TT Ads

ଗୋଟେ ଗାଁରେ ଜଣେ ଦୁଃଖୀ ମଣିଷ ରହୁଥିଲା । ସେ ବହୁତ ଗରିବ ଥିଲା । ତା’ର ଘର ଦ୍ୱାର ନ ଥିଲା। ଜମି ବାଡ଼ି ନ ଥିଲା। ସେ ଭିକ୍ଷା କରି ଜୀବନ ନିର୍ବାହ କରୁଥିଲା। ଭାବୁଥିଲା, ଦୁନିଆରେ ଲୋକମାନେ କେତେ ଭଲରେ ରହୁଛନ୍ତି। କେତେ ଖୁସିରେ ରହୁଛନ୍ତି। ମୁଁ କ’ଣ ଏଡ଼େ ହତଭାଗ୍ୟ ଯେ ମୋ ଭାଗ୍ୟରେ ଖୁସି ବୋଲି କିଛି ନାହିଁ

ଥରେ ଗାଁକୁ ଜଣେ ସାଧୁ ଆସି କୁଡ଼ିଆ କରି ରହିଲେ। ଲୋକମାନେ ତାଙ୍କ ନିକଟକୁ ଯାଉଥିଲେ। ସେ ଲୋକମାନଙ୍କର ଦୁଃଖ ଶୁଣୁଥିଲେ। ସମସ୍ୟାର ସମାଧାନ କରୁଥିଲେ। ଦୁଃଖୀ ଲୋକଟି ଭାବିଲା, ମୁଁ ବି ସାଧୁଙ୍କ ନିକଟକୁ ଯିବି ଆଉ ମୋ ଦୁଃଖକଥା ତାଙ୍କୁ ଶୁଣେଇବି। ହୁଏତ ସାଧୁ ମୋ ଦୁଃଖର କିଛି ଇଲାଜ କରିପାରନ୍ତି। ଏହା ଭାବି ସେ ଦିନେ ସାଧୁମହାତ୍ମାଙ୍କ କୁଡ଼ିଆରେ ପହଞ୍ଚôଲା । ତା’ ପାଳି ପଡିବାରୁ ସେ ସାଧୁଙ୍କ ନିକଟକୁ ଗଲା । କହିଲା: ମହାତ୍ମା! ମୋ ଜୀବନରେ ଏତେ ଦୁଃଖ କ’ଣ ପାଇଁ? ସାଧୁ କିଛି ସମୟ ତାକୁ ନିରୀକ୍ଷଣ କଲେ । କହିଲେ: ତୁମେ ଏଇଥିପାଇଁ ଦୁଃଖୀ ଯେ, ତୁମେ କାହାରିକୁ କେବେ କିଛି ଦେଇନାହଁ। ଲୋକଟି କହିଲା- ମୁଁ ଓଳିଏ ମାଗିଲେ ଗଣ୍ଡିଏ ଖାଉଛି। ମୋ ପାଖରେ କ’ଣ ଅଛି ଯେ ମୁଁ ଅନ୍ୟକାହାକୁ ଦେବି। ସାଧୁ କହିଲେ, ତୁମକୁ ଅନେକ କିଛି ମିଳିଛି। ତମ ଓଠରେ ହସ ଅଛି। ତମେ ତ ଟିକିଏ ହସିଦେଇ ଲୋକଙ୍କୁ ଖୁସି ଦେଇପାରିବ। ତୁମକୁ କଥା କହିବାର ଶକ୍ତି ଅଛି। ତମେ ତ ମିଠାକଥା କହି ଲୋକଙ୍କ ମନ ଜିଣିପାରିବ। ଦୁଇଦୁଇଟା ହାତ ଅଛି। ତୁମେ ତ ଅନ୍ୟମାନଙ୍କର ଉପକାର କରିପାରିବ। ଏତିକିକର, ଦେଖିବ, ତୁମେ କେବେ ବି ନିଜକୁ ଦୁଃଖୀ ବୋଲି ଭାବିବ ନାହିଁ।

– ରାଜେନ୍ଦ୍ର

TT Ads

Leave a Reply

Your email address will not be published. Required fields are marked *