TT Ads

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଏକ ଛାତ୍ରାବାସ ପରିସରରେ ଆଦିବାସୀ ନାବାଳିକାଙ୍କୁ ନିର୍ଯାତନା ଘଟଣାରେ ବଦଳି ହୋଇଥିବା ଅଧୀକ୍ଷକ ରାଜେନ୍ଦ୍ର ସାହୁଙ୍କୁ ନିଲମ୍ବନ କରାଯାଇଛି।

ପ୍ରକାଶ ଥାଉ କି ଅନ୍ୱେଷା ଛାତ୍ରାବାସରେ ଆଦିବାସୀ ନାବାଳିକା ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ଆସିବା ପରେ ଅନ୍ୱେଷା ଛାତ୍ରାବାସ ପୂର୍ବତନ ଅଧୀକ୍ଷକ ରାଜେନ୍ଦ୍ର ସାହୁଙ୍କ ନାଁରେ ନାବାଳିକା ଛାତ୍ରୀଙ୍କୁ ନିର୍ଯାତନା ନେଇ ଅଭିଯୋଗ ଆସିଥିଲା। ଅଭିଯୋଗ ଆଧାରରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏକ ତଦନ୍ତ କମିଟି ଘଟଣାର ତଦନ୍ତ କରୁଥିଲା। ତଦନ୍ତରେ ବାଧାପ୍ରାପ୍ତ ହେବ ଆଶଙ୍କାରେ ଗତ ୪ ତାରିଖରେ ପ୍ରଥମେ ଆବରସିଂ ଆଶ୍ରମ ବିଦ୍ୟାଳୟକୁ ବଦଳି କରାଯାଇଥିଲା ।

ପରବର୍ତ୍ତୀ ସମୟରେ ୭ ତାରିଖରେ ପୁନର୍ବାର ବାପନବୁଡ଼ି ସେବାଶ୍ରମକୁ ବଦଳି କରା ଯାଇଥିଲା। ରାଜେନ୍ଦ୍ର ଅନ୍ତେବାସୀଙ୍କୁ ଶାରୀରିକ ଏବଂ ଯୌନ ନିର୍ଯାତନା ଦେଉଥିବା ତଦନ୍ତ ସମୟରେ ଜାଣିବାକୁ ପାଇଛି ତଦନ୍ତ କମିଟି। ତଦନ୍ତ କମିଟିର ରିପୋର୍ଟ ଆଧାରରେ ରାଜେନ୍ଦ୍ରଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି। ପ୍ରକାଶ ଥାଉ କି ବିଭିନ୍ନ ସମୟରେ ତାଙ୍କ ନାଁ ରେ ଅଭିଯୋଗ ହୋଇ ଆସୁଥିଲା।

TT Ads

Leave a Reply

Your email address will not be published. Required fields are marked *