TT Ads

ମୃତ୍ୟୁ ପୂର୍ବରୁ ଗ୍ରୀକ୍ ବୀର ଆଲେକଜାଣ୍ଡାର ଯେଉଁ ସର୍ତ୍ତ ସବୁ ରଖିଥିଲେ କଣ ତାର ତାତ୍ପର୍ଯ୍ୟ। କାହିଁକି ଏଭଳି ସର୍ତ୍ତ ରଖିଲେ ଆଲେକଜାଣ୍ଡାର। ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥିବ

ବିଶ୍ୱକୁ ଜିତିସାରି ଗ୍ରୀସ୍ ଫେରିଯିବା ବାଟରେ ଆଲେକ୍ଜାଣ୍ଡର ଅସୁସ୍ଥ ହୋଇପଡ଼ିଲେ । ଜାଣିଲେ, ଏହା ତାଙ୍କର ଶେଷ ସମୟ । ସେ ତାଙ୍କ ସେନାପତିମାନଙ୍କୁ ଡାକି କହିଲେ: ମୋର ତିନୋଟି ଇଚ୍ଛା ରହିଛି । ମୁଁ ମରିଯିବା ପରେ ତୁମେମାନେ ତାହାକୁ ପୂରଣ କରିବ । ପ୍ରଥମ ଇଚ୍ଛା ଥିଲା ଚିକିତ୍ସକଙ୍କ ଦ୍ୱାରା ମୋ ଶବ ମଶାଣୀକୁ ନେବ । ଦ୍ୱିତୀୟ ଇଚ୍ଛା ଥିଲା ମୁଁ ରାଜ୍ୟ ପରେ ରାଜ୍ୟ ଜିତି ଯେତେସବୁ ଧନରତ୍ନ ହାସଲ କରିଛି ସେସବୁକୁ ମୋ ମଶାଣୀ ଯିବା ବାଟରେ ବିଛାଇଦେବ । ତୃତୀୟ ଇଚ୍ଛା ଥିଲା ମୋର ହାତ ଦୁଇଟିକୁ କଫିନ ଭିତରୁ ବାହାରକୁ ଝୁଲେଇ ଦେବ । ଆଲେକଜାଣ୍ଡର କ’ଣ ପାଇଁ ଏମିତି କହୁଛନ୍ତି କେହି ବୁଝିପାରିଲେ ନାହିଁ । ତାଙ୍କର ସବୁଠୁ ନିକଟତମ ସେନାପତି ସେଲୁ୍ୟକସ୍ ତାଙ୍କ ପାଖକୁ ଯାଇ କହିଲେ: ଆପଣଙ୍କ ଇଚ୍ଛା ନିଶ୍ଚୟ ପୂରଣ ହେବ । ହେଲେ ଏ ଇଚ୍ଛା ପଛରେ ଆପଣଙ୍କର କି ଉଦେ୍ଦଶ୍ୟ ରହିଛି ମୁଁ ସେକଥା ଜାଣିବାକୁ ଚାହେଁ ।

ଆଲେକ୍ଜାଣ୍ଡର କହିଲେ: ପ୍ରଥମ ଇଚ୍ଛାରେ ମୁଁ ଏଇଆ କହିବାକୁ ଚାହେଁ ଯେ, କୌଣସି ଚିକିତ୍ସକଙ୍କର ସେତିକି କ୍ଷମତା ନାହିଁ ସେମାନେ ମୃତ୍ୟୁ ହାତରୁ ଜଣକୁ ଛଡ଼େଇ ଆଣିପାରିବେ । ମୋର ଦ୍ୱିତୀୟ ଇଚ୍ଛାର ଅର୍ଥ : ଏ ଧନ ସମ୍ପତ୍ତି ଜିତିବାର ଲାଳସା ଗୋଟେ ମୁର୍ଖତା ବ୍ୟତୀତ ଆଉକିଛି ନୁହେଁ । ହେଲେ ଏସବୁ ମୋର ନୁହନ୍ତି । ମୋର ତୃତୀୟ ଇଚ୍ଛାରୁ ଲୋକମାନେ ଏଇଆ ଜାଣନ୍ତୁ ଯେ, ସମଗ୍ର ବିଶ୍ୱକୁ ଜିତିଥିବା ଗୋଟେ ଲୋକ ଯେମିତି ଖାଲି ହାତରେ ଆସିଥିଲା ସେମିତି ଖାଲି ହାତରେ ଲେଉଟିଗଲା ।

       – ରାଜେନ୍ଦ୍ର

TT Ads

Leave a Reply

Your email address will not be published. Required fields are marked *