ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାକ ତନକୁ ନେଇ ଏବେ ବିଶ୍ବବ୍ୟାପୀ ଗୁଞ୍ଜରଣ। କିଏ ଟାଣିଲା ଟ୍ରମ୍ପଙ୍କ ନାକ ? କାହିଁକି ରାଗିଗଲେ ଟ୍ରମ୍ପ। ଆସନ୍ତୁ ଜାଣିବା।
‘ଡୋଜ୍’ ବିଭାଗର ମୁଖ୍ୟ ଏଲନ ମସ୍କଙ୍କ ସହ ରାଷ୍ଟ୍ରପତି ଟ୍ରମ୍ପଙ୍କ ସାମ୍ବାଦିକ ସମ୍ମିଳନୀ ଚାଲିଥିଲା। ଏଥିରେ ବିଭିନ୍ନ ଅଧିକାରୀଙ୍କ ସହ ସାମ୍ବାଦିକମାନେ ମଧ୍ୟ ଉପସ୍ଥିତ ଥିଲେ। ଆମେରିକା ଚାକିରିଆ ହ୍ରାସ ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଓଭାଲ ଅଫିସରେ ଏହି ସାମ୍ବାଦିକ ସମ୍ମିଳନୀ ଚାଲିଥିବା ବେଳେ ସେଠାରେ ଉପସ୍ଥିତ ଥିବା ଏଲନ ମସ୍କଙ୍କ ୪ ବର୍ଷର ପୁଅ ଲିଲ୍ ଏକ୍ସ ଟ୍ରମ୍ପଙ୍କ ନାକକୁ ଟାଣି ଦେଇଥିଲା। ଏହାକୁ ନେଇ ଟ୍ରମ୍ପ ଅସ୍ବାଭାବିକ ସ୍ଥିତିରେ ପଡ଼ି ଯାଇଥିଲେ। ଟ୍ରମ୍ପ କିଛି ସମୟ ପାଇଁ ବିରକ୍ତି ଭାବ ପୋଷଣ କରିଥିଲେ। ହେଲେ ଏଲନ ମସ୍କଙ୍କ ସହ ତାଙ୍କର ଘନିଷ୍ଠତା ଥିବାରୁ ଏ ନେଇ କିଛି କହିପାରି ନ ଥିଲେ। ପରେ ପରେ ଏହି ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ଲୋକମାନେ ସମାଲୋଚନା କରିଛନ୍ତି।
ପ୍ରକାଶ ଥାଉ କି, ଏଲନ ମସ୍କଙ୍କ ପ୍ରେମିକା ଗ୍ରିନ୍ସଙ୍କ ଠାରୁ ଜନ୍ମିତ ଏହି ପୁଅକୁ ଏଲନ ଯୁଆଡେ ଯାଆନ୍ତି ସାଙ୍ଗରେ ନେଇ ଯାଆନ୍ତି। ଏପରିକି ଗତ ନିର୍ବାଚନ ସମଯରେରେ ମଧ୍ଯ ସେ ଏହି ପୁଅକୁ କାନ୍ଧରେ ବସାଇ ବୁଲାଉଥିବା ଦେଖାଯାଇଥିଲା। ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଓଭାଲ ଅଫିସକୁ ପୁଅକୁ ସାଙ୍ଗରେ ନେଇ ଆସିଥିବାରୁ ବହୁ ଲୋକ ନାପସନ୍ଦ କରିଛନ୍ତି।



