ଆମେରିକାରେ ଏବେ ଛୁଆ ଜନ୍ମ ପାଇଁ ଗର୍ଭବତୀଙ୍କ ମଧ୍ୟରେ ଭିଡ ପରିଲକ୍ଷିତ ହେବାରେ ଲାଗିଛି। ତେବେ ୧୯ ତାରିଖ ଭିତରେ ଛୁଆ ଜନ୍ମ ହେଲେ କଣ ମିଳିବ ଫାଇଦା। ଆସନ୍ତୁ ଜାଣିବା।
ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚିତ ହେବା ପରେ ଆଇନ କାନୁନରେ କିଛି ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି। ସେ ନିକଟରେ ଘୋଷଣା କରିଛନ୍ତି ଯେ, ଫେବୃଆରୀ ୧୯ ପରେ ଯେଉଁ ଶରଣାର୍ଥୀ ସନ୍ତାନ ଜନ୍ମ କରିବେ ସେହି ସନ୍ତାନ ଆଉ ଆମେରିକାର ନାଗରିକତା ଗ୍ରହଣ କରିପାରିବେ ନାହିଁ। ଯାହାକୁ ନେଇ ଅନେକ ଆସନ୍ନ ପ୍ରସବା ମହିଳାଙ୍କ ମଧ୍ୟରେ ବ୍ୟସ୍ତତା ବଢି ଯାଇଛି। ସେମାନେ ଫେବୃଆରୀ ୧୯ ଭିତରେ ସନ୍ତାନ ପ୍ରସବ ପାଇଁ ଲାଗି ଲାଗିପଡିଛନ୍ତି। ଏମିତିକି ଅଧିକାଂଶ ଆସନ୍ନ ପ୍ରସବା ଅସ୍ତ୍ରୋପଚାର ମାଧ୍ୟମରେ ସନ୍ତାନ ଜନ୍ମ ପାଇଁ ବିଭିନ୍ନ ଘରୋଇ ହସ୍ପିଟାଲରେ ଭିଡ ଜମାଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଠମାସ ଓ ନଅ ମାସ ଗର୍ଭଧାରଣ କରିଥିବା ମହିଳାମାନେ ପ୍ରସବ ପାଇଁ ଡାକ୍ତରଙ୍କ ସହ ଯୋଗାଯୋଗ କରୁଛନ୍ତି। ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି ୭ ମାସ ଗର୍ଭ ଧାରଣ କରିଥିବା ମାଆ ବି ପ୍ରସବ କରିବାକୁ ଚାହୁଁଛନ୍ତି। ଯାହା ସନ୍ତାନଙ୍କ ପାଇଁ ପାଇଁ ବିପଦ ସୃଷ୍ଟିକରି ପରେ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।


