TT Ads

ବନ୍ଧୁତାର ସବୁଠୁ ବଡ଼ ସମ୍ବଳ ହେଉଛି ବିଶ୍ୱାସ । ଯେଉଁଠି ବିଶ୍ୱାସ ଯେତେ ଶକ୍ତ ସେଇଠି ବନ୍ଧୁତା ସେତେ ସବଳ । ଆସନ୍ତୁ ଜାଣିବା ଗୋଟିଏ ରାଜ୍ୟ କାହାଣୀ ।

ଆମେ ଯେଉଁ ରାଜ୍ୟ କଥା ଉଲ୍ଲେଖ କରିବାକୁ ଯାଉଛୁ ସେହି ରାଜ୍ୟର ରାଜା ଅତ୍ୟାଚାରୀ ଥିଲେ । ତେଣୁ ତାଙ୍କୁ ଲିଆମ୍ ନାମକ ଜଣେ ଯୁବକ ଦୃଢ଼ ବିରୋଧ କରୁଥିଲେ । ରାଜା ଲିଆମଙ୍କୁ ଗିରଫ କଲେ ଆଉ ଫାଶୀ ଦଣ୍ଡାଦେଶ ଦେଲେ । ଲିଆମ କହିଲା- ମୁଁ ଆପଣଙ୍କ ଦଣ୍ଡକୁ ସ୍ୱୀକାର କରୁଛି । ତେବେ ମୋତେ ଶେଷଥର ପାଇଁ ମୋ ପରିବାରକୁ ଦେଖିବା ଲାଗି ଛାଡ଼ନ୍ତୁ । ମୁଁ କଥା ଦେଉଛି ପରିବାରକୁ ଭେଟି ମୁଁ ପୁଣି ଫେରି ଆସିବି । ରାଜା କହିଲେ- ତମେ ଯେ ଫେରିଆସିବ ତା’ର କ’ଣ ଗ୍ୟାରେଣ୍ଟି । ହୁଏତ ତମେ ଫେରି ନପାର । ସେତିକିବେଳେ ଜଣେ ବ୍ୟକ୍ତି ଆସି କହିଲା- ଆପଣ ମତେ ବାନ୍ଧି ରଖନ୍ତୁ । ସେ ଯଦି ନ ଆସିବ ତା’ ବଦଳରେ ମତେ ଫାଶୀରେ ଝୁଲେଇଦେବେ । କିନ୍ତୁ ମୋର ବିଶ୍ୱାସ ଲିଆମ ନିଶ୍ଚୟ ଆସିବ । ସେଇଆ ହେଲା । ଲିଆମକୁ ଘରୁ ଫେରିବା ପାଇଁ ୬ଘଣ୍ଟା ସମୟ ଦିଆଗଲା । ପାଞ୍ଚଘଣ୍ଟା ବିତିଲା । ଲିଆମ ଫେରିଲାନାହିଁ । ଲିଆମର ବନ୍ଧୁକୁ ଫାଶୀ ଖୁଣ୍ଟରେ ଚଢ଼ାଗଲା । ଲିଆମ କିନ୍ତୁ ପରିବାରକୁ ଭେଟି ବନ୍ଧୁକୁ ବଞ୍ଚେଇବା ଲାଗି ତରବର ହୋଇ ଫେରୁଥାଏ । ବାଟରେ ତା’ର ଘୋଡ଼ାଟି ଅସୁସ୍ଥ ହୋଇପଡ଼ିଲା । ସେ ଘୋଡ଼ାରୁ ଖସିପଡ଼ି ଖଣ୍ଡିଆ ଖାବରା ହୋଇଗଲା । ତଥାପି ସେ ଦଉଡୁଥାଏ । କାରଣ ସେ ନ ପହଞ୍ଚିଲେ ତା’ ବନ୍ଧୁ ଫାଶୀ ପାଇବ । ଫାଶୀ ଦିଆଯିବାର ସମୟ ହୋଇଗଲା । ଜହ୍ଲାଦ ଲିଆମର ବନ୍ଧୁକୁ ଫାଶୀଖୁଣ୍ଟରେ ଚଢ଼ାଇଲା । ତା’ ବେକରେ ଫାଶୀ ଦଉଡ଼ି ଗଳାଇଲା । ଠିକ୍ ରଶି ଟାଣିବାକୁ ଯାଉଛି, ଶୁଭିଲା ଲିଆମର ଡାକ : ମୁଁ ଆସିଗଲି । ମୋ ସାଙ୍ଗକୁ ଛାଡ଼ିଦିଅ । ରାଜା ଆଶ୍ଚର୍ଯ୍ୟ ହୋଇଗଲେ । ଦୁଇଯୁବକଙ୍କ ବନ୍ଧୁତାକୁ ଦେଖି ସେ ମନ ପରିବର୍ତ୍ତନ କରି ସାରିଥିଲେ । ତେଣୁ ଲିଆମକୁ ଦଣ୍ଡ ମୁକ୍ତ କରିଦେଲେ ।

– ରାଜେନ୍ଦ୍ର

OJ Ads

Leave a Reply

Your email address will not be published. Required fields are marked *