ଏମିତି ଏକ ଲୁଟେରା ଯାହା ନାଁରେ ଦେଶର ବିଭିନ୍ନ ଥାନାରେ ୭୦ଟି ମାମଲା ରହିଛି। ସେ କେବଳ ଓଡ଼ିଶା କି ଛତିଶଗଡ଼ ନୁହେଁ ଦେଶର ପ୍ରାୟ ଅଧିକାଂଶ ରାଜ୍ୟରେ ଲୁଟ୍ପାଟ କରୁଥିଲା। ସେଭଳି ଜଣେ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ।
କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲାର ଅନୁସନ୍ଧାନ କରିବାକୁ ଯାଇ ପୁଲିସ ସତୀଶ ରେଡ୍ଡୀ ଓରଫ୍ ସ୍ପାଇଡର୍ ସତୀଶକୁ ଗିରଫ କରିଛି ପୁଲିସ। ତା’ଠାରୁ ବିପୁଳ ପରିମାଣର ସୁନା ଅଳଙ୍କାର ସହ ମୂଲ୍ୟବାନ ହୀରା ଅଳଙ୍କାର ମଧ୍ୟ ଜବତ କରିଛି ପୁଲିସ।
ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂଙ୍କ କହିବାନୁଯାୟୀ ସେ ବଡ଼ବଡ଼ ଲୋକଙ୍କୁ ଟାର୍ଗେଟ କରୁଥିଲା। ପ୍ରଥମେ ଇଣ୍ଟରନେଟ୍ରେ ଧନୀ ଲୋକଙ୍କ ନାଁ ବାହାର କରୁଥିଲା। ସେମାନଙ୍କୁ ଟାର୍ଗେଟ୍ କରି ଏକ ତାଲିକା ପ୍ରସ୍ତୁତ କରୁଥିଲା। ସେଥିପାଇଁ ସ୍ୱତନ୍ତ୍ର ଯୋଜନା କରି ଲୁଟ୍ କରୁଥିଲା। ଗତ ୨୬ ଜାନୁୟାରୀ ପୂର୍ବଦିନ ନିରଞ୍ଜନ ପଟ୍ଟନାୟକଙ୍କ ଘରକୁ ଟାର୍ଗେଟ୍ କରିଥିଲା ସତୀଶ। ସେ ଏକୁଟିଆ ହିଁ ଲୁଟ୍ପାଟ୍ କରିଥିଲା। ସେ ଯେଉଁଠାରୁ ଲୁଟ୍ପାଟ୍ କରୁଥିଲା ସେହି ଅଞ୍ଚଳ ଛାଡ଼ି ଚାଲି ଯାଉଥିଲା। ପରେ ଅନ୍ୟ ରାଜ୍ୟରେ ରହି ପୁଣି ଆଉଜଣେ ଧନୀ ଲୋକଙ୍କୁ ଟାର୍ଗେଟ୍ କରୁଥିଲା ଓ ଲୁଟ୍ ପାଇଁ ଯେଜନା କରୁଥିଲା।
ଏଭଳି ଲୁଟ୍ ଘଟଣା କମିଶନରେଟ୍ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲାଗିଥିଲା ୪ ଶହ ସିସିଟିଭି କ୍ୟାମେରା ଯାଞ୍ଚ କରିବା ପରେ ସତୀଶକୁ ଚିହ୍ନଟ କରିଥିଲା ପୁଲିସ। ପରେ ସେହି ରାତିରେ ବ୍ୟବହାର ହୋଇଥିଶ ୧୦ ହଜାର ମୋବାଇଲ୍ ନମ୍ବରକୁ ଯାଞ୍ଚ ପରେ ସତୀଶକୁ ଠାବ କରାଯାଇଥିଲା। ଭିନ୍ନ ଭିନ୍ନ ଟିମ୍ କୌଶଳକ୍ରମେ ସତୀଶକୁ ଠାବ କରି ବିଜୟୱାଡ଼ାରୁ ଗିରଫ କରିବାରେ ସଫଳ ହୋଇଛନ୍ତି ବୋଲି ପୁଲିସ କମିଶନର କହିଛନ୍ତି।