ରାଜ୍ୟରେ ରହୁଥିବା କିନ୍ନରଙ୍କ ପାଇଁ ଖୁସିଖବର। ଓଡ଼ିଶା ସରକାରଙ୍କ ପକ୍ଷରୁ କିନ୍ନରଙ୍କ ସୁରକ୍ଷା, କଲ୍ୟାଣ ଓ ଅଧିକାର ନିମନ୍ତେ ରାଜ୍ୟ ‘କଲ୍ୟାଣ ବୋର୍ଡ’ ଗଠନ କରାଯାଇଛି। ଓଡିଶା ସରକାରଙ୍କ ଦ୍ୱାରା ୨୦୨୧ ମସିହାରେ କାର୍ଯ୍ୟକାରୀ ହୋଇଥିବା ଓଡ଼ିଶା ଟ୍ରାନ୍ସଜେଣ୍ଡର ପର୍ସନ ପଲିସିରେ ‘ଟ୍ରାନ୍ସଜେଣ୍ଡର ୱେଲଫେୟାର ବୋର୍ଡ’ ବା କିନ୍ନର କଲ୍ୟାଣ ବୋର୍ଡ ନିମନ୍ତେ ପ୍ରାବଧାନ ରହିଥିଲା। ଯାହା କାର୍ଯ୍ୟକାରୀ କରିଛନ୍ତି ସରକାର।
ଗୁରୁବାର ଗଠିତ କଲ୍ୟାଣ ବୋର୍ଡରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ମନ୍ତ୍ରୀଙ୍କୁ ମିଶାଇ ମୋଟ ୧୬ ଜଣ ସଦସ୍ୟ ରହିବେ। ଏଥିରେ ବିଭାଗୀୟ ସଚିବଙ୍କୁ ଉପାଧ୍ୟକ୍ଷ ଓ କିନ୍ନର ସମୁଦାୟର ୨ଜଣଙ୍କୁ ମଧ୍ୟ ସଦସ୍ୟ ରଖାଯିବାର ବ୍ୟବସ୍ଥା ରହିଛି। ପ୍ରତି ୩ ବର୍ଷରେ ଏହି ବୋର୍ଡ ସଦସ୍ୟତା ବଦଳି। ଦେଶର ୨୦ତମ ରାଜ୍ୟ ଭାବେ ଓଡିଶାରେ କିନ୍ନର କଲ୍ୟାଣ ବୋର୍ଡ ଗଠନ କରାଯାଇଛି।
ରାଜ୍ୟ ସାମାଜିକ ସଶକ୍ତୀକରଣ ଓ ଭିନ୍ନକ୍ଷମ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡିଶା ଟ୍ରାନ୍ସଜେଣ୍ଡର ୱେଲଫେୟାର ବୋର୍ଡରେ ଅଧ୍ୟକ୍ଷ ବିଭାଗୀୟ ମନ୍ତ୍ରୀ ରହିବେ। ବିଭାଗୀୟ ସଚିବ ଉପାଧ୍ୟକ୍ଷଙ୍କ ସମେତ ବିଭାଗର ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ଓ ପରିବାର ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା, ଦକ୍ଷତା ଓ ବୈଷୟିକ ଶିକ୍ଷା, ପଂଚାୟତିରାଜ ବିଭାଗ ଓ ନଗର ଉନ୍ନୟନ ବିଭାଗର ପ୍ରତିନିଧିମାନେ ମଧ୍ୟ ସଦସ୍ୟ ରହିବେ।

ଏମାନଙ୍କ ବ୍ୟତୀତ କିନ୍ନର ସମୁଦାୟର ୨ଜଣ, ୩ଟି ଜିଲ୍ଲାର ଜିଲ୍ଲାପାଳ (ପର୍ଯ୍ୟାୟକ୍ରମେ) ଏବଂ ୨ଜଣ ଏନଜିଓରୁ ପ୍ରତିନିଧିତ୍ୱ କରିବେ। ମୋଟ ୧୬ ଜଣଙ୍କୁ ନେଇ ଗଠିତ ଏହି ବୋର୍ଡର କାର୍ଯ୍ୟକାଳ ୩ ବର୍ଷ ହେବ ଓ ଏହା ପ୍ରତି ତିନିମାସରେ ଥରେ ବୈଠକ କରିବ। ବୋର୍ଡରେ ସାମିଲ ଥିବା ଅଣସରକାରୀ ସଦସ୍ୟମାନଙ୍କୁ ବୈଠକରେ ଯୋଗ ଦେବାକୁ ଭତ୍ତା ମିଳିବ ଯାହା ସାମାଜିକ ସଶକ୍ତୀକରଣ ବିଭାଗ ଦ୍ୱାରା ନିର୍ଦ୍ଧାରଣ ହେବ।
କିନ୍ନରଙ୍କ ପାଇଁ ଶିକ୍ଷା, ନିଯୁକ୍ତି, ଆବାସ ଓ ସ୍ୱାସ୍ଥ୍ୟ ଯୋଜନାଗୁଡିକର ତଦାରଖ ସହ ସେମାନଙ୍କର ସାମ୍ବିଧାନିକ ଓ ମାନବାଧିକାର ସୁରକ୍ଷାକୁ ସୁନିଶ୍ଚତ କରାଇବେ। ସେହିଭଳି ସର୍ଭେ, ଗବେଷଣା ଓ ମୂଲ୍ୟାୟନ ମାଧ୍ୟମରେ ସେମାନଙ୍କର ଆବଶ୍ୟକତାର ଅଧ୍ୟୟନ କରାଯିବ। ଗୁଣାତ୍ମକ ଉନ୍ନୟନ ପ୍ରକଳ୍ପ ଓ ଯୋଜନା ପ୍ରଣୟନ ସହ ପର୍ଯ୍ୟାପ୍ତ ଅର୍ଥ ବରାଦ କରାଯିବ। ଜିଲ୍ଲାଗୁଡିକରେ କଲ୍ୟାଣମୂଳକ କାର୍ଯ୍ୟକ୍ରମର ନିରୀକ୍ଷଣ ସମେତ ସରକାରଙ୍କ ବିଭିନ୍ନ ବିଭାଗର ଯୋଜନାଗୁଡିକ ମଧ୍ୟରେ ସମନ୍ୱୟ ରଖି ଟ୍ରାନ୍ସଜେଣ୍ଡର ସମୁଦାୟର କଲ୍ୟାଣ ସୁନିଶ୍ଚିତ କରିବା।