ସାଧାରଣରେ ଲୋକେ ନିର୍ଯାତିତ ହେଲେ ଲୋକେ ପୁଲିସ ଦ୍ୱାରସ୍ତ ହୋଇଥାନ୍ତି। କିନ୍ତୁ ଯଦି ଖୋଦ ପୁଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିର୍ଯାତିତ ହେବେ ତେବେ ସେ କାହା ଶରଣ ପଶିବେ! ଏ ନେଇ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିବ। ତେବେ ଏଭଳି ଏକ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲାରୁ।
ବାଲେଶ୍ୱର ଏସପିଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଜଳେଶ୍ୱର ଏସଡିପିଓ ବ୍ରଜମୋହନ ପ୍ରଧାନ। ଏସ୍ପି ତାଙ୍କ ଉପରେ ଏକାଧିକ ଦାୟିତ୍ୱ ଲଦି ଦେଉଛନ୍ତି। ଏପରିକି ଜେନେରାଲ ମିଟିଙ୍ଗରେ ଅନ୍ୟ ଅଧସ୍ତନ କର୍ମଚାରୀଙ୍କ ଆଗରେ ତାଙ୍କୁ ଅପମାନିତ କରୁଥିବା ଅଭିଯୋଗ କରିଛନ୍ତି ଏସ୍ଡିପିଓ। ବାଲେଶ୍ୱର ହେଡକ୍ୱାର୍ଟର୍ସରେ ଡିଏସପି ଦାୟିତ୍ୱ ତୁଲାଉଥିଲାବେଳେ ପୁଣି ଜଳେଶ୍ୱରରେ ଏସଡିପିଓ ଦାୟିତ୍ୱ ତୁଲାଉଛନ୍ତି। ବୟସ ତାଙ୍କର ୫୮ ବର୍ଷ ହେଲାଣି, ତାଙ୍କ ଘର କନ୍ଧମାଳ ଜିଲ୍ଲାରେ।
ଏଭଳି ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି। ଶେଷରେ ସେ ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏସଡିପିଓ ଦାୟିତ୍ୱ ପ୍ରତ୍ୟାହାର କରି ନିଆ ନ ଯାଏ ତାହାହେଲେ ସେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି।
ଏକ ପକ୍ଷରେ ପୁଲିସ ଅନ୍ୟକୁ ସୁରକ୍ଷା ଦେଉଥିବା ବେଳେ ଜଣେ ପୁଲିସ ଅଧିକାରୀ ଜୀବନ ହାରିବା ଭଳି ନିଷ୍ପତ୍ତି ନେବା ଭଳି ଅପ୍ରିତିକର ପରିସ୍ଥିତିକୁ ନେଇ ଉଠିଛଇ ପ୍ରଶ୍ନ।
ଜିଲ୍ଲାପାଳଙ୍କ ବ୍ୟବହାର ମଧ୍ୟ ତାଙ୍କୁ ଅତିଷ୍ଠ କରୁଛି। ତେଣୁ ମାନସିକ ସ୍ଥିତି ଭଲ ନାହିଁ ବୋଲି ଚିଠିରେ ପୂର୍ବାଞ୍ଚଳ ଡ଼ିଆଇଜିଙ୍କୁ ଜଣାଇଛନ୍ତି।
ବୁଧବାର ଏସଡିପିଓ ଶ୍ରୀ ପ୍ରଧାନ ଜଳେଶ୍ୱର ଥାନାରେ ଥିବା ବେଳେ ହଠାତ ଅସୁସ୍ଥ ହୋଇଥିଲେ। ତାଙ୍କୁ ଜଳେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପୂର୍ବାଞ୍ଚଳ ଡ଼ିଆଇଜି ତାଙ୍କୁ ହସପିଟାଲରେ ଦେଖା କରିଛନ୍ତି। ହସ୍ପିଟାଲରେ ତାଙ୍କ ବୟାନ ମଧ୍ୟ ଡିଆଇଜି ନେଇଛନ୍ତି। ଘଟଣାଟି ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।