କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଥିବା ଗୁରୁଡ଼ିଝାଟିଆ ରେଳ ଷ୍ଟେସନରେ ଠିଆ ହୋଇଥିବା ଟ୍ରେନରେ ପଡ଼ିଥିବା ପାଲ ଚୋରି କରିବା ବେଳେ ଲାଗିଲା ବିଦ୍ୟୁତ୍ ଆଘାତ। ଘଟଣାସ୍ଥଳରେ ଚୋରି କରୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।
ବିଦ୍ୟୁତ୍ ଆଘାତରେ ବ୍ୟକ୍ତି ଜଣକ ଜୀବନ୍ତ ଜଳି ଯାଇଛନ୍ତି। ଯୁବକ ଜଣଙ୍କ ଛଗାଁ ଅଞ୍ଚଳର ବୋଲି ଜଣାପଡ଼ିଛି। ରେଳବାଇ ପୁଲିସର କହିବା ଅନୁଯାୟୀ, ରେଳ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନ ଠିଆ ହୋଇଥିବା ବେଳେ ଯୁବକ ଜଣକ ଟ୍ରେନ ଉପରେ ଚଢ଼ି ପାଲ ଭିଦୁଥିଲେ।ହାଇ-ଭୋଲଟେଜ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହୁତ୍ ହୁତ୍ ହୋଇ ଜଳିଗଲେ ଯୁବକ । ଘଟଣାସ୍ଥଳରେ ଯୁବକ ଜଣକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡିଛି। ସନ୍ଦେହ। ଘଟଣା ସ୍ଥଳରେ ରେଳ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ।
ସୂଚନା ଅନୁସାରେ ଆଠଗଡ଼ ଅଞ୍ଚଳର ଗୁରୁଡିଝାଟିଆ ରେଳ ଷ୍ଟେସନ ପାର୍କିଂରେ ଏକ ମାଲବାହୀ ଟ୍ରେନ ଅଟକି ରହିଥିଲା ଏହି ସମୟରେ କୋଇଲା ଉପରେ ଆଚ୍ଛାଦିତ ପାଲ ଚୋରି କରିବା ପାଇଁ ଯୁବକ ଜଣକ ମାଲବାହୀ ଟ୍ରେନର ଗୋଟିଏ ୱାଗନ ଉପରେ ଚଢ଼ିଥିଲେ। ଏହି ସମୟରେ ଯୁବକ ହାଇ-ଭୋଲଟେଜ୍ ବୈଦ୍ୟୁତିକ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ନିଆଁ ଲାଗି ତାଙ୍କ ଶରୀର ସମ୍ପୂର୍ଣ୍ଣ ଭାବ ଜଳିଯାଇଛି। ଏ ସମ୍ପର୍କରେ ସୂଚନା ପାଇ ରେଳବାଇ ପୋଲିସ ଏବଂ ରେଳ ବିଭାଗର ଅଧିକାରୀମାନେ ଘଟଣାସ୍ଥଳକୁ ପହଞ୍ଚି ମାମଲାରେ ତଦନ୍ତ ଆରମ୍ଭ କରିଛି ।


