TT Ads

ବିଜେଡି ସୁପ୍ରିମୋ ଦଳୀୟ ବିଧାୟକ ସନାତନ ମହାକୁଡ଼ଙ୍କୁ ତାଗିଦ୍‌ କରିବା ପ୍ରସଙ୍ଗରେ ଏବେ ରାଜନୈତିକ ବୟାନବାଜୀ ଜୋର୍‌ ଧରିଛି

ବିଜେପି ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ସନାତନ ମହାକୁଡ଼ କାଳେ ବିଜେପିକୁ ପଳେଇବେ ଏହି ଭୟରେ ବିଜେଡି ସୁପ୍ରୀମୋଙ୍କୁ ଘଟିଛି। ବିଜେଡ଼ି କ୍ଷମତାରେ ଥିବା ବେଳେ ତାଙ୍କ ଦଳୀୟ ସଭାପତି କିଛି ବୁଝୁ ନ ଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ହୁଇସିଲ୍‌ ମାରିଲେ ବିଜେଡି ଭଙ୍ଗାଯିବ ବୋଲି ଜୟନାରାୟଣ କହିଛନ୍ତି। ଅପରପକ୍ଷେ ଜୟନାରାୟଣଙ୍କ ଏଭଳି ବୟାନକୁ ରାଜନୈତିକ ସମୀକ୍ଷକମାନେ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି। ଯଦି ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ ଚାହିଁଲେ ବିଜେଡି ଭାଙ୍ଗିଯିବ; ତେବେ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ କ’ଣ ପାଇଁ ବିଜେଡି ଭାଙ୍ଗିବରାକୁ ଚାହୁଁ ନାହାନ୍ତି ?
ପ୍ରକାଶ ଥାଉ କି ଆଜି ବିଧାନସଭାର ବଜେଟ୍‌ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଧାନସଭା ପରିସରରେ ବିଜେଡ଼ିର ଚମ୍ପୁଆ ବିଧାୟକ ସନାତନ ମହାକୁଡ କାହିଁକି ଗତକାଲି ବିଧାୟକ ଦଳ ବୈଠକକୁ ଆସିଲେନି ବୋଲି କହିଥିଲେ। କ’ଣ ବିଜେପି ଆଡ଼କୁ ଢଳୁଛନ୍ତି ବୋଲି କହି ତେରଛା ବାଣ ମାରିଥିଲେ ନବୀନ। ଏଭଳି କଥାକୁ ନେଇ ଅନେକ ରାଜନୈତିକ ସମୀକ୍ଷକ ସନାତନଙ୍କ ବିଜେଡି ଯୋଗଦେବା ନେଇ ଆଲୋଚନା ହୋଇଥିଲା। କିନ୍ତୁ ସନାତନ ଗଣମାଧ୍ୟମକୁ କହିଛନ୍ତି ଯେ, ସେ ବିଜେଡ଼ିରେ ଥବଲେ ଏବେ ରହିବେ।

TT Ads

Leave a Reply

Your email address will not be published. Required fields are marked *