ପାକିସ୍ତାନରେ ମରୁଡ଼ି ପରିସ୍ଥିତି ଘନିଭୂତି ହୋଇଥିବା ବେଳେ ଏବେ ପାଣିପାଇଁ ଦୁଇ ପ୍ରଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନର ଦୁଇଟି ପ୍ରମୁଖ ପ୍ରଦେଶ ପଞ୍ଜାବ ଏବଂ ସିନ୍ଧ୍ ମୁଖ୍ୟମନ୍ତ୍ରୀ ପାଣି ପାଇଁ ମୁହାଁମୁହିଁ ହୋଇଛନ୍ତି।
ପଞ୍ଜାବରେ ଏବେ ପିଏମଏଲଏନ ସରକାର ରହିଛି ଏବଂ ନୱାଜ ସରିଫଙ୍କ ଝିଅ ମରିୟମ ସେଠାକାର ମୁଖ୍ୟମନ୍ତ୍ରୀ। ସେହିପରି, ବିଲାୱଲ ଭୁଟ୍ଟୋଙ୍କ ଦଳ ସିନ୍ଧ୍ରେ କ୍ଷମତାରେ ଅଛି। ମୁରାଦ ଅଲ୍ଲୀ ଶାହ ସେଠାକାର ମୁଖ୍ୟମନ୍ତ୍ରୀ।
ମାମଲା ଏତେ ବଢିଯାଇଛି ଯେ, ଉଭୟ ଗୋଷ୍ଠୀର ଲୋକମାନେ ପରସ୍ପର ବିରୁଦ୍ଧରେ ଖଣ୍ଡା ଉଠାଇଛନ୍ତି। ପାଣି ପ୍ରସଙ୍ଗରେ ନା ମରିୟମଙ୍କ ସମର୍ଥକ ତଥା ବିଲାୱଲ ଭୁଟ୍ଟୋଙ୍କ ସମର୍ଥକ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ହେଉ ନାହାନ୍ତି। ପଞ୍ଜାବ ପ୍ରଦେଶରେ ନୱାଜ ସରିଫଙ୍କ ସରକାର କ୍ଷମତାରେ ଅଛି। ସେହିପରି କେନ୍ଦ୍ରରେ ନୱାଜଙ୍କ ସାନ ଭାଇ ଶାହବାଜ ସରିଫ ପ୍ରଧାନମନ୍ତ୍ରୀ ପଦରେ ଅଛନ୍ତି। ସିନ୍ଧର ଲୋକମାନେ କହୁଛନ୍ତି ଯେ, ଆମର ଅଧିକାର ଜାଣିଶୁଣି ପଞ୍ଜାବର ଲୋକମାନଙ୍କୁ ଦିଆଯାଉଛି।
ଏହାକୁ ନେଇ ସିନ୍ଧ୍ରେ ସରକାରଙ୍କ ବିରୋଧରେ ପ୍ରତିବାଦ ମଧ୍ୟ ହେଉଛି। ସିନ୍ଧର ମୁଖ୍ୟମନ୍ତ୍ରୀ ସମଗ୍ର ମାମଲା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସହିତ ଯୋଗାଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ ନ କରନ୍ତି, ତେବେ ପରିସ୍ଥିତି ଆହୁରି ଖରାପ ହୋଇପାରେ।
ଅପରପକ୍ଷେ ପାଣିପାଗ ବିଭାଗ କହିଛି ଯେ, ଏଥର ଦେଶର ଚାରୋଟି ପ୍ରମୁଖ ପ୍ରଦେଶରେ ଜଳ ସଙ୍କଟ ଆହୁରି ଘନିଭୂତ ହୋଇପାରେ। ବିଶେଷଜ୍ଞମାନେ କହିଛନ୍ତି ଯେ, ପାକିସ୍ତାନରେ ଜଳ ସଙ୍କଟ ପାଇଁ ବର୍ଦ୍ଧିତ ଜନସଂଖ୍ୟା, ଜଳବାୟୁ ପରିବର୍ତ୍ତନ ଏବଂ ସରକାରଙ୍କ ଭୁଲ୍ ପରିଚାଳନା ଦାୟୀ।
ଆମେରିକା ପାଇଁ ସବୁଠାରୁ ବଡ଼ ବିପଦ ଚୀନ