କୁମ୍ଭମେଳାର ଆଧ୍ୟାତ୍ମିକ ପରିବେଶକୁ ଏରୋସ୍ପେସ ଇଞ୍ଜିନିୟର ଚାକିରି ଛାଡ଼ି ଆସିଥିବା ଅଭୟ ସିଂଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ହେଉଛି। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ଯେତେବେଳେ ପ୍ରଥମେ ସନ୍ନ୍ୟାସ ହେବା ପାଇଁ ଆସିଥିଲେ ତାଙ୍କୁ ମଦ ପିଇବାକୁ ଦିଆଯାଇଥିଲା। କୁହା ଯାଇଥିଲା ଯେ ଏହା କାଳୀ ମାଆଙ୍କ ପ୍ରସାଦ। କେବଳ ସେତିକି ନୁହେଁ, ଏମିତିକି କିଛି ଖାଦ୍ୟ ଖାଇବାକୁ ଦିଆଯାଇଥିଲା ଯେଉଁଥିରେ ହାଡ଼ ଖଣ୍ଡ ଥିଲା।
ସେ ଗଣମାଧ୍ୟମରେ କହିଛନ୍ତି ଯେ ସେ ଦିନେ ଚାକିରି ଛାଡ଼ି ଅଘୋରୀ ବାବାଙ୍କ ନିକଟକୁ ଆସିଥିଲେ। ସେତେବେଳେ ଜଟା ରଖିବାକୁ କୁହାଯାଇଥିଲା ଓ ଅଘୋରୀ ମନ୍ତ୍ର ବି ଦିଆଯାଇଥିଲା। ବାବାଙ୍କ କହିବା ମୁତାବକ ସେ ମଦ ପିଇଥିଲେ ଓ ହାଡ଼ ବି ଭକ୍ଷଣ କରିଥିଲେ। ଯାହାକୁ ଭୋଳା ବାବାଙ୍କ ପ୍ରସାଦ ଭାବି ହିଁ ସେ ଖାଇଥିଲେ ବୋଲି କହିଛନ୍ତି।



