ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ତାହୱୁର ହୁସେନ୍ ରାଣାକୁ ପ୍ରତ୍ୟାର୍ପଣ ପାଇଁ ଆମେରିକା ସୁପ୍ରିମ କୋର୍ଟ ଅନୁମୋଦନ କରିଛନ୍ତି।

ଦୋଷୀ ସାବ୍ୟସ୍ତ ହୋଇଥିବା ତାହୱୁର ହୁସେନ୍ ରାଣାକୁ ଭାରତକୁ ପ୍ରତ୍ୟର୍ପଣ ନ କରିବା ପାଇଁ ଚାହୁଥିବା ଆମେରିକା ସରକାରଙ୍କୁ ଝଟକା ଲାଗିଛି। ରାଣାଙ୍କୁ ପ୍ରତ୍ୟାର୍ପଣ କରିବା ପାଇଁ ଆମେରିକାର ସୁପ୍ରିମକୋର୍ଟ ଶନିବାର ଅନୁମୋଦନ କରିଛନ୍ତି। ରାଣାଙ୍କ ଭଳି ଆତଙ୍କବାଦୀ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ପ୍ରତ୍ୟାର୍ପଣ ପାଇଁ ଅନୁମୋଦନ କରିଥିବା ଦର୍ଶାଇଛନ୍ତି ଆମେରିକା ସୁପ୍ରିମକୋର୍ଟ। ଅପରପକ୍ଷେ ଆମେରିକା ସରକାରଙ୍କ ପକ୍ଷରୁ ଆତଙ୍କବାଦୀଙ୍କ ଦୋଷୀ ସାବ୍ୟସ୍ତ ହେବାର ସମୀକ୍ଷା ଅନୁରୋଧକୁ ଖାରଜ କରିଦେଇଛି ଅଦାଲତ। ଏହାଦ୍ବାରା ଆତଙ୍କବାଦୀଙ୍କ ମାଷ୍ଟରମାଇଣ୍ଡ କୁହାଯାଉଥିବା ରାଣାକୁ ପ୍ରତ୍ୟର୍ପଣ କରିବା ପାଇଁ ଭାରତର ରାସ୍ତା ପରିଷ୍କାର ହୋଇଛି।
ରାଣାଙ୍କ ବ୍ୟତୀତ ଅନ୍ୟ ଅନେକ ଅପରାଧୀଙ୍କୁ ଫେରାଇ ଆଣିବାକୁ ଭାରତ ସରକାରଙ୍କ ପକ୍ଷରୁ ଚେଷ୍ଟା କରାଯାଉଛି। ଯେଉଁମାନେ ଆଇନରୁ ରକ୍ଷା ପାଇବା ପାଇଁ ପଳାତକ ହୋଇଥିଲେ ସେମାନଙ୍କ ପ୍ରତି କଠୋର ହୋଇଛନ୍ତି ଭାରତ ସରକାର। ଗତ ମାସରେ କୁହାଯାଇଥିଲା ଯେ ଭାରତର ଯେତିକି ଅପରାଧୀ ପଳାତକ ଘୋଷିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଆମେରିକାରେ ଲୁଚି ରହିଛନ୍ତି। ଆମେରିକାକୁ ଅପରାଧୀ ତଥା ଆତଙ୍କବାଦୀଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ବୋଲି ଦର୍ଶା ଯାଇଥିଲା।

 ବେଳେବେଳେ ଆମେ ଭାବୁ ଯେ, ଆମେ ଅନ୍ୟକୁ ବୋକା ବନଉଛେ। ହେଲେ ଆମେ ଅନ୍ୟକୁ ନୁହେଁ, ଖୋଦ୍ ନିଜକୁ ହିଁ ବୋକା ବନେଇ ଥାଆନ୍ତି।

ଥରେ ମୁଲ୍ଲା ନସିରୁଦ୍ଦିନଙ୍କୁ ତାଙ୍କ ସ୍ତ୍ରୀ ନିକମ୍ମା କହି ଗାଳିକଲେ। ନସିରୁଦ୍ଦିନଙ୍କୁ ବାଧିଲା। ସେ ବଡ଼ପାଟିରେ କହିଲେ, ଈଶ୍ୱର! ଏବେ ତ କିଛି ଦିଅ। ଏତିକିବେଳେ ଗୋଟିଏ ସୁନାମୋହର ଥିବା ଥଳି ଆସି ତାଙ୍କ ପାଖରେ ପଡ଼ିଲା। ବ୍ୟାଗଟିକୁ ତାଙ୍କର ପଡ଼ୋଶୀ ଅହମ୍ମଦ ତାଙ୍କ ନିକଟକୁ ଫୋପାଡ଼ିଥିଲେ। ଭାବିଥିଲେ, ମୁଲ୍ଲା ଭାବିବେ ଈଶ୍ୱର ଦେଲେ। ଯେତେବେଳେ ସତ ଜାଣିବେ ତାଙ୍କ ମୁହଁ କଳା ପଡ଼ିଯିବ। ହେଲେ ମୁଲ୍ଲା ସବୁକଥା ଜାଣୁଥିଲେ। ମୁଲ୍ଲା ବ୍ୟାଗଟିକୁ ନେଇ ଘରକୁ ଗଲେ। କିଛି ସମୟ ପରେ ପଡ଼ୋଶୀ ଅହମ୍ମଦ ମୁଲ୍ଲାଙ୍କ ପାଖକୁ ଆସି କହିଲେ, ମୁଁ ଥଟ୍ଟା କରି ସେ ଥଳି ତମ ପାଖକୁ ଫିଙ୍ଗିଥିଲି। ଏବେ ମୋ ଥଳି ଫେରାଇଦିଅ।

ମୁଲ୍ଲା କହିଲେ, ତାହା ମୋତେ ଈଶ୍ୱର ଦେଇଛନ୍ତି। ମୁଁ ତମକୁ ଦେବି କାହିଁକି ? ଅହମ୍ମଦ କହିଲେ, ଚାଲ, ଆମେ ରାଜାଙ୍କ ପାଖକୁ ଯିବା। ସେ ଯାହା କହିବେ ସେଇଆ ହେବ। ମୁଲ୍ଲା କହିଲେ: ମୁଁ ଯାଆନ୍ତି ଯେ। ହେଲେ ପିନ୍ଧିବାକୁ ଲୁଗା ଅଛି, ନା ଯିବା ଲାଗି ଘୋଡ଼ା ଅଛି। ଅହମ୍ମଦ କହିଲେ, ମୋ ଲୁଗା ନିଅ। ମୋ ଘୋଡ଼ା ନିଅ। ରାଜାଙ୍କ ପାଖକୁ ଚାଲ। ସେଇଆ ହେଲା।

ମୁଲ୍ଲା ଦରବାରରେ ପହଞ୍ଚିଲେ। ରାଜା ସବୁକଥା ଶୁଣିଲେ। ମୁଲ୍ଲାଙ୍କୁ ତାଙ୍କ ପକ୍ଷ ରଖିବାକୁ କହିଲେ। ମୁଲ୍ଲା କହିଲେ, ହଜୁର, ଅହମ୍ମଦ ପାଗଳ ହୋଇଯାଇଛି। ତାଙ୍କୁ ପଚାରନ୍ତୁ ସେ ଏକଥା ବି କହିବ ଯେ, ମୁଁ ଯେଉଁ ଲୁଗା ପିନ୍ଧିଛି ତାହା ବି ତା’ର। ମୁଁ ଯେଉଁ ଘୋଡ଼ାରେ ଆସିଛି ତାହା ମଧ୍ୟ ତା’ର। ଅହମ୍ମଦ କହିଲା, କହିବି କ’ଣ, ସତକୁ ସତ ସେ ସବୁ ମୋର। ରାଜା ଜାଣିଲେ- ମୁଲ୍ଲାଙ୍କ ପଡ଼ୋଶୀ ସତରେ ପାଗଳ ହୋଇ ଯାଇଛନ୍ତି। ତେଣୁ ତାଙ୍କୁ ପାଗଳ ଗାରଦକୁ ପଠାଇଦେଲେ। ବେଳେ ବେଳେ ଅନ୍ୟକୁ ବୋକା ବାଣ୍ଟିବାକୁ ହେଲେ ନିଜକୁ ବୋକା ଭଳି ଅଭିନୟ କରିବାକୁ ହୁଏ।

୫ ରୁ ଟିକେଟ ବିକ୍ରି, ଦୁଇରୁ ଅନଲାଇନରେ ଉପଲବ୍ଧ ହେବ ଟିକେଟ।

ବାରବାଟି ଦିନିକିଆ ପାଇଁ ୫ ରୁ ମିଳିବ ଟିକେଟ। ଦୁଇଦିନ ଧରି ଦୁଇଟି କାଉଣ୍ଟରରେ ଏହି ଟିକେଟ ଉପଲବ୍ଧ ହେବ। କଟକର କେମ୍ରିଜ ଓ ଭୁବନେଶ୍ୱରର କିଟରେ ରିଡିମ୍ ହୋଇପାରିବ । କିନ୍ତୁ ଆସନ୍ତା ଫେବୃଆରୀ ୨ ତାରିଖରୁ ଅନଲାଇନରେ ଟିକେଟ ମିଳିପାରିବ। ଏ ନେଇ ସୂଚନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ସୂରଜ୍ ସୂର୍ଯ୍ୟବଂଶୀ। ଏଥିପାଇଁ ଆସନ୍ତା ଫେବୃୟାରୀ ୭ ତାରିଖରେ ଓଡ଼ିଶାରେ ପହଞ୍ଚିବେ ଉଭୟ ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ୍। ଫେବୃଆରୀ ୮ ତାରିଖରେ ଉଭୟ ଟିମ୍ ତିନି ଘଣ୍ଟା ଲେଖାଏଁ ଖେଳ ଅଭ୍ୟାସ କରିବେ। ପ୍ରକାଶ ଥାଉ କି ଆସନ୍ତା ଫେବୃଆରୀ ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏହି ଖେଳ ଅନୁଷ୍ଠିତ ହେବାକୁ ଯାଉଛି। ଅପରାହ୍ନ ସାଢେ଼ ଗୋଟାଏରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପାରଳାଖେମୁଣ୍ଡିର ସର୍ବୋଚ୍ଚ ତାପମାତ୍ରା ୩୪.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୁନ୍ଦରଗଡ଼ର ସର୍ବୋଚ୍ଚ ତାପମାତ୍ରା ୩୩.୫ ଡିଗ୍ରୀ ରେକର୍ଡ କରାଯାଇଛି।

ଅଚାନକ କାହିଁକି ବଢିଲା ତାପମାତ୍ରା
ଭୁବନେଶ୍ୱର, କଟକ ସମେତ ରାଜ୍ୟର ଦିନବେଳା ତାପମାତ୍ରାରେ ହଠାତ୍ ପରିବର୍ତ୍ତନ ଆସିଛି। ଏମିତିକି ଅନେକ ଅଞ୍ଚଳର ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀରେ ପହଞ୍ଚିଛି। ପ୍ରାୟ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି। ଯଦିବା ଶୁକ୍ରବାର ରାତିରେ ରାଜ୍ୟର ବିଭିନ୍ନ ଅଞ୍ଚଳର ତାପମାତ୍ରାରେ ହ୍ରାସ ଘଟିଛି ତେବେ ଦିନର ତାପମାତ୍ରା ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଉଛି।
ଅଚାନକ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଶେଷଜ୍ଞଙ୍କ କହିବାନୁଯାୟୀ ଓଡ଼ିଶା ଉପରେ ଏକ ଗୁରୁଚାପର ବଳୟ ସୃଷ୍ଟି ହୋଇଥିବାରୁ ରାଜ୍ୟକୁ ପ୍ରବାହିତ ଶୁଷ୍କ ଥଣ୍ଡା ବାୟୁ ଆସୁ ନାହିଁ। ଫଳରେ ଆକାଶ ନିର୍ମଳ ରହିଛି ଓ ଏହାଦ୍ବାରା ସୂର୍ଯ୍ୟଙ୍କ କିରଣ ସିଧାସଳଖ ପୃଥିବୀ ଉପରେ ପଡୁଛି ଓ ତାପମାତ୍ରା ବୃଦ୍ଧି ପାଇଛି। ଆସନ୍ତା ଦିନେ କିମ୍ବା ଦୁଇଦିନ ପାଇଁ ଦିନ ବେଳେ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଆମେରିକାର ରାଷ୍ଟ୍ରପତି ଭାବେ ଦ୍ଵିତୀୟ ଥର ପାଇଁ ଡୋନାଲ୍ଡ ଟ୍ରମ୍ପ ଶପଥ ନେବା ପରେ ଭାରତ ପାଇଁ ଏକ ବଡ଼ ସମସ୍ୟା ମୁଣ୍ଡ ଟେକିଛି। ବେଆଇନ ଭାବେ ଆମେରିକାରେ ବସବାସ କରି ଆସୁଥିବା ଲକ୍ଷାଧିକ ଭାରତୀୟଙ୍କ ମଧ୍ୟରୁ ପ୍ରାଥମିକ ପର୍ଯ୍ୟାୟରେ ୧୮ ହଜାର ଭାରତୀୟ ଚୁଡାନ୍ତ ତାଲିକାରେ ରହିଛନ୍ତି।

ଅନେକ ନିୟମରେ ପରିବର୍ତ୍ତନ ଆଣିଛନ୍ତି। ସେଥିମଧ୍ୟରୁ ପ୍ରମୁଖ ପରିବର୍ତ୍ତନ ବିଶ୍ବର ଅନ୍ୟ ରାଷ୍ଟ୍ରଗୁଡ଼ିକୁ ଅନେକାଂଶରେ ପ୍ରଭାବିତ କରିବାର ଆଶଙ୍କା ରହିଛି। ସବୁଠାରୁ ବଡ଼ ପଦକ୍ଷେପ ସ୍ୱରୂପ ଟ୍ରମ୍ଫ ନିଷ୍ପତ୍ତି ହେଉଛି ବେଆଇନ ଅନୁପ୍ରବେଶକାରୀଙ୍କୁ ଦେଶରୁ ହଟାଇବା।
ଭାରତ ମଧ୍ୟ ଅନେକାଂଶରେ ଟ୍ରମ୍ଫଙ୍କ ବିଭିନ୍ନ ନିଷ୍ପତ୍ତି ଦ୍ଵାରା ପ୍ରଭାବିତ ହେବ। ବିଶେଷକରି ଆମେରିକାରେ ବିନା ନାଗରିକତାରେ ରହି ଆସୁଥିବା ୭ ଲକ୍ଷ ୨୫ ହଜାର ଭାରତୀୟଙ୍କୁ ବିତାଡିତ କରିପାରେ ଆମେରିକା ସରକାର। ଚୂଡାନ୍ତ ତାଲିକାରେ ୧୮ ହଜାରରୁ ୨୦ ହଜାର ଭାରତୀୟଙ୍କୁ ଆମେରିକା ଦେଶରୁ ତଡ଼ିବା ପାଇଁ ନିଷ୍ପତ୍ତି ନେଇଛି। ଯାହା ଭାରତ ପାଇଁ ହୁଏ ତ ସମସ୍ୟା ସୃଷ୍ଟି କରିପାରେ। ସେମାନଙ୍କୁ ଭାରତରେ କର୍ମ ସଂସ୍ଥାନ ଯୋଗାଇ ଦେବା ଭାରତ ପାଇଁ ଏକ ବଡ ଚାଲେଞ୍ଜ।

ଆମେରିକାରେ ଏବେ ଛୁଆ ଜନ୍ମ ପାଇଁ ଗର୍ଭବତୀଙ୍କ ମଧ୍ୟରେ ଭିଡ ପରିଲକ୍ଷିତ ହେବାରେ ଲାଗିଛି। ତେବେ ୧୯ ତାରିଖ ଭିତରେ ଛୁଆ ଜନ୍ମ ହେଲେ କଣ ମିଳିବ ଫାଇଦା। ଆସନ୍ତୁ ଜାଣିବା।

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚିତ ହେବା ପରେ ଆଇନ କାନୁନରେ କିଛି ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି। ସେ ନିକଟରେ ଘୋଷଣା କରିଛନ୍ତି ଯେ, ଫେବୃଆରୀ ୧୯ ପରେ ଯେଉଁ ଶରଣାର୍ଥୀ ସନ୍ତାନ ଜନ୍ମ କରିବେ ସେହି ସନ୍ତାନ ଆଉ ଆମେରିକାର ନାଗରିକତା ଗ୍ରହଣ କରିପାରିବେ ନାହିଁ। ଯାହାକୁ ନେଇ ଅନେକ ଆସନ୍ନ ପ୍ରସବା ମହିଳାଙ୍କ ମଧ୍ୟରେ ବ୍ୟସ୍ତତା ବଢି ଯାଇଛି। ସେମାନେ ଫେବୃଆରୀ ୧୯ ଭିତରେ ସନ୍ତାନ ପ୍ରସବ ପାଇଁ ଲାଗି ଲାଗିପଡିଛନ୍ତି। ଏମିତିକି ଅଧିକାଂଶ ଆସନ୍ନ ପ୍ରସବା ଅସ୍ତ୍ରୋପଚାର ମାଧ୍ୟମରେ ସନ୍ତାନ ଜନ୍ମ ପାଇଁ ବିଭିନ୍ନ ଘରୋଇ ହସ୍ପିଟାଲରେ ଭିଡ ଜମାଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଠମାସ ଓ ନଅ ମାସ ଗର୍ଭଧାରଣ କରିଥିବା ମହିଳାମାନେ ପ୍ରସବ ପାଇଁ ଡାକ୍ତରଙ୍କ ସହ ଯୋଗାଯୋଗ କରୁଛନ୍ତି। ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି ୭ ମାସ ଗର୍ଭ ଧାରଣ କରିଥିବା ମାଆ ବି ପ୍ରସବ କରିବାକୁ ଚାହୁଁଛନ୍ତି। ଯାହା ସନ୍ତାନଙ୍କ ପାଇଁ ପାଇଁ ବିପଦ ସୃଷ୍ଟିକରି ପରେ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।

ମୃତ୍ୟୁ ପୂର୍ବରୁ ଗ୍ରୀକ୍ ବୀର ଆଲେକଜାଣ୍ଡାର ଯେଉଁ ସର୍ତ୍ତ ସବୁ ରଖିଥିଲେ କଣ ତାର ତାତ୍ପର୍ଯ୍ୟ। କାହିଁକି ଏଭଳି ସର୍ତ୍ତ ରଖିଲେ ଆଲେକଜାଣ୍ଡାର। ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥିବ।

ବିଶ୍ୱକୁ ଜିତିସାରି ଗ୍ରୀସ୍ ଫେରିଯିବା ବାଟରେ ଆଲେକ୍ଜାଣ୍ଡର ଅସୁସ୍ଥ ହୋଇପଡ଼ିଲେ । ଜାଣିଲେ, ଏହା ତାଙ୍କର ଶେଷ ସମୟ । ସେ ତାଙ୍କ ସେନାପତିମାନଙ୍କୁ ଡାକି କହିଲେ: ମୋର ତିନୋଟି ଇଚ୍ଛା ରହିଛି । ମୁଁ ମରିଯିବା ପରେ ତୁମେମାନେ ତାହାକୁ ପୂରଣ କରିବ । ପ୍ରଥମ ଇଚ୍ଛା ଥିଲା ଚିକିତ୍ସକଙ୍କ ଦ୍ୱାରା ମୋ ଶବ ମଶାଣୀକୁ ନେବ । ଦ୍ୱିତୀୟ ଇଚ୍ଛା ଥିଲା ମୁଁ ରାଜ୍ୟ ପରେ ରାଜ୍ୟ ଜିତି ଯେତେସବୁ ଧନରତ୍ନ ହାସଲ କରିଛି ସେସବୁକୁ ମୋ ମଶାଣୀ ଯିବା ବାଟରେ ବିଛାଇଦେବ । ତୃତୀୟ ଇଚ୍ଛା ଥିଲା ମୋର ହାତ ଦୁଇଟିକୁ କଫିନ ଭିତରୁ ବାହାରକୁ ଝୁଲେଇ ଦେବ । ଆଲେକଜାଣ୍ଡର କ’ଣ ପାଇଁ ଏମିତି କହୁଛନ୍ତି କେହି ବୁଝିପାରିଲେ ନାହିଁ । ତାଙ୍କର ସବୁଠୁ ନିକଟତମ ସେନାପତି ସେଲୁ୍ୟକସ୍ ତାଙ୍କ ପାଖକୁ ଯାଇ କହିଲେ: ଆପଣଙ୍କ ଇଚ୍ଛା ନିଶ୍ଚୟ ପୂରଣ ହେବ । ହେଲେ ଏ ଇଚ୍ଛା ପଛରେ ଆପଣଙ୍କର କି ଉଦେ୍ଦଶ୍ୟ ରହିଛି ମୁଁ ସେକଥା ଜାଣିବାକୁ ଚାହେଁ ।

ଆଲେକ୍ଜାଣ୍ଡର କହିଲେ: ପ୍ରଥମ ଇଚ୍ଛାରେ ମୁଁ ଏଇଆ କହିବାକୁ ଚାହେଁ ଯେ, କୌଣସି ଚିକିତ୍ସକଙ୍କର ସେତିକି କ୍ଷମତା ନାହିଁ ସେମାନେ ମୃତ୍ୟୁ ହାତରୁ ଜଣକୁ ଛଡ଼େଇ ଆଣିପାରିବେ । ମୋର ଦ୍ୱିତୀୟ ଇଚ୍ଛାର ଅର୍ଥ : ଏ ଧନ ସମ୍ପତ୍ତି ଜିତିବାର ଲାଳସା ଗୋଟେ ମୁର୍ଖତା ବ୍ୟତୀତ ଆଉକିଛି ନୁହେଁ । ହେଲେ ଏସବୁ ମୋର ନୁହନ୍ତି । ମୋର ତୃତୀୟ ଇଚ୍ଛାରୁ ଲୋକମାନେ ଏଇଆ ଜାଣନ୍ତୁ ଯେ, ସମଗ୍ର ବିଶ୍ୱକୁ ଜିତିଥିବା ଗୋଟେ ଲୋକ ଯେମିତି ଖାଲି ହାତରେ ଆସିଥିଲା ସେମିତି ଖାଲି ହାତରେ ଲେଉଟିଗଲା ।

       – ରାଜେନ୍ଦ୍ର

ଜେଲ୍ ଯିବେ ବଲିଉଡ୍ ନିର୍ଦ୍ଦେଶକ ! କିନ୍ତୁ କାହିଁକି ଯିବେ ଜେଲ, କଣ ତାଙ୍କର ଭୁଲ। ଆସନ୍ତୁ ଜାଣିବା

ବଲିଉଡ୍ ଚଳଚ୍ଚିତ୍ର ନିର୍ମାତା ରମଗୋପାଲ ବର୍ମାଙ୍କୁ ଯିବାକୁ ପଡିପାରେ ଜେଲ। ଏକ ଚେକ୍ ବାଉନ୍ଶ ମାମଲାରେ ଶ୍ରୀ ବର୍ମାଙ୍କୁ ଏହି ଦଣ୍ଡାଦେଶ ଦେଇଛନ୍ତି ଅଦାଲତ। ୩ ମାସ ପାଇଁ ଜେଲ୍ ଦଣ୍ଡ ଭୋଗିବାକୁ ଅନ୍ଧେରୀ କୋର୍ଟ। ଏଥିପାଇଁ ଜାମିନ ବିହୀନ ଗିରଫ ପରୱାନା ମଧ୍ୟ ଜାରି କରିଛନ୍ତି ଅଦାଲତ। ଏଥି ସହିତ ଅଭିଯୋଗକାରୀଙ୍କୁ ଚେକ୍ ବାଉନ୍ସ ବାବଦରେ ୩ ଲକ୍ଷ ୭୫ ହଜାର ଟଙ୍କା ଜରିମାନା ଦେବା ପାଇଁ ମାନ୍ୟବର ଆଦଳତଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏହି ଟଙ୍କା ନ ଦେଇ ପାରିବେ ତେବେ ଅଧିକ ୩ ମାସ ଜେଲ୍ ଦଣ୍ଡ ଭୋଗିବାକୁ ହେବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଥାଉ କି ରାମଗୋପାଳଙ୍କ ନାଁରେ ଅନ୍ଧେରୀ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଗତ ୭ ବର୍ଷ ଧରି ଏହି ମାମଲା ଚାଲିଥିଲା। ୨୦୧୮ ମସିହାରେ RGV ଫାର୍ମ ବିରୋଧରେ ମହେଶ୍ଚନ୍ଦ୍ର ମିଶ୍ରଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ୨୦୨୨ ମସିହା ଜୁନ ମାସରେ ବ୍ୟକ୍ତିଗତ ମୁଚାଲିକାରେ ଓ ୫ ହଜାର ଟଙ୍କାର ସୁରକ୍ଷା ଜମା ପୈଠ କରି ରାମ ଗୋପାଳ ଜାମିନ ପାଇଥିଲେ।

ଆଜିଠାରୁ ୩ ଦିନ ଟ୍ରାଫିକ୍‌ କଟକଣା। ଭଲ ଭାବରେ ପଢ଼ି ଘରୁ ବାହାରନ୍ତୁ। ନ ହେଲେ ବାଟରେ ଅସୁବିଧାରେ ପଡିପାରନ୍ତି।

ସାଧାରଣତନ୍ତ୍ର ଦିବସ ଅବସରରେ ଗୁରୁବାର ଠାରୁ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ କମିଶନରେଟ ପୁଲିସ ପକ୍ଷରୁ ଲାଗୁ ହୋଇଛି ଟ୍ରାଫିକ କଟକଣା। ଲାଗୁ ହୋଇଥିବା ମାର୍ଗଦର୍ଶିକା ଅନୁଯାୟୀ ୨୩ ତାରିଖ‌ ଅପରାହ୍‌ଣ ୨ଟାରୁ ସାଢ଼େ ୬ଟା ଓ ୨୪ ତାରିଖ ସକାଳ ୭ଟାରୁ ୧୧ଟା ୩୦ ମଧ୍ୟରେ ପରେଡ୍‌ ଅଭ୍ୟାସ ହେବ। ୨୬ ତାରିଖ ସକାଳ ସାଢ଼େ ୬ଟାରୁ ପରେଡ୍‌ ଶେଷ ହେବା ପର୍ଯ୍ୟନ୍ତ ଜାରି ହୋଇଥିବା ଏହି କଟକଣା ବଳବତ୍ତର ରହିବ। ମାଷ୍ଟରକ୍ୟାଣ୍ଟିନ୍‌ ଦେଇ କୌଣସି ଯାନବାହାନ ଗାନ୍ଧୀମାର୍ଗକୁ ପ୍ରବେଶ କରିପାରିବ ନାହିଁ। ସେହିଭଳି ସଚିବାଳୟ ମାର୍ଗ ଦେଇ ହାଉସିଂବୋର୍ଡ ଛକରୁ ପିଏମ୍‌ଜି ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ରବୀନ୍ଦ୍ର ମଣ୍ଡପ ପୂର୍ବରୁ ବାମପଟକୁ ବୁଲିବାକୁ ହେବ। ଏଜିରୁ ପିଏମ୍‌ଜି ଆସୁଥିବା ଗାଡ଼ିଗୁଡ଼ିକ ଇନ୍ଦିରା ଗାନ୍ଧୀ ପାର୍କ ପୂର୍ବରୁ ଜୟଦେବ ଭବନ ପାର ରାସ୍ତା ଦେଇ ଡାହାଣକୁ ଯିବାକୁ ହେବ। ୧୨୦ ବାଟାଲିୟନରୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ଗାଡ଼ି ଏମ୍‌ଏଲ୍‌ଏ କଲୋନି ଛକରୁ କଲୋନି ଭିତରକୁ ବୁଲିଯିବାକୁ ହେବ। ପାର୍କିଂ ପାଇଁ ମଧ୍ୟ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ ହୋଇଛି। ରେଳଷ୍ଟେସନ୍‌ ପାଖରେ ଥିବା ବିଡିଏ ବସ୍‌ଷ୍ଟାଣ୍ଡ ନିକଟରେ, କଂଗ୍ରେସ ଭବନ ପାଖ, ଇଡକଲ୍‌ ଅଡିଟୋରିୟମ, ଜୟଦେବ ଭବନ ପରିସର, ୟୁନିଟ୍‌-୩ ଏସ୍‌ବିଆଇ ପାଖରେ, ରବୀନ୍ଦ୍ର ମଣ୍ଡପ ପରିସର, ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପାର୍କିଂ କରିବାକୁ ହେବ। ଧାର୍ଯ୍ୟ ଜାଗାରେ ପାର୍କିଂ ନ କଲେ ଜରିମାନା ଦେବାକୁ ପଡ଼ିବ ବୋଲି କମିସନରେଟ୍‌ ପୁଲିସ୍‌ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।

ଅନେକ ସମୟରେ ବଡ଼ ବଡ଼ ବ୍ୟକ୍ତିଙ୍କ ଛୋଟ ଛୋଟ ଭୁଲ ପାଇଁ ବହୁତ୍ କିଛି ହରାଇବାକୁ ପଡ଼ିଛି। ସେମିତି ଜଣେ ହେଉଛନ୍ତି ମାଓନେତା ଜୟରାମ ରେଡ୍ଡୀ ଓରଫ ଚାଲାପତି। ପତ୍ନୀଙ୍କ ସହ ଉଠାଇଥିବା ସେଲଫି ପାଇଁ ଶେଷରେ ଫସିଗଲେ ଜୟରାମ ଯେଉଁଥିପାଇଁ ତାଙ୍କ ଜୀବନ ହରାଇବାକୁ ପଡ଼ିଲା।

ନକ୍ସଲ ନେତା ତଥା କେନ୍ଦ୍ରୀୟ କମିଟି ସଦସ୍ୟ ଜୟରାମ ଯେତିକି ଚତୁର ଥିଲେ ତା ଠାରୁ ଅଧିକ ଦୁର୍ଦ୍ଧାନ୍ତ ଥିଲେ। ଯୋଜନାବଦ୍ଧ ଭାବେ ପୁଲିସ କ୍ୟମ୍ପକୁ ଚ୍ୟାଲେଞ୍ଜ କରି ସଫଳତା ପାଇଥିଲେ। ଏମିତିକି ଅନେକ ବୀର ଯବାନଙ୍କ ଜୀବନ ନେବା ପଛରେ ଜୟରାମଙ୍କ ଚତୁର ଗୋଟିଚାଳକ ହେଉଛନ୍ତି ଜୟରାମ। ସବୁଠୁ ବଡ଼ ଉଦାହରଣ ହେଉଛି ୨୦୦୮ ନୟାଗଡ଼ ଅସ୍ତ୍ରାଗାର ଲୁଟ ଘଟଣା। ୧୩ ଜଣ ଯବାନଙ୍କୁ ହତ୍ୟାକରି ଅସ୍ତ୍ରାଗାର ଲୁଟ କରିଥିଲେ। ସବୁଠୁ ବଡ଼କଥା ଥିଲା ତାଙ୍କ ସୁପରିକଳ୍ପିତ ଯୋଜନା। ପ୍ରବେଶ ପଥରେ ବଡବଡ କାଠ ଗଣ୍ଡି ପକାଇ ରାସ୍ତା ଅବରୋଧ କରିବା ପାରେ ଲୁଟିଥିଲେ ଅସ୍ତ୍ରାଗାର।

ତେବେ ଆପଣଙ୍କ ଭିତରେ ପ୍ରଶ୍ନ ଆସୁଥିବା ଏତେ ଚତୁର ମାଓନେତା ଫସିଲେ କିପରି ? ନିକଟରେ ନକ୍ସଲ ଦମନ ଅପରେସନ ବେଳେ ୨୦ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଯେଉଁଥିରେ ଥିଲେ ଚତୁର ମାଓନେତା ଜୟରାମ।

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜୟରାମ ଏତେ କାଣ୍ଡ ଭିଆଉଥିଲେ ମଧ୍ୟ ତାକୁ ଚିହ୍ନିବା ପୁଲିସ ପାଇଁ କାଠିକର ପାଠ ଥିଲା। କିନ୍ତୁ ୨୦୧୬ ମସିହାରେ ଏକ ମାଓ ପୁଲିସ ମୁହାଁମୁହିଁ ପରିସ୍ଥିତି ଛତିଶଗଡ ଜଙ୍ଗଲରୁ ଏକ ସ୍ମାର୍ଟଫୋନ ମିଳିଥିଲା ଯେଉଁଥିରେ ଜୟରାମ ଓ ତାଙ୍କ ପତ୍ନୀ ଅରୁଣାଙ୍କ ଏକ ସେଲ୍ଫୀ ରହିଥିଲା। ଯେଉଁଥିରୁ ପୁଲିସ ତାଙ୍କୁ ଚିହ୍ନଟ କରି ଟାର୍ଗେଟ କରିଥିଲା ଓ ସଫଳ ମଧ୍ୟ ହୋଇଛି। ଅରୁଣା ଥିଲେ ଆନ୍ଧ୍ର ଓଡ଼ିଶା ବର୍ଡର ସ୍ପେସାଲ୍ କମିଟିର ଡେପୁଟି କମାଣ୍ଡର।