ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ଫେବୃଆରୀରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଏ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ପାଣିପାଗ ବିଭାଗ ମିଳିଥିବା ଦୀର୍ଘମିଆଦି ସୂଚନା ଅନୁଯାୟୀ ଆସନ୍ତା ୫ ଦିନ ମଧ୍ୟରେ ଅତି କମ୍‌ରେ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ।  ଉପକୂଳ ଅପେକ୍ଷା ଆଭ୍ୟନ୍ତରିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା ବୃଦ୍ଧି ପାଇଲେ ମଧ୍ୟ ଉପକୂଳ ଓଡ଼ିଶାରେ ଅଧିକ ଗୁରୁଗୁଳି ଅନୁଭୂତ ହେବ।  ମିଳିଥିବା ସୂଚନା ଅନୁଯରୟୀ ଆଉ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅଧିକ କୁହୁଡ଼ି ଅନୁଭୂତ ହେବ। ବିଶେଷକରି କଳାହାଣ୍ଡି, କୋରାପୁଟ, ଝାରସୁଗୁଡ଼ା, ସମ୍ବଲପୁର, ଗଜପତି, ନୂଆପଡ଼ା, ବଲାଙ୍ଗୀର, ଅନୁଗୁଳ, ଢେଙ୍କାନାଳ ଆଜି ଜିଲ୍ଲାରେ ଅଧିକ ତାପମାତ୍ରା ରହିବ। କିନ୍ତୁ ଉପକୂଳବର୍ତ୍ତୀ ଜିଲ୍ଲାରେ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି।

ମଧ୍ୟବିତ୍ତଙ୍କୁ ଖୁସି କରିବା ପାଇଁ ଆୟକର ସୀମା ବୃଦ୍ଧିନେଇ ବଜେଟରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ। ଆୟକର ରିଟର୍ଣ୍ଣ ଫାଇଲ୍ କରିବାର ସମୟସୀମାକୁ ୨ ବର୍ଷରୁ ୪ ବର୍ଷକୁ ବୃଦ୍ଧି କରାଯାଇଛି। ଆୟକର ସୀମା ବଢିବା ଦ୍ବାରା ଲୋକଙ୍କ ପାଖରେ ଅଧିକ ଅର୍ଥ ରହିବ ଓ ସେମାନେ ଅଧିକ ଖର୍ଚ୍ଚ କରିବେ ବୋଲି କହିଛନ୍ତ ଅର୍ଥମନ୍ତ୍ରୀ।

ଆୟକର ସ୍ଲାବ୍ ଅନୁଯାୟୀ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଦେବାକୁ ପଡ଼ିବ ନାହିଁ। ସେହିଭଳି ୪ ରୁ ୮ ଲକ୍ଷ ପର୍ଯ୍ୟନ୍ତ ଆୟକାରୀଙ୍କୁ ୫ ପ୍ରତିଶତ ଆୟକର ଦେବାକୁ ପଡ଼ିବ। ୮ ଲକ୍ଷରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିଲେ ୧୦ ପ୍ରତିଶତ ଆୟକର ଦେବାକୁ ପଡ଼ିବ। ୧୨ ଲକ୍ଷରୁ ୧୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିଲେ ୧୫ ପ୍ରତିଶତ ଆୟକର ଦେବାକୁ ପଡ଼ିବ। ୧୬ ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିଲେ ୨୦ ପ୍ରତିଶତ ଆୟକର ଦେବାକୁ ପଡ଼ିବ। ୨୦ ଲକ୍ଷରୁ ୨୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିଲେ ୨୫ ପ୍ରତିଶତ ଆୟକର ଦେବାକୁ ହେବ। ସେହିଭଳି ୨୫ ଲକ୍ଷରୁ ଅଧିକ ରୋଜଗାର କରୁଥିଲେ ୩୦ ପ୍ରତିଶତ ଆୟକର ଦେବାକୁ ପଡ଼ିବ ବୋଲି ଏଥର ବଜେଟରେ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଆସନ୍ତା ସପ୍ତାହରେ ଏକ ନୂତନ ଆୟକର ବିଲ୍ ଆଗତ କରାଯିବ। ଆୟକର ପାଇଁ ନୂଆ ଆଇନ ପ୍ରଣୟନ କରାଯିବ। ଆୟକର ନିୟମରେ ବଡ଼ ଧରଣର ପରିବର୍ତ୍ତନ ହେଲେ ମଧ୍ୟ ତାହା ଆକଳନ ଟିକସ ସ୍ଲାବ ସହ ଜଡିତ ହେବ ନାହିଁ ବୋଲି ସୀତାରମଣ କହିଛନ୍ତି।

ସଂସଦରେ ଚଳିତ ବର୍ଷ ପାଇଁ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିତାରମନ। ଏଥର ଶିକ୍ଷା, ସ୍ବାସ୍ଥ୍ୟଠାରୁ ଆରମ୍ଭ କରି କୃଷକଙ୍କ ବିକାଶ, ମହିଳା ଓ ଯୁବକଙ୍କୁ ପ୍ରାଧାନ୍ୟ ଦିଆଯାଇଛି।

ଏଥର ବଜେଟ ଅନୁଯାୟୀ ଏମଏସଏମଇ ପାଇଁ ମିଳିବ ୧୦ କୋଟିର ସୁବିଧା। ପୂର୍ବରୁ ଏହା ୫ କୋଟି ଥିଲା। ଷ୍ଟାର୍ଟଅପରେ ୨୦ କୋଟି ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବାର ସୁବିଧା ରହିଛି। ସେହିଭଳି ପୂର୍ବ ଭାରତରେ ୟୁରିଆ କାରଖାନା ଖୋଲିବା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଥିବା ବେଳେ ଭାରତକୁ ଖେଳନାର ଗ୍ଲୋବାଲ ହବ୍ କରିବା ପାଇଁ ରାଷ୍ଟ୍ରୀୟ ଯୋଜନା ହାତକୁ ନିଆଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

ଚାଷୀଙ୍କ ପାଇଁ ପିଏମ୍ ଧନଧାନ୍ୟ ଯୋଜନାରେ ଉପକୃତ ହେବେ ଦେଶର ୧୦୦ ଜିଲ୍ଲାର ୧.୭ କୋଟି ଚାଷୀ। କିଶନ କ୍ରେଡିଟ କାର୍ଡରେ ଋଣ ପରିମାଣ ୩ କୋଟିରୁ ୫ କୋଟିକୁ ବୃଦ୍ଧି ପାଇଛି।
ସେହିଭଳି ଗାଁରେ ମିଳିବ ବ୍ରଡ ବ୍ୟାଣ୍ଡ ସୁବିଧା ଯୋଗାଇ ଦେବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି।
୫ ଲକ୍ଷ ମହିଳାଙ୍କ ପାଇଁ ନୂଆ ଯୋଜନା ହାତକୁ ନିଆଯିବା ପାଇଁ ବଜେଟରେ ବ୍ୟବସ୍ଥା ହୋଇଛି। ସରକାରୀ ସ୍କୁଲରେ
ଦେଶରେ ୩ଟି ଏଆଇ ଏକସିଲେନ୍ସି ସେଣ୍ଟର୍ ଖୋଲିବ। ଏଆଇ ଏକସିଲେନ୍ସି ସେଣ୍ଟର୍ ପାଇଁ ବଜେଟରେ ୫୦୦ କୋଟିର ବ୍ୟୟ ବରାଦ।

ସେହିଭଳି ସ୍ବାସ୍ଥ୍ୟ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି ଏହି ବଜେଟରେ। ମେଡ଼ିକାଲ କଲେଜରେ ୭୫ ହଜାର ସିଟ୍ ବୃଦ୍ଧି ପାଇବ। ଆଗାମୀ ୫ ବର୍ଷରେ ଏହି ସିଟ୍ ବୃଦ୍ଧି କରାଯିବ। ସେହିଭଳି ସବୁ ସରକାରୀ ହସ୍ପିଟାଲରେ ରହିବ କ୍ୟାନସର ସେଣ୍ଟର୍। ଦେଶରେ ହେବ ୨୦୦ ଡେ କେୟାର ସେଣ୍ଟର୍। ପଞ୍ଜୀକୃତ ହେବେ ଦେଶର ସମସ୍ତ ଫୁଡ୍ ଡେଲିଭରି ବୟ।

ଜଳ ଜୀବନ ଯୋଜନା ଅବଧି ୨୦୨୮ ଯାଏଁ ବୃଦ୍ଧି ପାଇଲା। ଦେଶର ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ରଖି ଏହା ବୃଦ୍ଧି କରାଯାଇଥିବା କହିଛନ୍ତି ନିର୍ମଳା। ବଜେଟରେ ୫୦୦ ପର୍ଯ୍ୟଟନ ସ୍ଥଳୀର ବିକାଶ କରିବାକୁ ବ୍ୟବସ୍ଥା କରାଯାଇଥିବା ବେଳେ ଉଡାଣ ଯୋଜନାରେ ୧୨୦ଟି ସ୍ଥାନକୁ ସାମିଲ ପାଇଁ ଯୋଜନା ରହିଛି।

କଳାହାଣ୍ଡି ଜିଲ୍ଲା ପୋଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିଛି। ଧର୍ମଗଡ଼ ଥାନା ପୋଲିସ ଗ୍ୟାଙ୍ଗର ୮ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୩ କୋଟି ୫୧ ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି ସହ ଅପରାଧରେ ବ୍ୟବହୃତ ଗାଡି ଏବଂ ମରଣାସ୍ତ୍ର ଜବତ କରିଛି।

ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ବୋଲି ସୂଚନା ମିଳିଛି। ଗିରଫ ଅଭିଯୁକ୍ତମାନେ ହେଲେ, ଝାଡଖଣ୍ଡ ରାଞ୍ଚିର ତାହିର ଅନସାରୀ, ହୁସେନ୍ ଖାନ୍, ଜୈସମ ଖାନ୍, ସାମିମ୍ ଅନସାରୀ,ବାସୁଦେବ ଗୋପେ, ପିଣ୍ଟୁ ଓରଫ ଆଲିମ୍, ଅନୁଜ କୁମାର।

ଗତ ୩୦ ତାରିଖ ବିଳମ୍ବିତ ରାତି ଡକାୟତମାନେ ଧର୍ମଗଡ଼ ଠାରେ ଥିବା ଏକ ଦେଶୀ ମଦ ଭାଟିରେ ପଶିଥିଲେ। ସେଠାରେ ବନ୍ଧୁକ ଏବଂ ମରଣାସ୍ତ୍ର ଦେଖାଇ ଧମକ ଦେଇ ଟଙ୍କା ଲୁଟି ନେଇଥିଲେ। ଡକାୟତି କରିବା ପରେ ଅଭିଯୁକ୍ତମାନେ ଏକ ବୋଲେରୋ ଯୋଗେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଏନେଇ ଧର୍ମଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଡକାୟତଙ୍କୁ ଧରିବାକୁ କଳାହାଣ୍ଡି ଏସପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରାଯାଇଥିଲା। ଅନୁସନ୍ଧାନ ସମୟରେ ଅପରାଧରେ ବ୍ୟବହୃତ ଗାଡିକୁ ଝାଡ଼ଖଣ୍ଡରେ ଚିହ୍ନଟ କରାଯାଇ ଠାବ କରାଯାଇଥିଲା।
ପୋଲିସ ତଦନ୍ତ ବେଳେ ସ୍ଥାନୀୟ ପୁଲିସ ଦୁଇ ଅଭିଯୁକ୍ତ ସିରାଜ ଆନସାରୀ ଏବଂ କାମେଶ୍ୱର ଯାଦବକୁ ପ୍ରଥମେ ଗିରଫ କରିଥିଲା। ଅନ୍ୟ ଅଭିଯୁକ୍ତମାନେ ଝାଡ଼ଖଣ୍ଡ ଅଭିମୁଖେ ଫେରାର ହୋଇଥିବା ସମ୍ପର୍କରେ ପୋଲିସ ସୂଚନା ପାଇଥିଲା। ପରେ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ସଫଳତା ନିମନ୍ତେ କଳାହାଣ୍ଡି ପୁଲିସକୁ ଧନ୍ୟବାଦ୍ ଜଣାଇଛନ୍ତି।

ଆଉ ମାତ୍ର ଦିନ କେତୋଟି ପରେ ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ତିନି ଦଳର ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। କିନ୍ତୁ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଦେଇଥିବା ବୟାନ ଏବେ ଚର୍ଚ୍ଚା ଜୋର ଧରିଛି। ତେବେ ଏହା ଦିଲ୍ଲୀ ବିଧାନସଭା ନିର୍ବାଚନ ଉପରେ ପ୍ରଭାବ ପକାଇବ କି ?
ଆସନ୍ତୁ ଜାଣିବା ଦିଲ୍ଲୀର ମତଦାନ ହାର ଓ ପ୍ରାକ୍ ନିର୍ବାଚନୀ ସ୍ଥିତି। ଗତ କିଛି ଦିନ ତଳର ସ୍ଥିତିକୁ ଅନୁଧ୍ୟାନ କଲେ ଦିଲ୍ଲୀର ମୋଟ ଭୋଟରଙ୍କ ମଧ୍ୟରୁ ଆମ ଆଦମୀ ପାର୍ଟିର ହାତରେ ୩୫ ପ୍ରତିଶତ ଭୋଟ ରହିଥିଲା ବେଳେ କଂଗ୍ରେସର ୨୦ ପ୍ରତିଶତ ଓ ବିଜେପିର ୩୦ ପ୍ରତିଶତ ପକେଟ୍ ଭୋଟ ରହିଥିଲା। ବାକି ୧୫ ପ୍ରତିଶତ ଫ୍ଲୋଟିଂ ଭୋଟ ରହିଛି। ଫ୍ଲୋଟିଂ ଭୋଟର୍ ହିଁ ନିର୍ବାଚନରେ ଚୂଡାନ୍ତ ବିଜୟ ନିର୍ଦ୍ଧାରଣ କରନ୍ତି।
ସେହି ଭୋଟରଙ୍କୁ ହଟାଇବା ପାଇଁ ବିଜେପି ଲାଗି ପଡ଼ିଥିଲା। ମୋଦୀଙ୍କ ଅପେକ୍ଷା ଯୋଗୀଙ୍କ ପ୍ରଚାର ଏହାକୁ ଅଧିକ ବିଜେପି ଆଡ଼କୁ ଅଧିକ ପ୍ରଭାବିତ କରିଥିଲା। ଏହା ଦ୍ବାରା ମୋଟ ଭୋଟ ତିନିଭାଗ ହୋଇଥିଲେ ବିଜେପି ଫାଇଦାରେ ରହିବା କଥା। ଯାହା ପୂର୍ବ ଆକଳନ କରାଯାଇଥିଲା। କିନ୍ତୁ ସୋନିଆଙ୍କ ବୟାନ ପରେ କଂଗ୍ରେସ ଭୋଟ ପ୍ରଭାବିତ ହେବ।

ବିଶେଷକରି ଦିଲ୍ଲୀରେ କଂଗ୍ରେସ ହାତରେ ଥିବା ବିଜେପି ବିରୋଧୀ ଭୋଟ ଆପ୍ ହାତକୁ ଆସିବାର ସମ୍ଭାବନା ରହିଛି। ଯାହା ବିଜେପି ପାଇଁ କାଳ ହେବ। କୁହାଯାଉଛି ଯେ ଭାଜପାକୁ ଚେକ୍ ଦେଇ ଆମ୍ ଆଦମୀ ପାର୍ଟି ଜିତାଇବା ପାଇଁ ବାମ ସାମ୍ମୁଖ୍ୟର ସୋନିଆ ଏଭଳି କହିଛନ୍ତି।  ଅର୍ଥାତ ଏହା ଏକ ପ୍ରାୟୋଜିତ ବୟାନ। ଅପରପକ୍ଷେ ବିଜେପି ଏହାକୁ ଇସ୍ୟୁ କରିବା ଓ ଚର୍ଚ୍ଚାରେ ରଖିବା ଦଳକୁ କ୍ଷତି ପହଞ୍ଚାଇବ।

ମହତ ମଣିଷର ମହତ ଚିନ୍ତା ତା’ର ପିଲାଟି ବେଳୁ ହିଁ ଜଣାପଡ଼ିଯାଏ। ଘଟଣାଟି ବିବେକାନନ୍ଦଙ୍କ ପିଲାବେଳର କଥାରୁ ହିଁ ଜଣା ପଡେ।

ପିଲାବେଳେ ବିବେକାନନ୍ଦଙ୍କ ସମସ୍ତେ ନରେନ୍ ବୋଲି ଡାକୁଥିଲେ। ଦିନେ ସ୍କୁଲରେ ଶିକ୍ଷକ ପଚାରିଲେ ନରେନ୍, ତମେ ବଡ଼ହେଲେ କ’ଣ ହେବ। ନରେନ ଉତ୍ତରଦେଲେ ସାର, ମୁଁ ବଡ଼ହେଲେ ଜଣେ ଗାଡ଼ି ଚାଳକ ହେବି। ଏହା ଶୁଣି ଶିକ୍ଷକ ଆଶ୍ଚର୍ଯ୍ୟ ହୋଇଗଲେ। ଏକଥା ବି ତାଙ୍କ ବାପାମାଆଙ୍କ କାନରେ ପଡ଼ିଲା। ସେମାନେ ବି ପୁଅର ଏଭଳି କଥା ଶୁଣି ମନଦୁଃଖ କଲେ।
ବିଶେଷକରି, ନରେନର ଉତ୍ତର ତା’ ମାଆଙ୍କୁ ଅଧିକ କଷ୍ଟ ଦେଇଥିଲା। ଏକଥା ନରେନ ଜାଣୁଥିଲେ ଓ ବୁଝୁଥିଲେ। ହେଲେ ମାଆଙ୍କୁ କେମିତି ବୁଝେଇବେ ସେକଥା ଜାଣିପାରୁ ନ ଥିଲେ। ଦିନେ ମାଆଙ୍କ ସହ ସେ ଜଣେ ପଡ଼ୋଶୀଙ୍କ ଘରକୁ ବୁଲିଗଲେ। ପଡ଼ୋଶୀଙ୍କ ଘରରେ ମହାଭାରତକୁ ନେଇ ଗୋଟିଏ ବଡ଼ ପେଣ୍ଟିଂ ଲାଗିଥିଲା ଯେଉଁଥିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କ ରଥ ଚଳାଉଥିଲେ। ନରେନ ମାଆଙ୍କୁ ପଚାରିଲେ ମାଆ ଚିତ୍ରରେ ଶ୍ରୀକୃଷ୍ଣ କ’ଣ କରୁଛନ୍ତି? ମାଆ କହିଲେ ଶ୍ରୀକୃଷ୍ଣ ଧର୍ମର ରଥ ଚଳାଉଛନ୍ତି। ନରେନ୍ କହିଲେ ଯଦି ଶ୍ରୀକୃଷ୍ଣ ଶ୍ରେଷ୍ଠ ହୋଇ ରଥଚାଳକ ହୋଇପାରିଲେ ତା’ହେଲେ ମୁଁ ଗାଡ଼ିଚାଳକ ହେବାରେ ଅସୁବିଧା କେଉଁଠି ? ମୁଁ ତ ବଡ଼ ହେଲେ ଧର୍ମର ଗାଡ଼ି ଚଳାଇବି ବୋଲି ପଣ କରିଛି। ପୁଅ ନରେନଙ୍କୁ ଦେବା ଲାଗି ମାଆଙ୍କ ନିକଟରେ କୌଣସି ଉତ୍ତର ନ ଥିଲା।