TT Ads

ଓଲା ଉବର ଲୋକଙ୍କୁ ସେବା ଯୋଗାଉଥିବା ସଂସ୍ଥାକୁ ଟକ୍କର ଦେବା ପାଇଁ ଖୁବଶିଘ୍ର ଆସିବ ସହକାରୀ ଟ୍ୟାକ୍ସି ସେବା। ଯାହାଦ୍ବାରା ଡ୍ରାଇଭର ସିଧା ସଳଖ ଯାତ୍ରୀଙ୍କ ଠାରୁ ଭଡ଼ା ଅର୍ଥ ପାଇ ପାରିବ। ଏ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ଘୋଷଣା କରିଛନ୍ତି

ଏହି ଯୋଜନା ଏକ ସମବାୟ ଭିତ୍ତିକ ଯାତ୍ରା ସେବା, ଯାହା ସିଧାସଳଖ ଡ୍ରାଇଭରମାନଙ୍କୁ ଲାଭ ଦେବା ପାଇଁ ପ୍ରସ୍ତୁତ କରାଯାଇଛି। ଓଲା ଏବଂ ଉବର ଭଳି ଆପ୍-ଭିତ୍ତିକ ସେବା ଯୋଗାଇବାକୁ ଯାଉଥିବା ଏହି ‘ସହକାର ଟ୍ୟାକ୍ସି’ ଡ୍ରାଇଭରମାନଙ୍କୁ ଉତ୍ତମ ରୋଜଗାର ‌ଯୋଗାଇବ। ସେମାନଙ୍କ ରୋଜଗାରରୁ ମଧ୍ୟସ୍ଥିଙ୍କ ଦ୍ୱାରା ନ କଟାଯାଇ ସେମାନଙ୍କୁ ସିଧା ପାରିଶ୍ରମିକ ମିଳିବ।

ଏଥିରେ ଡ୍ରାଇଭର୍‌ମାନଙ୍କୁ ଦୁଇ ଚକିଆ, ଟ୍ୟାକ୍ସି, ରିକ୍ସା ଏବଂ ଚାରି ଚକିଆ ଯାନ ପଞ୍ଜୀକରଣ କରିବାକୁ ଅନୁମତି ମିଳିବ।
ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସହକାର ସେ ସମୃଦ୍ଧି’ ଯୋଜନାର ଏକ ଅଂଶ ବୋଲି କହିଛନ୍ତି ଶାହ।
ଏହି ଯୋଜନାକୁ ବାସ୍ତବରେ କାର୍ଯ୍ୟକାରୀ କରିବା ପାଇଁ ସମବାୟ ମନ୍ତ୍ରଣାଳୟ ସାଢ଼େ ତିନି ବର୍ଷ ଧରି ନିରନ୍ତର ପରିଶ୍ରମ କରିଛି।

କିଛି ମାସ ମଧ୍ୟରେ ଏକ ପ୍ରମୁଖ ସମବାୟ ଟ୍ୟାକ୍ସି ସେବା ଆରମ୍ଭ ହେବାକୁ ଯାଉଛି। ଯାହା ଡ୍ରାଇଭରମାନଙ୍କୁ ସିଧାସଳଖ ଲାଭ ପ୍ରଦାନ କରିବ ବୋଲି ଗୃହମନ୍ତ୍ରୀ କହିଛନ୍ତି।

ଘେରାଉ ପୂର୍ବରୁ କଂଗ୍ରେସ କର୍ମୀଙ୍କୁ ଅଟକ

TT Ads

Leave a Reply

Your email address will not be published. Required fields are marked *