଟରେ ବନ୍ଦ ହୋଇଥିଲା। ଯେତେବେଳେ ନିଫ୍ଟି ୫୦ ମଧ୍ୟ ୨୬୫.୮୦ ପଏଣ୍ଟ ହ୍ରାସ ପାଇ ୨୪,୦୦୮ ପଏଣ୍ଟରେ ବନ୍ଦ ହୋଇଥିଲା। ଏହା ନିବେଶକମାନଙ୍କୁ ବହୁତ କ୍ଷତି ପହଞ୍ଚାଇଛି। ଏହାଦ୍ୱାରା ହଜାର ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି ନିବେଶକ।
ଗୁରୁବାର ବି ସେନସେକ୍ସ ଓ ନିଫ୍ଟିରେ ହ୍ରାସ ପରିଲକ୍ଷିତ ହୋଇଥିଲା। ସେନସେକ୍ସପ୍ରାୟ ୪୧୧.୯୭ ପଏଣ୍ଟ ହ୍ରାସ ପାଇ ୮୦,୩୩୪ ପଏଣ୍ଟରେ ବନ୍ଦ ହୋଇଥିବାବେଳେ ନିଫଟି ୧୪୦ ପଏଣ୍ଟ ହ୍ରାସ ପାଇ ୨୪,୨୭୩ ପଏଣ୍ଟରେ ବନ୍ଦ ହୋଇଛି। ଗତ ୨ ଦିନରେ ସେନସେକ୍ସ ପ୍ରାୟ ୧୨୦୦ ପଏଣ୍ଟ ହ୍ରାସ ପାଇଛି। ଯୁଦ୍ଧ ଉତ୍ତେଜନା ଲାଗି ରହିଲେ ଆଗକୁ ବଜାର ଆହୁରି ନିମ୍ନଗାମୀ ହେବାର ଅଶଙ୍କା ରହିଛି। ଅନ୍ୟପକ୍ଷରେ ପାକିସ୍ତାନର କରାଚି ଷ୍ଟକ ମାର୍କେଟରେ ପ୍ରବଳ ହ୍ରାସ ପରିଲକ୍ଷିତ ହୋଇଥିଲା ଓ ସୂଚକାଙ୍କ ଲୋୟର ସର୍କିଟ ଛୁଇଁବା ପରେ କାରବାରକୁ ବାଧ୍ୟ ହୋଇ ବନ୍ଦ କରାଯାଇଥିଲା।
ସମସ୍ୟା ପାଲଟିଛି ଶିଳ୍ପାୟନ। ଶିଳ୍ପାୟନ ଯୋଗୁଁ ସମାଜରେ ଯେତିକି ନିଯୁକ୍ତି ସୃଷ୍ଟି ହୋଇଛି ତା ଅପେକ୍ଷା ପରିବେଶ ଦିଗରୁ ଅଧିକ କ୍ଷତି ହୋଇଛି। ଦିନ ଆସିବ ଏହି କାରଣରୁ ପୃଥିବୀ ପୃଷ୍ଠରେ ମଣି ବସବାସ କରିବା ମଧ୍ୟ କାଠିକର ପାଠ ହୋଇପଡ଼ିବ।
ଶିଳ୍ପାୟନ ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ସ୍ଥିତିକୁ ଯଦି ଅନୁଧ୍ୟାନ କରାଯିବ ତେବେ ଏବେ ଏଠାରେ ଅଙ୍ଗାରକାମ୍ଳର ମାତ୍ର ୧୪୯ ପ୍ରତିଶତ ବୃଦ୍ଧି ପାଇଛି। ଏହା କ୍ରମେ ବୃଦ୍ଧି ପାଇବାରେ ଲାଗିଛି। ଶିଳ୍ପାୟନ ସାଙ୍ଗକୁ ବୃକ୍ଷଛେଦନ ପାଇଁ ଏଭଳି ପରିସ୍ଥିତି ପରିବେଶ ପାଇଁ କ୍ଷତିକାରଣ ସାବ୍ୟସ୍ତ ହେବାରେ ଲାଗିଛି। ତେଣୁ ଯୁଦ୍ଧ ନୁହେଁ ଦିନ ଆସିବ ବିନା ଯୁଦ୍ଧରେ ବିଶ୍ୱର ତାପମାତ୍ରା ଓ ଅଙ୍ଗାରକାମ୍ଳ ଗ୍ୟାସ୍‌ ବୃଦ୍ଧି ପାଇଁ ଧ୍ୱଂସ ହୋଇଯିବ।
ଦିନକୁ ଦିନ ପୃଥିବୀ ଉପରେ ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନର ପ୍ରଭାବ ବଢ଼ିବରେ ଲାଗିଛି। ଏତେମାତ୍ରା ବୃଦ୍ଧି ପାଇଛି ଯେ, ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ପୃଥିବୀ ପୃଷ୍ଠର ତାପମାତ୍ରା ଅଧିକ ୨.୭ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଇଛି। ସୂଚନା ଅନୁଯାୟୀ ପୃଥିବୀରେ ୧୯୯୦ ରୁ ୨୦୨୦ ମଧ୍ୟରେ ସବୁଜଗୃହ ଗ୍ୟାସ ୪୭ ପ୍ରତିଶତ ଓ ଅଙ୍ଗାରକାମ୍ଳ ଗ୍ୟାସ ୮୦ ପ୍ରତିଶତ ବୃଦ୍ଧି ପାଇଛି ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ନିକଟରେ ସିଇସି ଓ ଆମେରିକାସ୍ଥିତ ରିଭର୍ସ ଅଫ୍‌ ଦି ୱାର୍ଲ୍ଡର ମିଳିତ ସହଯୋଗରେ ସୋଆ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ‘ୱାଟର, ୱେଷ୍ଟ ମ୍ୟାନେଜମେଣ୍ଟ ଆଣ୍ଡ୍‌ କ୍ଲାଇମେଟ ଚେଞ୍ଜ’ ଶୀର୍ଷକ ଆନ୍ତର୍ଜାତିକ କର୍ମଶାଳାରେ ୱାର୍ଲ୍ଡ ମେଟ୍ରୋଲୋଜିକାଲ ଅର୍ଗାନାଇଜେସନ (ଡବ୍ଲ୍ୟୁଏମ୍‌ଓ)ର ତଥ୍ୟକୁ ଆଧାର କରି ପାଣିପାଗ ବିଶେଷଜ୍ଞ ଶରତଚନ୍ଦ୍ର ସାହୁ କହିଛନ୍ତି ଯେ, ଯଦିଓ ଜଳବାୟୁ ପରିବର୍ତ୍ତନ ଉପରେ ୨୦୧୫ରେ ପ୍ୟାରିସ୍‌ରେ ହୋଇଥିବା ବୁଝାମଣା ଅନୁଯାୟୀ ପୃଥିବୀର ବୃଦ୍ଧି ପାଉଥିବା ତାପମାତ୍ରାକୁ ୨ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ସୀମାବଦ୍ଧ ରଖିବାକୁ ନିଷ୍ପତ୍ତି ହୋଇଥିଲା।
କିନ୍ତୁ ବିଭିନ୍ନ କାରଣ ନେଇ ପୃଥିବୀର ତାପମାତ୍ରା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଏଥିରେ ଯଦି ନିୟନ୍ତ୍ରଣ ଅଣା ନ ଯାଏ ବା ବିଶ୍ୱବ୍ୟାପୀ ଯୁଦ୍ଧକାଳୀନ ଭାବେ ପଦକ୍ଷେପ ନିଆ ନ ଯାଏ ତେବେ ପରିସ୍ଥିତି ସାଂଘାତିକ ହେବ। ପରିବେଶରେ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ଶିଳ୍ପାୟନ ପୂର୍ବ ସମୟ ଠାରୁ ୧୪୯ ପ୍ରତିଶତ ବୃଦ୍ଧି ପାଇଛି ଯାହା ଉଦ୍‌ବେଗଜନକ।
ଏହା ପୃଥିବୀ ଓ ଭବିଷ୍ୟତ ପିଢ଼ି ନିମନ୍ତେ ଉତ୍ତମ ନୁହେଁ ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି। ସେହିପରି ବାୟୁମଣ୍ଡଳରେ ମିଥେନ୍‌ ଓ ନାଇଟ୍ରସ ଅକ୍ସାଇଡର ମାତ୍ରା ୧୭୫୦ ମସିହା ତୁଳନାରେ ଯଥାକ୍ରମେ ୨୬୨ ପ୍ରତିଶତ ଓ ୧୨୩ ପ୍ରତିଶତ ବୃଦ୍ଧି ପାଇଛି। ତେବେ ପୃଥିବୀ ପ୍ରାୟ ୩ ରୁ ୫ ନିୟୁତ ବର୍ଷ ପୂର୍ବେ ଅଙ୍ଗାରକାମ୍ଳର ତୁଳନୀୟ ଏକତ୍ରୀକରଣ ଅନୁଭବ କରିଥିଲା ଯେତେବେଳେ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇଥିଲା।

ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବା ବେଳେ ଆମେରିକା ମଧ୍ୟସ୍ଥତା କରିବା ନେଇ ଆଲୋଚନା ହେଉଥିଲା। ଏବେ କିନ୍ତୁ ଏହି ବିବାଦରେ ମଧ୍ୟସ୍ଥତା କରିବ ନାହିଁ ବୋଲି ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି।ଆମେରିକାର ଉପ-ରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦରେ ଆମର କୌଣସି କାମ ନାହିଁ।

ସେ ଆହୁରି ବି କହିଛନ୍ତି, ଆମେ କେବଳ ଦୁଇ ଦେଶର ଲୋକଙ୍କୁ ଉତ୍ତେଜନା ହ୍ରାସ କରିବା ପାଇଁ ଉତ୍ସାହିତ କରିପାରିବା। କିନ୍ତୁ ଆମେ ଯୁଦ୍ଧର ମଧ୍ୟଭାଗରେ ପଶିବାର ନାହିଁ। ଏଥିରେ ଆମର କୌଣସି କାମ ନାହିଁ।
ଏହାକୁ ନିୟନ୍ତ୍ରଣ କରିବାକୁ ଆମେରିକାର ତା’ର କ୍ଷମତା ପ୍ରୟୋଗ କରିବ ନାହିଁ।

ଆପଣ ଜାଣନ୍ତି ଯେ ଆମେରିକା ଭାରତୀୟମାନଙ୍କୁ ସେମାନଙ୍କର ଅସ୍ତ୍ର ରଖିବା ପାଇଁ କହିପାରିବ ନାହିଁ କିମ୍ବା ପାକିସ୍ତାନୀଙ୍କୁ ବି ସେମାନଙ୍କର ଅସ୍ତ୍ର ରଖିବା ପାଇଁ କହିପାରିବ ନାହିଁ। ତେଣୁ, ଆମେ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଏହି ଜିନିଷକୁ ଅନୁସରଣ କରିବା ଜାରି ରଖିବୁ ବୋଲି ଜେଡି ଭାନ୍ସ ଏକ ସାକ୍ଷାତକାରରେ କହିଛନ୍ତି। ଆମର ଆଶା ଯେ ଏହା ଏକ ପରମାଣୁ ସଂଘର୍ଷରେ ପରିଣତ ହେବ ନାହିଁ।

 

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ପାକିସ୍ତାନ ସେନା ସହ ସରକାରଙ୍କ ମତଭେଦ ଲୋକଲୋଚନକୁ ଆସିଛି।

ପହଲଗାମରେ ୨୬ ଜଣ ଲୋକଙ୍କର ମୃତ୍ୟୁର ପ୍ରତିଶୋଧ ନେବା ପାଇ ଭାର ‘ଅପରେସନ୍‌ ସିନ୍ଦୂର’ ଆରମ୍ଭ କରିଦେଇଛି। ଗୁରୁବାର ପାକିସ୍ତାନର ତରଫରୁ ରାଜସ୍ଥାନ, ପଂଜାବ ଓ ଜମ୍ମୁ କଶ୍ମୀରର ପ୍ରାୟ ୧୫ଟି ସହରକୁ ଟାର୍ଗେଟ କରାଯାଇଥିବା ‌ବେଳେ ଭାରତ ଏହାର କଡ଼ା ଜାବବ ଦେଇଛି। ଭାରତର ଏହି ଅପରେସନ୍‌ ଯୋଗୁଁ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଏହାରି ମଧ୍ୟରେ ପାକିସ୍ତାନ ସେନାରେ ବିଦ୍ରୋହ ଖବର ଆସୁଛି, ଯାହାକି ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛି।

ପହଲଗାମ ଆକ୍ରମଣ ପରଠାରୁ କିଛିଦିନ ଧରି ନିଖୋଜ ଥିବା ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଭାରତକୁ ଧମକ ଦେଇଥିଲେ। ତଥାପି, ଏହି ଧମକରେ ମୁନିର ଭୟଭୀତ ଥିବା ଭାବରେ ଜଣାପଡିଥିଲା। ସେନା ମୁଖ୍ୟ ଜେନେରାଲ ମୁନିର କହିଥିଲେ ଯେ ଯଦି ଭାରତ କୌଣସି ପ୍ରକାରେ ଆକ୍ରମଣ କରେ, ତେବେ ଏହାର ପୂର୍ଣ୍ଣ ବଳରେ ଜବାବ ଦିଆଯିବ। ମୁନିର ଗତ ଗୋଟିଏ ସପ୍ତାହ ଧରି ନିୟନ୍ତ୍ରଣ ରେଖାରେ ଭାରତୀୟ ସେନା ଗୁଳି ଚଳାଇଥିବା ମଧ୍ୟ ଅଭିଯୋଗ କରିଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ମୁନିରର ପତ୍ତା ଜଣା ନ ଥିଲା। ସୋସିଆଲ ମିଡିଆରେ ତାଙ୍କ ନାମରେ ‘ନିଖୋଜ’ ଟ୍ରେଣ୍ଡ ଚାଲିଥିଲା।

ଗୋଟିଏ ମାସ ମଧ୍ୟରେ ପାକିସ୍ତାନୀ ସେନାର ପ୍ରାୟ ୪,୫୦୦ ସୈନିକ ଏବଂ ଅଧିକାରୀ ଇସ୍ତଫା ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଭାରତ ସହିତ କିଛି ଦିନ ପାଇଁ ଯୁଦ୍ଧ କରିବା ପାଇଁ ପାକିସ୍ତାନ ପାଖରେ ଗୋଳାବାରୁଦ ନାହିଁ।

ଏହି ସମୟରେ, ପାକିସ୍ତାନ ସରକାର ଏବଂ ସେନା ମଧ୍ୟରେ ମତଭେଦ ଥିବା ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି। ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଆଇଏସଆଇ ମୁଖ୍ୟ ଅସୀମ ମାଲିକଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତ କରି ମୁନିରଙ୍କ ପ୍ରତିଷ୍ଠାକୁ ହ୍ରାସ କରିବାକୁ ଚେଷ୍ଟା କରାଯାଉଛି ବୋଲି କୁହାଯାଇଛି।

ଭାରତ ପାକିସ୍ତାନ ଯୁଦ୍ଧ ଆରମ୍ଭ

ଭାରତ ପାକିସ୍ତାନ ମଧ୍ୟରେ ପାରମ୍ପରିକ ବିବାଦ ଏବେ ଯୁଦ୍ଧର ରୂପ ନେଇଛି। ଗୁରୁବାର ସନ୍ଧ୍ୟା ହେଉ ହେଉ ଜମ୍ମୁ କାଶ୍ମୀର ଉପରେ ଆକ୍ରମଣ କରିଛି ପାକିସ୍ତାନ। ଭାରତ ମଧ୍ୟ ଏହାର କଠୋର ପ୍ରତି ଜବାବ୍ ଦେଇଛି।

ଅନ୍ଧାର ହେବା ମାତ୍ରେ ଜମ୍ମୁ ବିମାନବନ୍ଦର ଉପରେ ପାକିସ୍ତାନ ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ଆକ୍ରମଣ ପରେ ଜମ୍ମୁକୁ ବ୍ଲାକଆଉଟ୍‌ କରିଦିଆଯାଇଛି। ଏହାସହ ସାଇରନ ବଜାଇ ସ୍ଥାନୀୟ ଲୋକଙ୍କୁ ସତର୍କ କରିଛି ଭାରତୀୟ ସେନା। କେବଳ ସତର୍କ କରାଇନାହିଁ ଜମ୍ମୁ ଆକାଶରେ ଉଡୁଥିବା ସମସ୍ତ ଡ୍‌ରୋନକୁ ଭାରତୀୟ ସେନା ମାଡ ମାରି ଖସାଇ ଦେଇଛି।

ପଠାନକୋଟକୁ ବି ବ୍ଲାକ ଆଉଟ କରାଯାଇଛି। ଜମ୍ମୁ ବିଶ୍ୱବିଦ୍ୟାଳୟ ନିକଟରେ ୨ଟି ରକେଟ୍‌ ପଡିଥିବା ସୂଚନା ମିଳିଛି। ସାମ୍ବା ଅଞ୍ଚଳରେ ମିଜାଇସ୍‌ ମାଡ ସୂଚନା । କୁପୱାଡାରେ ପ୍ରବଳ ଗୁଳିବର୍ଷା କରୁଛି ପାକିସ୍ତାନ ।
ଅପରେସନ ସିନ୍ଦୂର ପରେ ପାକିସ୍ତାନ ଜମ୍ମୁ ଏୟାରପୋର୍ଟରେ ରକେଟ୍‌ ଆକ୍ରମଣ  କରିଛି। ଆକାଶ ମାର୍ଗରୁ ବିଭିନ୍ନ ସ୍ଥାନରେ ରକେଟ୍‌ ଖସାଇଛି ଭାରତୀୟ ସେନା। ଏସ-୪୦୦ ଜରିଆରେ ରକେଟ୍‌ ଖସାଇଲା। ଜମ୍ମୁ ଏୟାରପୋର୍ଟର କୌଣସି କ୍ଷତି ହୋଇ ନ ଥିବା ସୂଚନା।
ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ବିସ୍ଫୋରଣ ଶବ୍ଦ ପରେ ଜୋରରେ ବାଜିଲା ସାଇରନ। ହମଲା ପରେ ଜମ୍ମୁକୁ କରାଗଲା ପୂରା ବ୍ଲାକ୍‌ ଆଉଟ୍‌ । ଅନ୍ଧାରରେ ଅଛି ଜମ୍ମୁ କାଶ୍ମୀର। ସାମ୍ବା ଅଞ୍ଚଳରେ ମିଜାଇସ୍‌ ମାଡ ସୂଚନା । କୁପୱାଡାରେ ପ୍ରବଳ ଗୁଳିବର୍ଷା କରୁଛି ପାକିସ୍ତାନ ।
ଭାରତର ସଦୃଢ଼ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏସ-୪୦୦ ପାକିସ୍ତାନ ବାୟୁସେନା ଚଳାଉଥିବା ଆମେରିକାର ଶକ୍ତିଶାଳୀ ଏଫ-୧୬ ବିମାନକୁ ତଳକୁ ଖସାଇଦେଇଛି। ଏହା କେବଳ ପାକିସ୍ତାନ ନୁହେଁ, ଖୋଦ ଆମେରିକା ପାଇଁ ମଧ୍ୟ ଏକ ଧକ୍କା ସଦୃଶ ହୋଇଛି।
ପାକିସ୍ତାନ ଭାରତର ପ୍ରତିରକ୍ଷା ଓ ବେସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍‌ କରିଛି। ତେବେ ଏହାର ଦୃଢ଼ ଜବାବ ଦେଇଛି ଭାରତ। ଭାରତର ସଦୃଢ଼ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏସ-୪୦୦ ପାକିସ୍ତାନ ବାୟୁସେନା ଚଳାଉଥିବା ଆମେରିକାର ଶକ୍ତିଶାଳୀ ଏଫ-୧୬ ବିମାନକୁ ତଳକୁ ଖସାଇଦେଇଛି। ଏହା କେବଳ ପାକିସ୍ତାନ ନୁହେଁ, ଖୋଦ ଆମେରିକା ପାଇଁ ମଧ୍ୟ ଏକ ଧକ୍କା ସଦୃଶ ହୋଇଛି । କାରଣ ଆମେରିକା ନିଜର ଏଫ-୧୬କୁ ବେଶ ଶକ୍ତିଶାଳୀ ବୋଲି ପ୍ରଚାର କରିଥାଏ । କେବଳ ଆମେରିକାର ଏଫ-୧୬ ନୁହେଁ, ପାକିସ୍ତାନର ଦୁଇଟି ଚୀନ ନିର୍ମିତ ବିମାନକୁ ମଧ୍ୟ ଏସ-୪୦୦ ଖସାଇ ଦେଇଛି । ଏହା ପୂର୍ବରୁ ୨୦୧୯ରେ ବି ଭାରତ ପାକିସ୍ତାନର ଏକ ଏଫ-୧୬କୁ ଖସାଇ ଦେଇଥିଲା।

ଦିନସାରା ପ୍ରବଳ ଗରମରେ ଲୋକେ ଆଉଟୁପାଉଟୁ ହୋଇ ପଡୁଛନ୍ତି। ଗମ ସାଙ୍ଗକୁ ଗୁଳୁଗୁଳିରେ ଲୋକେ ଘରେ ରହିପାରୁ ନାହାନ୍ତି। ବାହାର ବୁଲାବେପାରୀ ଏବଂ ବ୍ୟାଚଲର ପିଲା ବାହାରେ ରହିବା କଷ୍ଟକର ବ୍ୟାପର ହୋଇପଡ଼ୁଛି। ଏପରିସ୍ଥଳେ ସେମାନଙ୍କ ପାଇଁ ଭରସା ପାଲଟିଛି ବରମୁଣ୍ଡା ବସ୍‌ ଟର୍ମିନାଲ। ସାରା ଦିନ ଏହା ଭିରେ ଯାତ୍ରୀଙ୍କଠାରୁ ଆରମ୍ଭ କରି ସ୍ଥନୀୟ ଅଞ୍ଚଳର ଦୋକାନୀ ତଥା ମଧ୍ୟବିତ ଶ୍ରେଣୀର ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ସାରାଦିନ ଏସି ଭିତରେ ରହିବା ସହ ମାତ୍ର ୫ ଟଙ୍କାରେ ଆହାର କେନ୍ଦ୍ରରେ ଭୋଜନ କରୁଛନ୍ତି ଲୋକେ।
 ଦିନ ଏଗାରଟାରୁ ତିନିଟା ପର୍ଯ୍ୟନ୍ତ ଆଶ୍ରୟସ୍ଥାନ ଭାବେ ପରିଗଣିତ ହେଉଛି। ଦୂରସ୍ଥାନକୁ ଯାତ୍ରା କରୁଥିବା ଲୋକମାନେ ମଧ୍ୟ ସମୟ ଆଗରୁ ଆସି ବସଷ୍ଟାଣ୍ଡ ଭିତରେ ଅପେକ୍ଷା କରୁଛନ୍ତି। କେବଳ ଯାତ୍ରୀ ନୁହନ୍ତି ବସଷ୍ଟାଣ୍ଡ ଆଖ ପାଖର ରହୁଥିବା ସାଧାରଣ ଲୋକମାନେ ମଧ୍ୟ ଖରାବେଳେ ସମୟଟା ଅତିବାହିତ କରିବା ସହ କେହି କେହି ସେହିଠାରେ ହିଁ ଶୋଇ ପଡୁଛନ୍ତି।
ସେଥିରେ ପୁଣି ପାଞ୍ଚ ଟଙ୍କା ମିଲ୍‌ ସହିତ ଅନ୍ୟ ଖାଦର ମଧ୍ୟ ସୁବିଧା ଥିବାରୁ ଏହି ସ୍ଥାନଟି ସମୟଅତିବାହିତ କରିବାର ପ୍ରମୁଖସ୍ଥଳ ପାଲଟିଛି। କଲେଜ ଛାତ୍ରଛାତ୍ରୀଙ୍କଠୁ ଆରମ୍ଭକରି ବ୍ୟାଚଲରମାନେ ଏଠାକୁ ବେଶୀ ଆସୁଛନ୍ତି। କିଏ ସାଙ୍ଗ ସହ ବସି ପାଠ ପଢୁଛନ୍ତି ତ କିଏ ନିଜ ସହପାଠୀ ସହ ବସି କଥାବାର୍ତ୍ତାରେ ସମୟ କାଟୁଛନ୍ତି। ବିଶେଷ କରି ଏସିର ସୁବିଧା ଥିବାରୁ ଲୋକମାନଙ୍କୁ ଆଉ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁନାହିଁ।
ଏଠାରେ ବିନାମୂଲ୍ୟ ଏବଂ ବିନା ସମୟସୀମାରେ ବସିବାର ସୁବିଧା ହିଁ ପ୍ରମୁଖ କାରଣବୋଲି ସେଠାକୁ ଆସିଥିବା କିଛି ଛାତ୍ରଛାତ୍ରୀ ମତ ଦେଇଥିଲେ। କେବଳ ସେହିମାନେ ନୁହଁ ସ୍ୱିଗି ଏବଂ ଜୋମାଟୋ ବଏ ମଧ୍ୟ ଅବସର କିମ୍ବା ଟିଫିନ୍‌ ଧରି ଥଣ୍ଡାରେ କେଇ ଘଡି ବସିବାକୁ ଏଠାକୁ ଚାଲି ଆସୁଛନ୍ତି। ଏପରିସ୍ଥଳେ ଯାତ୍ରୀଙ୍କଠୁ ଅଧିକ ସ୍ଥାନୀୟ ଲୋକ ଏବଂ ଛାତ୍ରଛାତ୍ରୀଙ୍କ ଭିଡ ଦେଖିବାକୁ ମିଳୁଛି।
ଏନେଇ ବରମୁଣ୍ଡା ପାଖରେ ରହୁଥିବା ଜଣେ ବ୍ୟକ୍ତି କୁହନ୍ତି ସବୁଦିନ ସେ ଏଠାକୁ ଆସି ଭିତରେ ନିୟମିତ ଖବରକାଗଜ ଆଣି ପଢ଼ନ୍ତି। ଖରାରେ ଅନ୍ୟ କେଉଁଠାକୁ ଯିବା ଅପେକ୍ଷା ଏଠାକୁ ଆସୁଛନ୍ତି। ଥଣ୍ଡାରେ ବସିବା ସହ ଖବରକାଗଜ ପଢା ମଧ୍ୟ ହୋଇଯାଉଛି।

ମଙ୍ଗଳବାର ମଧ୍ୟରାତ୍ରୀରେ ଭାରତୀୟ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ ସିନ୍ଦୂର। ଏଥିରେ ଭାରତୀୟ ସେନା ପକ୍ଷରୁ ପାକିସ୍ଥାନର ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଚଢ଼ଉ କରାଯାଇଥିଲା। ପାକିସ୍ତାନର ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି। ସବୁଠାରୁ ଅଧିକ କ୍ଷତି ସହିଛନ୍ତି ପାକିସ୍ତାନରେ ଥିବା ବିଭିନ୍ନ ଆକଙ୍କବାଦୀ ସଂଗଠନ। ବିଶେଷ କରି କୁଖ୍ୟାତ ଆତଙ୍କବାଦୀ ମସୁଦ ଆଝାରର ପୂରା ସଂସାର ଉଜୁଡ଼ିଯାଇଛି।

ଜାତିସଂଘ ଦ୍ୱାରା ଘୋଷିତ ଅନ୍ତର୍ଜାତୀୟ ଆତଙ୍କବାଦୀ ଆଝାର ପରିବାରର ପ୍ରାୟ ୧୦ ଜଣ ସଦସ୍ୟ ମୃତ୍ୟବରଣ କରିଛନ୍ତି। କେବଳ ଏତିକି ନୁହେଁ ଆଝାରର ୪ ଜଣ ସହଯୋଗୀ ମୃତ୍ୟୁବରଣ କରିଛନ୍ତି। ମୃତକଙ୍କ ମଧ୍ୟରେ ରହିଛନ୍ତି ଆଝାରର ଭଉଣୀ ଓ ତାଙ୍କ ପରିବାର, ତା ଭାଇ ହାଜିଫୁଲ୍ଲା ଓ ତାହାର ପରିବାର, ଆଝାରର ସହଯୋଗୀ ଫାଜିଲ୍‌ ଭାଞ୍ଜେ ଓ ତାହାର ପତ୍ନୀ ମୃତ୍ୟୁବରଣ କରିଛନ୍ତି। ଏହି ଘଟଣାକୁ ନେଇ ଆଝାର ଏତେ ଭାଙ୍ଗିପଡ଼ିଛି। ଯେ ସେ କହିଛି ଯେ ଏହି ଆକ୍ରମଣରେ ସେ ନିଜେ ମରିଯାଇଥିଲେ ବରଂ ଭଲ ହୋଇଥାନ୍ତା। ବୁଧବାର ଅପରାହ୍ଣରେ ତାଙ୍କ ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାର ବହାବଲପୁରରେ କରାଯାଇଛି।
ସୂଚନାଯୋଗ୍ୟରେ ୧୯୯୯ ଏୟାର ଇଣ୍ଡିଆ ବିମାନ ଅପହରଣ କାଣ୍ଡ ପରେ ଭାରତ ସରକାର ମାସୁଦ ଆଝାରକୁ ମୁକ୍ତ କରିଥିଲେ। ଏହା ପରେ ସେ ଜୈସ-ଇ-ମହମ୍ମଦ ଆତଙ୍କୀ ସଂଗଠନ ଗଠନ କରି ଭାରତ ଉପରେ ବାରମ୍ବାର ଆକ୍ରମଣ କରିଥିଲା। ୨୦୦୧ ସଂସଦ ଆକ୍ରମଣ, ୨୦୦୭ ଆଜମେର ଦରଘା ବିସ୍ଫୋରଣ, ୨୦୧୬ ପଠାନକୋଟ ଏୟାରବେସ ଆକ୍ରମଣ, ୨୦୧୬ ଉରି ଆର୍ମିବେସ୍‌ ଆକ୍ରମଣ, ୨୦୧୯ ପୁଲୱାମା ଆକ୍ରମଣ ପଛରେ ମାସୁଦ ଆଝାର ମାଷ୍ଟରମାଇଣ୍ଡ ଥିଲା।

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ।
ପାକିସ୍ତାନରେ ପରାକ୍ରମ ଦେଖାଇଲା ଭାରତୀୟ ସେନା। ରାଫେଲ ଓ ତେଜସର ରଣ କୌଶଳ ଦେଖିଲା ବିଶ୍ୱ। ରାତିଅଧିଆ ପାକିସ୍ତାନ ଉପରେ ଆକ୍ରମଣ କରିଛନ୍ତି ଭାରତୀୟ ସେନା।

ଅପରେସନ ସିନ୍ଦୂର କ୍ରମରେ ଭାରତୀୟ ସେନା ଏହି ଆକ୍ରମଣ କରାଯାଇଥିଲା। ଯେଉଁଥିରେ ଆତଙ୍କୀଙ୍କ ୯ ଟି ଆଡ୍ଡା ଧ୍ଵଂସ ହୋଇଥିବା ବେଳେ ପାକିସ୍ତାନର ୩ ଶହ ଆତଙ୍କୀଙ୍କ ଜୀବନ ଯାଇଥିବା ଦାବି କରିଛନ୍ତି ଭାରତୀୟ ସେନା। ମୃତକଙ୍କ ମଧ୍ୟରେ ପିଓକେରେ କେବଳ ୧୦୦ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ବେଳେ ପାକିସ୍ତାନରେ ୨ ଶହ ଆତଙ୍କୀ ନିହତ ହୋଇଛନ୍ତି।

ଭାରତର ସଶସ୍ତ୍ର ବାହିନୀ କହିଛି ଯେ ଯେଉଁଠାରୁ ଭାରତ ବିରୁଦ୍ଧରେ ଆତଙ୍କବାଦୀ ଆକ୍ରମଣ ଯୋଜନା ଏବଂ ନିର୍ଦ୍ଦେଶିତ ହୋଇଛି ସେହି ୯ ଟି ସ୍ଥାନକୁ ଟାର୍ଗେଟ କରାଯାଇଥିଲା। ବିବୃତ୍ତିରେ କୁହାଯାଇଛି ଯେ କୌଣସି ପାକିସ୍ତାନୀ ସାମରିକ ପ୍ରତିଷ୍ଠାନକୁ ଆକ୍ରମଣ କରାଯାଇ ନାହିଁ।
ଆତଙ୍କୀଙ୍କ ଆଉ କିଛି ଆଡ୍ଡାସ୍ଥଳ ଚିହ୍ନଟ କରାଯାଇଛି। ଖୁବଶିଘ୍ର ସେଗୁଡିକ ଧ୍ଵଂସ କରି ଦିଆଯିବ ବୋଲି ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଛି।

ଶ୍ରୀନଗର ଏୟାର ପୋର୍ଟକୁ ଭାରତୀୟ ସେନା ନିଜ କବାଜକୁ ନେଇଥିବା ବେଳେ ଏବେବି ଭାରତୀୟ ବିମାନ ସେଠାରେ ପଇଁତରା ମାରୁଛି। ଘଟଣା ପରେ ପାକିସ୍ତାନରେ ହାଇ ଆଲର୍ଟ ଜାରି କରାଯାଇଛି। ସେହିଭଳି ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବାରୁ ଉତ୍ତର ଭାରତର ବହୁ ବିମାନକୁ ବାତିଲ କରାଯାଇଛି। ଚଣ୍ଡିଗଡ ଓ ଅମୃତସର ଏୟାରପୋର୍ଟକୁ ଏବେ ବନ୍ଦ୍ କରାଯାଇଛି।

ଅପରପକ୍ଷେ ଘଟଣା ପରେ ଆମେରିକାର ବୈଦେଶିକ ମନ୍ତ୍ରୀ ଏନଏସଇ ସହ କଥା ହୋଇଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ। ଉଭୟ ଦେଶ ମୂହମୁହିଁ ପରିସ୍ଥିତିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି।

ପହଲଗାମ ପ୍ରସଙ୍ଗରେ ପାକିସ୍ତାନକୁ ଜାତିସଂଘ ସୁରକ୍ଷା ପରିଷଦର ସମାଲୋଚନା

ଭାରତ ସହିତ ଉତ୍ତେଜନା ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଏକ ରୁଦ୍ଧଦ୍ୱାର ପରାମର୍ଶରେ ଜାତିସଂଘ ସୁରକ୍ଷା ପରିଷଦ ପାକିସ୍ତାନ ଉପରେ କଡ଼ା ସମାଲୋଚନା କରିଥିବା ଜଣା ପଡ଼ିଛି।

ସଦସ୍ୟମାନେ ଗତ ମାସରେ ପହଲଗାମ ଆକ୍ରମଣରେ ପାକିସ୍ତାନଭିତ୍ତିକ ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୈବାର ସମ୍ପୃକ୍ତି ଉପରେ ଇସଲାମାବାଦକୁ ସମାଲୋଚନା କରିଛି। ଆତଙ୍କବାଦୀମାନେ ୨୫ ଜଣ ପର୍ଯ୍ୟଟକ ଏବଂ ଜଣେ କାଶ୍ମୀର ପୋନି ରାଇଡ୍ ଅପରେଟରଙ୍କୁ ଥଣ୍ଡା ରକ୍ତରେ ହତ୍ୟା କରିଥିଲେ।

ବିଶ୍ୱ ସୁରକ୍ଷା ସଂସ୍ଥାର ସଦସ୍ୟମାନେ ପାକିସ୍ତାନର ପରମାଣୁ ବୟାନବାଜିକୁ ଉତ୍ତେଜନାମୂଳକ କାରଣ ଭାବରେ ଦର୍ଶାଇବା ସହିତ ପରିସ୍ଥିତିକୁ ଆନ୍ତର୍ଜାତୀୟକରଣ କରିବା ପାଇଁ ଇସଲାମାବାଦର ପ୍ରୟାସ ବିଫଳ ହୋଇଥିଲା। ରିପୋର୍ଟରେ କୁହାଯାଇଛି ଯେ ସେମାନେ ପାକିସ୍ତାନର ସାମ୍ପ୍ରତିକ କ୍ଷେପଣାସ୍ତ୍ର ପରୀକ୍ଷଣ ଉପରେ ମଧ୍ୟ ଚିନ୍ତା ପ୍ରକାଶ କରିଥିଲେ।

ପରିଷଦର ୧୦ଟି ଅସ୍ଥାୟୀ ସଦସ୍ୟ ମଧ୍ୟରୁ ଗୋଟିଏ ପାକିସ୍ତାନ, ଭାରତ ସହିତ ଉତ୍ତେଜନାକୁ ଦୃଷ୍ଟିରେ ରଖି ରୁଦ୍ଧ ପରାମର୍ଶ ପାଇଁ ୟୁଏନଏସସିର ଗ୍ରୀକ୍ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଥିଲା।
ୟୁଏନଏସସିର ଅନ୍ୟାନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଭିଟୋ କ୍ଷମତା ଥିବା ସ୍ଥାୟୀ ସଦସ୍ୟ ହେଲେ ଚୀନ୍, ଫ୍ରାନ୍ସ, ରୁଷ, ୟୁକେ ଏବଂ ଆମେରିକା। ଆଲଜେରିଆ, ଡେନମାର୍କ, ଗ୍ରୀସ୍, ଗୟାନା, ପାନାମା, ଦକ୍ଷିଣ କୋରିଆ, ସିଏରା ଲିଓନ, ସ୍ଲୋଭେନିଆ ଏବଂ ସୋମାଲିଆ ଏହାର ଅସ୍ଥାୟୀ ସଦସ୍ୟଙ୍କ ମଧ୍ୟରେ ଅଛନ୍ତି।

ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଆଲୋଚନା ସମୟରେ, ୟୁଏନାଏସସି ସଦସ୍ୟମାନେ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିଲେ ଏବଂ ଦାୟିତ୍ୱର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଆହୁରି ମଧ୍ୟ କୁହାଯାଇଛି ଯେ ପହଲଗାମରେ ପର୍ଯ୍ୟଟକମାନଙ୍କୁ ସେମାନଙ୍କ ଧର୍ମ ଆଧାରରେ ଟାର୍ଗେଟ କରାଯାଇଥିଲା।

ସେମାନେ ପହଲଗାମ ଉପରେ ପାକିସ୍ତାନର ମିଥ୍ୟା ପତାକା କାହାଣୀକୁ ଗ୍ରହଣ କରିବାକୁ ମନା କରିଦେଲେ ଏବଂ ଭାରତ ସହିତ ଦ୍ୱିପାକ୍ଷିକ ଭାବରେ ଏହାର ସମସ୍ୟା ସମାଧାନ କରିବାକୁ ଅନୁରୋଧ କଲେ।

ପିଓକେରେ ହଜାରେ ମଦ୍ରାସା ବନ୍ଦକଲା ପାକିସ୍ତାନ

ଖରାଦିନେ ବଜାରରେ ପ୍ରଚୁର ପରିମାଣର ତରଭୂଜ ମିଳିଥାଏ। ପ୍ରବଳ ଖରାରୁ ତ୍ରାହି ପାଇଁ ତରଭୂଜ ବେଶ ଉପାଦେୟ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇ ଆସିଛନ୍ତି।
ଏପରିସ୍ଥଳେ ତରଭୂତ ଯେତିକି ସ୍ୱାସ୍ଥ୍ୟ ପାଇଁ ଉପାଦେୟ ତାଠାରୁ ଅଧିକ ଉପାଦେୟ ହେଉଛି ଏହା ଭିତରେ ଥିବା ମଞ୍ଜି। ଯଦିବା ଆମେ ତରଭୂଜ ଖାଇବା ବେଳେ ମଞ୍ଜିକୁ ଫିଙ୍ଗି ଦେଇଥାଉ, କିନ୍ତୁ ଆପଣ ତରଭୂଜ ମଞ୍ଜିର ଉପକାରିତା ଓ ଔଷଧିୟ ଗୁଣ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।
ତରଭୂଜ ମଞ୍ଜି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହା ହୃଦୟକୁ ମଧ୍ୟ ସୁସ୍ଥ ରଖେ। ତରଭୂଜ ମଞ୍ଜିରେ ଜିଙ୍କ୍‌ର ପରିମାଣ ଅଧିକ ମାତ୍ରାରେ ରହିଥିବାରୁ ଏହା ଶରୀରର ରୋଗ ପ୍ରତିରୋଧ କୋଷକୁ ସକ୍ରିୟ ରଖେ। ସେହିଭଳି ତରଭୂଜ ମଞ୍ଜିର ରକ୍ତରେ ସୁଗାରର ସ୍ତରକୁ ନିୟନ୍ତ୍ରଣରେ ରଖେ ତେଣୁ ମଧୁମେହ ରୋଗୀମାନଙ୍କ ପାଇଁ ତରଭୂଜ ମଞ୍ଜି ବେଶ ଲାଭଦାୟକ। ତରଭୂଜ ମଞ୍ଜିରେ ପ୍ରଚୁର ପରିମାଣରେ ପ୍ରୋଟିନ, ଆଇରନ, ଜିଙ୍କ ଏବଂ କପର ରହିଥାଏ।
ତରଭୂଜ ମଞ୍ଜି କେଶ ବୃଦ୍ଧି କରିବାରେ ମଧ୍ୟ ବଡ ଭୂମିକା ନିଭାଇଥାଏ। ତରଭୂଜ ମଞ୍ଜିରେ ପ୍ରଚୁର ପରିମାଣରେ ଭିଟାମିନ୍‌ ବି ଭରିରହିଥାଏ। ଯାହା ଆମ ମସ୍କିଷ୍କ ସଂଚାଳନ ଏବଂ ଶିରାପ୍ରଶିରା ସଂଚାଳନରେ ଫାଇଦା ଦିଏ। ତେଣୁ ତରଭୂଜ ମଞ୍ଜିକୁ ଆପଣ ତରଭୂଜ ଖାଇବା ବେଳେ ଚୋବେଇ ଖାଇପାରିବେ। ସେହିଭଳି ତରଭୂଜ ମଞ୍ଜିକୁ ଶୁଖାଇ ପରବର୍ତ୍ତୀ ସମୟରେ ଗୁଣ୍ଡ କରି ଖାଇପାରିବେ। ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ ଉପାଦେୟ।