TT Ads

ଗତ ନିର୍ବାଚନ ପରଠାରୁ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା। ଏମିତିକି ସନାତନ୍ କିଛି ବିଜେପି ବିଧାୟକଙ୍କୁ ସମର୍ଥନ କରୁଥିବା ନେଇ ଆଲୋଚନା ହେଉଥିଲା

ଏବେ କିନ୍ତୁ ସନାଙ୍କ ଆଚରଣ ସେହିଭଳି ମନେ ହେଉଛି। ସେ ବିଜେଡିର ବହୁ ଦଳୀୟ କାର୍ଯ୍ୟକ୍ରମକୁ ଗୁରୁତ୍ଵ ଦେଉ ନ ଥିବା କୁହାଯାଉଛି। ଯେଉଁଥିପାଇଁ ତାଙ୍କୁ ତାଗିଦ୍ କରିଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ବିଧାନସଭାର ବଜେଟ୍ ଅଧିବେଶନ ପୂର୍ବରୁ ବିଜେଡିର ବିଧାୟକ ଦଳ ବୈଠକ ଡକାଯାଇଥିଲା। ଯେଉଁଥିରେ ବିଜେଡିର ପ୍ରାୟ ସବୁ ବିଧାୟକ ଯୋଗ ଦେଇଥିବା ବେଳେ ଚମ୍ପୁଆ ବିଧାୟକ ଶ୍ରୀ ମହାକୁଡ଼ ଏଥିରେ ଯୋଗ ଦେଇ ନ ଥିଲେ। ଯାହାକୁ ନେଇ ନବୀନ ବିରକ୍ତି ଭାବ ପୋଷଣ କରିବା ସହ ତାଗିଦ୍ କରିଛନ୍ତି। ବୁଧବାର ବିଧାନସଭା ପରିସରରେ କାହିଁକି ବିଧାୟକ ଦଳ ବୈଠକକୁ ଆସିଲେନି ବୋଲି ପଚାରିବାରୁ ଶ୍ରୀ ମହାକୁଡ ଅସୁସ୍ଥତା ଥିବା କହିଥିଲେ। ନବୀନ ତେରଛା ବାଣ ମାରି କହିଥିଲେ ବିଜେପି ଆଡ଼କୁ ଯାଉଛନ୍ତି କି ?
ତେବେ ଆଗକୁ ଯଦି ଶ୍ରୀ ମହାକୁଡ଼ ଏଭଳି ଆଚରଣ ଜାରି ରଖନ୍ତି ନବୀନ ବା ଦଳୀୟ ସୁପ୍ରିମୋ ବିଧାୟକଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା।।
ପ୍ରକାଶ ଥାଉ କି ସନାତନ ମହାକୁଡ ଦ୍ଵିତୀୟ ଥର ପାଇଁ ବିଧାୟକ ଭାବେ ଚମ୍ପୁଆରୁ ହୋଇଛନ୍ତି। ପ୍ରଥମେ ସ୍ଵାଧୀନ ଭାବେ ନିର୍ବାଚନ ଜିତିଥିବା ବେଳେ ପରବର୍ତ୍ତୀ ସମୟରେ ଅର୍ଥାତ୍ ଗତ ନିର୍ବାଚନରେ ବିଜେଡି ଟିକେଟ ପାଇ ବିଜୟ ଲାଭ କରିଛନ୍ତି।

TT Ads

Leave a Reply

Your email address will not be published. Required fields are marked *