ଚୀନ ବିଭିନ୍ନ ସମୟରେ ଭାରତ ସହ ଉତ୍ତମ ସମ୍ପର୍କ ରଖିବାର ବାହନ କରି ସୀମା ଦାଖଲ କରି ଆସିଛି। ଏପରି କ୍ଷେତ୍ରରେ କୈଳାସ ମାନସରୋବର ଯାତ୍ରାକୁ ନେଇ ଉଭୟ ଦେଶର ସଚିବ ସ୍ତରରେ ହୋଇଛି ଆଲୋଚନା। ତେବେ ଏହା ଚୀନର ବୁଝାମଣା ମନୋଭାବ ନା ଚଲାକୀ ତାକୁ ନେଇ ପ୍ରଶ୍ନବାଚୀ।

ଦୀର୍ଘଦିନ ଧରି ଭାରତ ଓ ଚିହ୍ନ ମଧ୍ୟରେ ଲାଗିରହିଥିବା ତିକ୍ତତା ପରିପ୍ରେକ୍ଷୀରେ ଗତ ନଭେମ୍ବରରେ ସମ୍ପର୍କରେ ଏକ ପ୍ରକାର ସୁଧାର ଆସିଛି। ଏଥିରେ କୁତନାଇଟିକ ସଫଳତା ମିଳିଛି ବୋଲି କୁହାଯାଇପାରେ। ଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ କୈଳାସ ମାନସରୋବର ଯାତ୍ରା ଆରମ୍ଭ କରିବା ନେଇ ଉଭୟ ରାଷ୍ଟ୍ର ମଧ୍ୟରେ ଆଲୋଚନା ହୋଇଛି। ସେହିଭଳି ଉଭୟ ରାଷ୍ଟ୍ରର ରାଜଧାନୀ ମଧ୍ୟରେ ପୁନର୍ବାର ପ୍ରତ୍ୟକ୍ଷ ବିମାନ ଉଡ଼ାଣ , ବୁଦ୍ଧିଜୀବୀ ଓ ସାମ୍ବାଦିକଙ୍କୁ ଭିସା ପ୍ରଦାନ ଏବଂ ଉଭୟ ସୀମାକୁ ଲାଗି ପ୍ରବାହିତ ନଦୀ ବଣ୍ଟନକୁ ନେଇ ଆଲୋଚନା ହୋଇଛି ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ ବିବୃତି ଜାରି କରାଯାଇଛି। ଜେଉଁଥିଲେ ଉଲ୍ଲେଖ ରହିଛି ଯେ ବେଜିଂରେ ଉପ-ବୈଦେଶିକ ମନ୍ତ୍ରୀ ସୂର୍ଯ୍ୟ ୱିଡୋଙ୍ଗ, ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଏବଂ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ଆନ୍ତର୍ଜାତୀୟ ବିଭାଗର ମନ୍ତ୍ରୀ ଲିୟୁ ଜିଆନଚାଓଙ୍କ ସହ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରିଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ଅକ୍ଟୋବରରେ କାଜାନରେ ଅନୁଷ୍ଠିତ ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ମନେପକାଇ ଉଭୟପକ୍ଷ ଭାରତ-ଚୀନ୍ ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିତିକୁ ସମୀକ୍ଷା କରିଛନ୍ତି ଏବଂ କେତେକ ଲୋକକେନ୍ଦ୍ରିକ ପଦକ୍ଷେପ ନେବାକୁ ରାଜି ହୋଇଛନ୍ତି ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସନ୍ଥ ଜଲାଲୁଦ୍ଦିନ ନିଜର ଶିଷ୍ୟମାନଙ୍କୁ ନେଇ ଯେଉଁ ରାଜ୍ୟରେ ରହୁଥିଲେ ସେହି ରାଜ୍ୟର ରାଜା ଥିଲେ ସ୍ୱେଚ୍ଛାଚାରୀ। ସେ ନିରୀହ ପ୍ରଜାଙ୍କୁ ପୀଡ଼ା ଦେଉଥିଲେ। ସମସ୍ତେ ତାଙ୍କୁ ଘୃଣା କରୁଥିଲେ।

ଦିନେ ଜଲାଲୁଦ୍ଦିନ ତାଙ୍କର ଶିଷ୍ୟମାନଙ୍କଠାରୁ ଜାଣିଲେ ଯେ, ବିଦ୍ରୋହୀମାନେ ରାଜାଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର କରୁଛନ୍ତି। ଆଜି ରାତିରେ ତାଙ୍କୁ ତାଙ୍କର ଉପପତ୍ନୀଙ୍କ ଦ୍ୱାରା ବିଷ ପିଆଇ ହତ୍ୟା କରାଯିବ। ଏକଥା ଶୁଣି ଜଲାଲୁଦ୍ଦିନ ଶାନ୍ତ ହୋଇ ବସିପାରିଲେ ନାହିଁ। ଶିଷ୍ୟମାନେ ନଥିବା ବେଳେ ସେ ରାଜାଙ୍କ ପାଖକୁ ଗଲେ ଆଉ କହିଲେ: ରାଜା! ଆଜି ରାତିରେ ଆପଣ ଆପଣଙ୍କ ଉପପତ୍ନୀଙ୍କ ହାତରୁ କିଛି ଖାଇବେନି କି ପିଇବେନି । ଆପଣଙ୍କ ଜୀବନ ପ୍ରତି ବିପଦ ରହିଛି । ଏତିକି କହି ଫେରିଆସିଲେ । ରାତି ପାହି ସକାଳ ହେଲା । ଦେଖାଗଲା, ରାଜା ଜଲାଲୁଦ୍ଦିନଙ୍କୁ ଆସି ତାଙ୍କ ଜୀବନ ବଞ୍ଚାଇଥିବାରୁ କୃତଜ୍ଞତା ଜ୍ଞାପନ କରୁଛନ୍ତି।

ଶିଷ୍ୟମାନେ ଏକଥା ଜାଣି ଖପ୍ପା ହୋଇଗଲେ ଓ ଜଲାଲୁଦ୍ଦିନଙ୍କୁ ଏପରି କାହିଁକି କଲେ ବୋଲି ପଚାରିଲେ । ଜଲାଲୁଦ୍ଦିନ କହିଲେ: ଜଣକୁ ଦଣ୍ଡ ଦେବା ବଡ଼କଥା ନୁହେଁ; ଜଣକୁ ଭଲ ମଣିଷ ହେବା ଲାଗି ଆଉଥରେ ସୁଯୋଗ ଦେବା ହେଉଛି ବଡ଼କଥା । ରାଜା ସିନା ଅଜ୍ଞାନୀ – ସେ ଅନ୍ୟର ଅମଙ୍ଗଳ କରୁଛନ୍ତି । ଆମେ ଯଦି ସେଇଆ କରିବା ତା’ହେଲେ ରାଜା ଆଉ ଆମ ଭିତରେ କ’ଣ ଫରକ ରହିବ!

–ରାଜେନ୍ଦ୍ର

ଦୁବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣା
୭ ଦିନ ପରେ ଗାଁକୁ ଫେରିଲା ମୃତଦେହ  
ପୁଅ ଜନ୍ମ ହେବାର ଖବର ପାଇଁ ଖୁସିରେ ଛାତି ଫାଟି ପଡ଼ୁଥିଲା। ଦିନେ ନୁହେଁ କି ଦୁଇଦିନ ନୁହେଁ ପୂରା ଦଶମାସ କାଳ ଅପେକ୍ଷା କରିଥିଲା ପୁଅକୁ ଦେଖିବା ପାଇଁ। ଆଉ ଦୁଇମାସ ପରେ ଗାଁକୁ ଆସିଥାନ୍ତା ବାପା। କିନ୍ତୁ ପୁଅକୁ ଦେଖିବା ଆଗରୁ ସବୁକିଛି ଗଡ଼ବଡ଼ ହୋଇଗଲା। ଆଉ ଫେରିପାରିଲାନି ବାପା। ଫେରିଲା ବାପାର ମୃତଦେହ।
ବାପା-ପୁଅ ଭେଟାଭେଟି ହେବା ଆଗରୁ ଦୁବାଇରେ ଚାଲିଗଲା ବାପାର ଜୀବନ। ଏଭଳି ଏକ ହୃଦୟବିଦାରକ ଖବର ଆସିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଭେଜିପୁଟ ଗ୍ରାମରୁ। ଗାଁର କମଳ କୁମାର ନାୟକ କାମ କରି ଅର୍ଥ ରୋଜଗାର କରିବା ଆଶାରେ ୧୬ ମାସ ତଳେ ଦୁବାଇ ଯାଇଥିଲେ। ସେ ଯିବାର ୮ ମାସ ପରେ ତାଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପୁଅର ସ୍ୱନକ୍ଷେତ୍ରକୁ ଗାଁକୁ ଆସିଥାନ୍ତେ କମଳ। କିନ୍ତୁ ଗାଁକୁ ଆସିବା ର୍ପୂବରୁ ଗତ ୧୮ ତାରିଖରେ ଦୁବାଇରେ ମୃତ୍ୟୁ ଘଟିଥିଲା। ରବିବାର ବିଳମ୍ବିତ ରାତିରେ ତାଙ୍କ ମରଶରୀର ଗାଁକୁ ଆସିଥିଲା। ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଭେଜିପୁଟ ଗ୍ରାମରେ ଉପସ୍ଥିତ ରହି ସ୍ୱର୍ଗତ କମଳଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମଧ୍ୟରାତ୍ରୀରେ ଗାଁ ରେ ମୃତଦେହ ପହଞ୍ଚିବା ପରେ ପରିବାର ବର୍ଗ ଓ ସାହି ପଡୋଶୀଙ୍କ କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟି ପଡ଼ିଥିଲା। ଶୋକାକୁଳ ପରିବେଶ ମଧ୍ୟରେ କମଳଙ୍କ ମରଶରୀରକୁ ଗାଁ ଶ୍ମଶାନକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା।

ମଧୁସୂଦନ ପାଢ଼ୀ ହେଲେ ରାଜ୍ୟ ନିର୍ବାଚନ କମିଶନର। ପୂର୍ବତନ ଡିଜି ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା

ନିକଟରେ କମେଡି ଇନ୍‌ ଖାକି ପୁସ୍ତକ ଲେଖି ଚର୍ଚ୍ଚାର ପରିଧ ଭିତରକୁ ଆସିଥିବା ପୂର୍ବତନ ଆଇପିଏସ୍‌ ଅଫିସର ତଥା ପୁର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କୁ ନୂଆ ନିଯୁକ୍ତି ମିଳିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିଭଳି ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ମଧୁସୂଦନ ପାଢ଼ୀଙ୍କ ମଧ୍ୟ ପୁନର୍ବାର ଥାଇଥାନ କରାଯାଇ ମୁଖ୍ୟ ନିର୍ବାଚନ କମିଶନର ଭାବେ ଅବସ୍ଥାପିତ କରାଯାଇଛି। ଆଇଏଏସ୍‌ ଅଫିସର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅବସର ପରେ ଏହି ପଦଟି ଖାଲି ପଡ଼ିଥିଲା। ପ୍ରକାଶ ଥାଉ କି ୧୯୯୧ ବ୍ୟାଚ୍‌ର ଆଇଏସ୍‌ ଅଫିସର ମଧୁସୂଦନ ପାଢ଼ୀ ପ୍ରଥମେ କନ୍ଧମାଳ ଜିଲ୍ଲଶ ବାଲିଗୁଡ଼ା ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଥିଲେ। ପରବର୍ତ୍ତୀ ସମୟରେ ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇ ସଚିବ ଓ ରାଜସ୍ୱ କମିଶନର ଭାବେ ଅବସ୍ଥାପିତ ହୋଇ ଅବସର ଗ୍ରହଣ କରିଥିଲେ।
ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଭାବେ ଦାୟିତ୍ୱ ପାଇଥିବା ଶ୍ରୀ ମିଶ୍ର କହିଛନ୍ତି ଯେ, ଯେଉଁ ଗୁରୁଦାୟିତ୍ୱ ମିଳିଛି ତାକୁ ସୁଚାର ରୂପେ ସମ୍ପାଦନ କରିବି। ଜନହିତରେ ଯାହା ହୋଇପାରିବ ମିଳିମିଶି ସମ୍ପାଦନ କରିବୁ ବୋଲି କହିଛନ୍ତି ଶ୍ରୀ ମିଶ୍ର।

ଆଗକୁ ଦିଲ୍ଲୀରେ ସାଧାରଣ ନିର୍ବାଚନ। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆମ୍‌ ଆଦ୍‌ମୀ ପାଟି (ଆପ୍‌) ର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି। ଏହି ଇସ୍ତାହାରରେ ଦଳ ପକ୍ଷରୁ୍‌ ୧୫ଟି ଗ୍ୟାରେଣ୍ଟି ଉଲ୍ଲେଖ କରିଛନ୍ତି। ଯେଉଁଥିରେ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ସହରକୁ ୨୪ ଘଣ୍ଟା ଜଳଯୋଗାଣ, ଯମୁନା ନଦୀକୁ ସ୍ୱଚ୍ଛ ରଖିବା ଆଦି ପ୍ରସଙ୍ଗକୁ ପ୍ରାଧାନ୍ୟ ଦିଆଯାଇଛି।
ଦିଲ୍ଲୀରେ ଅନୁଷ୍ଠିତ ରାଲିରେ କେଜ୍ରିୱାଲ୍‌ କହିଛନ୍ତି ଯେ ଯେତେବେଳେ ପିଲାମାନେ ପାଠପଢ଼ନ୍ତି ଏବଂ କାମ ପାଇପାରନ୍ତି ନାହିଁ, ତାହା ବହୁତ କଷ୍ଟକର ହୋଇଥାଏ। ତେଣୁ ତାଙ୍କ ସରକାର ବେକାର ଦୂର ପାଇଁ ପ୍ରାଧ୍ୟାନ୍ୟ ଦେଉଛନ୍ତି ଏବଂ ଆଗକୁ ଦେବେ। ସେ ବିଜେପିକୁ କଟାକ୍ଷ କରି କହିଛନ୍ତି ଯେ, ଏ ଗ୍ୟାରେଣ୍ଟି ମୋଦିଙ୍କ ନକଲି ଗ୍ୟାରେଣ୍ଟି ନୁହେଁ। ଏହା କେଜିରିୱାଲ୍‌ଙ୍କ ଅସଲି ଗ୍ୟାରେଣ୍ଟି। ବିଗତ ଦିନରେ ଦଳ ଯାହା କହିଛି ତାହ ପୂରଣ କରିଛି ଏବଂ ଏଥର ଦେଇଥିବା ପ୍ରତିଶ୍ରୁତି ନିଶ୍ଚୟ ପୂରଣ କରିବ।
ମୋଦୀଙ୍କ ଗ୍ୟାରେଣ୍ଟି କୁ ନକଲି ବୋଲି କହି କଟାକ୍ଷ କଲେ କେଜ୍ରିୱାଲ
କେଜ୍ରିୱାଲ ପ୍ରତିଜ୍ଞା କରିଛନ୍ତି ଯେ ନିର୍ବାଚନରେ ଜିତିଲେ ସେ ଆଗାମୀ ବର୍ଷଗୁଡ଼ିକରେ ଯମୁନା ନଦୀକୁ ସଫା କରିବେ।
ଆମ୍ବେଦକର ଛାତ୍ରବୃତ୍ତି୍ୱାଧ୍ୟମରେ ଯେକୌଣସି ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟରେ ପଢ଼ିବାକୁ ଚାହୁଁଥିବା ଦଳିତ ଛାତ୍ରଙ୍କ ଶିକ୍ଷା, ଯାତ୍ରା ଏବଂ ରହିବା ଖର୍ଚ୍ଚ ବହନ କରିବେ ତାଙ୍କ ସରକାର।
ସେ ଛାତ୍ରଛାତ୍ରୀମାନଙ୍କ ପାଇଁ ବସ୍‌ ଯାତ୍ରା ମାଗଣା କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଦଳ ମହିଳା ସମ୍ମାନ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେବା ସହ ଯୋଗ୍ୟ ମହିଳାଙ୍କୁ ୨୧ଶହ ଟଙ୍କା ପ୍ରଦାନ କରିବା ପାଇଁ ଇସ୍ତାହାରେ ଉଲ୍ଲେଖ କରିଛନ୍ତି।
ସେହିଭଳି ୬୦ ବର୍ଷ ଓ ତା’ଠାରୁ ଅଧିକ ବୟସର ନାଗରିକଙ୍କ ପାଇଁ ତାଙ୍କ ସରକାର ସଞ୍ଜୀବନୀ ଯୋଜନାରେ ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲ୍‌ରେ ସମ୍ପୂର୍ଣ୍ଣ ମାଗଣା ସ୍ବାସ୍ଥ୍ୟ ସୁବିଧା ଉପଲବ୍ଧ ହେବ ବୋଲି କେଜ୍ରିୱାଲା କହିଛନ୍ତି।

ପୂର୍ବ ସରକାର ସମୟରେ ଯେଉଁ କଥା କେବଳ ଚର୍ଚ୍ଚାରେ ଥିଲେ ଏହି ସରକାର ସମୟରେ ତାହା ଖୋଦ୍ ମନ୍ତ୍ରୀ ହିଁ ସ୍ବୀକାର କରିଛନ୍ତି।

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କଟନୀ ଛଟନୀକୁ ନେଇ ଏଭଳି କିଛି କହିଛନ୍ତି ଯାହାକୁ ନେଇ ଏବେ ବାବୁରାଜ୍ ଚାଲିଥିବା ସ୍ପଷ୍ଟ ହୋଇଛି। ଶ୍ରୀ ପାତ୍ର କହିଛନ୍ତି ଯେ ସେ କଟନୀ ଛଟନିକୁ ବିରୋଧ କରୁଛନ୍ତି। କିନ୍ତୁ ଆଇଏଏସ ଅଫିସର ମନ୍ତ୍ରୀଙ୍କୁ କହୁଛନ୍ତି ଚାଷୀ ଓ ମିଲରଙ୍କ ଭିତରେ ମୁଣ୍ଡ ପୂରାନ୍ତୁ ନାହିଁ। ଅପରପକ୍ଷେ ମିଲରଙ୍କ କହିବାନୁଯାୟୀ ଚାଷୀ ଲାଭ ପାଇଲେ ଆମେ କଣ ପାଇବୁ। ଉପରିସ୍ଥଳେ ଅଫିସରଙ୍କ ରାଜ ଚାଲିଥିବା ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ। ସେହିଭଳି ଆଗକୁ ଅଫିସରଙ୍କ ରାଜୁତି ଚାଲିବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ପାତ୍ର।

ମନ୍ତ୍ରୀଙ୍କ କଥା ଅଫିସର୍ ନ ମାନିବା ଦୁର୍ଭାଗ୍ୟଜନକ : ବିଜେଡି

ତେବେ ଏଭଳି ପ୍ରସଙ୍ଗରେ ସରକାରଙ୍କୁ ଘେରିଛି ବିଜେଡି। ବିଜେଡି ନେତା ତଥା ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ ଅଫିସର୍ ମନ୍ତ୍ରୀଙ୍କ କଥା ନ ମାନିବା ଓ ମନ୍ତ୍ରୀଙ୍କୁ ପରାମର୍ଶ ଦେବା ଦୁର୍ଭାଗ୍ୟଜନକ କଥା। ମନ୍ତ୍ରୀଙ୍କୁ କେବଳ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇ ପାରିବେ। ଯଦି ଅଫିସର୍ ମନ୍ତ୍ରୀଙ୍କ କଥା ମାନୁ ନ ଥାଆନ୍ତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ ବୋଲି କହିଛନ୍ତି ଗଣେଶ୍ୱର। ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଓ ଆଲୋଚନା ଏବେ ଜୋର୍ ଧରିଛି।

ସ୍ୱାଧୀନ ବିଧାୟକ ଓ ବିଜେପିର ପୂର୍ବତନ ବିଧାୟକ ଗିରଫ ହେଲେ, ଉଭୟଙ୍କ ବନ୍ଧୁକ ସିଜ୍ ହେଲା।

ସ୍ୱାଧୀନ ବିଧାୟକ ଓ ବିଜେପିର ପୂର୍ବତନ ବିଧାୟକଙ୍କ କାର୍ଯ୍ୟାଳୟକୁ ଟେକା ପଥର ମାଡ଼ ଓ ଗୁଳି ଫୁଟାଇବା ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ରାଜନେତା ହେଲେ ଉତ୍ତରାଖଣ୍ଡର ରୁରକିର ବିଜେପିର ପୂର୍ବତନ ବିଧାୟକ କନୱାର ପ୍ରଣବ ସିଂ ଚାମ୍ପିଅନ ଓ ସ୍ଵାଧୀନ ବିଧାୟକ ଉମେଶ କୁମାର।
ପ୍ରକାଶ ଥାଉ କି ରବିବାର ଉଭୟ ପକ୍ଷରୁ ଦୁଇଟି ଭିନ୍ନ ଭିନ୍ନ ଭିଡ଼ିଓ ସାଧାରଣରେ ପ୍ରବଳ ମାତ୍ରାରେ ଭାଇରଲ୍ ହୋଇଥିଲା। ଉଭୟ ନିଜ ନିଜ ସମର୍ଥକଙ୍କୁ ନେଇ ପରସ୍ପର କାର୍ଯ୍ୟାଳୟ ଉପରକୁ ଟେକା ପଥର ମଧ୍ୟ କରିବା ସହ ଗୁଳି ଫୁତାଇଥିଲେ। ଉଭୟଙ୍କ ପକ୍ଷରୁ ହୋଇଥିବା ଦୁଇଟି ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ଉଭୟଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି। ଅପରପକ୍ଷେ ବିଜେପିର ପୂର୍ବତନ ବିଧାୟକ ଚାମ୍ପିଅନ କହିଛନ୍ତି ଯେ ଶନିବାର ରାତିରେ ସ୍ଵାଧୀନ ବିଧାୟକ କୁମାର ତାଙ୍କୁ ଆକ୍ରମଣ କରିବା ସହ ଗାଳି ଦେଇଥିଲେ। ସେହିଭଳି ବିଧାୟକ କୁମାର ମଧ୍ୟ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ତାଙ୍କ କାର୍ଯ୍ୟାଳୟକୁ ଗୁଳିମାଡ କରିଛନ୍ତି। ଯାହା ସାମାଜିକ ଗଣମାଧ୍ୟମରେ ଭାଇରଲ୍ ହୋଇଛି। ଏମିତିକି ତାଙ୍କୁ ଏବଂ ତାଙ୍କ ବାପା ମାଆଙ୍କୁ ପୂର୍ବତନ ବିଧାୟକ ଚାମ୍ପିଅନ ଗାଳି ଦେଉଥିବା ଅଭିଯୋଗ କରିଛନ୍ତି କୁମାର।
ଏଭଳି ଅଭିଯୋଗ ପାଇ ପୁଲିସ ଉଭୟଙ୍କୁ ଗିରଫ କରିବା ସହ ଉଭୟଙ୍କ ଲାଇସେନ୍ସପ୍ରାପ୍ତ ପିସ୍ତଲ୍ ଜବତ କରିଛି।

ପ୍ରତାପଗଡ଼ ବୋଲି ରାଜ୍ୟ ଥିଲା। ସେ ରାଜ୍ୟର ରାଜା ଧର୍ମପରାୟଣ ଥିଲେ। ହେଲେ ତାଙ୍କର ପିଲାପିଲି ନ ଥିଲେ। ରାଜା ଘୋଷଣା କଲେ- ଯେଉଁ ଯୁବକମାନେ ରାଜ୍ୟର ରାଜା ହେବାକୁ ଇଚ୍ଛୁକ ସେମାନେ ଆସି ରାଜମହଲରେ ଏକତି୍ରତ ହୁଅନ୍ତୁ। ସେମାନଙ୍କୁ ଗୋଟିଏ ପରୀକ୍ଷା କରାଯିବ। ପରୀକ୍ଷାରେ ଯିଏ ଉତ୍ତୀର୍ଣ୍ଣ ହେବ ସେ ଏ ରାଜ୍ୟର ରାଜା ହେବ ।

ବହୁ ଯୁବକ ଆସି ରାଜାଙ୍କୁ ଭେଟିଲେ। ରାଜା ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଗମ୍ଲା ଓ ଗଛର ମଞ୍ଜି ଦେଇ କହିଲେ: ଯାହା ଗମ୍ଲାର ଗଛ ଭଲ ବଢ଼ିବ ସେ ଏହି ରାଜ୍ୟର ରାଜାହେବ। କିଛିଦିନ ଗଲା। ସମସ୍ତେ ଆସି ରାଜାଙ୍କୁ ନିଜନିଜର ଗଛ ଦେଖାଇଲେ। ସେହି ଯୁବକମାନଙ୍କ ମଧ୍ୟରୁ ଜଣେ ଯୁବକ ତଳକୁ ମୁହଁ ପୋତି ବସିଥିଲେ। କାରଣ, ସେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ତା’ ଗମ୍ଲାରେ ଗଛ ଉଠି ନଥିଲା। ତା’ ପାଳି ଆସିବାରୁ ସେ ରାଜାଙ୍କୁ ଭେଟି ଯାହା ଘଟିଥିଲା ଗୋଟିଗୋଟି କରି ସବୁ କହିଲା ଓ କାନ୍ଦିବାକୁ ଲାଗିଲା। ହେଲେ ରାଜା ସେହି ଯୁବକକୁ ଛାତିରେ ଜାବୁଡ଼ି କହିଉଠିଲେ: ଏଇ ହେଉଛି ମୋ ରାଜ୍ୟର ରାଜା। କେହି କିଛି ବୁଝିପାରିଲେ ନାହିଁ। ରାଜା କହିଲେ: ଏଇ ଯୁବକଟି ଭାଗରେ ଯେଉଁ ମଞ୍ଜି ପଡ଼ିଥିଲା ତାହା ଥିଲା ଏକ ମଲାମଞ୍ଜି । ତେଣୁ ତାହା ଗଛ ହେଲାନାହିଁ । ଯୁବକଟି ଇଚ୍ଛା କରିଥିଲେ ମୂଳରୁ ଏଠାକୁ ଆସି ନଥାନ୍ତା । ହେଲେ ସେ ତା’ ସହ ଯାହା ଘଟିଲା ସେକଥା କହିବାକୁ ସାହସ କରି ମୋ ପାଖକୁ ଆସିଲା। ଏହି ସଚ୍ଚୋଟପଣିଆ ଆଉ ପରିସ୍ଥିତିକୁ ମୁକାବିଲା କରିବାର ସାହସ ହିଁ ଜଣେ ଅସଲ ରାଜାର ଲକ୍ଷଣ । ସତକୁସତ ଯୁବକଟି ପ୍ରତାପଗଡ଼ର ରାଜ ସିଂହାସନରେ ବସିଲା।

-ରାଜେନ୍ଦ୍ର

ୟୁପି ଯାଉଥିଲା ଦୁଇ କୋଟିର ଗଞ୍ଜେଇ ଚାଲାଣ ବେଳେ ଟ୍ରକ୍ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କଲା ବୈପାରିଗୁଡ଼ା ପୁଲିସ।

ଦୁଇକୋଟି ଟଙ୍କାର ଗଞ୍ଜେଇ ଉତ୍ତର ପ୍ରଦେଶ ଚାଲାଣ ବେଳେ ଦୁଇଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଦୁଇଜଣ ଉତ୍ତର ପ୍ରଦେଶର ବୋଲି ଜଣା ପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଦୁଇଜଣ ବ୍ୟକ୍ତି ଟ୍ରକର ସିକ୍ରେଟ ଚମ୍ବରରେ ଓଡ଼ିଶାରୁ ଦୁଇ କୋଟିର ଗଞ୍ଜେଇ ନେଇ ଯାଉଥିଲେ। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଦେଇ ଯାଉଥିବା ଟ୍ରକକୁ ପୁଲିସ ଅଟକାଇଥିଲା।କିନ୍ତୁ ଟ୍ରକ୍ ଚାଳକଙ୍କ ଆଚରଣରେ ସନ୍ଦେହ ହେବାରୁ ପୁଲିସ ପୂରା ଟ୍ରକ୍ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ସିକ୍ରେଟ୍ ଚାମ୍ବରରୁ ଦୁଇ କ୍ଵିଣ୍ଟାଲର ଗଞ୍ଜେଇ ବାହାରିଥିଲା। ପୁଲିସ ଦୁଇଜଣଙ୍କୁ ପଚରାଉଚରା ବେଳେ ଘଟଣା ପର୍ଦ୍ଦାଫାସ ହୋଇଥିଲା।