TT Ads

ନବ ଦାସଙ୍କୁ ହୋଇଥିଲା ଏକାଧିକ ବନ୍ଧୁକରୁ ଗୁଳି ! ଯାହାକୁ ନେଇ ନବ ଦାସ ହତ୍ୟା ଘଟଣା ଏବେ ରୋଚକ ସ୍ଥିତିରେ ପହଞ୍ଚିଛି

ନବ ଦାସଙ୍କୁ ଏକାଧିକ ବନ୍ଧୁକରୁ ଗୁଳି ହୋଇଥିବା ନେଇ ଫରେନ୍ସିକ ରିପୋର୍ଟରେ ଉଲ୍ଲେଖ ରହିଛି ପ୍ରକାଶିତ ଏକ ଗଣମାଧ୍ୟମ ଖବରରୁ ଜଣା ପଡ଼ିଛି। ତେବେ ଅନ୍ୟ କେଉଁ ବନ୍ଧୁକରୁ ଗୁଳି ଫୁଟିଥିଲା ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନବାଚୀ। ପ୍ରକାଶ ଥାଉ କି ୨୦୨୩ ମସିହା ଜାନୁଆରି ୨୯ ତାରିଖରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ସ୍ବାସ୍ଥ୍ୟ ମନ୍ତ୍ରୀ ଥିବା ବେଳେ ତାଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ପୁଲିସ କର୍ମଚାରୀ ଗୋପାଳ ଦାସ ତାଙ୍କୁ ଗୁଳି କରି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ପୁଲିସ ଗୋପାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ମାମଲାର ତଦନ୍ତ ଆରମ୍ଭ କରାଯାଇଥିଲା। ଗିରଫ ଗୋପାଳ ଖାମଖିଆଲ ଭାବେ ଏ ନେଇ ନିଜର ମତ ରଖିଥିଲା। ବିଭିନ୍ନ ସମୟରେ ବୟାନ ବଦଳାଇବା ଅନେକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଆଣିଥିଲା। ଏଠାରେ ସୂଚାଇ ଦିଆଯାଇପାରେ ଯେ ଗୋପାଳଙ୍କ ବନ୍ଧୁକରେ ଥିବା ୬ ଟି ଗୁଳି ମଧ୍ୟରୁ ୩ ଟି ଫୁଟିଥିଲା। ଗୋଟିଏ ବ୍ଲାଙ୍କ ଫାୟରିଂ ହୋଇଥିବା ବେଳେ ଗୋଟିଏ ନବ ଦାସଙ୍କ ଛାତିରେ ବାଜିଥିଲା। ଅନ୍ୟ ଗୁଳି ଅକାମୀ ହୋଇଯାଇଥିବା ଜଣା ପଡ଼ିଛି। ତେବେ ଅନ୍ୟଏକ ଗୁଳି କେଉଁଆଡେ ଗଲା ତାହା ମିଳି ପାରିନାହିଁ। ସେହିଭଳି ଛାତିରେ ବାଜିଥିବା ଗୁଳିର ଖୋକା ମଧ୍ୟ ମିଳିନାହିଁ। ଯାହାକୁ ନେଇ ସାଧାରଣରେ ସନ୍ଦେହ ଉପୁଜିଛି

TT Ads

Leave a Reply

Your email address will not be published. Required fields are marked *