ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପାରଳାଖେମୁଣ୍ଡିର ସର୍ବୋଚ୍ଚ ତାପମାତ୍ରା ୩୪.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୁନ୍ଦରଗଡ଼ର ସର୍ବୋଚ୍ଚ ତାପମାତ୍ରା ୩୩.୫ ଡିଗ୍ରୀ ରେକର୍ଡ କରାଯାଇଛି।
ଅଚାନକ କାହିଁକି ବଢିଲା ତାପମାତ୍ରା
ଭୁବନେଶ୍ୱର, କଟକ ସମେତ ରାଜ୍ୟର ଦିନବେଳା ତାପମାତ୍ରାରେ ହଠାତ୍ ପରିବର୍ତ୍ତନ ଆସିଛି। ଏମିତିକି ଅନେକ ଅଞ୍ଚଳର ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀରେ ପହଞ୍ଚିଛି। ପ୍ରାୟ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି। ଯଦିବା ଶୁକ୍ରବାର ରାତିରେ ରାଜ୍ୟର ବିଭିନ୍ନ ଅଞ୍ଚଳର ତାପମାତ୍ରାରେ ହ୍ରାସ ଘଟିଛି ତେବେ ଦିନର ତାପମାତ୍ରା ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଉଛି।
ଅଚାନକ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଶେଷଜ୍ଞଙ୍କ କହିବାନୁଯାୟୀ ଓଡ଼ିଶା ଉପରେ ଏକ ଗୁରୁଚାପର ବଳୟ ସୃଷ୍ଟି ହୋଇଥିବାରୁ ରାଜ୍ୟକୁ ପ୍ରବାହିତ ଶୁଷ୍କ ଥଣ୍ଡା ବାୟୁ ଆସୁ ନାହିଁ। ଫଳରେ ଆକାଶ ନିର୍ମଳ ରହିଛି ଓ ଏହାଦ୍ବାରା ସୂର୍ଯ୍ୟଙ୍କ କିରଣ ସିଧାସଳଖ ପୃଥିବୀ ଉପରେ ପଡୁଛି ଓ ତାପମାତ୍ରା ବୃଦ୍ଧି ପାଇଛି। ଆସନ୍ତା ଦିନେ କିମ୍ବା ଦୁଇଦିନ ପାଇଁ ଦିନ ବେଳେ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।


