TT Ads

ଅଶୀ ଦଶକରେ ଓଡ଼ିଶାର ସେଇ ଛତିଥରା ଅପରାଧ ଯାହା ସାରା ଦେଶରେ ଚହଳ ସୃଷ୍ଟି କରିଥିଲା। ଛବିରାଣୀ ହତ୍ୟାକାଣ୍ଡ କୁ ନେଇ ଆମର ଧାରାବାହିକ ଉପସ୍ଥାପନା

ଆଜିର ଦିନରେ ଦୁଷ୍କର୍ମ ଏଵଂ ଦୁଷ୍କର୍ମ ଜନିତ ହତ୍ୟାକୁ ନେଇ ରାଜନେତାଙ୍କୁ ବିଭିନ୍ନ ସମୟରେ ସମାଲୋଚନାର ଶିକାର ହେବାକୁ ପଡୁଛି। ଏମିତି କି ନିର୍ଭୟା କାଣ୍ଡକୁ ନେଇ ୨୦୧୨ ରେ ଦିଲ୍ଲୀର କଂଗ୍ରେସ ସରକାରର ସ୍ଥିତି ଦୋହଲି ଯାଇଥିବା। କିନ୍ତୁ ଆଜକୁ ୪୫ ବର୍ଷ ତଳେ ଏମିତି ଏକ ଅପରାଧ ପୂରା ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଥିଲା। ଯେଉଁଥିପାଇଁ ତତ୍କାଳୀନ କଂଗ୍ରେସ ସରକାରକୁ ବହୁ ମୂଲ୍ୟ ଦେବାକୁ ପଡ଼ିଥିଲା। ସେମିତି ଘଟଣା ହେଉଛି ଛବିରାଣୀ ହତ୍ୟାକାଣ୍ଡ। ଘଟଣା ଘଟିବାର ଦୀର୍ଘ ସାଢ଼େ ୪ ଦଶନ୍ଧୀ ବିତି ଯାଇଥିଲେ ମଧ୍ୟ ଏବେ ବି ଅନେକଙ୍କ ମନରୁ ସେ ବୀଭତ୍ସ କାଣ୍ଡ ମନରୁ ଲିଭିନି। ତେବେ ଆପଣ ଜାଣନ୍ତି କି କିଏସେ ଛବିରାଣୀ ଯିଏ ଏଭଳି ବୀଭତ୍ସ କାଣ୍ଡର ଶିକାର ହୋଇଥିଲା। ତାଙ୍କ ଘର କେଉଁଠି ଓ ସେ କେଉଁଠି ରହୁଥିଲେ।

ଛବିଙ୍କ ପ୍ରକୃତ ଘର ହେଉଛି ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳରେ। ତେବେ ତାଙ୍କ ଭାଇ ପୁରୀ କୃଷ୍ଣ ବଳରାମ ମଠର ପରିଚାଳନା ଦାୟିତ୍ଵ ନେଇଥିଲେ। ସେଠାକୁ ସଂସ୍କୃତ ପଢ଼ିବାକୁ ଯାଇଥିବା ଜଗତସିଂହପୁର ଜିଲ୍ଲା ଡିହସହିର ନବକିଶୋର ମହାପାତ୍ରଙ୍କ ସହ ଛବିରାଣୀଙ୍କ ଦେଖା ହୋଇଥିଲା। ଉଭୟ ପରସ୍ପରକୁ ଭଲ ପାଇ ବିବାହ କରିଥିଲେ। ଉଭୟଙ୍କ ପରିବାର ସହମତିରେ ସେମାନେ ଶ୍ରୀଜଗନ୍ନାଥ ମନ୍ଦିରରେ ବିବାହ କରିଥିଲେ।ବିବାହର କିଛି ଦିନ ପରେ ଉଭୟ ଜଗତସିଂହପୁର ଜିଲ୍ଲା ଡିହସାହିସ୍ଥିତ ବାବାଙ୍କ ଘରକୁ ଫେରି ଆସିଥିଲେ।

TT Ads

Leave a Reply

Your email address will not be published. Required fields are marked *