ଆପଣ ଔଷଧ ବ୍ୟବହାର କରୁଛନ୍ତି କି, ତେବେ ସତର୍କ ହୋଇଯାଆନ୍ତୁ। ଯେଉଁ ଔଷଧ କୁଣୁଛନ୍ତି ତାର ମାନ ଓ ଅସଲି ଗୁଣବତ୍ତାକୁ ପରୀକ୍ଷା କରି ନିଅନ୍ତୁ। କାରଣ ଓଡ଼ିଶାରେ ବିକ୍ରି ହେଉଛି ନକଲି ଔଷଧ। ବିଶେଷକରି ରାଜ୍ୟ ବାହାରୁ ଓଡି଼ଶାକୁ ଆସୁଛି ପୁଳାପୁଳା ନକଲି ଔଷଧ।
କେବଳ ନକଲି ଔଷଧ ନୁହେଁ ଓଡ଼ିଶା ବଜାରେ ବିକ୍ରି ହେଉଥିବା ଜିଙ୍କ୍ ସଲଫେଟ, ସୋଡିୟମ ଲାକଟେଟ, ହେପ୍ରେନ ସୋଡିୟମ ଇଂଜେକସନ ନିମ୍ନମାନର ବୋଲି ବିଧାନସଭାରୁ ମିଳିଛି ଏହି ତଥ୍ୟରୁ ଜଣାପଡ଼ିଛି। ବିଧାନସଭାରେ ଲିଖିତ ଉତ୍ତରରେ ଏହା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ ଉତ୍ତରରେ କହିଛନ୍ତି ଯେ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗର କୋଲକାତା, ହାଇଦ୍ରାବାଦରୁ ଓଡ଼ିଶାକୁ ଆସୁଥିଲା ନକଲି ଔଷଧ। ୩ ବର୍ଷରେ ୧୦୩ଟି ମେଡିସିନ ନିମ୍ନମାନର ବୋଲି ସରକାରୀ ଭାବେ ଜଣାପଡ଼ିଛି। ଏଥିପାଇଁ ୪ ସପ୍ଲାୟରଙ୍କ ସମେତ ସେହି ସବୁ କମ୍ପାନୀକୁ କଳା ତାଲିକାଭୁକ୍ତ କରାଯାଇଛି।
ମିଳିଥିବା ସରକାରୀ ତଥ୍ୟ ନଅୁଯାୟୀ ୨୦୨୨-୨୩ ମସିହାରେ ୪୫ ପ୍ରକାର ଔଷଧକୁ ନିମ୍ନମାନର ବୋଲି ଦର୍ଶାଯାଇଥିବା ବେଳେ ୨୦୨୩-୨୪ରେ ୩୨ ପ୍ରକାର, ୨୦୨୪-୨୫ ମସିହାରେ ୨୬ ପ୍ରକାର ଔଷଧ ନିମ୍ନମାନର ଥିବା ଜଣାପଡ଼ିଛି।


