ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନକୁ ଢେଲାମାଡ଼ ହୋଇଛି। ଫଳରେ ଟ୍ରେନ୍ର ଦୁଇଟି ବଗି କ୍ଷତିଗ୍ରସ୍ତ ହୋଇଛି। ଟ୍ରେନ୍ କୋଚ୍ର ଦୁଇଟି ଝରକାର କାଚ ଭାଙ୍ଗି ଯାଇଛି। ତିନି ଜଣ ପାସେଞ୍ଜର ସାମାନ୍ୟ ଆହତ ହୋଇଛନ୍ତି।ଢେଲାମାଡ଼ ପରେ ଟ୍ରେନ୍ରେ ଥିବା ଯାତ୍ରୀମାନେ ଆତଙ୍କିତ ହୋଇ ପଡ଼ିଥିଲେ।
ଖବର ନେବାରୁ ଜଣା ପଡ଼ିଛି ଯେ, କଲୁଙ୍ଗା ଷ୍ଟେସନ ନିକଟରେ ଏହି ପଥରମାଡ଼ ହୋଇଥିଲା। ରେଳ ବିଭାଗ, ଜିଆର୍ପି, ଆର୍ପିଏଫ୍ର ଟିମ୍ ଘଟଣାସ୍ଥଳରେ ତଦନ୍ତ ଜାରି ରହିଛି। ରାଉରକେଲା ଷ୍ଟେସନରେ ଟ୍ରେନ୍ ପହଞ୍ଚିବା ପରେ ଭାଙ୍ଗି ଯାଇଥିବା କାଚକୁ ପ୍ଲାଷ୍ଟର ଲଗାଇ ମରାମତି କରା ଯାଇଛି।
ପୂର୍ବରୁ ବାହାର ରାଜ୍ୟରେ ବନ୍ଦେ ଭାରତ ଟ୍ରେନ୍ ଉପରେ ପଥରମାଡ଼ ହୋଇ ଥିବା ବେଳେ ରାଉରକେଲା ନିକଟରେ ପ୍ରଥମ ଥର ପାଇଁ ଢେଲା ମାଡ ହୋଇଛି। ତେବେ କିଏ କାହିଁକି ଏହି ପଥର ମାଡ଼ କରିଛି ତା ତଦନ୍ତ ପରେ ଜଣା ପଡ଼ିବ।



