ଅନେକ ସମୟରେ ବଡ଼ ବଡ଼ ବ୍ୟକ୍ତିଙ୍କ ଛୋଟ ଛୋଟ ଭୁଲ ପାଇଁ ବହୁତ୍ କିଛି ହରାଇବାକୁ ପଡ଼ିଛି। ସେମିତି ଜଣେ ହେଉଛନ୍ତି ମାଓନେତା ଜୟରାମ ରେଡ୍ଡୀ ଓରଫ ଚାଲାପତି। ପତ୍ନୀଙ୍କ ସହ ଉଠାଇଥିବା ସେଲଫି ପାଇଁ ଶେଷରେ ଫସିଗଲେ ଜୟରାମ ଯେଉଁଥିପାଇଁ ତାଙ୍କ ଜୀବନ ହରାଇବାକୁ ପଡ଼ିଲା।
ନକ୍ସଲ ନେତା ତଥା କେନ୍ଦ୍ରୀୟ କମିଟି ସଦସ୍ୟ ଜୟରାମ ଯେତିକି ଚତୁର ଥିଲେ ତା ଠାରୁ ଅଧିକ ଦୁର୍ଦ୍ଧାନ୍ତ ଥିଲେ। ଯୋଜନାବଦ୍ଧ ଭାବେ ପୁଲିସ କ୍ୟମ୍ପକୁ ଚ୍ୟାଲେଞ୍ଜ କରି ସଫଳତା ପାଇଥିଲେ। ଏମିତିକି ଅନେକ ବୀର ଯବାନଙ୍କ ଜୀବନ ନେବା ପଛରେ ଜୟରାମଙ୍କ ଚତୁର ଗୋଟିଚାଳକ ହେଉଛନ୍ତି ଜୟରାମ। ସବୁଠୁ ବଡ଼ ଉଦାହରଣ ହେଉଛି ୨୦୦୮ ନୟାଗଡ଼ ଅସ୍ତ୍ରାଗାର ଲୁଟ ଘଟଣା। ୧୩ ଜଣ ଯବାନଙ୍କୁ ହତ୍ୟାକରି ଅସ୍ତ୍ରାଗାର ଲୁଟ କରିଥିଲେ। ସବୁଠୁ ବଡ଼କଥା ଥିଲା ତାଙ୍କ ସୁପରିକଳ୍ପିତ ଯୋଜନା। ପ୍ରବେଶ ପଥରେ ବଡବଡ କାଠ ଗଣ୍ଡି ପକାଇ ରାସ୍ତା ଅବରୋଧ କରିବା ପାରେ ଲୁଟିଥିଲେ ଅସ୍ତ୍ରାଗାର।
ତେବେ ଆପଣଙ୍କ ଭିତରେ ପ୍ରଶ୍ନ ଆସୁଥିବା ଏତେ ଚତୁର ମାଓନେତା ଫସିଲେ କିପରି ? ନିକଟରେ ନକ୍ସଲ ଦମନ ଅପରେସନ ବେଳେ ୨୦ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଯେଉଁଥିରେ ଥିଲେ ଚତୁର ମାଓନେତା ଜୟରାମ।

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜୟରାମ ଏତେ କାଣ୍ଡ ଭିଆଉଥିଲେ ମଧ୍ୟ ତାକୁ ଚିହ୍ନିବା ପୁଲିସ ପାଇଁ କାଠିକର ପାଠ ଥିଲା। କିନ୍ତୁ ୨୦୧୬ ମସିହାରେ ଏକ ମାଓ ପୁଲିସ ମୁହାଁମୁହିଁ ପରିସ୍ଥିତି ଛତିଶଗଡ ଜଙ୍ଗଲରୁ ଏକ ସ୍ମାର୍ଟଫୋନ ମିଳିଥିଲା ଯେଉଁଥିରେ ଜୟରାମ ଓ ତାଙ୍କ ପତ୍ନୀ ଅରୁଣାଙ୍କ ଏକ ସେଲ୍ଫୀ ରହିଥିଲା। ଯେଉଁଥିରୁ ପୁଲିସ ତାଙ୍କୁ ଚିହ୍ନଟ କରି ଟାର୍ଗେଟ କରିଥିଲା ଓ ସଫଳ ମଧ୍ୟ ହୋଇଛି। ଅରୁଣା ଥିଲେ ଆନ୍ଧ୍ର ଓଡ଼ିଶା ବର୍ଡର ସ୍ପେସାଲ୍ କମିଟିର ଡେପୁଟି କମାଣ୍ଡର।



