ଏବେ ଭାରତ-ପାକିସ୍ତାନ ଉତ୍ତେଜନା ପ୍ରସଙ୍ଗ ଥମିବାରେ ଲାଗିଥିବା ବେଳେ ଆମେରିକାର ମଧ୍ୟସ୍ଥତା ସମସ୍ତଙ୍କୁ ଅତିଷ୍ଠ କରିଛି। ତେବେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ଫଙ୍କ ଗୋଟିଏ ପରେ ଗୋଟିଏ ବୟନ ସରକାରଙ୍କୁ ଅଡ଼ୁଆରେ ପକାଇଛି। ଏପରିସ୍ଥଳେ ଭାରତ ଆଇଫୋନ ଉତ୍ପାଦନ ନ କରିବା ପାଇଁ ଅନୁରୋଧ କରିଛନ୍ତି ଟ୍ରମ୍ପ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି, ଭାରତ ଆମେରିକାକୁ ଏକ ଶୂନ ଶୁଳ୍କ ବାଣିଜ୍ୟ ଚୁକ୍ତି ପ୍ରଦାନ କରିଛି। ଏବେ ଟ୍ରମ୍ପ ଭାରତର ବାଣିଜ୍ୟ ଉପରେ ନଜର ପକାଇଛନ୍ତି। ସେ ଆପଲର ସିଇଓ ଟିମ୍ କୁକଙ୍କୁ ଭାରତରେ ଆଇଫୋନ ନିର୍ମାଣ ନ କରିବାକୁ ଅନୁରୋଧ କରିଛନ୍ତି।
ଭାରତ ପାଇଁ ଆପଲର ଏକ ବଡ଼ ଯୋଜନା ଅଛି। ଏହା ଆସନ୍ତା ବର୍ଷ ଶେଷ ସୁଦ୍ଧା ଭାରତରେ ବହୁ ସଂଖ୍ୟକ ଆଇଫୋନ୍ ଉତ୍ପାଦନ କରିବାକୁ ଚାହୁଁଛି। ବିଶେଷକରି ଆମେରିକା ବଜାର ପାଇଁ ୨୦୨୬ ସୁଦ୍ଧା ଆଇଫୋନ ଭାରତରେ ନିର୍ମାଣ ପାଇଁ ଆପଲର ଯୋଜନା ଅଛି ।
ଟ୍ରମ୍ପ ବର୍ତ୍ତମାନ କତର ଗସ୍ତରେ ଅଛନ୍ତି। ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଆପଲର ସିଇଓ ଟିମ୍ କୁକଙ୍କ ସହ ଭାରତର ପ୍ଲାଣ୍ଟ ବିଷୟରେ କଥା ହୋଇଥିଲେ।
ସେ କହିଥିଲେ, ଟିମ୍ କୁକ୍ ସହିତ ମୋର ଏକ ଛୋଟ ସମସ୍ୟା ଅଛି। ସେମାନେ ଭାରତରେ ଆଇଫୋନ୍ ତିଆରି କରିବାକୁ ଚାହାଁନ୍ତି ଏବଂ ମୁଁ ତାହା ଚାହେଁ ନାହିଁ। ଆପଲ୍ କେବଳ ଆମେରିକାରେ ଏହାର ଫୋନ୍ ତିଆରି କରିବା ଉଚିତ।” ଟ୍ରମ୍ପ କହିଛନ୍ତି ଯେ ଭାରତରେ କିଛି ବିକ୍ରୟ କରିବା ବହୁତ କଷ୍ଟକର। ଭାରତ ନିଜ କଥା ନିଜେ ବୁଝିବାକୁ ସକ୍ଷମ।


