ରେଲୱେ ଟ୍ରାକ ଲଗାଇବା ପାଇଁ ବ୍ୟବହୃତ ଲୁହା ବାରରେ ଭର୍ତ୍ତି ଏକ ଲୋରୀ ଦୁଇଟି ଅଟୋରିକ୍ସାକୁ ଅତିକ୍ରମ କରିବା ବେଳେ ଦୁର୍ଘଟଣା ଘଟି ୭ ଜଣଙ୍କ ମୃତ୍ୟୁ ଘଟିଛି। ଲୋରିଟି ଅତିକ୍ରମ କରିବା ବେଳେ ଲୁହା ଦଣ୍ଡଗୁଡ଼ିକ ଅଟୋରିକ୍ସା ଉପରେ ପଡିଯିବାରୁ ଅଟୋରେ ଥିବା ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଏବଂ ଜଣେ ଶିଶୁ ଅଛନ୍ତି।
ଖବର ନେବାରୁ ଜଣାପଡ଼ିଛି ଯେ ରବିବାର ତେଲେଙ୍ଗାନାର ଥିବା ୱାରଙ୍ଗାଲ – ମାମୁନୁରୁ ରାସ୍ତାରେ ଘଟିଛି ଏହି ଘଟଣା। ଆହତଙ୍କୁ ନିକଟସ୍ଥ ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆହୁରି ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି କୁହାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଡ୍ରାଇଭରକୁ ଗିରଫ କରିଛି।

ରାଜଧାନୀରେ ପୂରା ପୁଲିସ ଛାଉଣୀ। ଛକରେ ମାଳମାଳ ପୁଲିସ ଠିଆ ହୋଇଛନ୍ତି। ପିମ୍ପୁଡ଼ିକୁ ବି ବିନା ଚେକିଂ ରେ ଛାଡୁନାହାନ୍ତି। କିନ୍ତୁ କେମିତି ଅପରାଧୀ ଭିଆସୁଛନ୍ତି କାଣ୍ଡ ତାକୁ ନେଇ ପ୍ରଶ୍ନବାଚୀ।

 ସାଧାରତନ୍ତ୍ର ଦିବସ ପାଳନ ପାଇଁ ରାଜଧାନୀରେ ସୁରକ୍ଷା ବଳୟ ଭିତରେ ରହିଥିବା ବେଳେ ଏମିତି ରାଜଧାନୀର ଛାତି କୁହାଯାଉଥିବା ଖୋଦ୍ ନୟାପଲ୍ଲୀ ଭିଆଇପି ଅଞ୍ଚଳରୁ ଜଣେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟଙ୍କ ଘରେ ପଶି ଲୁଟ୍ ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି।
ସେହିଭଳି ଗତ ଜାନୁଆରୀ ୯ ତାରିଖରେ ପ୍ରବାସୀ ଦିବସ ପାଳନ ପାଇଁ ରାଜଧାନୀରେ ପୁଲିସ ଛାଉଣୀ ହୋଇଥିବା ବେଳେ ଅନ୍ୟଏକ ବଡଧରଣର କାଣ୍ଡ ଘଟିଥିଲା ଯାହା ପୁଲିସର ପରିବା ପଣିଆକୁ ପଦାରେ ପକାଇ ଦେଇଥିଲା। ପ୍ରବାସୀ ଦିବସ ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବାର ମାତ୍ର କିଛି ଘଣ୍ଟା ପୂର୍ବରୁ ଜାନୁଆରୀ ୯ ତାରିଖରେ ରସୁଲଗଡ଼ ବାଣୀବିହାର ରାସ୍ତାକଡ଼ରେ ଦୁର୍ବୃତ୍ତମାନେ ସହଦେବ ନାୟକଙ୍କୁ ଗୋଡେଇ ଗୋଡେଇ ଜାଣିଥିଲେ। ହାଣିବା ପରେ ମୁଣ୍ଡ ନେଇ ଦୟା ନଦୀରେ ପକାଇଥିଲେ।

ସବୁଠାରୁ ବଡ଼ ଓ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ମୃତ ସହଦେବ ଥିଲେ କେଦାରପଲ୍ଲୀ ଅଞ୍ଚଳର ପୁଲିସ ମିତ୍ର। ବସ୍ତିରେ ଚାଲିଥିବା ବ୍ରାଉନସୁଗର୍ କାରବାର ନେଇ ସେ ପୁଲିସକୁ ସୂଚନା ଦେଉଥିଲେ। ଯାହାର ପ୍ରତିଶୋଧ ନେବା ପାଇଁ ଦୁବୃର୍ତ୍ତମାନେ ଏଭଳି କରିଥିବା କୁହା ଯାଉଛି। ଏହା ପୂର୍ବରୁ ଅଭିଯୁକ୍ତମାନେ ସହଦେବଙ୍କୁ ହତ୍ୟା କରିବାକୁ ଧମକ ମଧ୍ୟ ଦେଇଥିଲେ। ସହଦେବ ଏଥିପାଇଁ ପୋଲିସଠାରୁ ସୁରକ୍ଷା ମାଗିଥିଲେ।
ଏହା ତ ଥିଲା ମାତ୍ର ଦୁଇଟି ଉଦାହରଣ। ଗତ କିଛିଦିନ ଧରି ରାଜଧାନୀରେ ଏଭଳି ଅପରାଧ କ୍ରମରେ ଚୋରି ଡକାୟତି ମଧ୍ୟ ବଢ଼ି ଚାଲିଛି। ସତରେ ରାଜଧାନୀରେ ପୁଲିସ ଅଛି କି ନାହିଁ ତାହା ମଧ୍ୟ ଅନେକଙ୍କ ମନରେ ସନ୍ଦେହର କାରଣ ପାଲଟିଛି।

ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶି ନେଇଗଲେ ୫୦ ଲକ୍ଷ ଟଙ୍କାର ସୁନଗହଣା।

ପୂର୍ବତନ ମନ୍ତ୍ରୀ, ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଶନିବାର ବିଳମ୍ବିତ ରାତିରେ ଡକାୟତି ହୋଇଛି। ଏ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ପହଞ୍ଚି ଅଭିଯୋଗର ତଦନ୍ତ କରୁଛି। ଖବର ନେବାରୁ ଜଣାପଡ଼ିଛି ଯେ ନୟାପଲ୍ଲୀସ୍ଥିତ ଭିଆଇପି ଅଞ୍ଚଳରେ ରହୁଥିବା ନିରଞ୍ଜନଙ୍କ ଘରେ ରାତି ୨ ଟା ୩୦ ମିନିଟ ବେଳକୁ ଡକାୟତମାନେ ପଶିଥିଲେ। ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଡକାୟତମାନେ ଘର ଭିତରେ ଅପରେସନ କରିଥିଲେ। ଘରେ ଥିବା ଆଲମିରା ତାଡି ସମସ୍ତ ସୁନା ଗହଣା ସମେତ ଟଙ୍କା ନେଇ ଯାଇଥିଲେ। ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା ଗହଣା ନେଇଯାଇଥିବା ଅଭିଯୋଗ ହୋଇଛି। ରାତି ତିନିଟା ୪୦ ମିନିଟ ବେଳକୁ ଘରୁ ବାହାରି ଯାଇଥିଲେ। ଝରକା ତାଡି ଘରୁ ବାହାରିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଘରେ କେହି ନ ଥିବାର ସୁଯୋଗ ନେଇ ଲୁଟେରାମାନେ ଏହି କାଣ୍ଡ ଭିଆସିଛନ୍ତି।

ଦିଲ୍ଲୀ ନିର୍ବାଚନ ଅନେକ ନେତା ଓ ନେତ୍ରୀଙ୍କୁ ଅଡ଼ୁଆରେ ପକାଇଛି। ବିଶେଷକରି ଦିଲ୍ଲୀରୁ ଟିକେଟ ଆଶା କରିଥିବା ବହୁ ନେତା ଓ ନେତ୍ରୀ ନିରାଶ ହୋଇଛନ୍ତି। ବିଜେପିର ଟାଣୁଆ ନେତ୍ରୀ ସ୍ମୃତିଙ୍କ ଅବସ୍ଥା ସେହିଭଳି।

ବିଜେପି ନେତ୍ରୀ ସ୍ମୃତି ଇରାନି ଏକଦା ରାଜନୀତିର ଚର୍ଚ୍ଚାର ଶୀର୍ଷରେ ରହି ଆସୁଥିଲେ। ଏବେ ବି ରହିଛନ୍ତି। କିନ୍ତୁ ସେତେବେଳେ ଦଳୀୟ କ୍ଷମତା ପାଇଁ ଚର୍ଚ୍ଚାରେ ଥିଲେ ଏବେ ଦଳୀୟ ଅବହେଳା ପାଇଁ ଚର୍ଚ୍ଚାରେ ଅଛନ୍ତି।
ଏକଦା ବିଜେପିର ଟପ୍ ନେତ୍ରୀ ତାଲିକାରେ ଥିଲେ ସ୍ମୃତିଙ୍କ ନାଁ ଥିଲା। ଏମିତିକି କ୍ଷମତାକୁ ଆସିବା ପୂର୍ବରୁ ବିରୋଧୀ ଆସନରେ ବସିଥିବା ଏନଡିଏ ନେତ୍ରୀ ସ୍ମୃତିଙ୍କ ଗ୍ୟାସ ଦରଦାମ ବୃଦ୍ଧି ପ୍ରତିବାଦର ଫଟୋ ଏବେ ବି ସାମାଜିକ ଗଣମାଧ୍ୟମରେ ଭାଇରଲ୍ ହେଉଛି। ଏସବୁ ପରେ ଦଳ କ୍ଷମତାକୁ ଆସିବା ପରେ ସ୍ମୃତି ମନ୍ତ୍ରୀ ପଦ ପାଇ ପୁରସ୍କୃତ ହେଲେ। କିନ୍ତୁ ପରବର୍ତ୍ତୀ ସମୟରେ ଗତ ନିର୍ବାଚନରେ ଆମେଥିରୁ ଲଢି ଲଜ୍ଜାଜନକ ପରାଜୟବରଣ କଲେ। ସ୍ମୃତି ଆଶା କରିଥିଲେ ଦିଲ୍ଲୀରୁ ତାଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବ। କିନ୍ତୁ ସେ ଆଶା ତାଙ୍କର ନିରାଶାରେ ପରିଣତ ହୋଇଛି। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କଥା ଛାଡନ୍ତୁ ଟିକେଟ ଖଣ୍ଡେ ବି ମିଳିଲାନି।
ସ୍ନୃତିଙ୍କ ଭଳି ଆଉ ଜଣେ ନେତ୍ରୀ ହେଲେ ମିନାକ୍ଷୀ ଲେଖି। ତାଙ୍କୁ ମଧ୍ୟ ଦିଲ୍ଲୀ ବିଧାନସଭା ପାଇଁ ପ୍ରାର୍ଥୀ କଲାନି ଦଳ। ସେହି ରାଗରେ ମିନାକ୍ଷୀ ନିଜ ଟୁଇଟରରୁ ବିଜେପିର ଦଳୀୟ ଚିହ୍ନ ହଟେଇ ଦେଇଛନ୍ତି। ଦେଖାଯାଉ ଏ ନେତ୍ରୀ କେବେ ଦଳରୁ ହତିବେ ନା ଦଳକୁ ହିଟ୍ କରିବେ।

ସମସ୍ତେ ଆସିଛନ୍ତି, ଦିନେ ଚାଲିଯିବେ। କିନ୍ତୁ ଦୁନିଆର ସମସ୍ୟାକୁ ସମ୍ମୁଖୀନ ହୋଇ ନ ପାରି ଜୀବନ ହେଉଥିବା ବ୍ୟକ୍ତିଙ୍କୁ ଆପଣ କେବଳ କାପୁରୁଷ ବୋଲି କହିପାରିବେ।

ମହାବୀର ଜୈନଙ୍କ କିଛି ଶିଷ୍ୟ ଜଣେ ବ୍ୟକ୍ତିଙ୍କୁ ଆଣି ତାଙ୍କ ନିକଟରେ ପହଞ୍ଚାଇଲେ। ସେହି ବ୍ୟକ୍ତିଜଣକ ଆତ୍ମହତ୍ୟା କରୁଥିଲେ। ଗୋଟିଏ ମାସରେ ନିଜର ବାପା ତଥା ଦୁଇ ଭାଇ ମରିଯିବା ଦେଖି ଜୀବନ ଉପରୁ ମୋହ ତୁଟେଇ ଦେଇ ଏଭଳି ପଦକ୍ଷେପ ନେଉଥିବା କହିଥିଲେ ଯୁବକ। ମହାବୀର ସେହି ବ୍ୟକ୍ତିଜଣଙ୍କୁ ସାଙ୍ଗରେ ଧରି ବୁଲିବା ପାଇଁ ବାହାରିଲେ।

ସେମାନେ ଯାଇ ସମୁଦ୍ର କୂଳରେ ପହଞ୍ଚିଲେ। ସେମାନେ ଦେଖିଲେ ଜଣେ ୧୭ବର୍ଷର ବାଳକ ସମୁଦ୍ରରେ ମାଛ ମାରୁଥିଲା। ସେ କୂଳକୁ ଆସିବା ପରେ ମହାବୀର ତାକୁ ପାଖକୁ ଡାକିଲେ ଓ ପଚାରିଲେ: ବାବୁ, ତୁମ ବାପା କେଉଁଠି ଅଛନ୍ତି ? ପିଲାଟି କହିଲା: ମୋ ବାପା ଆଉ ନାହାନ୍ତି। ତାଙ୍କୁ ଏଇ ସମୁଦ୍ର ଗିଳିଦେଇଛି। ମହାବୀର ପଚାରିଲେ: ଆଚ୍ଛା, ତୁମ ଭାଇମାନେ କ’ଣ କରୁଛନ୍ତି? ବାଳକଟି କହିଲା, ମୋର ଦୁଇଭାଇ ଏଇ ସମୁଦ୍ରକୁ ନୌକା ନେଇ ଯାଇଥିଲେ। ହେଲେ ସମୁଦ୍ରରେ ବୁଡ଼ି ମରିଗଲେ। ମହାବୀର ପଚାରିଲେ, ତୁମ ଜେଜେବାପା, ତୁମ ଦାଦା ଏମାନେ ତ ଥିବେ? ବାଳକଟି କହିଲା: ସେମାନେ ତ ଥିଲେ। ହେଲେ ଏଇ ସମୁଦ୍ର ସେମାନଙ୍କୁ ବି ନେଇଗଲା। ମୁଁ ଏବେ ଏକା ହୋଇଯାଇଛି। ମହାବୀର ହସିଦେଇ କହିଲେ, ବାବୁ, ଏ ସମୁଦ୍ର ତୁମଠୁ ତୁମର ସବୁକିଛି ନେଇଗଲା, ତଥାପି ତମେ ସମୁଦ୍ରକୁ ଏତେ ଭଲପାଉଛ ଯେ। ସବୁଦିନ ଏଇଠିକି ଚାଲିଆସୁଛ। ବାଳକଟି କହିଲା, ସମସ୍ତେ ମରୁଛନ୍ତି, ମୁଁ ବି ଦିନେ ମରିବି । ତା’ ବୋଲି କ’ଣ ବଞ୍ଚିବା ଛାଡ଼ିଦେବି? ମହାବୀର ଏଥର ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତିଜଣଙ୍କୁ ସାଙ୍ଗରେ ଧରି ଆଶ୍ରମକୁ ଫେରିଲେ। ବ୍ୟକ୍ତି ଜଣକ ସବୁ ବୁଝି ସାରିଥିଲା।

ତିଲକ ବର୍ମାଙ୍କ ଦମଦାର ବ୍ୟାଟିଂ ଯୋଗୁଁ ନିଶ୍ଚିତ ପରାଜୟରୁ ବିଜୟ ଲାଭ କରିଛି ଭାରତ

ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ଟି ୨୦ ମ୍ୟାଚରେ ଭାରତ ୨ ୱିକେଟରେ ବିଜୟ ଲାଭ କରିଛି। ନିଶ୍ଚିତ ପରାଜୟ ସ୍ଥିତିରେ ଥିବା ଭାରତକୁ ଶେଷ ସମୟରେ ତିଲକ ବର୍ମା ବିଜୟର ସ୍ଵାଦ ଚଖାଉଛନ୍ତି। ମୋଟ ୫୫ ଟି ବଲରେ ୭୨ ରନ୍ କରି ଦଳକୁ ବିଜୟୀ କରିଥିବା ତିଲକ ୪ଟି ଚୌକା ଓ ୫ଟି ଛକା ମାରିବାରେ ସଫଳ ହୋଇଛନ୍ତି।
ଇଂଲଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ବଳରେ ୧୬୫ ରନ୍ କରିବାରେ ସକ୍ଷମ ହୋଇଥିଲେ। ଏହାକୁ ସମ୍ମୁଖୀନ ହୋଇ ଭାରତୀୟ ଟିମ୍ ମାତ୍ର ଦୁଇ ୱିକେଟ ହରାଇ ୧୬୬ ରନ୍ କରିଥିଲେ। ଖେଳର ଶେଷ ଭାଗରେ ଦଳକୁ ରୋମାଞ୍ଚକର ବିଜୟ କରାଇବାରେ ଭାରତୀୟ ଦଳର ଖେଳାଳି ତିଲକ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ।

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୩୯ ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ନାମ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଶାର ଅଛନ୍ତି ୪ ଜଣ। ଏହି ଚାରିଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ।

ପଦ୍ମଶ୍ରୀ ପାଇଁ ମନୋନୀତ ଓଡ଼ିଆ ହେଲେ ଡାକ୍ତର ଅଶୋକ କୁମାର ମହାପାତ୍ର, ସାହିତ୍ୟିକା ତଥା ଶିକ୍ଷାବିତ୍ ଡ . ପ୍ରତିଭା ଶତପଥୀ, ଶିଳ୍ପୀ ଅଦ୍ଵୈତ ପ୍ରସାଦ ଗଡ଼ନାୟକ ଓ ଓଡ଼ିଶୀ ନୃତ୍ୟ ନିର୍ଦ୍ଦେଶକ ଦୁର୍ଗା ଚରଣ ରଣବୀର।
ଡାକ୍ତର ମହାପାତ୍ର ଏମସ ଭୁବନେଶ୍ୱରର ନିର୍ଦ୍ଦେଶକ ଭାବେ ଦାୟିତ୍ଵ ତୁଲାଇଥିବା ବେଳେ, ପ୍ରତିଭା ଶତପଥୀ ଜଣେ ଏକାଧାରରେ କବି ଓ ଶିକ୍ଷାବିତ୍। ତାଙ୍କ ରଚିତ ଅନେକ କବିତା ପୁସ୍ତକ ବିଭିନ୍ନ ସମୟରେ ବହୁ ପୁରସ୍କାର ଲାଭ କରିଛି। ସେହିଭଳି ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗା ଚରଣ ରଣବୀର ଓଡ଼ିଶାକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାରେ ଗୁରୁ ଦାୟିତ୍ବ ବହନ କରିଛନ୍ତି। ସେହିଭଳି ଶିଳ୍ପୀ ଅଦ୍ଵୈତ ପ୍ରସାଦ ଗଡ଼ନାୟକ ଢେଙ୍କାନାଳରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଓଡ଼ିଶା ଓ ଓଡ଼ିଶା ବାହାରେ ଭାସ୍କର୍ଯ୍ୟ କଳାକୁ ପହଞ୍ଚାଇବାରେ ପ୍ରତିଷ୍ଠା ହାସଲ କରିପାରିଛନ୍ତି। ସେ ବିକେ କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟରେ ଭାସ୍କର୍ଯ୍ୟ କଳା ଶିକ୍ଷାଲାଭ କରୁଥିଲେ।

ଓଡ଼ିଶାର ୪ ପଦ୍ମ ବିଜେତାଙ୍କ ସମେତ ଅନ୍ୟମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭେଚ୍ଛା ଜଣାଇଛନ୍ତି।

ଗଣତନ୍ତ୍ର ଦିବସ ଅବସରରେ ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୫ ବର୍ଷ ପାଇଁ ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି।

ପଦ୍ମ ପୁରସ୍କାର ତିନୋଟି ଶ୍ରେଣୀରେ ଦିଆଯିବା ପାଇଁ ନାମ ଘୋଷଣା ହୋଇଛି। ପଦ୍ମଭୂଷଣ, ପଦ୍ମ ବିଭୂଷଣ ଏବଂ ପଦ୍ମଶ୍ରୀ। ଭୀମସିଂହ ଭବଶ, ଡକ୍ଟର ନୀରଜା ଭଟଲା, ଆଥଲେଟ୍ ହରବିନ୍ଦର ସିଂ ପଦ୍ମ ପୁରସ୍କାର ପାଇଛନ୍ତି।
କଳା, ସାମାଜିକ କାର୍ଯ୍ୟ, ଜନସମ୍ପର୍କ, ବିଜ୍ଞାନ, ଇଞ୍ଜିନିୟରିଂ, ବ୍ୟବସାୟ, ଶିଳ୍ପ, ଔଷଧ, ସାହିତ୍ୟ, ଶିକ୍ଷା, କ୍ରୀଡା ଏବଂ ନାଗରିକ ସେବା ଭଳି ବିଭିନ୍ନ କ୍ଷେତ୍ରରେ ମହତ୍ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ବ୍ରାଜିଲର ହିନ୍ଦୁ ଆଧ୍ୟାତ୍ମିକ ନେତା ଜୋନାସ ମାସେଟ୍ଟି ଏବଂ ପ୍ରଖ୍ୟାତ ଦମ୍ପତି ହଗ୍ ଏବଂ କଲିନ୍ ଗାଣ୍ଟଜରଙ୍କୁ ଭାରତର ଐତିହ୍ୟ ବିଷୟରେ ଲେଖିବା ପାଇଁ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା।
ଭକ୍ତ ଗାୟକ ଭେରୁ ସିଂ ଚୌହାନ, ସାମ୍ବାଦିକ ଭୀମ ସିଂ ଭବେଶ, ଔପନ୍ୟାସିକ ଜଗଦୀଶ ଜୋଶିଲା, ଗର୍ଭାଶୟ କର୍କଟ ଆଡଭୋକେଟ ନୀରଜା ଭଟଲା ଏବଂ କୁଏତର ଯୋଗ ଚିକିତ୍ସକ ଶେଖା ଏଜି ଅଲ ସାବ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି।

ସୁଦାନର ଡାରଫୁର ଅଞ୍ଚଳର ଏଲ୍-ଫାସରର ଏକ ଡାକ୍ତରଖାନାରେ ଡ୍ରୋନ୍ ଆକ୍ରମଣ ଯୋଗୁଁ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।

ଶୁକ୍ରବାର ସନ୍ଧ୍ୟାରେ ସାଉଦି ହସ୍ପିଟାଲରେ ହୋଇଥିବା ବିସ୍ଫୋରଣରେ ଜରୁରିକାଳୀନ ପରିସ୍ଥିତି ଉପୁଜିଥିବା ଡାକ୍ତରଖାନାର କୋଠା ନଷ୍ଟ ହୋଇଯାଇଥିଲା।
ସୁଦାନର କେଉଁ ଯୁଦ୍ଧ ଦଳ ଏହି ଆକ୍ରମଣ ଆରମ୍ଭ କରିଛି ତାହା ସ୍ପଷ୍ଟ ହୋଇନାହିଁ। ତେବେ ଏହା ଜଣା ପଡ଼ିଛି ଯେ, ଗତ ୨୦୨୩ ଏପ୍ରିଲ୍ ପରଠାରୁ, ସୁଦାନ ସେନା ପାରାମିଲିଟାରୀ ରାପିଡ୍ ସପୋର୍ଟ ଫୋର୍ସ ସହିତ ଯୁଦ୍ଧ କରିଆସୁଛନ୍ତି। ଯେଉଁମାନେ ଡାରଫୁରର ପ୍ରାୟ ସମସ୍ତ ପଶ୍ଚିମ ଅଞ୍ଚଳକୁ ଦଖଲ କରିସାରିଛନ୍ତି।
ବିଶେଷକରି ସେମାନେ ମେ ମାସରୁ ଉତ୍ତର ଡାରଫୁରର ରାଜ୍ୟ ରାଜଧାନୀ ଏଲ୍-ଫାଶରକୁ ଘେରି ରହିଛନ୍ତି। କିନ୍ତୁ ସେନା ଦାବି କରିବାରେ ସଫଳ ହୋଇ ନାହାଁନ୍ତି। ଯେଉଁଠାରେ ସେନାବାହିନୀ ସେମାନଙ୍କୁ ବାରମ୍ବାର ପଛକୁ ଠେଲି ଦେଇଛନ୍ତି। ଅପରପକ୍ଷେ ଭୁଶୁଡ଼ି ପଡ଼ିଥିବା କୋଠରି ଉପରେ କିଛି ସପ୍ତାହ ପୂର୍ବରୁ ଆରଏସଏଫ ଡ୍ରୋନ ଧକ୍କା ଦେଇଥିଲା।

ବିଭିନ୍ନ ଲୋକଙ୍କ ନିଆରା ନିଶା। ସେମିତି ଏକ ନିଶାରେ ପଡ଼ି ଯାଇଥିଲେ ଜର୍ମାନର ଜଣେ ନାଗରିକ। କଣ ଥିଲା ନିଶା ଆସନ୍ତୁ ଜାଣିବା।

କଥାଟି ଅନେକଙ୍କୁ ଆଶ୍ଚର୍ୟ୍ଯ କରିପାରେ। କିନ୍ତୁ ଏହା ସତ୍ୟ ଯେ, ଜର୍ମାନର ଏରୋସ୍ପେସ ଇଞ୍ଜିନିୟର ଗତକାଲି ଏହିଭଳି ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ପାନାମା ଉପକୂଳରେ ଥିବା ୱାଟର କ୍ୟାପସୁଲରେ ଦିନେ କି ଦୁଇଦିନ ନୁହେଁ, ପୂରା ୧୨୦ ଦିନ ବିତାଇଛନ୍ତି।

ଗ୍ରିନିଜ୍ ବିଶ୍ଵ ରେକର୍ଡର ବିଚାରପତି ସୁଜାନାଙ୍କ ଉପସ୍ଥିତିରେ ଏହି ବିରଳ ରେକର୍ଡ ସ୍ଥାପନ କରିଛନ୍ତି ୫୯ ବର୍ଷୀୟ ରୁଡିଗର୍ କୋଚ୍। ସମୁଦ୍ର ତଳେ ଥିବା ୩୦ ବର୍ଗ ମିଟର ଘରୁ (ୱାଟର କ୍ୟାପସୁଲ) ରୁ ବାହାରିଥିଲେ ସେ। ଏଥିପାଇଁ ତାଙ୍କ ନିକଟକୁ ଜର୍ମାନ ସରକାରଙ୍କ ସମେତ ବିଭିନ୍ନ ଶୁଭେଚ୍ଛୁମାନେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି।

ଏହି ଅବସରରେ ସେ ଦାବି କରିଛନ୍ତି ଯେ ପୂର୍ବରୁ ପୂର୍ବରୁ ଆମେରିକାର ଜୋସେଫ ଡିଟୁରି ୧୦୦ ଘଣ୍ଟା ଧରି ଫ୍ଲୋରିଡା ଲାଗୁନରେ ପାଣି ଭିତରେ ରହି ରେକର୍ଡ ସ୍ଥାପନ କରିଥିଲେ। କିନ୍ତୁ ସେ ଜୋସେଫଙ୍କ ରେକର୍ଡ ଭଙ୍ଗ କରିଛନ୍ତି।