TT Ads

୧୪ ଜଣ କଂଗ୍ରେସ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ କରାଯିବା ପ୍ରତିବାଦରେ ଆଜି ଦଳ ପକ୍ଷରୁ ବିଧାନସଭା ଘେରାଉ ପାଇଁ ଆୟୋଜନ ଚାଲିଛି

ଏହି ଅବସରରେ ଭୁବନେଶ୍ବରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ନେତା ଓ କର୍ମୀଙ୍କ ସୁଅ ଛୁଟିଥିଲା ବେଳେ ଭୁବନେଶ୍ବରରେ ମଧ୍ୟ ଭିଡ ଆରମ୍ଭ ହେଲାଣି। ରାମମନ୍ଦିର ଛକରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ନେତା ଓ କର୍ମୀମାନେ ଏକାଠି ହୋଇଛନ୍ତି। ଅପରପକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀଙ୍କୁ ଅଟକ ରଖାଯିବା ଭଳି ଗୁରୁତର ଅଭିଯୋଗ ମଧ୍ୟ ଆସିଛି।
ଗଞ୍ଜାମ ଜିଲ୍ଲା ଖଲିକୋଟ ଅଞ୍ଚଳରୁ ଆସୁଥିବା କର୍ମୀଙ୍କୁ ଆସିକା ଭୁବନେଶ୍ୱର ମୁଖ୍ୟ ରାସ୍ତାରେ ପୁଲିସ ଯାଞ୍ଚ କରିବା ବାହାନାରେ ଅଟକ ରଖିଥିବା ଦଳ ପକ୍ଷରୁ ଅଭିଯୋଗ ହୋଇଛି। ସେହିଭଳି ଜଗତସିଂପୁର ଓ ଅନ୍ୟ ଜିଲ୍ଲାରେ କଂଗ୍ରେସ କର୍ମୀ ଆସୁଥିବା ବସଗୁଡ଼ିକୁ ପୁଲିସ ଅଟକ ରଖିଛି। ଏଭଳି ସ୍ଥିତିରେ ପିସିସି ସଭାପତି ପୋଲିସର ଏଭଳି ଆଚରଣକୁ ନିନ୍ଦା କରିଛନ୍ତି। ନାରୀଙ୍କ ସମ୍ମାନକୁ ଦୃଷ୍ଟିରେ ରଖି ଦଳ ଏଭଳି ପଦକ୍ଷେପ ନେଇଛି। ଚାହିଁଲେ ବି କଂଗ୍ରେସକୁ ଅଟକାଇ ପାରିବେ ନାହିଁ ବୋଲି କହିଛନ୍ତି ଶ୍ରୀ ଦାସ। ଯଦି ବସ୍ ଅଟକାଇଲେ ଆଗାମୀ ଦିନରେ ବସ୍ ଅନୁମତି ମଧ୍ୟ ନେବେ ନାହିଁ ବୋଲି କହିଛନ୍ତି।
ଭିଡ଼କୁ ଦୃଷ୍ଟିରେ ରଖି ସାରା ରାଜଧାନୀରେ ପୁଲିସ ଛାଉଣୀ କରାଯାଇଛି। ପ୍ରକାଶ ଥାଉ କି କଂଗ୍ରେସର ଏହି ପଦଯାତ୍ରା ରାମ ମନ୍ଦିର ଛକରୁ ବାହାରି ବିଧାନସଭା ଅଭିମୁଖେ ଯିବ।

ଜାତୀୟ ସଙ୍ଗୀତକୁ ଅପମାନ; ବିହାର ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ

TT Ads

Leave a Reply

Your email address will not be published. Required fields are marked *