ଆମେରିକାର ରାଷ୍ଟ୍ରପତି ଭାବେ ଦ୍ଵିତୀୟ ଥର ପାଇଁ ଡୋନାଲ୍ଡ ଟ୍ରମ୍ପ ଶପଥ ନେବା ପରେ ଭାରତ ପାଇଁ ଏକ ବଡ଼ ସମସ୍ୟା ମୁଣ୍ଡ ଟେକିଛି। ବେଆଇନ ଭାବେ ଆମେରିକାରେ ବସବାସ କରି ଆସୁଥିବା ଲକ୍ଷାଧିକ ଭାରତୀୟଙ୍କ ମଧ୍ୟରୁ ପ୍ରାଥମିକ ପର୍ଯ୍ୟାୟରେ ୧୮ ହଜାର ଭାରତୀୟ ଚୁଡାନ୍ତ ତାଲିକାରେ ରହିଛନ୍ତି।
ଅନେକ ନିୟମରେ ପରିବର୍ତ୍ତନ ଆଣିଛନ୍ତି। ସେଥିମଧ୍ୟରୁ ପ୍ରମୁଖ ପରିବର୍ତ୍ତନ ବିଶ୍ବର ଅନ୍ୟ ରାଷ୍ଟ୍ରଗୁଡ଼ିକୁ ଅନେକାଂଶରେ ପ୍ରଭାବିତ କରିବାର ଆଶଙ୍କା ରହିଛି। ସବୁଠାରୁ ବଡ଼ ପଦକ୍ଷେପ ସ୍ୱରୂପ ଟ୍ରମ୍ଫ ନିଷ୍ପତ୍ତି ହେଉଛି ବେଆଇନ ଅନୁପ୍ରବେଶକାରୀଙ୍କୁ ଦେଶରୁ ହଟାଇବା।
ଭାରତ ମଧ୍ୟ ଅନେକାଂଶରେ ଟ୍ରମ୍ଫଙ୍କ ବିଭିନ୍ନ ନିଷ୍ପତ୍ତି ଦ୍ଵାରା ପ୍ରଭାବିତ ହେବ। ବିଶେଷକରି ଆମେରିକାରେ ବିନା ନାଗରିକତାରେ ରହି ଆସୁଥିବା ୭ ଲକ୍ଷ ୨୫ ହଜାର ଭାରତୀୟଙ୍କୁ ବିତାଡିତ କରିପାରେ ଆମେରିକା ସରକାର। ଚୂଡାନ୍ତ ତାଲିକାରେ ୧୮ ହଜାରରୁ ୨୦ ହଜାର ଭାରତୀୟଙ୍କୁ ଆମେରିକା ଦେଶରୁ ତଡ଼ିବା ପାଇଁ ନିଷ୍ପତ୍ତି ନେଇଛି। ଯାହା ଭାରତ ପାଇଁ ହୁଏ ତ ସମସ୍ୟା ସୃଷ୍ଟି କରିପାରେ। ସେମାନଙ୍କୁ ଭାରତରେ କର୍ମ ସଂସ୍ଥାନ ଯୋଗାଇ ଦେବା ଭାରତ ପାଇଁ ଏକ ବଡ ଚାଲେଞ୍ଜ।


