TT Ads

୫ ରୁ ଟିକେଟ ବିକ୍ରି, ଦୁଇରୁ ଅନଲାଇନରେ ଉପଲବ୍ଧ ହେବ ଟିକେଟ।

ବାରବାଟି ଦିନିକିଆ ପାଇଁ ୫ ରୁ ମିଳିବ ଟିକେଟ। ଦୁଇଦିନ ଧରି ଦୁଇଟି କାଉଣ୍ଟରରେ ଏହି ଟିକେଟ ଉପଲବ୍ଧ ହେବ। କଟକର କେମ୍ରିଜ ଓ ଭୁବନେଶ୍ୱରର କିଟରେ ରିଡିମ୍ ହୋଇପାରିବ । କିନ୍ତୁ ଆସନ୍ତା ଫେବୃଆରୀ ୨ ତାରିଖରୁ ଅନଲାଇନରେ ଟିକେଟ ମିଳିପାରିବ। ଏ ନେଇ ସୂଚନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ସୂରଜ୍ ସୂର୍ଯ୍ୟବଂଶୀ। ଏଥିପାଇଁ ଆସନ୍ତା ଫେବୃୟାରୀ ୭ ତାରିଖରେ ଓଡ଼ିଶାରେ ପହଞ୍ଚିବେ ଉଭୟ ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ୍। ଫେବୃଆରୀ ୮ ତାରିଖରେ ଉଭୟ ଟିମ୍ ତିନି ଘଣ୍ଟା ଲେଖାଏଁ ଖେଳ ଅଭ୍ୟାସ କରିବେ। ପ୍ରକାଶ ଥାଉ କି ଆସନ୍ତା ଫେବୃଆରୀ ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏହି ଖେଳ ଅନୁଷ୍ଠିତ ହେବାକୁ ଯାଉଛି। ଅପରାହ୍ନ ସାଢେ଼ ଗୋଟାଏରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ।

TT Ads

Leave a Reply

Your email address will not be published. Required fields are marked *