ମିଆଁମାର ଓ ଥାଇଲ୍ୟାଣ୍ଡରେ ଶୁକ୍ରବାର ହୋଇଥିବା ଶକ୍ତିଶାଳୀ ଭୂକମ୍ପ ପରେ ଉଦ୍ଧାରକାରୀ ଦଳ ଧ୍ୱଂସାବଶେଷ ତଳୁ ଇତି ମଧ୍ୟରେ ୧୦୦୦ରୁ ଅଧିକ ଲୋକଙ୍କ ମୃତଦେହକୁ ଉଦ୍ଧାର କରି ସାରିଲେଣି। ହଜାର ହଜାର ଲୋକ ନିଖୋଜ ଥିବା ବେଳେ ଆଗକୁ ମୃତ୍ୟୁସଂଖ୍ୟା ୧୦ ହଜାର ଟପିବ ବୋଲି ଆଶଙ୍କା କରାଯାଉଛି

ଭୂକମ୍ପ ପରେ ଗତ ଦୁଇଦିନ ଧରି ଦିନ ରାତି ଲାଗିପଡ଼ି ଉଦ୍ଧାରକାରୀ ଦଳ ଧ୍ୱଂସାବଶେଷ ତଳୁ ନିରବ୍‌ଛିନ୍ନ ଭାବେ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ବିଶେଷକରି ମିଆଁମାରର ଦ୍ୱିତୀୟ ବଡ ସହର ଓ ଭୂକମ୍ପର କେନ୍ଦ୍ରସ୍ଥଳ କୁହାଯାଉଥିବା ମାଣ୍ଡଲେରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ମିଆଁମାରରେ ବର୍ତ୍ତମାନ ସୁଦ୍ଧା ୧୦୬୩ ଜଣଙ୍କ ମୃତଦେହ ଧ୍ୱଂସାବଶେଷ ତଳକୁ ମିଳିଥିବା ଦେଶର ସେନା ପକ୍ଷରୁ କୁହାଯାଇଛି। କିନ୍ତୁ ଆମେରିକା ଏଜେନ୍ସି କହିଛି ଯେ ଯେତିକି କ୍ଷୟକ୍ଷତି ହୋଇଛି, ତା’କୁ ଦେଖିଲେ ମୃତ୍ୟୁସଂଖ୍ୟା ୧୦ ହଜାର ଟପିବାର ଯଥେଷ୍ଟ ଆଶଙ୍କା ରହିଛି।

ମିଆଁମାରର ମିଲିଟାରୀ ଜୁଣ୍ଟା କହିଛି ଯେ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ହଜାରେ ଟପିଥିବା ବେଳେ ୨୩୭୬ ଜଣ ଆହତ ହୋଇଛନ୍ତି। ଶୁକ୍ରବାରର ଭୂକମ୍ପ ସମ୍ପର୍କରେ ପୀଡ଼ିତମାନେ ଲୋମଟାଙ୍କୁରା ଅନୁଭୂତି ବକ୍ଷାଣିଛନ୍ତି। ମିଆଁମାରର ଜଣେ ପୀଡିତ କହିଛନ୍ତି ଯେ ସେ ୱାଶରୁମରେ ଥିବା ବେଳେ ଭୂକମ୍ପ ହୋଇ ସେ ଥିବା ବିଲଡିଂ ଭୁଶୁଡ଼ି ପଡିଥିଲା। ଅଳ୍ପକେ ସେ ବର୍ତ୍ତି ଯାଇଥିଲେ। ଅନ୍ୟମାନଙ୍କ ସହ ସେ ଆଉ ଗୋଟିଏ ସ୍ଥାନକୁ ଆଶ୍ରୟ ପାଇଁ ଦୌଡିଥିଲେ। କିନ୍ତୁ ଉକ୍ତ ବିଲଡିଂ ମଧ୍ୟ ଦ୍ୱିତୀୟ ଭୂକମ୍ପ ଝଟକାରେ ଭୁଶୁଡି ପଡିଥିଲା। ତାଙ୍କ ପରିବାରର ୩ ଜଣ ଏବେ ବି ନିଖୋଜ ରହିଛନ୍ତି।

ନୂଆ ଗାଡ଼ି ସାଙ୍ଗରେ ମିଳିବ ଦୁଇଟି ହେଲମେଟ୍‌

ମ୍ୟାମାର ଓ ଥାଇଲାଣ୍ଡରେ ଶୁକ୍ରବାର ହୋଇଥିବା ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଭୀଷଣ ବିପର୍ଯ୍ୟୟ ଆସିଛି। ୭.୭ ଏବଂ ୬.୪ ତୀବ୍ରତାର ୨ଟି ଭୂକମ୍ପ ପ୍ରଭାବରେ ମ୍ୟାମାରରେ ଅନେକ ସୁଉଚ୍ଚ ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶିଯାଇଛି। ବର୍ତ୍ତମାନ ସୁଦ୍ଧା ଧ୍ଵଂସ ସ୍ତୂପ ତଳୁ ହଜାରରୁ ଅଧିକ ମୃତଦେହ ଉଦ୍ଧାର କରାଯାଇଛି। ତେବେ ହଜାରରୁ ଅଧିକ ଲୋକଙ୍କୁ ଆହତ ଅବସ୍ଥାରେ ଚିକିତ୍ସା କରାଯାଉଛି
ମ୍ୟାମାରରେ ଭୂକମ୍ପର ପ୍ରଭାବ ଏତେ ଅଧିକ ଥିଲା ଯେ ଏହା ୯୦୦ କିମି ଦୂରରେ ଥିବା ପଡ଼ୋଶୀ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି।
ଭାରତ ପଠାଇଲା ୧୫ ଟନ୍ ରିଲିଫ ସାମଗ୍ରୀ
କ୍ଷାୟକ୍ଷତିକୁ ଦୃଷ୍ଟିରେ ରଖି ଏବେ ଭାରତ ୧୫ ଟନ୍‌ର ରିଲିଫ୍ ସାମଗ୍ରୀ ପଠାଇଛି।
ଭାରତୀୟ ବାୟୁସେନାର ସି-୧୩୦ଜେ ବିମାନ ଜରିଆରେ ରିଲିଫ୍ ପ୍ୟାକେଜ୍ ପଠାଇଛି ଭାରତ। ଯେଉଁଥିରେ ତମ୍ବୁ, ଶୋଇବା ବ୍ୟାଗ୍, କମ୍ବଳ, ଖାଦ୍ୟ ଏବଂ ଜେନେରେଟର ସେଟ୍ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ରହିଛି। ଭୂମିକମ୍ପ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ପାରାସିଟାମଲ୍, ଆଣ୍ଟିବାୟୋଟିକ୍, ସିରିଞ୍ଜ, ଗ୍ଲୋଭସ୍ ଏବଂ ବ୍ୟାଣ୍ଡେଜ୍ ଭଳି ଚିକିତ୍ସା ସାମଗ୍ରୀ ମଧ୍ୟ ପଠାଯାଉଛି।

କୁହାଯାଉଛି ଯେ, ୨୮ ମାର୍ଚ୍ଚରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ବିଳମ୍ବିତ ରାତି ୧୧ଟା ୫୬ସମୟରେ ମିଆଁମାରରେ ୪.୨ ତୀବ୍ରତାର ଆଉ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା।

ତେବେ ମିଆଁମାର ଓ ଥାଇଲ୍ୟାଣ୍ଡ ବ୍ୟତୀତ ଭାରତରେ ମେଘାଳୟ, ମଣିପୁର, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ବାଂଲାଦେଶ, ଭିଏତ୍‌ନାମ ଏବଂ ଚୀନ୍‌ର ଦକ୍ଷିଣପଶ୍ଚିମ ୟୁନାନ୍‌ ପ୍ରଦେଶରେ ମଧ୍ୟ ଭୂକମ୍ପର ତୀବ୍ର ଝଟ୍‌କା ଅନୁଭୂତ ହୋଇଛି।

ଦିନମଜୁରିଆ ହୋଇଗଲେ କୋଟିପତି

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ଓ ପେନସନଭୋଗୀଙ୍କ ମହଙ୍ଗା ରିଲିଫ୍‌ ୨ ପ୍ରତିଶତ ବୃଦ୍ଧି ହୋଇଛି। ରେ ୨% ବୃଦ୍ଧିକୁ ମଞ୍ଜୁରୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର କେନ୍ଦ୍ର କ୍ୟାବିନେଟରେ ଏହାକୁ ମଞ୍ଜୁର କରାଯାଇଛି

କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କୁ ଗତ ଜାନୁଆରୀ ପହିଲାରୁ ପିଛିଲା ଭାବେ ଡିଏ ଅତିରିକ୍ତ କିସ୍ତି ଏବଂ ପେନସନଭୋଗୀଙ୍କୁ ମହଙ୍ଗା ରିଲିଫ୍‌ ପ୍ରଦାନ କରାଯିବ। ଯାହା ମୂଲ୍ୟବୃଦ୍ଧିର କ୍ଷତିପୂରଣ ପାଇଁ ମୂଳ ଦରମା/ପେନସନର ୫୩% ହାର ଉପରେ ୨% ବୃଦ୍ଧି ଆକାରେ ମିଳିବ। ଏହା ଦ୍ୱାରା ୪୮.୬୬ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୬.୫୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ।ସଂଶୋଧନ ସହିତ, ମହଙ୍ଗା ଭତ୍ତା ୫୩% ରୁ ୫୫% କୁ ବୃଦ୍ଧି ପାଇବ, ଯାହା ପ୍ରତୀକ୍ଷିତ ୮ମ ବେତନ କମିଶନ ପୂର୍ବରୁ କର୍ମଚାରୀମାନଙ୍କ ଦରମା ବୃଦ୍ଧି କରିବ।
ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍‌ ବୃଦ୍ଧି ହେତୁ ରାଜକୋଷରୁ ବାର୍ଷିକ ଅଧିକ ୬୬୧୪.୦୪ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ। ଏହା ୭ମ କେନ୍ଦ୍ରୀୟ ବେତନ କମିଶନଙ୍କ ସୁପାରିଶ ଉପରେ ଆଧାରିତ।
ପ୍ରକାଶ ଥାଉ କି ଶେଷ ଥର ପାଇଁ ୨୦୨୪ ଜୁଲାଇରେ ମହଙ୍ଗା ଭତ୍ତା ବୃଦ୍ଧି ହୋଇଥିଲା। ଯେତେବେଳେ ୫୦% ରୁ ୫୩% କୁ ବୃଦ୍ଧି କରାଯାଇଥିଲା।
ମହଙ୍ଗା ଭତ୍ତା କ’ଣ
ମହଙ୍ଗା ଭତ୍ତା (ଡିଏ) ହେଉଛି ସରକାରୀ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଉଥିବା ଏକ ଆର୍ଥିକ ସୁବିଧା ଯାହା ମୁଦ୍ରାସ୍ଫୀତିକୁ ପୂରଣ କରିବା ଏବଂ ବର୍ଦ୍ଧିତ ଜୀବନଯାପନ ଖର୍ଚ୍ଚ ସହିତ ସେମାନଙ୍କର ଦରମା ସ୍ଥିର ରଖିବା ନିଶ୍ଚିତ କରିଥାଏ। ଯଦିଓ ମୌଳିକ ଦରମା ପ୍ରତି ୧୦ ବର୍ଷରେ ଏକ ବେତନ କମିଶନ ଦ୍ୱାରା ନିର୍ଣ୍ଣୟ କରାଯାଏ, ମହଙ୍ଗା ଭତ୍ତା କର୍ମଚାରୀମାନଙ୍କୁ ମୁଦ୍ରାସ୍ଫୀତି ପରିଚାଳନା କରିବାରେ ସାହାଯ୍ୟ କରିବା ପାଇଁ ସାମୟିକ ସମାୟୋଜନ ସୁନିଶ୍ଚିତ କରିଥାଏ।

ଓଲା ଉବର ଲୋକଙ୍କୁ ସେବା ଯୋଗାଉଥିବା ସଂସ୍ଥାକୁ ଟକ୍କର ଦେବା ପାଇଁ ଖୁବଶିଘ୍ର ଆସିବ ସହକାରୀ ଟ୍ୟାକ୍ସି ସେବା। ଯାହାଦ୍ବାରା ଡ୍ରାଇଭର ସିଧା ସଳଖ ଯାତ୍ରୀଙ୍କ ଠାରୁ ଭଡ଼ା ଅର୍ଥ ପାଇ ପାରିବ। ଏ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ଘୋଷଣା କରିଛନ୍ତି

ଏହି ଯୋଜନା ଏକ ସମବାୟ ଭିତ୍ତିକ ଯାତ୍ରା ସେବା, ଯାହା ସିଧାସଳଖ ଡ୍ରାଇଭରମାନଙ୍କୁ ଲାଭ ଦେବା ପାଇଁ ପ୍ରସ୍ତୁତ କରାଯାଇଛି। ଓଲା ଏବଂ ଉବର ଭଳି ଆପ୍-ଭିତ୍ତିକ ସେବା ଯୋଗାଇବାକୁ ଯାଉଥିବା ଏହି ‘ସହକାର ଟ୍ୟାକ୍ସି’ ଡ୍ରାଇଭରମାନଙ୍କୁ ଉତ୍ତମ ରୋଜଗାର ‌ଯୋଗାଇବ। ସେମାନଙ୍କ ରୋଜଗାରରୁ ମଧ୍ୟସ୍ଥିଙ୍କ ଦ୍ୱାରା ନ କଟାଯାଇ ସେମାନଙ୍କୁ ସିଧା ପାରିଶ୍ରମିକ ମିଳିବ।

ଏଥିରେ ଡ୍ରାଇଭର୍‌ମାନଙ୍କୁ ଦୁଇ ଚକିଆ, ଟ୍ୟାକ୍ସି, ରିକ୍ସା ଏବଂ ଚାରି ଚକିଆ ଯାନ ପଞ୍ଜୀକରଣ କରିବାକୁ ଅନୁମତି ମିଳିବ।
ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସହକାର ସେ ସମୃଦ୍ଧି’ ଯୋଜନାର ଏକ ଅଂଶ ବୋଲି କହିଛନ୍ତି ଶାହ।
ଏହି ଯୋଜନାକୁ ବାସ୍ତବରେ କାର୍ଯ୍ୟକାରୀ କରିବା ପାଇଁ ସମବାୟ ମନ୍ତ୍ରଣାଳୟ ସାଢ଼େ ତିନି ବର୍ଷ ଧରି ନିରନ୍ତର ପରିଶ୍ରମ କରିଛି।

କିଛି ମାସ ମଧ୍ୟରେ ଏକ ପ୍ରମୁଖ ସମବାୟ ଟ୍ୟାକ୍ସି ସେବା ଆରମ୍ଭ ହେବାକୁ ଯାଉଛି। ଯାହା ଡ୍ରାଇଭରମାନଙ୍କୁ ସିଧାସଳଖ ଲାଭ ପ୍ରଦାନ କରିବ ବୋଲି ଗୃହମନ୍ତ୍ରୀ କହିଛନ୍ତି।

ଘେରାଉ ପୂର୍ବରୁ କଂଗ୍ରେସ କର୍ମୀଙ୍କୁ ଅଟକ

ଏବେ ସମଗ୍ର ଦେଶରେ ଲୋକସଭା ନିର୍ବାଚନ ମଣ୍ଡଳୀ ସୀମା ନିରେଦରଣକୁ ନେଇ ଚର୍ଚ୍ଚା। ତେବେ ଜନସଂଖ୍ୟା ଦୃଷ୍ଟିରୁ ଯଦି ବିଚାର କରାଯାଏ ଯେଉଁ ରାଜ୍ୟ ନିଷ୍ଠାପର ଭାବେ ଜନସଂଖ୍ୟା ନିୟନ୍ତ୍ରଣ କରିଛନ୍ତି ସେମାନେ ହିଁ ଏଥିପାଇଁ ଦଣ୍ଡିତ ହେବେ।

ଇଣ୍ଡିଆ ଟୁଡେର ଆକଳନ ଅନୁଯାୟୀ ଦକ୍ଷିଣ ଭାରତୀୟ ରାଜ୍ୟ ସମେତ ପଞ୍ଜାବ ଓ ଓଡ଼ିଶାକୁ ଏହାର କ୍ଷତି ସହିବାକୁ ପଡ଼ିବ। ରିପୋର୍ଟ୍ ମୁତାବକ ଜନସଂଖ୍ୟା ଦୃଷ୍ଟିରୁ ୩ ଟି ଲୋକସଭା ଆସନ ହରାଇବ ଓଡ଼ିଶା। ଅର୍ଥାତ୍ ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ୨୧ ରୁ ୧୮ କୁ ଖସି ଆସିବ।
ପ୍ରସ୍ତାବିତ ଲୋକସଭା ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣରେ ଅସନ୍ତୁଷ୍ଟ ରାଜ୍ୟଗୁଡିକର ନେତାମାନେ ଚେନ୍ନାଇରେ ଅନୁଷ୍ଠିତ ବୈଠକରେ ଏ ନେଇ ମତ ରଖିଛନ୍ତି।
ବିଜେଡି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, କେବଳ ଜନସଂଖ୍ୟା ଆଧାରରେ ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ହେବା ଉଚିତ୍ ନୁହେଁ। ଅନ୍ୟ ଦିଗପ୍ରତି ଧ୍ୟାନ ଦିଆଯିବା ଉଚିତ୍। ସେହିଭଳି କଂଗ୍ରେସ ନେତା ତଥା ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ, ଯେଉଁ ରାଜ୍ୟଗୁଡ଼ିକ ଜନସଂଖ୍ୟା ନିୟନ୍ତ୍ରଣ ନୀତିକୁ ଠିକ୍ ଭବେ ପାଳନ କରିଛନ୍ତି ସେମାନେ ଏହାର ଦଣ୍ଡ ଭୋଗିବାକୁ ଯାଉଛନ୍ତି। ଏହା ସମ୍ପୂର୍ଣ୍ଣ ଅନ୍ୟାୟ ବୋଲି କହିଛନ୍ତି ଭକ୍ତ।
ଯଦି ଜନସଂଖ୍ୟାକୁ ଆଧାର କରି ଲୋକସଭା ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ ହୁଏ ତେବେ ଓଡ଼ିଶା ୩ ଆସନ ହାରାଇବ ଓ କେନ୍ଦ୍ରରେ ଓଡ଼ିଶାର ଦବଦବା ହ୍ରାସ ପାଇବ।

ଆମେରିକାର ଭର୍ଜିନିଆରେ ଡିପାର୍ଟମେଣ୍ଟ ଷ୍ଟୋର ବାହାରେ ମଦ ପାଇଁ ସାରା ରାତି ଅପେକ୍ଷା କରିଥିଲେ। ସକାଳେ ଷ୍ଟୋରକୁ ବାପା ଝିଅ ଆସିବା କ୍ଷଣି ଗୁଳି କରି ହତ୍ୟା କରିଛନ୍ତି ଆମେରିକାରେ ବସବାସ କରୁଥିବା ଜଣେ ଆଫ୍ରିକୀୟ ଯୁବକ। ମୃତକ ଦୁଇଜଣ ଭାରତର ବୋଲି ଜଣା ପଡ଼ିଛି।

ମୃତ ବାପା ହେଲେ ଗୁଜରାଟର ୫୬ ବର୍ଷୀୟ ପ୍ରଦୀପ ଭାଇ ପଟେଲ ଓ ତାଙ୍କ ୨୬ ବର୍ଷୀୟା ଝିଅ। ଗୁଜରାଟରେ ଥିବା ମୃତକଙ୍କ ପରିବାର ଲୋକେ କହିଛନ୍ତି ଯେ ମଦ କିଣିବା ପାଇଁ ଦୋକାନ ନିକଟରେ ରାତିସାରା ଅପେକ୍ଷା କରି ହତାଶ ହୋଇଥିବା ଜଣେ ବ୍ୟକ୍ତି ଏଭଳି କାଣ୍ଡ ଭିଆଇଛନ୍ତି।

ଶୁକ୍ରବାର, ସକାଳ ୫:୩୦ (ସ୍ଥାନୀୟ ସମୟ)ରେ ଯେତେବେଳେ ସେମାନେ ସେମାନଙ୍କ ଦୋକାନ ଖୋଲିଥିଲେ, ଜଣେ ଆଫ୍ରିକୀୟ-ଆମେରିକୀୟ ବ୍ୟକ୍ତି ଗୁଳି ଚଳାଇବାରୁ ବର୍ଷୀୟ ପ୍ରଦୀପଭାଇ ପଟେଲଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତାଙ୍କ ଝିଅ ଉର୍ମିକୁ ଭେଣ୍ଟିଲେଟରରେ ରଖାଯାଇଥିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ବୋଲି ଗୁଜରାଟରେ ତାଙ୍କ ପରିବାର ଲୋକେ ସାମ୍ବାଦିକମାନଙ୍କୁ କହିଛନ୍ତି।

ନିର୍ବାଚନ କମିଶନ ଏକ ନିଷ୍କ୍ରିୟ ଓ ବିଫଳ ସଂସ୍ଥା: ସିବଲ