TT Ads

ଅନେକ ସମୟରେ ଭିକରୀଙ୍କୁ ନେ଼ଇ ଆମେ ଚିନ୍ତାରେ ପଡ଼ିଥାଉ। ରାସ୍ତା ଘାଟ ଠାରୁ ଆରମ୍ଭ କରି ଛକ, ବଜାରରେ ମାଳ ମାଳ ଭିକରୀଙ୍କୂ ଦେଖିବାକୁ ମିଳେ। ତେବେ କେଉଁ ଜିଲ୍ଲାରେ କେତେ ଭିକାରୀ ଅଛନ୍ତି ଆସନ୍ତୁ ଜାଣିବା

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏବେ ଅଛନ୍ତି ମୋଟ ୫୨୮୪ ଜଣ ଭିକାରୀ। ସେମାନଙ୍କ ମଧ୍ୟରୁ କଟକ ଜିଲ୍ଲାରେ ସର୍ବାଧିକ ୧୦୬୦ ଜଣ ଭିକାରୀ ରହିଥିବା ବେଳେ ବରଗଡ଼ ଜିଲ୍ଲାରେ ୫୯୫ ଜଣ ଭିକାରୀ ଥିବା ବିଧାନସଭା ପ୍ରଶ୍ନୋତ୍ତର ଜଣା ପଡ଼ିଛି। ସେହିଭଳି ବରଗଡ଼ ଜିଲ୍ଲା ତଳକୁ ରହିଛି ଗଞ୍ଜାମ ଜିଲ୍ଲା। ଗଞ୍ଜାମ ଜିଲ୍ଲାରେ ଏବେ ମୋଟ ୫୪୫ ଜଣ ଭିକାରୀ ଭିକ୍ଷା ମାଗି ପରିବାର ପ୍ରତିପୋଷଣ କରୁଛନ୍ତି। କିନ୍ତୁ ଏକଦା ଭିକାରୀଙ୍କ ଜିଲ୍ଲା କୁହାଯାଉଥିବା ପୁରୀରେ ଏବେ ଭିକାରୀଙ୍କ ସଂଖ୍ୟା ରହିଛି ୩୫୦ ଓ ବଲାଙ୍ଗିରର ଅଛନ୍ତି ୪୮୨ ଜଣ ଭିକାରୀ। ସେହିଭଳି ସୁନ୍ଦରଗଡ଼ ଜିଲ୍ଲାରେ ୪୧୭ ଜଣ ଭିକାରୀ ଥିବା ଜଣା ପଡ଼ିଛି। ରାଜ୍ୟର କେଉଁ ଜିଲ୍ଲାରେ କେତେ ସେ ନେଇ ଏକ ବିଧାନସଭାର ପ୍ରଶ୍ନର ଉତ୍ତର ଦେଇ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇଛନ୍ତି।

TT Ads

Leave a Reply

Your email address will not be published. Required fields are marked *