ଆପଣ ଗାଡ଼ିର ବୀମା କରି ନାହାନ୍ତି କି। ତୁରନ୍ତ କରି ନିଅନ୍ତୁ। କାରଣ ଆସନ୍ତା ଫେବୃଆରୀ ମାସରୁ ରାଜ୍ୟ ସରକାର ଆଣିବାକୁ ଯାଉଛନ୍ତି ନୂଆ ନିୟମ। ଏହି ନୂଆ ନିୟମ ମୁତାବକ ଯଦି ଆପଣଙ୍କ ଗାଡ଼ିର ବୀମା କରି ନ ଥିବା ବା ବୀମା ଅବଧି କଟି ସରି ଯାଇଥିବ ତେବେ ଆପଣଙ୍କୁ ଦେବାକୁ ପଡ଼ିବ ଜରିମାନା। ୩ ହଜାର ଟଙ୍କା ଜରିମାନା ନ ଦେଇ ପାରିଲେ ଜେଲଦଣ୍ଡ ବ୍ୟବସ୍ଥା ରହିଛି। ଏଥିପାଇଁ ବିଭିନ୍ନ ଟୋଲ୍ ଗେଟ୍ରେ ଲାଗିବ ଈ-ଡିଟେକ୍ଟର। ଈ-ଡିଟେକ୍ଟର ମାଧ୍ୟମରେ ଗାଡ଼ିର ବୀମା ସମ୍ପର୍କୀୟ ତଥ୍ୟ ଜଣାପଡ଼ିବ। ଫଳରେ ଆପଣଙ୍କ ଗାଡ଼ି ସେହି ଟୋଲ୍ଗେଟ୍ ଦେଇ ଯିବା ପରେ ଆପଣଙ୍କୁ ମୋବାଇଲ୍ତକୁ ଯିବ ଇ-ଚାଲାଣ। ଏହି ଇ-ଚାଲାଣ ଆପଣ ପୈଠ ନ କଲେ ବିଭାଗ ପକ୍ଷରୁ କଠୋର ପଦକ୍ଷେପମାନ ଗ୍ରହଣ କରାଯିବ। ଏଭଳି ସୂଚନା ମିଳିଛି ପରିବହନ ବଭାଗ ପକ୍ଷରୁ।


