ମୁକ୍ତିଲାଭ କରିଥିବା ମାଲାୟଲମ୍ ଚଳଚ୍ଚିତ୍ର ଏମ୍ପୁରାନକୁ ନେଇ ବିବାଦ ମୁଣ୍ଡ ଟେକିଛି। ବିଗତ ଦିନରେ ଦି କେରଳ ଷ୍ଟୋରୀରେ କେରଳକୁ ବଦନାମ୍ କରାଯାଇଥିବା ବେଳେ ଏବେ ଏମ୍ପୁରାନରେ ବିବାଦୀୟ ଦୃଶ୍ୟ ସପକ୍ଷରେ ଅନେକ ସାମାଜିକ ଗଣମାଧ୍ୟମରେ ମତ ମଧ୍ୟ ଦେଇଛନ୍ତି।

ପୃଥ୍ୱୀରାଜ ସୁକୁମାରନଙ୍କ ନିର୍ଦ୍ଦେଶିତ ମୋହନଲାଲ ଅଭିନୀତ ଚଳଚ୍ଚିତ୍ର ଏମ୍ପୁରାନରେ ୨୦୦୨ ମସିହାରେ ହୋଇଥିବା ଗୁଜରାଟ ହତ୍ୟାକାଣ୍ଡର ଉଲ୍ଲେଖ ଥିବା ପରି ମନେହେଉଥିବା ଘଟଣାକୁ ନେଇ ଦକ୍ଷିଣପନ୍ଥୀ ସମର୍ଥକମାନେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଯେଉଁଥିପାଇଁ ଚଳଚ୍ଚିତ୍ର ନିର୍ମାତାମାନେ ବିଷୟବସ୍ତୁରେ ସ୍ୱେଚ୍ଛାକୃତ ଭାବେ କିଛି ଅଂଶ କାଟିବା ବିଷୟରେ ବିଚାର କରୁଥିବା ଜଣା ପଡ଼ିଛି।
ଏଥିରେ ଥିବା ବାବା ବଜରଙ୍ଗୀଙ୍କ ନାମ ପରିବର୍ତ୍ତନ ପାଇଁ ଚିନ୍ତା କରାଯାଉଛି ବୋଲି ଚଳଚ୍ଚିତ୍ର ନିର୍ମାଣ ସହ ଜଡ଼ିତ ଜଣେ ବ୍ୟକ୍ତି କହିଛନ୍ତି। ବଜରଙ୍ଗୀ ବାବା ଚରିତ୍ର ଏମିତି ଉପସ୍ଥାପିତ କରାଯାଇଛି ଯିଏ ଏକ ଭିଡ଼ର ନେତୃତ୍ୱ ନେଉଥିବା ବିରୋଧୀ। ଯାହା ୨୦୦୨ ମସିହାରେ ନରୋଦା ପାଟିୟା ଗଣହତ୍ୟାର ମୁଖ୍ୟ ଅଭିଯୁକ୍ତ ବଜରଙ୍ଗ ଦଳ ନେତା ବାବୁ ବଜରଙ୍ଗୀଙ୍କ ନାମକୁ ଦର୍ଶାଉଛି। ତାଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା।

ଯେକୌଣସି ଚଳଚ୍ଚିତ୍ର, ଯାହା ପୂର୍ବରୁ ସେନ୍ସର ହୋଇସାରିଛି, ନିର୍ମାତାମାନେ ସ୍ୱେଚ୍ଛାକୃତ ଭାବରେ ଡିଲିଟ୍ କିମ୍ବା ଯୋଡିବା ପାଇଁ ଦାଖଲ କରିପାରିବେ। ବର୍ତ୍ତମାନ ସେମାନଙ୍କ ଉପରେ ବହୁତ ଚାପ ଥିବାରୁ, ସେମାନେ କିଛି କାଟିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି। ଏହି ସମୟରେ, ଏକ ରାଜନୈତିକ ବିବୃତ୍ତି ଭାବରେ ବ୍ୟାପକ ଭାବରେ ଗ୍ରହଣ କରାଯାଇଥିବା ଏକ କାର୍ଯ୍ୟରେ, ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏବଂ ତାଙ୍କ ପରିବାର ଶନିବାର ସନ୍ଧ୍ୟାରେ ଲୁଲୁ ମଲରେ ଫିଲ୍ମର ସ୍କ୍ରିନିଂରେ ଯୋଗ ଦେଇଥିଲେ।

କେରଳକୁ ବଦନାମ କରିଥିବା ଚଳଚ୍ଚିତ୍ର ‘ଦି କେରଳ ଷ୍ଟୋରୀ’ ବିନା କୌଣସି କଟାରେ ପ୍ରଦର୍ଶିତ ହେବା ସମୟରେ ‘ଏମ୍ପୁରାଣ’କୁ କାଟିବା ଉପରେ ସାଧାରଣ ଶିକ୍ଷାମନ୍ତ୍ରୀ ଭି.ସିଭାନକୁଟ୍ଟି ପ୍ରଶ୍ନ ଉଠାଇଥିଲେ। ଗୁଜରାଟ ଦଙ୍ଗା ଏବଂ ଗୋଧ୍ରା ଘଟଣା ଭାରତୀୟ ଇତିହାସର ଏକ ଅଂଶ। ସେଗୁଡ଼ିକୁ ଘୋଡ଼ାଇବା ପାଇଁ କେଉଁ କପଡା ବ୍ୟବହାର କରାଯାଏ କିମ୍ବା କାଟିବା ପାଇଁ କେଉଁ କଇଁଚି ବ୍ୟବହାର କରାଯାଏ, ପିଢ଼ି ପିଢ଼ି ସେଗୁଡ଼ିକୁ ଦେଖିବେ ଏବଂ ଜାଣିବେ, ସେଗୁଡ଼ିକ ବିଷୟରେ ଜାଣିବେ, ସେ ଏକ ବିବୃତ୍ତିରେ କହିଛନ୍ତି।
କ’ଣ କହୁଛି ସିବିଏଫସି 
ସହିତ କଥା ହୋଇଥିବା କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି)ର ଆଞ୍ଚଳିକ କାର୍ଯ୍ୟାଳୟ ପରବର୍ତ୍ତୀ କାର୍ଯ୍ୟ ଦିବସ ମଙ୍ଗଳବାର ହୋଇଥିବାରୁ, ସେହି ଦିନ ପର୍ଯ୍ୟନ୍ତ ଚଳଚ୍ଚିତ୍ରଟି କୌଣସି କଟ୍ ବିନା ଚାଲିବ। ସମ୍ଭାବ୍ୟ କଟ୍ ବିଷୟରେ ରିପୋର୍ଟ ପ୍ରକାଶ ପାଇବା ପରେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଅଭିବ୍ୟକ୍ତି ସ୍ୱାଧୀନତା ଉପରେ ଆକ୍ରମଣ ବିରୁଦ୍ଧରେ କ୍ରୋଧ ପ୍ରକାଶ ପାଇଛି। ମୁକ୍ତିଲାଭ ପୂର୍ବରୁ ସେନ୍ସରିଂର ପ୍ରଥମ ପର୍ଯ୍ୟାୟରେ, କେବଳ ଦୁଇଟି କଟ୍ କରାଯାଇଥିଲା। ଗୋଟିଏ ଯୌନ ହିଂସା ସହିତ ଜଡିତ ଏବଂ ଗୋଟିଏ ଜାତୀୟ ପତାକା ସହିତ ଜଡିତ।

ଓଡ଼ିଶାର କମିବ ୩ ଲୋକସଭା ଆସନ !

ମିଆଁମାର ଓ ଥାଇଲ୍ୟାଣ୍ଡରେ ଶୁକ୍ରବାର ହୋଇଥିବା ଶକ୍ତିଶାଳୀ ଭୂକମ୍ପ ପରେ ଉଦ୍ଧାରକାରୀ ଦଳ ଧ୍ୱଂସାବଶେଷ ତଳୁ ଇତି ମଧ୍ୟରେ ୧୦୦୦ରୁ ଅଧିକ ଲୋକଙ୍କ ମୃତଦେହକୁ ଉଦ୍ଧାର କରି ସାରିଲେଣି। ହଜାର ହଜାର ଲୋକ ନିଖୋଜ ଥିବା ବେଳେ ଆଗକୁ ମୃତ୍ୟୁସଂଖ୍ୟା ୧୦ ହଜାର ଟପିବ ବୋଲି ଆଶଙ୍କା କରାଯାଉଛି।

ଭୂକମ୍ପ ପରେ ଗତ ଦୁଇଦିନ ଧରି ଦିନ ରାତି ଲାଗିପଡ଼ି ଉଦ୍ଧାରକାରୀ ଦଳ ଧ୍ୱଂସାବଶେଷ ତଳୁ ନିରବ୍‌ଛିନ୍ନ ଭାବେ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ବିଶେଷକରି ମିଆଁମାରର ଦ୍ୱିତୀୟ ବଡ ସହର ଓ ଭୂକମ୍ପର କେନ୍ଦ୍ରସ୍ଥଳ କୁହାଯାଉଥିବା ମାଣ୍ଡଲେରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ମିଆଁମାରରେ ବର୍ତ୍ତମାନ ସୁଦ୍ଧା ୧୦୬୩ ଜଣଙ୍କ ମୃତଦେହ ଧ୍ୱଂସାବଶେଷ ତଳକୁ ମିଳିଥିବା ଦେଶର ସେନା ପକ୍ଷରୁ କୁହାଯାଇଛି। କିନ୍ତୁ ଆମେରିକା ଏଜେନ୍ସି କହିଛି ଯେ ଯେତିକି କ୍ଷୟକ୍ଷତି ହୋଇଛି, ତା’କୁ ଦେଖିଲେ ମୃତ୍ୟୁସଂଖ୍ୟା ୧୦ ହଜାର ଟପିବାର ଯଥେଷ୍ଟ ଆଶଙ୍କା ରହିଛି।

ମିଆଁମାରର ମିଲିଟାରୀ ଜୁଣ୍ଟା କହିଛି ଯେ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ହଜାରେ ଟପିଥିବା ବେଳେ ୨୩୭୬ ଜଣ ଆହତ ହୋଇଛନ୍ତି। ଶୁକ୍ରବାରର ଭୂକମ୍ପ ସମ୍ପର୍କରେ ପୀଡ଼ିତମାନେ ଲୋମଟାଙ୍କୁରା ଅନୁଭୂତି ବକ୍ଷାଣିଛନ୍ତି। ମିଆଁମାରର ଜଣେ ପୀଡିତ କହିଛନ୍ତି ଯେ ସେ ୱାଶରୁମରେ ଥିବା ବେଳେ ଭୂକମ୍ପ ହୋଇ ସେ ଥିବା ବିଲଡିଂ ଭୁଶୁଡ଼ି ପଡିଥିଲା। ଅଳ୍ପକେ ସେ ବର୍ତ୍ତି ଯାଇଥିଲେ। ଅନ୍ୟମାନଙ୍କ ସହ ସେ ଆଉ ଗୋଟିଏ ସ୍ଥାନକୁ ଆଶ୍ରୟ ପାଇଁ ଦୌଡିଥିଲେ। କିନ୍ତୁ ଉକ୍ତ ବିଲଡିଂ ମଧ୍ୟ ଦ୍ୱିତୀୟ ଭୂକମ୍ପ ଝଟକାରେ ଭୁଶୁଡି ପଡିଥିଲା। ତାଙ୍କ ପରିବାରର ୩ ଜଣ ଏବେ ବି ନିଖୋଜ ରହିଛନ୍ତି।

ନୂଆ ଗାଡ଼ି ସାଙ୍ଗରେ ମିଳିବ ଦୁଇଟି ହେଲମେଟ୍‌

ବେଆଇନ ବାଂଲାଦେଶୀ ପ୍ରବାସୀଙ୍କୁ ଚିହ୍ନଟ କରିବା ପାଇଁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ପୁଲିସର ସ୍ପେଶାଲ୍‌ ଟାସ୍କ ଫୋର୍ସ (ଏସଟିଏଫ) ବାଂଲାଦେଶୀମାନଙ୍କୁ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ୱିଙ୍ଗ ଗଠନ କରିବାକୁ ଯୋଜନା ରହିଛି।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ଗତ ୮ ମାର୍ଚ୍ଚରେ ଏସଟିଏଫ ୧୦ ଜଣଙ୍କୁ ଗିରଫ କରିଥିଲା। ପଚରାଉଚରା ପରେ ଅଟକ ବ୍ୟକ୍ତିମାନେ ବାଂଲାଦେଶୀ ନାଗରିକ ବୋଲି ସେମାନେ ପୁଲିସ ଆଗରେ ସ୍ୱୀକାର କରିଥିଲେ ମାଷ୍ଟର ମାଇଣ୍ଡଙ୍କୁ ପଚରାଉଚରାରୁ ଜଣାପଡିଛି ଯେ, ଦଲାଲ ଭାରତ ଆସିବା ପାଇଁ ୩୫ ହଜାର ଟଙ୍କା ଏବଂ ବାଂଲାଦେଶ ଫେରିବା ପାଇଁ ୩୦ ହଜାର ଟଙ୍କା ନେଉଛନ୍ତି।

ମାଷ୍ଟରମାଇଣ୍ଡ ଦଲାଲର ଠିକଣା ମଧ୍ୟ ଦେଇଥିଲେ। ସେହି ଅନୁସାରେ, ଏବେ ଏକ ସ୍ୱତନ୍ତ୍ର ଶାଖା ଜଗଦୀଶ ଦାସ ନାମକ ଦଲାଲକୁ ଧରିବାକୁ ଯୋଜନା କରୁଛି। ପଚରା ଉଚରା ସମୟରେ ଅଭିଯୁକ୍ତ ସୂଚନା ଦେଇଥିଲେ ଯେ, ବାଂଲାଦେଶୀ ଅନୁପ୍ରବେଶକାରୀମାନଙ୍କୁ ବାଂଲାଦେଶରୁ ଆସାମ ଦେଇ ବାଂଲାଦେଶ ସୀମା ଦେଇ ସଡ଼କ ପଥରେ ଭାରତ ପଠାଯାଉଥିଲା।

ପ୍ରାୟତଃ ରାତିରେ, ଯେତେବେଳେ ସୁରକ୍ଷା ବ୍ୟବସ୍ଥା ଟିକିଏ ଶିଥିଳ ରହିଥାଏ ସେତେବେଳେ ଅନୁପ୍ରବେଶକାରୀମାନଙ୍କୁ ସୀମା ପାର କରାଯାଉଥିଲା। ବାଂଲାଦେଶରୁ ବେଆଇନ ଭାବରେ ଲୋକଙ୍କୁ ଏଠାକୁ ଆଣିବା ପରେ ଦଲାଲ ସେମାନଙ୍କର ନକଲି ଆଧାର କାର୍ଡ ଏବଂ ଭୋଟର ପରିଚୟପତ୍ର ପ୍ରସ୍ତୁତ କରୁଥିଲେ। ସେହିଭଳି ଦିଲ୍ଲୀ ଏବଂ ବେଙ୍ଗାଲୁରୁରେ ତଦନ୍ତ ସମୟରେ ୪୦ ଜଣ ବାଂଲାଦେଶୀ ଧରାପଡ଼ିଥିଲେ। ଏବେ, ଏସଟିଏଫ ଦଳ ଦିଲ୍ଲୀ, ଆସାମ ଏବଂ ବେଙ୍ଗାଲୁରୁ ଯିବ ବୋଲି ଏସଟିଏଫ ଏସପି ରବି ନାରାୟଣ ଶତପଥୀ ସୂଚନା ଦେଇଛନ୍ତି।

ଓଡ଼ିଶାର କମିବ ୩ ଲୋକସଭା ଆସନ !

ଏଣିକି ଆପଣ ଗାଡ଼ି କିଣିଲେ ମାଗଣାରେ ମିଳିବ ଦୁଇଟି ହେଲ୍‌ମେଟ୍‌। ତାହା ପୁଣି କୌଣସି ନିମ୍ନମାନର ନୁହେଁ ବରଂ ଆଇଏସ୍‌ଆଇ ବ୍ରାଣ୍ଡ୍‌ର ହେଲ୍‌ମେଟ୍‌। ଏପରି ଘୋଷଣା କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଏ ନେଇ ସମସ୍ତ ଯାନବାହାନ ବିକ୍ରେତାଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ଦୁଇ ଚକିଆ ହେଲମେଟ୍‌ ନିର୍ମାତା ସଂଘ ଦୀର୍ଘ ଦିନ ଧରି ଆଇଏସଆଇ ପ୍ରମାଣିତ ହେଲମେଟ୍‌ ବାଧ୍ୟତାମୂଳକ କରାଯାଉ ବୋଲି ଦାବି କରିଆସୁଥିଲେ। ଏଭଳି ସମୟରେ ଗଡ଼କରୀଙ୍କ ଏହି ଘୋଷଣାକୁ ଭାରତୀୟ ଦୁଇ ଚକିଆ ହେଲମେଟ ନିର୍ମାତା ସଂଘର ପୂର୍ଣ୍ଣ ସମର୍ଥନ ମିଳିଛି।
ମିଳିଥିବା ସରକାରୀ ସୂଚନା ଅନୁଯାୟୀ, ପ୍ରତିବର୍ଷ ଦେଶରେ ୪ ଲକ୍ଷ ୮୦ ହଜାରରୁ ଅଧିକ ସଡ଼କ ଦୁର୍ଘଟଣା ଘଟୁଛି। ଏଥିରେ ଏକ ଲକ୍ଷ ୮୮ ହଜାର ଲୋକଙ୍କ ମୃତ୍ୟୁ ଘଟୁଛି। ମୃତକଙ୍କ ମଧ୍ୟରୁ ୬୬ ପ୍ରତିଶତଙ୍କ ବୟସ ୧୮ ରୁ ୪୫ ବର୍ଷ ମଧ୍ୟରେ।
ମିଳିଥିବା ସୂଚନା ଅନୁଯାୟୀ ପ୍ରତିବର୍ଷ ୬୯ ହଜାରରୁ ଅଧିକ ଦୁଇଚକିଆ ଯାନ ଚାଳକଙ୍କ ମୃତ୍ୟୁ ହୋଇଥାଏ। ଏଥିମଧ୍ୟରୁ ୫୦ ପ୍ରତିଶତ ଚାଳକଙ୍କ ମୃତ୍ୟୁ ହେଲ୍‌ମେଟ ପିନ୍ଧି ନ ଥିବାରୁ ହୋଇଥାଏ।
ଏହାଦ୍ୱାରା ଗୁଣାତ୍ମକ ଆଇଏସଆଇ ହେଲମେଟର ଉତ୍ପାଦନ ବୃଦ୍ଧି କରାଯିବା ସହିତ ସାରା ଦେଶରେ ଏହାର ଉପଲବ୍ଧତା ସୁନିଶ୍ଚିତ ହେବ। ଗଡ଼କରୀଙ୍କ ପଦକ୍ଷେପକୁ ସଡ଼କ ସୁରକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ କହିଲେ ଭୁଲ ହେବନାହିଁ।

ଟଙ୍କା ନେଇଗଲେ ସାଇବର ଠକ, ଜୀବନ ହାରିଲେ ଦମ୍ପତି

ମହିଳା ମହାକାଶ ଯାତ୍ରୀଙ୍କ Zero Gravity ପାଇଁ ପ୍ରସ୍ତୁତି ଯେତେ ସମସ୍ୟା ନୁହେଁ, ତାହା ଠାରୁ ବଡ଼ ସମସ୍ୟା ହେଉଛି ମାସିକିଆ ଋତୁସ୍ରାବକୁ ନିୟନ୍ତ୍ରଣ କରିବା । ମହିଳାମାନେ ଯେ କୌଣସି ଟ୍ରାଭେଲ ପ୍ଲାନ କଲେ ପ୍ରଥମେ ଏହି ଦିଗଟି ପ୍ରତି ସଜାଗ ରହିଥାନ୍ତି ଯେମିତି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସେମାନେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି । ମହିଳା ମହାକାଶ ଯାତ୍ରୀଙ୍କ କ୍ଷେତ୍ରରେ ଅନୁରୂପ ଟ୍ରାଭେଲ ପ୍ଲାନ କରିବାକୁ ପଡିଥାଏ।

ପୂର୍ବରୁ ମହାକାଶ ଅଭିଜାନ ବେଳେ ମାସିକିଆ ଋତୁସ୍ରାବ ସୁକ୍ଷ୍ମ ଗୁରୁତ୍ବାକର୍ଷଣ (Micro Gravity )ରେ କିପରି କାର୍ଯ୍ୟ କରିବ ସେ କ୍ଷେତ୍ରରେ ଅନିଶ୍ଚିତ ଅବସ୍ଥା ଥିଲା । ସୁତରାଂ ମହାକାଶ ଅଭିଯାନ କ୍ଷେତ୍ରରେ ବୈଜ୍ଞାନିକମାନେ ଆଂଶିକ ଭାବେ ମହିଳାମାନଙ୍କୁ ଏଥିରୁ ବାଦ ଦେଉଥିଲେକା। ରଣ ସେମାନେ ଋତୁସ୍ରାବକୁ ମହାକାଶରେ କିପରି ମ୍ୟାନେଜ କରିବେ ବୈଜ୍ଞାନିକ ନିଶ୍ଚିତ ନ ଥିଲେ ।

୧୯୮୩ ରେ ଏହି ଧାରଣା ବଦଳି ଗଲା ଯେତେବେଳେ Sally Ride ପ୍ରଥମ ଆମେରିକା ମହିଳା ମହାକାଶକୁ ଗଲେ। ଯେତେବେଳେ ୬ ଦିନ ପରେ ସେ ଫେରି ଆସିଲେ ସେତେବେଳେ ସାମ୍ବାଦିକଙ୍କ ପ୍ରଥମ ପ୍ରଶ୍ନ ଥିଲା – How did you manage your periods in space .Selly Ride ଉତ୍ତର ଦେଲେ ସାଙ୍ଗରେ ସ୍ୱଚ୍ଛତା ପ୍ୟାଡ଼ ନେଇଥିଲି । Nature Partner Journal ( NPJ )Microgravity ରେ ପ୍ରକାଶିତ ଅନୁଶୀଳନ ଅନୁଯାୟୀ – Many astronauts today choose to supress their period while in space। ବୈଜ୍ଞାନିକ ଗବେଷଣା ଅନୁଯାୟୀ Microgravity କିମ୍ବା Zerogravity ରେ ଋତୁସ୍ରାବ ଘଟଣା ଓ ପୃଥିବୀ ପୃଷ୍ଠରେ ଋତୁସ୍ରାବ ଘଟଣା ମଧ୍ୟରେ କୌଣସି ମୌଳିକ ପାର୍ଥକ୍ୟ ନାହିଁ।

ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ବର୍ଷା ଜୈନ କହିଛନ୍ତି Menstruation in space occurs just as it does in earth . Microgravity ରେ ଋତୁସ୍ରାବ କ୍ଷେତ୍ରରେ ସମସ୍ୟା ସୃଷ୍ଟି ଧାରଣାର କୌଣସି ଚିକିତ୍ସିୟ କାରଣ ନାହିଁ ।
ବରିଷ୍ଠ ପ୍ରସୂତି ବିଭାଗ ଡାକ୍ତର ରୀତା ବକ୍ସି କହିଛନ୍ତି ,କେତେକ ଲୋକଙ୍କ ଧାରଣା zerogravity ରେ ଋତୁସ୍ରାବ ରକ୍ତ ନିମ୍ନ ଗାମୀ ନ ହେଇ ଉର୍ଦ୍ଧ୍ବ ଗାମୀ ହେଇଥାଏ। କିନ୍ତୁ ବୈଜ୍ଞାନିକ ଅନୁସନ୍ଧାନ ଓ ମହାକାଶ ଯାତ୍ରୀଙ୍କ ମହାକାଶରେ ଶରୀରର କ୍ରିୟା କଳାପ ପୃଥିବୀ ପୃଷ୍ଠର କ୍ରିୟାକଳାପ ଭଳି ହେଇଥାଏ । Microgravity Environment ଋତୁସ୍ରାବ କ୍ଷେତ୍ରରେ ଭିନ୍ନ ପ୍ରତିକ୍ରିୟା ସୃଷ୍ଟି କରି ନ ଥାଏ।

ଅଧିକାଂଶ ମହିଳା ମହାକାଶ ଯାତ୍ରୀ ଋତୁସ୍ରାବକୁ କୃତ୍ରିମ ପଦ୍ଧତିରେ ରୋକିବାକୁ ଚେଷ୍ଟା କରନ୍ତି ନାହିଁ । ସେମାନେ ସ୍ୱଚ୍ଛତା କପଡ଼ା, ସାନିଟାରୀ ପ୍ୟାଡ଼ ଓ ଋତୁସ୍ରାବ କପ ନେଇ ଯାଇଥାନ୍ତି । କାରଣ ଏଗୁଡିକ କ୍ଷୁଦ୍ର ଓ ଡିସପୋଜିବଲ ।
ପ୍ରକୃତ ସମସ୍ୟା ଅନ୍ୟ ପ୍ରକାର । ମହାକାଶଯାନର Strict Weight Limit ରହିଥାଏ । ତେଣୁ ଅପ୍ରୟୋଜନ ପଦାର୍ଥ ନିଆ ଯାଏ ନାହିଁ । ପ୍ରତ୍ୟେକ ସମ୍ବଳ ଏପରି କି ପାଣିକୁ ସତର୍କତାର ସହ ବ୍ୟବହାର କରା ଯାଇଥାଏ । ସେଥିପାଇଁ ମହାକାଶ ଯାତ୍ରୀଙ୍କ ପରିସ୍ରାକୁ ପୁନଃ ବ୍ୟବହାର (Recycle) କରା ଯାଇଥାଏ । କିନ୍ତୁ ଏପର୍ଯ୍ୟନ୍ତ ଋତୁସ୍ରାବ ରକ୍ତକୁ ସହଜରେ Recycle କରି ହେବନାହିଁ ,ଯେହେତୁ ଏଥିରେ Solid Waste ରହିଛି।

କିନ୍ତୁ ବର୍ତ୍ତମାନ ମହାକାଶ ସଂସ୍ଥାମାନେ ଦୀର୍ଘ ସମୟ ଅଭିଯାନ ଚିନ୍ତା କରୁଛନ୍ତି, ଏପରି କି ମଙ୍ଗଳ ଅଭିଯାନ ବିଷୟ ଅନୁଶୀଳନ କରୁଛନ୍ତି । ତେଣୁ ଗବେଷଣା ଚାଲିଛି ମହିଳାମାନଙ୍କ ଏହି ପ୍ରାକୃତିକ ମାସିକ କ୍ରିୟାକୁ କିପରି ସହଜ ଉପାୟରେ Manage କରିହେବ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ ପୁରୁଷ ମହାକାଶ ଯାତ୍ରୀଙ୍କ ଭଳି ମହିଳା ମହାକାଶ ଯାତ୍ରୀ ସଫଳତାର ସହ ମହାକାଶ ଅଭିଯାନ କରି ପାରିବେ।

ଏହି ବିଷୟ ଟି ଉଲ୍ଲେଖ କରିବା ଉଦେଶ୍ୟ ହେଲା ଗତକାଲି ରାଜଧାନୀରେ ଯେପରି କଂଗ୍ରେସ କର୍ମୀଙ୍କ ଉପରକୁ ହଜାର ହଜାର ଲିଟର ପାଣି ବର୍ଷା କରା ଗଲା ଯେତେବେଳେ କି ରାଜ୍ୟରେ ଗଭୀର ଜଳ ସଙ୍କଟ ସେତେବେଳେ ସରକାର ବାହାଦୂରଙ୍କ ବୈଜ୍ଞାନିକମାନେ ଏପରି ନୂତନ ଆବିଷ୍କାର କରନ୍ତୁ ଯାହାଦ୍ୱାରା ବିକ୍ଷୋଭକାରୀଙ୍କ ନିମନ୍ତେ ଅପଚୟ ହେଉଥିବା ପାଣିକୁ ତୁରନ୍ତ Recycle କରିପାରିବେ।

Water Canon ଗୁଡ଼ିକ Make In India Project ମାଧ୍ୟମରେ ଏଭଳି ନିର୍ମାଣ କରାଯାଉ ଯାହାଦ୍ୱାରା ତୁରନ୍ତ ସେଥିରୁ ନିର୍ଗତ ପାଣି Recycle ହେଇ ପାରିବ । ଯଦି ମହାକାଶ ଯାତ୍ରୀ ନିଜର ପରିସ୍ରାକୁ Recycle କରି ମାସ ମାସ ସୀମିତ ପାଣିରେ ନିଜର କାର୍ଯ୍ୟ ସୁରୁଖୁରୁରେ ଚଳେଇ ପାରୁଛନ୍ତି, ତାହେଲେ Water Canon ପାଣିକୁ କାହିଁକି Recycle କରି ହେବ ନାହିଁ। ବିଧାନସଭାରେ ବିଧାୟକମାନେ ଏହି ପ୍ରସ୍ତାବ ଆଣନ୍ତୁ। ଦରକାର ପଡ଼ିଲେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରା ଯାଉ।
ଅଯଥା ଜଳ ନଷ୍ଟ ନ ହେଉ, ଜଳ ହିଁ ଜୀବନ !

– ବିଜୟ ସାହୁ

ଦିନମଜୁରିଆ ହୋଇଗଲେ କୋଟିପତି

ସାଇବର ଲୁଟେରାଙ୍କୁ ଧର୍ମ ସହିବନି। କର୍ଣ୍ଣାଟକ ବେଲଗାବୀରେ ଏକ ବରିଷ୍ଠ ନାଗରିକଙ୍କ ଠାରୁ ସାଇବର ଠକମାନେ ୫୦ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏଥିରେ ମ୍ରିୟମାଣ ହୋଇ ଦମ୍ପତି ଶେଷରେ ଆତ୍ମହତ୍ୟା କରିଛନ୍ତି।
ଖବର ନେବାରୁ ଜଣାପଡ଼ିଛି ୮୩ବର୍ଷୀୟ ଡିଆଙ୍ଗୋ ନଜରତ ପୂର୍ବରୁ ମହାରାଷ୍ଟ୍ର ମନ୍ତ୍ରାଳୟରେ କାର୍ଯ୍ୟ କରୁଥିଲେ। ଚାକିରିରୁ ଅବସର ପରେ ତାଙ୍କ ୭୯ ବର୍ଷୀୟ ପତ୍ନୀ ପ୍ଲେବିୟାନାଙ୍କ ସହ କର୍ଣ୍ଣାଟକର ବେଲଗାବୀରେ ଥିବା ନନ୍ଦଗଡ ଗାଁରେ ରହୁଥିଲେ। ସେମାନଙ୍କର ପାଖରେ କୌଣସି ସମ୍ପର୍କୀୟ ନଥିଲେ।
ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚର ଅଧିକାରୀ ବୋଲି ପରିଚୟ ଦେଇ ବୃଦ୍ଧ ଦମ୍ପତିଙ୍କ ସହ ଯୋଗାଯୋଗ କରିଥିଲେ। ଏକ ଭିଡିଓ କଲ୍ ମଧ୍ୟ କରାଯାଇଥିଲେ ଏବଂ ତାଙ୍କୁ ମିଥ୍ୟା ମାମଲାରେ ଫସାଇ ଦିଆଯିବାକୁ ଧମକ ଦେଇଥିଲେ ଠକ। ଠକମାନେ କହିଥିଲେ ଯେ ତାଙ୍କର ମୋବାଇଲ୍ ଆଇଡି ଏବଂ ଡକ୍ୟୁମେଣ୍ଟଗୁଡ଼ିକ କୌଣସି ଅପରାଧିକ କାର୍ଯ୍ୟକଳାପରେ ବ୍ୟବହାର କରାଯାଇଛି ଏବଂ ତାଙ୍କୁ ୫ଲକ୍ଷ ଜରିମାନା ଦେବାକୁ କହିଥିଲେ। ଭୟଭୀତ ଦମ୍ପତି ଠକମାନଙ୍କୁ ଏହି ପରିମାଣ ଦେଇଥିଲେ। କିନ୍ତୁ ଏହା ପରେ ଧମକ ଦେଇ ଅଧିକ ଟଙ୍କା ଦାବି କରିଚାଲିଥିଲେ ଲୁଟେରା। ଠକମାନେ ବିଭିନ୍ନ ବାହାନାରେ ତାଙ୍କଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିଲେ। ବାରମ୍ବାର ଧମକ ପାଇ ଏବଂ ଏତେ ଟଙ୍କା ହରାଇବା ପରେ ଚାପଗ୍ରସ୍ତ ହୋଇ ଜୀବନ ହାରିଥିଲେ ଦମ୍ପତି।

ଏଯାଏଁ ମିଳିଲାଣି ହଜାରେ ମୃତଦେହ

ମ୍ୟାମାର ଓ ଥାଇଲାଣ୍ଡରେ ଶୁକ୍ରବାର ହୋଇଥିବା ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଭୀଷଣ ବିପର୍ଯ୍ୟୟ ଆସିଛି। ୭.୭ ଏବଂ ୬.୪ ତୀବ୍ରତାର ୨ଟି ଭୂକମ୍ପ ପ୍ରଭାବରେ ମ୍ୟାମାରରେ ଅନେକ ସୁଉଚ୍ଚ ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶିଯାଇଛି। ବର୍ତ୍ତମାନ ସୁଦ୍ଧା ଧ୍ଵଂସ ସ୍ତୂପ ତଳୁ ହଜାରରୁ ଅଧିକ ମୃତଦେହ ଉଦ୍ଧାର କରାଯାଇଛି। ତେବେ ହଜାରରୁ ଅଧିକ ଲୋକଙ୍କୁ ଆହତ ଅବସ୍ଥାରେ ଚିକିତ୍ସା କରାଯାଉଛି।
ମ୍ୟାମାରରେ ଭୂକମ୍ପର ପ୍ରଭାବ ଏତେ ଅଧିକ ଥିଲା ଯେ ଏହା ୯୦୦ କିମି ଦୂରରେ ଥିବା ପଡ଼ୋଶୀ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି।
ଭାରତ ପଠାଇଲା ୧୫ ଟନ୍ ରିଲିଫ ସାମଗ୍ରୀ
କ୍ଷାୟକ୍ଷତିକୁ ଦୃଷ୍ଟିରେ ରଖି ଏବେ ଭାରତ ୧୫ ଟନ୍‌ର ରିଲିଫ୍ ସାମଗ୍ରୀ ପଠାଇଛି।
ଭାରତୀୟ ବାୟୁସେନାର ସି-୧୩୦ଜେ ବିମାନ ଜରିଆରେ ରିଲିଫ୍ ପ୍ୟାକେଜ୍ ପଠାଇଛି ଭାରତ। ଯେଉଁଥିରେ ତମ୍ବୁ, ଶୋଇବା ବ୍ୟାଗ୍, କମ୍ବଳ, ଖାଦ୍ୟ ଏବଂ ଜେନେରେଟର ସେଟ୍ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ରହିଛି। ଭୂମିକମ୍ପ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ପାରାସିଟାମଲ୍, ଆଣ୍ଟିବାୟୋଟିକ୍, ସିରିଞ୍ଜ, ଗ୍ଲୋଭସ୍ ଏବଂ ବ୍ୟାଣ୍ଡେଜ୍ ଭଳି ଚିକିତ୍ସା ସାମଗ୍ରୀ ମଧ୍ୟ ପଠାଯାଉଛି।

କୁହାଯାଉଛି ଯେ, ୨୮ ମାର୍ଚ୍ଚରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ବିଳମ୍ବିତ ରାତି ୧୧ଟା ୫୬ସମୟରେ ମିଆଁମାରରେ ୪.୨ ତୀବ୍ରତାର ଆଉ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା।

ତେବେ ମିଆଁମାର ଓ ଥାଇଲ୍ୟାଣ୍ଡ ବ୍ୟତୀତ ଭାରତରେ ମେଘାଳୟ, ମଣିପୁର, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ବାଂଲାଦେଶ, ଭିଏତ୍‌ନାମ ଏବଂ ଚୀନ୍‌ର ଦକ୍ଷିଣପଶ୍ଚିମ ୟୁନାନ୍‌ ପ୍ରଦେଶରେ ମଧ୍ୟ ଭୂକମ୍ପର ତୀବ୍ର ଝଟ୍‌କା ଅନୁଭୂତ ହୋଇଛି।

ଦିନମଜୁରିଆ ହୋଇଗଲେ କୋଟିପତି

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ଦ୍ୱାରା ବ୍ରହ୍ମପୁର ମଣ୍ଡଳ କାରାଗାରକୁ ‘ଇଟ ରାଇଟ କ୍ୟାମ୍ପସ’ ମାନ୍ୟତା ମିଳିଛି । ଦେଶର ପାଖାପାଖି ୧୦୦ଟି କାରାଗାର ମଧ୍ୟରେ ଓଡ଼ିଶାର ଏହି କାରାଗାର ସଦ୍ୟତମ ଅନୁଷ୍ଠାନ ଭାବେ ଏଫଏସଏସଏଆଇ ମାନ୍ୟତା ଲାଭ କରିଛି।

ଏଫଏସଏସଏଆଇ ଦ୍ୱାରା ‘ଇଟ୍‌ ରାଇଟ୍‌ କ୍ୟାମ୍ପସ୍‌’ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି କାର୍ଯ୍ୟସ୍ଥଳୀ, ଶିକ୍ଷାନୁଷ୍ଠାନ ଏବଂ ଡାକ୍ତରଖାନା ସମେତ ବିଭିନ୍ନ ଅନୁଷ୍ଠାନିକ ବ୍ୟବସ୍ଥାରେ ଖାଦ୍ୟ ସୁରକ୍ଷା ଏବଂ କଲ୍ୟାଣର ସଂସ୍କୃତିକୁ ପ୍ରୋତ୍ସାହିତ କରିବା। ବ୍ରହ୍ମପୁର ମଣ୍ଡଳ କାରାଗାର ଏଫଏସଏସଏଆଇର କଠୋର ମୂଲ୍ୟାଙ୍କନ ମାନଦଣ୍ଡ ପାଳନ କରିବାରେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ କରିଛି। ଏକ ହଜାର କଏଦୀଙ୍କ ଖାଦ୍ୟ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରତି ଏହା ଉତ୍ସର୍ଗୀକୃତ ପ୍ରଦର୍ଶନ କରିଛି।
ଏହି ପ୍ରମାଣପତ୍ର ପ୍ରକ୍ରିୟାରେ ଏକ ଏଫଏସଏସଏଆଇ ପାନେଲଭୁକ୍ତ ଏଜେନ୍ସି ଦ୍ୱାରା ପରିଚାଳିତ ଏକ ବ୍ୟାପକ ଅଡିଟ୍‌ ସାମିଲ ଥିଲା। ଏହି ଅଡିଟ୍‌ ମୌଳିକ ସ୍ୱଚ୍ଛତା, ଖାଦ୍ୟ ପ୍ରସ୍ତୁତି ଅଭ୍ୟାସ ଏବଂ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଖାଦ୍ୟ ସାରଣୀ ଅନୁଯାୟୀ ପୁଷ୍ଟିକର ଖାଦ୍ୟର ବ୍ୟବସ୍ଥା ସମେତ ଅତ୍ୟାବଶ୍ୟକ ପରିମାପକ ସହିତ ଜେଲର ଅନୁପାଳନକୁ ମୂଲ୍ୟାଙ୍କନ କରିଥିଲା।
କାରାଗାର ଏବଂ ସଂଶୋଧନ ସୁବିଧା ପାଇଁ ‘ଇଟ ରାଇଟ କ୍ୟାମ୍ପସ’ ପ୍ରମାଣପତ୍ରକୁ ବିସ୍ତାର କରି, କଏଦୀ ଏବଂ ଜେଲ୍‌ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ନିରାପଦ ଓ ପୁଷ୍ଟିକର ଖାଦ୍ୟ ପାଇବା ସୁନିଶ୍ଚିତ କରିବା ଲାଗି ଏଫଏସଏସଏଆଇ ଏହାର ପ୍ରତିବଦ୍ଧତାକୁ ରେଖାଙ୍କିତ କରେ।

ଦିନମଜୁରିଆ ହୋଇଗଲେ କୋଟିପତି

ଦିନ ମଜୁରିଆ ଭାବେ ଅନ୍ୟ ଘରେ କାମ କରୁଥିଲେ। ହଠାତ୍ ରାତି ପହିଲା ବେଳକୁ ହୋଇଗଲେ କୋଟିପତି। ଏହା କେବଳ ସ୍ୱପ୍ନରେ ସମ୍ଭବ ହୋଇଥାଏ। କିନ୍ତୁ ବାସ୍ତବ କ୍ଷେତ୍ରରେ ଏମିତି ଘଟିଛି କେଉଁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ। ରେଭେନସାପୁର ଗ୍ରାମର ଦିନମଜୁରିଆ ଭାବେ କାମ କରୁଥିବା ଗୁରୁଚରଣ ଜାମୁଡା ନାମକ ଯୁବକଙ୍କ ଅନଲାଇନ ଗେମରେ କୋଟିପତି ହୋଇପାରିଛନ୍ତି।

ଅନଲାଇନ ବ୍ୟାଟିଂ ଆପରେ ମାତ୍ର ୪୯ ଟଙ୍କା ଲଗାଇ ୩ କୋଟି ଟଙ୍କା ସମେତ ଏକ ମହେନ୍ଦ୍ରା ଥର୍ କାର ଜିତିଛନ୍ତି। ଜଣେ ଦିନ ମଜୁରିଆଙ୍କ ଜୀବନରେ ଚମତ୍କାର ଭାବରେ ଏହି ପରିବର୍ତ୍ତନ ଆସିଛି। ଜ୍ୟାକପଟ୍ ବିଷୟରେ ସୂଚନା ପାଇବା ପରେ ତାଙ୍କ ଖୁସିର ସୀମା ସରହଦ ଛୁଇଁଛି।

ଖବର ନେବାରୁ ଜଣା ପଡ଼ିଛି ଯେ, ଗୁରୁପ୍ରସାଦ ଅନଲାଇନ୍ ବେଟିଂ ଏବଂ ଜୁଆ ଆପରେ ମାତ୍ର ୪୯ ଟଙ୍କା ନିବେଶ କରିଥିଲେ। ଏଥିରେ ସେ ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଆପରେ ଖେଳୁଥିଲେ। ତେବେ ମାର୍ଚ୍ଚ ୨୬ ରେ ମୁମ୍ବାଇ ସ୍ଥିତ ବେଟିଂ ଆପରୁ ତାଙ୍କୁ ଏକ କଲ୍ ମିଳିଥିଲା। କିନ୍ତୁ, ସେ କଲ୍ ଉଠାଇ ନଥିଲେ ଏବଂ ପରଦିନ ତାଙ୍କୁ ପୁଣି ଏକ କଲ୍ ମିଳିଥିଲା। ମ୍ୟାନେଜର ତାଙ୍କୁ ଜଣାଇଲେ ଯେ ସେ ୩ କୋଟି ଟଙ୍କା ଏବଂ ଏକ ବିଳାସପୂର୍ଣ୍ଣ ଥାର ଗାଡ଼ି ଜିତିଛନ୍ତି।ଏହି ଖବର ପାଇ ତାଙ୍କ ପରିବାର ସଦସ୍ୟମାନେ ଖୁସି ହୋଇଯାଇଥିଲେ।

ତେବେ ଏହାଠାରୁ ଆହୁରି ବଡ କଥା ହେଉଛି ଯେ ସେମାନେ ଏହି ଟଙ୍କାରେ ସେମାନଙ୍କ ଗାଁର ସମସ୍ୟା ସମାଧାନ କରିବାକୁ ଚାହାଁନ୍ତି। ଏଥିସହିତ ଗୁରୁଚରଣ ତାଙ୍କ ଘର ଜମିରୁ ବିସ୍ଥାପିତ ହୋଇଥିବା ଲୋକଙ୍କ ମଧ୍ୟରୁ ଜଣେ। ତେଣୁ ସେ ଜିତିଥିବା ଟଙ୍କାରେ ନିଜର ଘର ତିଆରି କରିବେ ବୋଲି କହିଛନ୍ତି।

ବୀଭତ୍ସ ଭୂକମ୍ପ; ମୁକ୍ତି ମାଗୁଛନ୍ତି ମୃତକ

ଶୁକ୍ରବାର କେନ୍ଦ୍ରୀୟ ମିଆଁମାରରେ ୭.୭ ତୀବ୍ରତାର ଭୂମିକମ୍ପ ଫଳରେ ରାଜଧାନୀ ନେପିଡାରେ ରାସ୍ତାଘାଟ ଦୋହଲିଯାଇଛି ଏବଂ ଚୀନ୍‌, ଥାଇଲ୍ୟାଣ୍ଡ ଏବଂ ଭାରତର କିଛି ଅଂଶ ପର୍ଯ୍ୟନ୍ତ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି। ଏପର୍ଯ୍ୟନ୍ତ ୧୪୪ ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନେକ ନିଖୋଜ ଅଛନ୍ତି। ବଡ଼ବଡ଼ ବିଲଡିଂ ତଳେ ବହୁ ମୃତଦେହ ଏବେ ବି ରହିଥିବା ଅନୁମାନ କରାଯାଉଛି। ଉଦ୍ଧାର କାର୍ଯ୍ୟରେ ସାମରିକ କର୍ମଚାରୀଙ୍କ ସମେତ ସ୍ଥାନୀୟ ସୁରକ୍ଷା କର୍ମଚାରୀ ଲାଗିଛନ୍ତି।

ଭୂକମ୍ପର ତ୍ରିବ୍ରତା ଏତେ ଥିଲା ଯେ, ଫଳରେ ରାଜଧାନୀ ନେପିଡାରେ ରାସ୍ତାଘାଟ ଦୋହଲିଯାଇଥିଲା ଏବଂ ଚୀନ୍‌, ଥାଇଲ୍ୟାଣ୍ଡ ଓ ଭାରତର କିଛି ଅଂଶରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଥାଇଲ୍ୟାଣ୍ଡର ସୀମା ଆରପାରିରେ ଏକ ନିର୍ମାଣାଧୀନ ଆକାଶଚୁମ୍ବି କୋଠା ଭୁଶୁଡ଼ି ପଡ଼ିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି, ଆହୁରି ୭୦ ଜଣ ନିଖୋଜ ଅଛନ୍ତି। ନିର୍ମାଣାଧୀନ କୋଠାର ମୋଡ଼ା ଧାତୁ ଏବଂ ଭଗ୍ନାବଶେଷ ମଧ୍ୟରେ ଫସି ରହିଥିବା ବିଶ୍ୱାସ କରାଯାଉଛି।

ଚୁମ୍ବକରେ ଭୂକମ୍ପ

-ମିଆଁମାର ଭୂମିକମ୍ପର କେନ୍ଦ୍ରସ୍ଥଳ ସାଗାଇଙ୍ଗ ସହରରୁ ୧୬ କିଲୋମିଟର (୧୦ ମାଇଲ) ଉତ୍ତର-ପଶ୍ଚିମରେ, ସ୍ଥାନୀୟ ସମୟ ପ୍ରାୟ ୧୨:୫୦ (ସେଠାକାର ସମୟ)ରେ ୧୦ କିଲୋମିଟର ଗଭୀରରେ ଅବସ୍ଥିତ ଥିଲା।

– ସମଗ୍ର ଉତ୍ତର ଥାଇଲ୍ୟାଣ୍ଡ ଏବଂ ବ୍ୟାଙ୍କକ ପର୍ଯ୍ୟନ୍ତ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯେଉଁଠାରେ କୋଠାଗୁଡ଼ିକ ଥରି ଉଠିବା ସହିତ ବାସିନ୍ଦାମାନେ ରାସ୍ତାକୁ ପଳାଇ ଆସିଥିଲେ। ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଭିଜୁଆଲ୍‌ ବ୍ୟାଙ୍କକର ଚାତୁଚାକ୍‌ ଜିଲ୍ଲାରେ ଏକ କୋଠା ଭୁଶୁଡ଼ି ପଡ଼ିଥିବା ଦେଖାଯାଇଥିଲା।

– ଭୂମିକମ୍ପ ଯୋଗୁଁ ଥାଇଲ୍ୟାଣ୍ଡର ବ୍ୟାଙ୍କକରେ କିଛି ମେଟ୍ରୋ ଏବଂ ହାଲୁକା ରେଳ ସେବା ସ୍ଥଗିତ ରଖାଯାଇଥିଲା। ମିଆଁମାର ଭୂମିକମ୍ପର ଝଟକା ଭିଏତନାମରେ ମଧ୍ୟ ଅନୁଭୂତ ହୋଇଥିଲା।
– ଚୀନର ଦକ୍ଷିଣ-ପଶ୍ଚିମ ୟୁନାନ ପ୍ରଦେଶରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା, ବେଜିଂର ଭୂମିକମ୍ପ ସଂସ୍ଥା ଏହି ଝଟକାକୁ ୭.୯ ତୀବ୍ରତାର ଭୂମିକମ୍ପ ବୋଲି ରିପୋର୍ଟ କରିଛି।
– ମିଆଁମାରରେ ଭୂମିକମ୍ପ ତୁଳନାତ୍ମକ ଭାବରେ ଦେଶର କେନ୍ଦ୍ର ଦେଇ ଉତ୍ତରରୁ ଦକ୍ଷିଣକୁ ଯାଇଥିବା ସାଗାଇଙ୍ଗ ଫଲ୍ଟ ନିକଟରେ ୧୯୩୦ ରୁ ୧୯୫୬ ମଧ୍ୟରେ ୭.୦ ତୀବ୍ରତା କିମ୍ବା ତା’ଠାରୁ ଅଧିକ ଛଅଟି ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା।
– ମିଆଁମାରରେ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ପରେ ପଶ୍ଚିମବଙ୍ଗର କୋଲକାତା ଏବଂ ମଣିପୁରର ଇମ୍ଫାଲରେ ମଧ୍ୟ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି।