ଚାଲିଥିଲା ନିଝୁମ ରାତିରେ ଚାଲିଥିଲା ସେକ୍ସ୍ ରାକେଟ। ଟଙ୍କା ଦେଇ ମେଣ୍ଟାଉଥିଲେ ଦେହର ସୁଖ। ତେବେ ସବୁ ବିଗଡିଦେଲା ପୁଲିସ। ହୋଟେଲ ଭିତରୁ ୩ ଯୁବକଙ୍କୁ ଗିରଫ କଲା ବଲାଙ୍ଗୀର ଟାଉନ ଥାନା ପୁଲିସ। ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ସହରରୁ।
ବଲାଙ୍ଗୀର ସହରର ରାଜେନ୍ଦ୍ର ପାର୍କ ଅଞ୍ଚଳରେ ଥିବା ତିରୁପତି ଗେଷ୍ଟ ହାଉସରେ ନିୟମିତ ଦେହ କାରବାର ନେଇ ପୂର୍ବରୁ ଅଭିଯୋଗ ହେଉଥିଲା। କିନ୍ତୁ ପୁଲିସ ପାଖରେ କୌଣସି ପ୍ରମାଣ ନ ଥିଲା। ଗତକାଲି ବିଳମ୍ବିତ ରାତିରେ କୌଣସି ସୂତ୍ରରୁ ଖବର ପାଇ ଟାଉନ ଥାନା ପୁଲିସ ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଅଞ୍ଚଳରେ ଥିବା ତିରୁପତି ଗେଷ୍ଟ ହାଉସ ଉପରେ ଚଢ଼ାଉ କରିଥିଲା। ଚଢ଼ଉ ସମୟରେ ଗେଷ୍ଟ ହାଉସର ଗୋଟିଏ କୋଠରୀରେ ଜଣେ ଦେହଜୀବୀ ମହିଳାଙ୍କୁ ଉଦ୍ଧାର କରିଥିଲା ପୁଲିସ। ଏଥିସହିତ ୩ ଜଣ ଗ୍ରାହକଙ୍କୁ ଗିରଫ କରିଥିଲା ପୁଲିସ। ଗିରଫ ଯୁବକଙ୍କ ଘର କନ୍ଧମାଳ ଜିଲ୍ଲାର ବୋଲି ଜଣାପଡ଼ିଛି। ଗେଷ୍ଟ ହାଉସ୍ ଭିତରୁ କିଛି ଆପତ୍ତିଜନକ ଜିନିଷ ଜବତ କରିଛି ପୁଲିସ।



