ବିଭିନ୍ନ ସମୟରେ ଅଭିଯୁକ୍ତମାନେ ଭିନ୍ନ ଭିନ୍ନ ବାହାନା କରି ପୁଲିସ ପାଖରୁ ଖସି ଯାଇଥାନ୍ତି। କିନ୍ତୁ ମଧ୍ୟପ୍ରଦେଶରେ ଏଭ ଅଜବ ଘଟଣା ଘଟିଛି ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇପାରେ। ଜଣେ ଦୁଷ୍କର୍ମକାରୀ ସ୍ଥାନୀୟ ଲୋକ ଓ ପୁଲିସ କବଳରୁ ନିଜକୁ ରକ୍ଷା କରିବାକୁ ଯାଇ ବିଦ୍ୟୁତ ଟାୱାର ଉପରେ ଚଢ଼ି ହାଇଭୋଲଟେଜ୍‌ ଡ୍ରାମା କରିଥିଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ମୁରେନାରେ। ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।
ଖବର ନେବାରୁ ଜଣାପଡ଼ିଛି ଯେ, କୁତ୍ରାଭଲି ଗାଁର ଜଣେ ବିବାହିତା ମହିଳା ତାଙ୍କ ଶ୍ୱଶୁରଙ୍କୁ ଫାର୍ମରେ ଖାଦ୍ୟ ଦେବାକୁ ଯାଉଥିବା ସମୟରେ ଖରଦିଆ ଡ୍ରେନ୍‌ ନିକଟରେ ଜଣେ ଯୁବକ ବୋହୂଙ୍କୁ ଜୋରଜବରଦସ୍ତି ଏକ ନିଛାଟିଆ ସ୍ଥାନକୁ ଟାଣି ନେଇ ଦୁଷ୍କର୍ମ କରିଥିଲା। ଯୁବକଙ୍କ କବଳରୁ ମୁକଳିବା ପରେ ବୋହୂ ଚାଷ ଜମିରେ କାମ କରୁଥିବା ଗାଁର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ।
ଖବର ପାଇ ବୋହୂଙ୍କ ଶ୍ୱଶୁର ଏବଂ ଚାଷଜମିରେ କାମ କରୁଥିବା ଅନ୍ୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଦୁଷ୍କର୍ମକାରୀର ପିଛା କରିବା କରିଥିଲେ। ପୁଲିସ ଓ ଗ୍ରାମବାସୀଙ୍କ ଠାରୁ ରକ୍ଷା ପାଇବା ପାଇଁ ଦୁଷ୍କର୍ମକାରୀ ଜଣକ ଏକ ଉଚ୍ଚବିଦ୍ୟୁତ୍‌ ଟାୱାର ଉପରେ ଚଢ଼ିଯାଇଥିଲେ।
ଅଭିଯୁକ୍ତ ଯୁବକ ବିଦ୍ୟୁତ ଖୁଣ୍ଟ ଉପରେ ଚଢ଼ି ୩ଘଣ୍ଟା ଧରି ନାଟକ କରିଥିଲେ। ସ୍ଥାନୀୟଲୋକେ ଓ ପୁଲିସ ଅନେକ ଉଦ୍ୟମ ପରେ ବିଦ୍ୟୁତ ଖୁଣ୍ଟ ଉପରୁ ଯୁବକଙ୍କୁ ଓହ୍ଲାଇ ଆଣିବାରେ ସଫଳ ହୋଇଥିଲେ। ମହିଳାଙ୍କ ଅଭିଯୋଗ କ୍ରମେ କୈଲାରସ ପୁଲିସ ଅଭିଯୁକ୍ତ ଯୁବକ ସୋନୁ ଜାଟବ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲା ଓ ସେ ତଳକୁ ଆସିବା ପରେ ତାକୁ ଗିରଫ କରିଥିଲା। ସୋନୁ ଧୋବିପୁରା ଥାନା ଚିନ୍‌ନୋନିର ବାସିନ୍ଦା ବୋଲି ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିବାର ମାତ୍ର କିଛି ସମୟ ମଧ୍ୟରେ ପାକିସ୍ତାନ ସୀମାରେ ପୁଣି ଦେଖାଗଲା ଡ୍ରୋନ୍‌। ସାମ୍ବାରେ ପାକିସ୍ତାନ ପଟୁ ଡ୍ରୋନ୍‌ ଉଡ଼ିଥିବା ସୂଚନା ମିଳିଛି।
ଡ୍ରୋନ ଉଡ଼ିବା ନେଇ ଏଏନଆଇରେ ସୂଚନା। ତେବେ ସବୁ ଡ୍ରୋନକୁ ନଷ୍ଟ କଲା ଭାରତୀୟ ଏୟାର ଡିଫେନ୍ସ। ପ୍ରଥମ ପର୍ଯ୍ୟାୟ ଡ୍ରୋନ ପରେ ଆଉ ଆସି ନ ଥିବା ସୂଚନା।
ତେବେ କିଛି ସମୟ ତଳେ ସାମ୍ବାରେ ବିସ୍ଫୋରଣର ଶବ୍ଦ ଶୁଭିଥିବାର ଖବର ଆସିଥିଲା। ଡ୍ରୋନ୍‌ ଦେଖାଯିବା ପରେ ସାମ୍ବାକୁ ବ୍ଲାକ ଆଉଟ୍‌ କରାଗଲା। ଯଦିବା ସାମ୍ବା ସେକ୍ଟରରେ ବହୁତ କମ୍‌ ସଂଖ୍ୟକ ଡ୍ରୋନ ଆସିଛି ଏବଂ ପରେ ଆଉ ଆସିନି। ତେଣୁ ଭୟଭୀତ ହେବାର କିଛି ନାହିଁ ବୋଲି ସେନା ସୂତ୍ରରୁ କୁହାଯାଇଛି।
ସେପଟେ ସଂଧ୍ୟା ୫ଟାରେ ୫ଟାରେ ଭାରତ-ପାକିସ୍ତାନ ଭିତରେ ଡିଜିଏମଓ ସ୍ତରୀୟ ବୈଠକ ହୋଇଥିଲା। ଏଥିରେ ସୀମାରେ ଗୋଟିଏ ବି ଗୁଳି ଫୁଟିବନି କି ଗୋଟିଏ ବି ଗୁଳିର ଶବ୍ଦ ବି ଶୁଭାଯିବନି ବୋଲି ଭାରତ-ପାକିସ୍ତାନ ଡିଜିଏମଓ ସ୍ତରୀୟ ବୈଠକରେ ବଡ଼ ନିଷ୍ପତ୍ତି ହୋଇଛି। ଆକ୍ରମଣାତ୍ମକ କିମ୍ବା ଶତ୍ରୁତାପୂର୍ଣ୍ଣ ଆକ୍ସନ ନନେବା ସହ ସୀମାରୁ ଦୁଇ ଦେଶ ସୈନ୍ୟ ସଂଖ୍ୟା ହ୍ରାସ କରିବାକୁ ମଧ୍ୟ ବୈଠକରେ ସହମତି ହୋଇଛି। ତେବେ ଅସ୍ତ୍ରବିରତି ପରେ ସାମ୍ବାରେ ଡ୍ରୋନ୍‌ ଦେଖା ଦେବା ପାକିସ୍ତାନର ଦୋମୁହାଁ ନୀତିକୁ ଦର୍ଶାଉଛି।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ସୋମବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ପାକିସ୍ତାନର ଆତଙ୍କବାଦୀ ସପକ୍ଷବାଦ ମନବୃତ୍ତିକୁ ନିନ୍ଦା କରିଛନ୍ତି। ଏମିତି କି ପାକିସ୍ତାନ ଆତଙ୍କବାଦୀଙ୍କୁ ସହଯୋଗ କରୁଥିବାରୁ ଭାରତୀୟ ସେନା ଆକ୍ରମଣ କରିଥିଲେ ବୋଲି କହିଥିଲେ। ବିଭିନ୍ନ ସମୟରେ ପରମାଣ ଶକ୍ତିକୁ ନେଇ ବ୍ଲାକ୍‌ ମେଲିଂ କରିଛି। ଆଗାମୀ ଦିନରେ ଏଭଳି କଲେ କଡ଼ା ଜବାବ୍‌ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
‘ଅପରେସନ ସିନ୍ଦୂର’ ପରେ ରାତାରାତି ଚର୍ଚ୍ଚାକୁ ଆସିଥିବା  କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କୁ ନେଇ ସାରା ରାଷ୍ଟ୍ରରେ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ରାଣୀ ଲକ୍ଷ୍ମୀବାଇଙ୍କ ସହ ସୋଫିଆଙ୍କ କିଭଳି ସମ୍ପର୍କ ରହିଛି ୨୦୧୭ର ଏକ ଭାଇରାଲ୍‌ ଭିଡିଓରୁ ଆସନ୍ତୁ ଜାଣିବା।
ଏବେ ଭାଇରାଲ୍‌ ହେଉଥିବା ଏକ ପୁରୁଣା ଭିଡ଼ିଓରେ ସୋଫିଆ କହିଥିଲେ ଯେ ତାଙ୍କ ପଣଜେଜେମା ଜଣେ ଯୋଦ୍ଧା ଥିଲେ। ୧୮୫୭ ମସିହାରେ ବିଦ୍ରୋହ ସମୟରେ ଝାନସୀ ରାଣୀ ଲକ୍ଷ୍ମୀବାଈଙ୍କ  ସହ ମିଶି ସେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଲଢ଼ି କରିଥିଲେ।
ତାଙ୍କ ବାପା ଜଣେ ସେନା ଅଧିକାରୀ, ତେଣୁ ପିଲାବେଳୁ ହିଁ ଶୃଙ୍ଖଳା ଭିତରେ ସେ ବଢ଼ି ଆସିଛନ୍ତି। ସୋଫିଆଙ୍କ ଜେଜେବାପା ମଧ୍ୟ ଜଣେ ସୈନ୍ୟ ଥିଲେ ଏବଂ ସବୁବେଳେ କହୁଥିଲେ ଯେ ଭାରତର ପ୍ରତିଟି ନାଗରିକଙ୍କ କର୍ତ୍ତବ୍ୟ ହେଉଛି ସତର୍କ ରହିବା ଏବଂ ଦରକାର ବେଳେ ନିଜ ଦେଶ ପାଇଁ ଛିଡା ହେବା। ଏଥିରୁ ହିଁ ଜଣାପଡେ଼ ପିଢ଼ି ପିଢ଼ି ପିଢ଼ି ଧରି ସୋଫିଆଙ୍କ ପରିବାର ଦେଶ ପ୍ରତି ସମର୍ପିତ।
ପିଲାଟି ଦିନରୁ ସୋଫିଆଙ୍କ ମା’ ଚାହୁଁଥିରେ ଯେ ତାଙ୍କ ଦୁଇ ଝିଅଙ୍କ ମଧ୍ୟରୁ ଜଣେ ସେନା ପ୍ରତି ସମର୍ପିତ ହୁଅନ୍ତୁ।
ମାଆଙ୍କର ସେହି ଇଚ୍ଛାକୁ ପୂରଣ କରିଛନ୍ତି ସୋଫିଆ। ତାଙ୍କ ବାପା ୧୯୭୧ ରେ ବାଂଲାଦେଶ ଯୁଦ୍ଧରେ ଲଢ଼ିଥିଲେ। ଦାଦା ବିଏସଏଫରେ ସେବା ଯୋଗାଉଥିବା ବେଳେ ଦାଦାଙ୍କ ଜେଜେବାପା ବ୍ରିଟିଶ୍‌ ସେନାର ଅଧିକାରୀ ଥିଲେ କିନ୍ତୁ ପରେ ସେ କ୍ରାନ୍ତିର ଲଢେ଼ଇରେ ସାମିଲ୍‌ ହୋଇଥିଲେ। ସୋଫିଆଙ୍କ ଭଉଣୀ କହିଥିଲେ ଯେ ଆମ ଜେଜେମା’ ତାଙ୍କ ଶାଶୂମା’ଙ୍କ ବୀରତ୍ୱର କାହାଣୀ ସବୁବେଳେ ଶୁଣାଉଥିଲେ। କେମିତି ସେ ରାଣୀ ଲକ୍ଷ୍ମୀବାଈଙ୍କ ସହ ମିଶି ରଣକ୍ଷେତ୍ରକୁ ଓହ୍ଲାଉଥିଲେ ଏବଂ ଲଢେ଼ଇ କରୁଥିଲେ ସେ ନେଇ ଅବଗତ କରାଉଥିଲେ।
କର୍ଣ୍ଣେଲ ସୋଫିଆ ୧୯୭୪ରେ ଗୁଜରାଟର ବଡୋଦରାରେ ଜନ୍ମ ହୋଇଥିଲା।
ସେ ୧୯୯୭ରେ ବାୟୋକେମେଷ୍ଟ୍ରିରେ ମାଷ୍ଟର ଡିଗ୍ରୀ ହାସଲ କରି ଭାରତୀୟ ସେନାର ମେକେନାଇଜ୍ଡ ଇନଫେଣ୍ଟ୍ରିରେ କାମ କରୁଛନ୍ତି। ୨୦୧୬ ରେ ସେ ଏଏସ୍‌ଇଏଏନ୍‌ ପ୍ଲସ୍‌ ମଲ୍ଟିନ୍ୟାସନାଲ୍‌ ମିଲେଟ୍ରି ଏକ୍ସରସାଇଜ ‘ଫୋର୍ସ ୧୮’ ରେ ଭାରତୀୟ ଦଳର ନେତୃତ୍ୱ କରିଥିବା ପ୍ରଥମ ଭାରତୀୟ ମହିଳା ଅଧିକାରୀ ଥିଲେ। ୧୮ ଟି ଦେଶ ଭିତରୁ ସେ ଏକମାତ୍ର ମହିଳା କମାଣ୍ଡର ଥିଲେ।

ଗତ କିଛିଦିନ ଧରି ଭାରତ-ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ପରିପ୍ରେକ୍ଷୀରେ ପାକିସ୍ତାନ ସେନାଗୁଳିରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଘରେ ପହଞ୍ଚିଛନ୍ତି ଜମ୍ମୁକଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲା।
ପ୍ରାୟ ଦୁଇ ସପ୍ତାହ ହେବ ସୀମାବର୍ତ୍ତୀ ଅଞ୍ଚଳ ଗମ୍ଭୀର ଥିବାରୁ ବିଳମ୍ଭରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମୃତକଙ୍କ ଘରେ ପହଞ୍ଚି ଆଶ୍ୱାସନା ଦେଇଛନ୍ତି। ପାକିସ୍ତାନ ସେନାର ଆକ୍ରମଣରେ ପ୍ରାଣ ହରାଇଥିବା ୨ କୁନି କୁନି ଶିଶୁଙ୍କ ଘରକୁ ଯାଇ ସେମାନଙ୍କ ପରିବାକୁ ଭେଟିଛନ୍ତି  ଅବଦ୍ଦୁଲା। ଏହା ପୂର୍ବରୁ ଗୁଳିମାଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଥିବା ବେଳେ ସୋମବାର ଘର ଘର ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଅବ୍‌ଦୁଲା।
ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା ଗତ ୩ ଦିନ ତଳର କଥାକୁ ମନେପକାଇ କହିଛନ୍ତି, ୩-୪ ଦିନ ଜମ୍ମୁକାଶ୍ମୀର ଏବଂ ପୁଞ୍ଚରେ ଯୁଦ୍ଧ ଭଳି ପରିସ୍ଥିତି ଥିଲା। ଯାହା ଅତ୍ୟନ୍ତ ଜଟିଳ ପରିସ୍ଥିତି। ପାକିସ୍ତାନର ଘନଘନ ଗୁଳିମାଡ଼ରେ ବହୁ ଲୋକଙ୍କ ପ୍ରାଣ ଯାଇଛି। ମିଳିଥିବା ସୂଚନା ଅନୁଯାୟୀ ୧୯ ଜଣଙ୍କ ଜୀବନ ଯାଇଛି। ଆଜି ମୁଁ ସେମାନଙ୍କ ଘରକୁ ଆସିଛି, ପୁଞ୍ଚର ଜନସାଧାରଣଙ୍କୁ ଧନ୍ୟବାଦ ସେମାନେ ସେଭଳି ଏକ ବିଷମ ସ୍ଥିତିରେ ଭାଇଚାରା ବଜାୟ ରଖି ପରସ୍ପର ସାହାଯ୍ୟ କରିଥିଲେ।
ଅପରପକ୍ଷେ ପାକିସ୍ତାନ ଉପରେ ବର୍ଷିଷନ୍ତି ଓମାର ଅବଦ୍ଦୁଲା। ପାକିସ୍ଥାନ କେବଳ ଗୋଟିଏ ଧର୍ମକୁ ଟାର୍ଗେଟ୍‌ କରିନି ବରଂ ସେ ସୀମାର ମନ୍ଦିର, ଗୁରୁଦ୍ୱାର, ଦରଘା ଆଦି ସବୁ ଧର୍ମାନୁଷ୍ଠାନକୁ ଟାର୍ଗଟ୍‌ କରିଥିଲା। ଭାରତୀୟ ଯବାନ ପାକିସ୍ତାନର କୌଣସି ମସଜିଦକୁ ଟାର୍ଗେଟ୍‌ କରିନାହାନ୍ତି। ଏହା ପାକିସ୍ତାନର ମିଛ ପ୍ରୋପାଗୋଣ୍ଡା। ସେ କୌଣସି ଧର୍ମ ବା ସମ୍ପଦାୟର ହେଉନା କାହିଁକି ସମଗ୍ର ମନୁଷ୍ୟଜାତିକୁ ସୁକ୍ଷା ଦେବା ଆମର ଲକ୍ଷ୍ୟ।

ଭଲ କାମ ପାଇଁ ଆପଣ ଆଗେଇ ଆସନ୍ତୁ। ଶହଶହ ହାତ ଆପଣଙ୍କ ସହ ରହିବ। ଯାହା କେବେ ଆପଣ କଳ୍ପନା କରି ନ ଥିବେ। 

ଭୁବନେଶ୍ଵର ବିମାନ ବନ୍ଦରରୁ ନୂଆଦିଲ୍ଲୀ ପ୍ରାୟ ଛ ଘଣ୍ଟାର ବିମାନ ଯାତ୍ରା। ଠିକ୍ ଟେକଅଫ୍ ପୂର୍ବରୁ ଦେଖିଲି ପ୍ଲେନର କବାଟ ଖୋଲା ହେଲା ଆଉ ସଙ୍ଗେ ସଙ୍ଗେ ୧୦ ଜଣ ଭାରତୀୟ ଜୱାନ ଚଢିଲେ। ମୋ ଚାରିପଟ ସିଟରେ ସେମାନେ ବସିପଡିଲେ। ମୁଁହ ଗୁଡା କେମିତି ଶାନ୍ତ, ଗମ୍ଭୀର ସେମାନଙ୍କ। ମୋ ପାଖରେ ବସିଥିବା ଜଣେ ଯବାନଙ୍କୁ ପଚାରିଲି, କୁଆଡେ ଯାଉଛନ୍ତି ଆପଣମାନେ?

ସେ କହିଲେ, ଦୁଇ ସପ୍ତାହର ଟ୍ରେନିଂ ଅଛି, ତା ପରେ ଅପରେସନ।

ଏତିକି କହି ସେ ଚୁପ୍। କି ଅପରେସନ, କେଉଁଠି ଅପରେସନ, କିଛିବି କହିଲେ ନାହିଁ। ବୁଝି ପାରିଲି, କହିବାର ପାର୍ମିଶନ ନାହିଁ…!

ପ୍ରାୟେ ଘଣ୍ଟେ ପରେ ଏୟାର ହୋଷ୍ଟେସ ଘୋଷଣା କଲେ ଆପଣମାନଙ୍କ ଲଞ୍ଚ ସର୍ଭ କରା ଯିବ, ଯେଉଁ ମାନେ ଚାହିଁବେ, ପଇସା ଦେଇ ଲଞ୍ଚ କିଣି ପାରିବେ।

ମନିବେଗ ବାହାର କରୁଛି, ଏହି ସମୟ ରେ ଶୁଣିଲି ସେଇ ଜୱାନ ମାନଙ୍କ ମଧ୍ୟରେ କଥୋପୋକଥନ୍….

ଜଣେ ପଚାରିଲେ- ଖାଇବୁ ?
ଆଉଜଣେ ଧୀରେ ଧୀରେ କହିଲେ, ଏଠି ବହୁତ୍ ଦାମ। ତଳକୁ ଓହ୍ଲେଇ ହୋଟେଲରେ ଖାଇବା।

କ’ଣ ଗୋଟେ ହେଇଗଲା ମୋ ମନ ମଧ୍ୟରେ। ଚୁପଚାପ୍ ଉଠି ଯାଇ ଏୟାର ହୋଷ୍ଟେଶ୍ କୁ କହିଲି, ସେମାନଙ୍କ ସମସ୍ତଙ୍କ ଖାଇବା ବିଲ ମୁଁ ଦେବି, ପ୍ଲିଜ ଆପଣ ସର୍ଭ କରି ଦିଅନ୍ତୁ।

ଏୟାର ହୋଷ୍ଟସ ଝିଅଟି ଆଖି ଛଳ ଛଳ ହୋଇ ଉଠିଲା। ଧୀର ସ୍ୱରରେ ସେ କହିଲା, ସାର ମୋ ଭାଇ କାର୍ଗିଲ ରେ ଲଢ଼ୁଛି ଏବେ। ମୋତେ ଲାଗୁଛି ଯେମିତି ଆପଣ ମୋ ଭାଇକୁ ଖୁଆଉଛନ୍ତି !

ମନଟା କେମିତି ଗୋଟେ ହେଇଗଲା। ସିଟକୁ ଫେରି ଆସିଲି। ଅଧ ଘଣ୍ଟା କଟୁ ନା କଟୁ ସେମାନଙ୍କ ସମସ୍ତଙ୍କ ପାଖରେ ଖାଦ୍ୟ ପହଞ୍ଚିଗଲା। କିଛିଟା ବିସ୍ମିତ ହେଲେ ସେମାନେ କଣ ଭାବିଲେ କେଜାଣି ଖାଇବା ପ୍ୟାକେଟ ଖୋଲି ଖାଇବା ଆରମ୍ଭ କରି ଦେଲେ ସମସ୍ତେ। ଦେଖିକି ଜଣା ପଡ଼ୁଥିଲା ସେମାନେ ସମସ୍ତେ ଖୁଧାର୍ତ ଥିବା ପରି।

ମୁଁ ନିଜର ଲଞ୍ଚ ଶେଷ କରି ଟଏଲେଟ୍ ଆଡ଼କୁ ଯାଉଛି, ହଠାତ୍ ଜଣେ ବୃଦ୍ଧ ଆଗେଇ ଆସିଲେ। କହିଲେ, ମୁଁ ସବୁ ଦେଖିଛି। ଆପଣ ସତରେ ଜଣେ ଭଲ ମଣିଷ, ସାର। ତା ପରେ ମୋ ହାତରେ ଗୋଟେ ୫୦୦ ଟଙ୍କା ନୋଟ୍ ଗେଞ୍ଜି ଦେଇ କହିଲେ, ଏ ଭଲ କାମର ଗୋଟେ ଅଂଶ ମୁ ମଧ୍ୟ ହେବାକୁ ଚାହେଁ….! ମୋତେ କିଛି ଉତ୍ତର ଦେବା ସୁଯୋଗ ନା ଦେଇ ସେ ତାଙ୍କ ସିଟକୁ ଫେରିଗଲେ ଭଦ୍ରଲୋକ ଜଣକ।

ଫେରି ଆସି ଭାବୁଛି, ଏ ସବୁ କଣ ହଉଛି ଦେଖେ। ପାଇଲଟ୍ ନିଜେ ମୋ ସିଟ୍ ପାଖକୁ ଆସିଲେ! ବିସ୍ମିତ ହେଇ ସିଟବେଲ୍ଟ ଖୋଲି ଛିଡ଼ାହେଲି। ସେ ହସି କହିଲେ, “ଆପଣଙ୍କ ସହିତ ହାତ ମେଳେଇବାକୁ ଆସିଲି।”

ମୁଁ ଆହୁରି ଅଧିକ ବିସ୍ମିତ ହେଇ ପଚାରିଲି, ” କାହିଁକି ସର?” ସେ କହିଲେ, ” ମୁଁ ନିଜେ ଦିନେ ଫାଇଟର ପାଇଲଟ୍ ଥିଲି। ସେ ସମୟ ରେ ଜଣେ ଅଚିହ୍ନା ଭଦ୍ରବ୍ୟକ୍ତି ମୋତେ ଖୁଆଇଥିଲେ। ଆଜି ଆପଣ ମୋତେ ସେଇ ମୁହୂର୍ତ୍ତ ଟା ମୋତେ ଫେରେଇଦେଲେ….. ମୁଁ ସବୁ ଶୁଣିଛି କେବିନ୍ କ୍ରୁ ପାଖରୁ….!”

ହଠାତ୍ ଚାରି ପଟୁ ହାଥତାଳି ଗୁଞ୍ଜି ଉଠିଲା। ମୁଁ ବହୁତ୍ ଲଜ୍ଜ୍ୟା ରେ ପଡ଼ିଗଲି। କାରଣ ମୁଁ ତ ସେମିତି କିଛି ଭାବିକି କିଛି କରିନି। ମନ କହିଲା, ସେଇଥି ପାଇଁ କରିଥିଲି…. ହାତତାଳି ପାଇବା ପାଇଁ ତ କିଛି କରିନଥିଲି….!

କିଛି ସମୟ ପରେ, ଜଣେ ୧୮ ବର୍ଷ ବୟସି ପିଲା ମୋ ପାଖକୁ ଆସି ହସି କି ମୋ ସହିତ ହାତ ମେଳେଇଲା, ଟା ପରେ ଗୋଟେ ଟୁକୁରା କାଗଜ ମୋ ହାତରେ ଗେଞ୍ଜୀ ଦେଇ ଚାଲି ଗଲା। ମୁଁ କେମିତି ଟିକେ ଭାବରେ ବିଭ୍ୱଳ ହେଇ ପଡ଼ିଥିଲି….!

ବିମାନ ଅବତରଣ କଲା।
ମୋର ବ୍ୟାଗ୍ ଓହ୍ଲାଉଛି, ଏଇ ସମୟର ଜଣେ ଭଦ୍ରଲୋକ ଚୁପଚାପ୍ ମୋ ପକେଟ୍ ରେ କିଛି ପୁରାଇ ଦେଇ ବ୍ୟସ୍ତ ହେଇ ଆଗକୁ ବଢ଼ି ଗଲେ। ପୁଣି ଗୋଟେ ନୋଟ୍। ଲାଗେଜ ବେଲ୍ଟ ପାଖରେ ପହଞ୍ଚି ଦେଖିଲି ସେଇ ଦଶ ଜଣ ସୈନିକ ବି ଛିଡା ହୋଇଛନ୍ତି ତାଙ୍କ ଲାଗେଜେ ଅପେକ୍ଷାରେ। ମୁଁ ଦୌଡ଼ି ଗଲି ତାଙ୍କ ପାଖକୁ….. କହିଲି, “ଏଇ ଟଙ୍କା ତକ ରଖନ୍ତୁ। ଏଗୁଡ଼ା କିଛି ଦେଶବାସୀଙ୍କ ଆପଣ ମାନଙ୍କ ପାଇଁ ଭଲ ପାଇବାର ଏକ ନିଦର୍ଶନ ମାତ୍ର। ଆପଣ ମାନେ ଆମ ପାଇଁ ଯାହା କରନ୍ତି, ଏଇ ସାମାନ୍ୟ ଟଙ୍କା ଦେଇ ତା ଭରଣା କରିବା କେଭେବି ସମ୍ଭବ ନୁହଁ। ମୁଁ କେବଳ ଆପଣ ମାନଙ୍କ ପ୍ରତି ମୋର କୃତଜ୍ଞତା ଜଣେଇବାକୁ ଆସିଛି ମାତ୍ର।”

ସେମାନେ ଚୁପଚାପ୍ ଛିଡା ହେଇଥିଲେ। କାହାରି ଆଖି ରେ ଲୁହ ଟା କାହାରି ମୁହଁରେ ହସ। ଗୋଟେ ପ୍ଲେନ ଭର୍ତ୍ତି ଦେଶବାସୀଙ୍କ ଭଲ ପାଇବା କୁ ଜାବୁଡ଼ି ଧରି ଏଥର ସେମାନେ ଆଗେଇ ଯିବେ….!!

ଗାଡ଼ିରେ ବସିଲି।
ଆଖି ବନ୍ଦ କରି ପ୍ରାର୍ଥନା କରିଲି….. ” ହେ ଈଶ୍ୱର, ଏମାନଙ୍କୁ ଭଲରେ ରଖ…… ଏମାନେ ତ ନିଜ ପ୍ରାଣ କୁ ହାତରେ ଧରି ମୃତ୍ୟୁ ଆଡ଼କୁ ମାଡ଼ି ଯାଆନ୍ତି ଦେଶ ପାଇଁ।”

ଜଣେ ସୈନିକ ମାନେ, ଯେମିତି ଦେଶ ନାମ ରେ ଲେଖି ଦେଇଥିବା ଗୋଟେ ବ୍ଲାଙ୍କ ଚେକ୍…. ଯେତେବେଳେ ଦରକାର୍ ଦେଶ ପାଇଁ ତାର ଜୀବନ ମଧ୍ୟ ଉଠେଇ ନେଇ ପାରିବେ ଦେଶବାସୀ…. ଯେଉଁଟା ସେମାନେ ତାଙ୍କ ଜୀବନ ଦେଇ ମଧ୍ୟ ପୁରାଣ କରିବାକୁ ରାଜି।

ଆଉ ଆମ ମାନଙ୍କ ମଧ୍ୟରେ ଅନେକ ଏଇଟାକୁ ବୁଝିବାକୁ ମଧ୍ୟ ରାଜି ନୁହନ୍ତି।

(ସାମାଜିକ ଗଣମାଧ୍ୟମରୁ ସଂଗୃହିତ। @Laurdes alexander )

ଭାରତର ବିଜୟ ପାଇଁ କାହାକୁ ଶ୍ରେୟ ଦେଲେ ରାଜନାଥ

ରବିବାର ତେଜ ହେଲା ରବିଙ୍କ ପ୍ରକୋପ। ଚଳିତବର୍ଷ ପୂର୍ବ ଦିନ ଅପେକ୍ଷା ରାଜଧାନୀ ସହର ଭୁବନେଶ୍ୱରର ତାପମାତ୍ରା ସର୍ବାଧିକ ରହିଥିଲା। ନିକଟରେ କାଳ ବୈଶାଖୀ ନ ଥିବାରୁ ଏଭଳି ଭାବେ ତାପମାତ୍ରା ବୃଦ୍ଧି ପାଇଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଫଳରେ ପ୍ରବଳ ଖରାରେ ସିଝିଛନ୍ତି ରାଜଧାନୀବାସୀ। ସୂର୍ଯ୍ୟଙ୍କ ପ୍ରଖର କିରଣରେ ଭୁବନେଶ୍ବରର ଲୋକେ ଛଟପଟ ହୋଇଛନ୍ତି।

ସକାଳ ୮ଟା ଆରମ୍ଭ ହେବା ମାତ୍ରେ ନିଦାଘ ମାଡ଼ି ଆସିଥିଲା, ଯାହାକି ଅପରାହ୍‌ଣ ୪ଟା ଯାଏଁ ଲୋକଙ୍କୁ କଲବଲ କରିଥିଲା। ଭୁବନେଶ୍ବରରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରବିବାର ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ବରରେ ଆଜି ତାପମାତ୍ରା ୪୦.୭ ଡିଗ୍ରି ରେକର୍ଡ ରହିଥିଲା।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସମ୍ବଲପୁରରେ ଆଜି ୪୩.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ା-ହୀରାକୁଦରେରେ ୪୧.୬, ରାଉରକେଲାରେ ୪୦.୪, ଚାନ୍ଦବାଲିରେ ୩୯.୭ ଓ ବାଲେଶ୍ବରରେ ମଧ୍ୟ ୩୯.୭ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଅପରାହ୍ନ ସାଢେ଼ ୨ଟା ସୁଦ୍ଧା ଭୁବନେଶ୍ଵରର ରେକର୍ଡ ହୋଇଥିଲ ସର୍ବାଧିକ ୪୦.୪ ଡିଗ୍ରୀ ତାପମାତ୍ରା। ଗତକାଲି ଏବଂ ମାର୍ଚ୍ଚ ୨୮ରେ ଏହା ପୂର୍ବରୁ ୨୦୨୫ରେ ୪୦.୨ ଡିଗ୍ରୀ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ ହୋଇଥିଲା।

ଭାରତର ବିଜୟ ପାଇଁ କାହାକୁ ଶ୍ରେୟ ଦେଲେ ରାଜନାଥ

୨୨ ଏପ୍ରିଲରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ ଉଚିତ ଜବାବ ଦେବା ପାଇଁ ରବିବାର ସଶସ୍ତ୍ର ବାହିନୀକୁ ଧନ୍ୟବାଦ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ କହିଛନ୍ତି ଯେ ଭାରତ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛି।
ଅପରେସନ୍ ସିନ୍ଦୂର ମାଧ୍ୟମରେ, ଭାରତ ସମଗ୍ର ଦେଶକୁ ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ପ୍ରସ୍ତୁତ ଥିବାର ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି। ଉତ୍ତର ପ୍ରଦେଶରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର କମ୍ପ୍ଲେକ୍ସକୁ ଭର୍ଚୁଆଲ୍ ଭାବରେ ଉଦଘାଟନ କରିବା ସମୟରେ କହିଥିଲେ ରାଜନାଥ ଏହା କହିଥିଲେ।
ରାଜନାଥ ଆହୁରି କହିଛନ୍ତି, ଭାରତ ବାରମ୍ବାର ଆତଙ୍କବାଦୀ ଆକ୍ରମଣର ଜବାବ ଦେଇ ଆସିଛି। ଉରି ସର୍ଜିକାଲ୍ ଷ୍ଟ୍ରାଇକ୍, ବାଲାକୋଟ ଏୟାର ଷ୍ଟ୍ରାଇକ୍ ଏବଂ ଏବେ ପହଲଗାମ୍ ଆକ୍ରମଣ ପରେ ଭାରତ ବିଶ୍ୱକୁ ଦେଖାଇ ଦେଇଛି ଯେ ସେ କିପରି ଆତଙ୍କବାଦୀ ଆକ୍ରମଣର ଜବାବ ଦେଇପାରିବ।

ଆମେ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛୁ। ସମସ୍ତଙ୍କ ପକ୍ଷରୁ, ମୁଁ ଆମର ବାହୁବଳ ବାହିନୀକୁ ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ ଉଚିତ ଜବାବ ଦେବା ପାଇଁ ଧନ୍ୟବାଦ ଜଣାଉଛି ବୋଲି ସେ କହିଛନ୍ତି।
ପ୍ରକାଶ ଥାଉ କି, ଭାରତ ମେ ୭ ତାରିଖରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ​​ଯାହା ମାଧ୍ୟମରେ ଭାରତୀୟ ବାୟୁସେନା ପାକିସ୍ତାନ ଶାସିତ କାଶ୍ମୀର ଏବଂ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ନଅଟି ଲକ୍ଷ୍ୟସ୍ଥଳ ଉପରେ ବିମାନ ଆକ୍ରମଣ କରିଥିଲା।

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଥିବା ବ୍ରହ୍ମୋସ୍ ସୁବିଧା ବିଷୟରେ ମତାମତ ଦେଇ ସିଂହ କହିଛନ୍ତି ଯେ ଏବେ ଭାରତ ଏକ ପ୍ରତିରକ୍ଷା ଶିଳ୍ପ କେନ୍ଦ୍ର ଭାବରେ ଦ୍ରୁତ ଗତିରେ ଉଭା ହେଉଛି। ଆଗକୁ ଏହା ମହା ଦୃମରେ ପରିଣତ ହେବା ସହ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହେବ।

ବର୍ଷକରେ ଓଡ଼ିଶାକୁ ଆସିଛନ୍ତି କେତେ ପର୍ଯ୍ୟଟକ

ଦିନ ତମାମ ସାମରିକ ଉତ୍ତେଜନା ବୃଦ୍ଧି ପାଇବା ପରେ ଭାରତ ଏବଂ ପାକିସ୍ତାନ ତୁରନ୍ତ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ ଦୁଇ ଦେଶ ପୂର୍ଣ୍ଣ ଏବଂ ତୁରନ୍ତ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି।

ଭାରତର ବାୟୁରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର” ଦ୍ୱାରା ତିନୋଟି ପାକିସ୍ତାନୀ ବାୟୁସେନା ଘାଟିକୁ ଟାର୍ଗେଟ କରାଯିବା ପରେ ଇସଲାମାବାଦ “ଅପରେସନ୍ ବୁନୟାନ୍ ମାର୍ସୁସ୍” ଆରମ୍ଭ କରିବା ସମୟରେ ପାକିସ୍ତାନ ଏବଂ ଭାରତ ପୂର୍ବରୁ ପରସ୍ପରର ସାମରିକ ସ୍ଥାନଗୁଡ଼ିକୁ ଟାର୍ଗେଟ କରିଥିଲେ।

ପାକିସ୍ତାନ-ଶାସିତ କାଶ୍ମୀରର କର୍ତ୍ତୃପକ୍ଷ କହିଛନ୍ତି ଯେ ଗତକାଲି ରାତିରୁ ଭାରତୀୟ ଗୁଳିମାଡ଼ ଯୋଗୁଁ ଏହି ଅଞ୍ଚଳରେ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦ ରୁ ଅଧିକ ଆହତ ହୋଇଛନ୍ତି।

ବୁଧବାର ଦିନ ଭାରତ ପାକିସ୍ତାନ ଏବଂ ପାକିସ୍ତାନ-ଶାସିତ କାଶ୍ମୀରରେ ଥିବା “ଆତଙ୍କବାଦୀ ଶିବିର”କୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ମାଡ଼ କରିଥିବାରୁ ଏପର୍ଯ୍ୟନ୍ତ ୬୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି।

ପାକିସ୍ତାନ କାହିଁକି କଲା ୫ ଆତଙ୍କବାଦୀଙ୍କ ଅନ୍ତିମ ସଂସ୍କାର, ଜିଏ ସେମାନେ

ଅପରେସନ ସିନ୍ଦୁରର ପ୍ରାରମ୍ଭିକ ପର୍ଯ୍ୟାୟରେ ପାକିସ୍ତାନ-ଭିତ୍ତିକ ଆତଙ୍କବାଦୀ ଗୋଷ୍ଠୀ, ଜଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଯୁକ୍ତ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

ଏହି ପାଞ୍ଚଜଣ ଆତଙ୍କବାଦୀ ମୁଦାସର ଖଡିଆନ ଖାସ୍, ହାଫିଜ ମହମ୍ମଦ ଜମେଲ, ମହମ୍ମଦ ୟୁସୁଫ ଅଜହର, ଖାଲିଦ ଛଦ୍ମନାମ ଆବୁ ଆକାଶା ଏବଂ ମହମ୍ମଦ ହାସନ ଖାନ ବୋଲି ସୂତ୍ରରୁ ପ୍ରକାଶ। ସାମରିକ ପୋଷାକ ପିନ୍ଧିଥିବା ଏହି ଆତଙ୍କବାଦୀଙ୍କ ଶବଦାହରେ ପାକିସ୍ତାନର ଉଚ୍ଚ ଅଧିକାରୀମାନେ ଯୋଗ ଦେଇଥିବା ଫଟୋ ଭାଇରାଲ ହୋଇଥିଲା, ଯାହା ପାକିସ୍ତାନର ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଦଶନ୍ଧି ପୁରୁଣା ସମ୍ପର୍କକୁ ପର୍ଦ୍ଦାଫାସ କରିଥିଲା। ଭାରତ ଏହି ଫଟୋକୁ ବିଭିନ୍ନ ମଞ୍ଚରେ ବିଶ୍ୱ ଆତଙ୍କବାଦରେ ପାକିସ୍ତାନର ସମ୍ପୃକ୍ତିର ଅସ୍ୱୀକାର୍ଯ୍ୟ ପ୍ରମାଣ ଭାବରେ ଦର୍ଶାଇଛି।

ମୁଦାସର ଖାଡିଆନ୍ ଖାସ୍

ମୁଦାସର ଏବଂ ଆବୁ ଜୁନ୍ଦଲ ନାମରେ ପରିଚିତ ଖାସ୍ ଲସ୍କର-ଏ-ତୈବା ସହିତ ଜଡିତ ଥିଲା। ଭାରତ ସୀମାରୁ ପ୍ରାୟ ୨୫ କିଲୋମିଟର ଦୂରରେ ପାକିସ୍ତାନର ମୁରିଦକେରେ ଅବସ୍ଥିତ ଏକ ଆତଙ୍କୀ ଶିବିର ମର୍କଜ ତୈବାର ଦାୟିତ୍ୱ ତାଙ୍କ ପାଖରେ ଥିଲା। ଏହା ଲଶ୍ରାୟ ତୈବାର ମୁଖ୍ୟାଳୟ ଭାବରେ କାର୍ଯ୍ୟ କରୁଥିଲା।
୨୦୦୮ ମୁମ୍ବାଇ ଆକ୍ରମଣ ସମୟରେ ଜୀବିତ ଧରାପଡ଼ିଥିବା ଏକମାତ୍ର ଆତଙ୍କବାଦୀ ଅଜମଲ କସାବ ସ୍ୱୀକାର କରିଥିଲେ ଯେ ସେ ଏହି ଶିବିରରେ ତାଲିମ ପାଇଥିଲେ। ୨୬/୧୧ରେ ସାମିଲ ଥିବା ଅନ୍ୟ ଜଣେ ଆତଙ୍କବାଦୀ ଡେଭିଡ୍ ହେଡଲି ମଧ୍ୟ ଏଠାରେ ତାଲିମ ନେଇଥିବା ଜଣାପଡ଼ିଛି।
ସୂତ୍ର ଅନୁସାରେ ଖାସ୍‌ଙ୍କ ଅନ୍ତିମ ସଂସ୍କାର ଏକ ସରକାରୀ ସ୍କୁଲରେ ନିଯୁକ୍ତ ବିଶ୍ୱ ଆତଙ୍କବାଦୀ ହାଫିଜ୍ ଅବଦୁଲ୍‌ ରଉଫ୍‌ଙ୍କ ନେତୃତ୍ୱରେ କରାଯାଇଥିଲା। ତାଙ୍କ ଅନ୍ତିମ ସଂସ୍କାରରେ, ଖାସ୍‌ଙ୍କୁ ପାକିସ୍ତାନ ସେନା ପକ୍ଷରୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା ଏବଂ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ୍ ଅସୀମ୍‌ ମୁନିର ଏବଂ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ମରିୟମ୍ ନୱାଜ୍‌ଙ୍କ ପକ୍ଷରୁ ଉଚ୍ଚ ସାମରିକ ଅଧିକାରୀମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ତାଙ୍କ ପ୍ରାର୍ଥନା ଉତ୍ସବରେ ଯୋଗ ଦେଇଥିବା ଲୋକମାନଙ୍କ ମଧ୍ୟରେ ପାକିସ୍ତାନ ସେନାର ଜଣେ କାର୍ଯ୍ୟରତ ଅଧିକାରୀ ଥିଲେ ଯିଏ ଲେଫ୍ଟନାଣ୍ଟ ଜେନେରାଲ ଏବଂ ପଞ୍ଜାବ ପ୍ରଦେଶର ପୋଲିସର ଇନ୍ସପେକ୍ଟର ଜେନେରାଲ ପଦବୀରେ ଥିଲେ।

ହାଫିଜ୍ ମହମ୍ମଦ ଜାମିଲ୍

ଜମିଲ ଜୈଶ-ଏ-ମହମ୍ମଦ ସହିତ ଜଡିତ ଥିଲା ଏବଂ ଜେଇଏମର ପ୍ରତିଷ୍ଠାତା ମୌଲାନା ମାସୁଦ ଆଝାରଙ୍କ ଶାଳକ ଥିଲା। ସେ ପାକିସ୍ତାନ ଭିତରେ ପ୍ରାୟ ୧୦୦ କିଲୋମିଟର ଦୂରରେ ବାହାୱଲପୁରରେ ମର୍କଜ ସୁଭାନ ଆଲ୍ଲାହର ଦାୟିତ୍ୱରେ ଥିଲା। ସେ ଜୈଶ ପାଇଁ ସମ୍ଭାବ୍ୟ ନିଯୁକ୍ତିକାରୀଙ୍କୁ ସକ୍ରିୟ ଭାବରେ ପ୍ରବର୍ତ୍ତାଉଥିଲା ଏବଂ ପାଣ୍ଠି ସଂଗ୍ରହ କରିବାରେ ସାହାଯ୍ୟ କରୁଥିଲା, ସୂତ୍ର ଅନୁସାରେ।
ବାହାବଲପୁର ଶିବିରକୁ ନିଯୁକ୍ତି, ତାଲିମ ଏବଂ ସମ୍ଭାବ୍ୟ ନିଯୁକ୍ତିକାରୀଙ୍କ ପ୍ରେରଣା ପାଇଁ ବ୍ୟବହାର କରାଯାଉଥିଲା ଏବଂ ଆଝାର ମଧ୍ୟ ସେଠାରେ ବାରମ୍ବାର ଆସୁଥିଲା। ଏକ ସମ୍ବାଦ ସରବରାହ ସଂସ୍ଥା ଦ୍ୱାରା ସେୟାର କରାଯାଇଥିବା ୱାଣ୍ଟେଡ୍ ଆତଙ୍କବାଦୀଙ୍କ ନାମରେ ଏକ ବିବୃତ୍ତି ଅନୁଯାୟୀ, ମେ ୭ ତାରିଖରେ ଆତଙ୍କବାଦୀ ଶିବିର ଉପରେ ହୋଇଥିବା ଆକ୍ରମଣରେ ଆଝାରଙ୍କ ପରିବାରର ଅତି କମରେ ୧୦ ଜଣ ସଦସ୍ୟ ଏବଂ ତାଙ୍କର ଚାରି ଜଣ ସହଯୋଗୀଙ୍କ ମୃତ୍ୟୁ ହୋଇଥିଲା।

ମହମ୍ମଦ ୟୁସୁଫ ଆଝାର

ୟୁସୁଫ ଆଝାର, ଓରଫ ଉସ୍ତାଦ ଜୀ ଏବଂ ମହମ୍ମଦ ସଲିମ ମଧ୍ୟ ଜୈଶର ଥିଲେ। ସେ ମସୁଦ ଆଝାରର ଶାଳକ ମଧ୍ୟ ଥିଲେ ଏବଂ ଜୈଶ ପାଇଁ ଅସ୍ତ୍ରଶସ୍ତ୍ର ତାଲିମ ପରିଚାଳନା କରୁଥିଲେ। ସେ ଜମ୍ମୁ ଏବଂ କାଶ୍ମୀରରେ ଅନେକ ଆତଙ୍କବାଦୀ ଆକ୍ରମଣ ଏବଂ ୧୯୯୯ ମସିହାରେ କାନ୍ଦାହାର ହାଇଜ୍ୟାକିଂ ନାମରେ ଜଣାଶୁଣା ଆଇସି-୮୧୪ ବିମାନ ଅପହରଣରେ ଜଡିତ ଥିଲେ, ଯାହା ଫଳରେ ବନ୍ଧକଙ୍କ ବଦଳରେ ଭାରତ ମସୁଦ ଆଝାରକୁ ମୁକ୍ତ କରିଥିଲା।

ଆବୁ ଆକାଶା

ଅବୁ ଆକାଶା, ଓରଫ ଖାଲିଦ, ଜଣେ ଲସ୍କର ଆତଙ୍କବାଦୀ ଥିଲା ଯିଏ ଜମ୍ମୁ ଓ କାଶ୍ମୀରରେ ଅନେକ ଆତଙ୍କବାଦୀ ଆକ୍ରମଣରେ ଜଡିତ ଥିଲା। ସେ ଏଲଇଟି ପାଇଁ ଆଫଗାନିସ୍ତାନରୁ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସୂତ୍ର ଅନୁସାରେ ଫୈସଲାବାଦରେ ତାଙ୍କର ଅନ୍ତିମ ସଂସ୍କାରରେ ପାକିସ୍ତାନ ସେନାର ବରିଷ୍ଠ ଅଧିକାରୀ ଏବଂ ଫୈସଲାବାଦର ଡେପୁଟି କମିଶନର ଯୋଗ ଦେଇଥିଲେ।

ମହମ୍ମଦ ହାସନ ଖାନ

ନିଷିଦ୍ଧ ଜୈଶ ଗୋଷ୍ଠୀର ଖାନ, ମେ ୭ ତାରିଖରେ ହୋଇଥିବା ଆକ୍ରମଣରେ ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଥିଲେ। ସେ POKରେ JeMର ଅପରେସନାଲ କମାଣ୍ଡର ମୁଫତି ଅସଗର ଖାନ କାଶ୍ମୀରୀଙ୍କ ପୁଅ ଥିଲେ ଏବଂ ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ସମନ୍ୱୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ପାକିସ୍ତାନ ସହିତ ଜଡିତ ଆତଙ୍କବାଦୀଙ୍କ ଦ୍ୱାରା ପହଲଗାମରେ ୨୬ ଜଣ ସାଧାରଣ ନାଗରିକଙ୍କ ହତ୍ୟାର ଜବାବରେ ତିନି ଦିନ ପୂର୍ବେ ଭାରତୀୟ ସେନା ଦ୍ୱାରା ଅପରେସ ସିନ୍ଦୂରର ଅନ୍ତର୍ଗତ କରାଯାଇଥିବା ପ୍ରଥମ ଆକ୍ରମଣ ସମୟରେ ଏହି ଆତଙ୍କବାଦୀମାନଙ୍କୁ ନିପାତ କରାଯାଇଥିଲା। ଆତଙ୍କବାଦୀ ଆକ୍ରମଣ ପରେ ଭାରତ ନିରନ୍ତର ସୀମାପାର ଆତଙ୍କବାଦ ପାଇଁ ପାକିସ୍ତାନକୁ ଦାୟୀ କରିଥିଲା।

ବିନା ଯୁଦ୍ଧରେ ଧ୍ୱଂସ ହୋଇଯିବ ପୃଥିବୀ; କେମିତି ଜାଣନ୍ତୁ

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଶନିବାର ପ୍ରତ୍ୟୁଷରେ ସ୍ୱାଭାବିକ କାର୍ଯ୍ୟ ଆରମ୍ଭ କରିଥିଲା ବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସାମରିକ ଉତ୍ତେଜନା ଯୋଗୁଁ ସୁରକ୍ଷା ପ୍ରସ୍ତୁତି ବୃଦ୍ଧିପାଇଛି। ଏଥି ପାଇଁ ଏକ ଯାତ୍ରୀ ପରାମର୍ଶ ଜାରି କରାଯାଇଛି।
ଏହାର ସଦ୍ୟତମ ଯାତ୍ରା ପରାମର୍ଶରେ ବିମାନବନ୍ଦର ପକ୍ଷରୁ କୁହାଯାଇଛି, ଦିଲ୍ଲୀ ବିମାନବନ୍ଦର କାର୍ଯ୍ୟ ବର୍ତ୍ତମାନ ସ୍ୱାଭାବିକ ଅଛି। ତଥାପି, ପରିବର୍ତ୍ତନଶୀଳ ଏୟାରସ୍ପେସ୍ ପରିସ୍ଥିତି ଏବଂ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋର ନିର୍ଦ୍ଦେଶ ଅନୁଯାୟୀ ବର୍ଦ୍ଧିତ ସୁରକ୍ଷା ବ୍ୟବସ୍ଥା ଯୋଗୁଁ, କିଛି ଉଡ଼ାଣ ସମୟସୀମା ପ୍ରଭାବିତ ହୋଇପାରେ। ସୁରକ୍ଷା ଚେକ୍‌ପଏଣ୍ଟ ପ୍ରକ୍ରିୟାକରଣ ସମୟ ଅଧିକ ହୋଇପାରେ।

ପୂର୍ବରୁ, ଭାରତୀୟ ବିମାନବନ୍ଦର ପ୍ରାଧିକରଣ (AAI) ଏବଂ ବିମାନ ଚଳାଚଳ କର୍ତ୍ତୃପକ୍ଷ ଉତ୍ତର ଏବଂ ପଶ୍ଚିମ ଭାରତର ୩୨ଟି ବିମାନବନ୍ଦରକୁ ବେସାମରିକ ବିମାନ ଚଳାଚଳ ପାଇଁ ଅସ୍ଥାୟୀ ଭାବରେ ବନ୍ଦ ଘୋଷଣା କରି ଏୟାରମ୍ୟାନ୍ (NOTAMs)ଙ୍କୁ ନୋଟିସ୍ ଜାରି କରିଛନ୍ତି।
ଆଗକୁ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଓ ଆସନ୍ନ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବାରୁ ପରବର୍ତ୍ତୀ ମାର୍ଗଦର୍ଶିକାରେ ପରିବର୍ତ୍ତନ ଆସିପାରେ।

ଯୁଦ୍ଧ ଆସନ୍ନ: ଦ୍ୱିତୀୟ ଦିନରେ ଭୁଶୁଡ଼ିଲା ଷ୍ଟକ୍‌ ବଜାର