ଗତ କିଛିଦିନ ଧରି ଭାରତ-ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ପରିପ୍ରେକ୍ଷୀରେ ପାକିସ୍ତାନ ସେନାଗୁଳିରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଘରେ ପହଞ୍ଚିଛନ୍ତି ଜମ୍ମୁକଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲା।
ପ୍ରାୟ ଦୁଇ ସପ୍ତାହ ହେବ ସୀମାବର୍ତ୍ତୀ ଅଞ୍ଚଳ ଗମ୍ଭୀର ଥିବାରୁ ବିଳମ୍ଭରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମୃତକଙ୍କ ଘରେ ପହଞ୍ଚି ଆଶ୍ୱାସନା ଦେଇଛନ୍ତି। ପାକିସ୍ତାନ ସେନାର ଆକ୍ରମଣରେ ପ୍ରାଣ ହରାଇଥିବା ୨ କୁନି କୁନି ଶିଶୁଙ୍କ ଘରକୁ ଯାଇ ସେମାନଙ୍କ ପରିବାକୁ ଭେଟିଛନ୍ତି  ଅବଦ୍ଦୁଲା। ଏହା ପୂର୍ବରୁ ଗୁଳିମାଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଥିବା ବେଳେ ସୋମବାର ଘର ଘର ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଅବ୍‌ଦୁଲା।
ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା ଗତ ୩ ଦିନ ତଳର କଥାକୁ ମନେପକାଇ କହିଛନ୍ତି, ୩-୪ ଦିନ ଜମ୍ମୁକାଶ୍ମୀର ଏବଂ ପୁଞ୍ଚରେ ଯୁଦ୍ଧ ଭଳି ପରିସ୍ଥିତି ଥିଲା। ଯାହା ଅତ୍ୟନ୍ତ ଜଟିଳ ପରିସ୍ଥିତି। ପାକିସ୍ତାନର ଘନଘନ ଗୁଳିମାଡ଼ରେ ବହୁ ଲୋକଙ୍କ ପ୍ରାଣ ଯାଇଛି। ମିଳିଥିବା ସୂଚନା ଅନୁଯାୟୀ ୧୯ ଜଣଙ୍କ ଜୀବନ ଯାଇଛି। ଆଜି ମୁଁ ସେମାନଙ୍କ ଘରକୁ ଆସିଛି, ପୁଞ୍ଚର ଜନସାଧାରଣଙ୍କୁ ଧନ୍ୟବାଦ ସେମାନେ ସେଭଳି ଏକ ବିଷମ ସ୍ଥିତିରେ ଭାଇଚାରା ବଜାୟ ରଖି ପରସ୍ପର ସାହାଯ୍ୟ କରିଥିଲେ।
ଅପରପକ୍ଷେ ପାକିସ୍ତାନ ଉପରେ ବର୍ଷିଷନ୍ତି ଓମାର ଅବଦ୍ଦୁଲା। ପାକିସ୍ଥାନ କେବଳ ଗୋଟିଏ ଧର୍ମକୁ ଟାର୍ଗେଟ୍‌ କରିନି ବରଂ ସେ ସୀମାର ମନ୍ଦିର, ଗୁରୁଦ୍ୱାର, ଦରଘା ଆଦି ସବୁ ଧର୍ମାନୁଷ୍ଠାନକୁ ଟାର୍ଗଟ୍‌ କରିଥିଲା। ଭାରତୀୟ ଯବାନ ପାକିସ୍ତାନର କୌଣସି ମସଜିଦକୁ ଟାର୍ଗେଟ୍‌ କରିନାହାନ୍ତି। ଏହା ପାକିସ୍ତାନର ମିଛ ପ୍ରୋପାଗୋଣ୍ଡା। ସେ କୌଣସି ଧର୍ମ ବା ସମ୍ପଦାୟର ହେଉନା କାହିଁକି ସମଗ୍ର ମନୁଷ୍ୟଜାତିକୁ ସୁକ୍ଷା ଦେବା ଆମର ଲକ୍ଷ୍ୟ।

୨୨ ଏପ୍ରିଲରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ ଉଚିତ ଜବାବ ଦେବା ପାଇଁ ରବିବାର ସଶସ୍ତ୍ର ବାହିନୀକୁ ଧନ୍ୟବାଦ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ କହିଛନ୍ତି ଯେ ଭାରତ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛି।
ଅପରେସନ୍ ସିନ୍ଦୂର ମାଧ୍ୟମରେ, ଭାରତ ସମଗ୍ର ଦେଶକୁ ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ପ୍ରସ୍ତୁତ ଥିବାର ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି। ଉତ୍ତର ପ୍ରଦେଶରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର କମ୍ପ୍ଲେକ୍ସକୁ ଭର୍ଚୁଆଲ୍ ଭାବରେ ଉଦଘାଟନ କରିବା ସମୟରେ କହିଥିଲେ ରାଜନାଥ ଏହା କହିଥିଲେ।
ରାଜନାଥ ଆହୁରି କହିଛନ୍ତି, ଭାରତ ବାରମ୍ବାର ଆତଙ୍କବାଦୀ ଆକ୍ରମଣର ଜବାବ ଦେଇ ଆସିଛି। ଉରି ସର୍ଜିକାଲ୍ ଷ୍ଟ୍ରାଇକ୍, ବାଲାକୋଟ ଏୟାର ଷ୍ଟ୍ରାଇକ୍ ଏବଂ ଏବେ ପହଲଗାମ୍ ଆକ୍ରମଣ ପରେ ଭାରତ ବିଶ୍ୱକୁ ଦେଖାଇ ଦେଇଛି ଯେ ସେ କିପରି ଆତଙ୍କବାଦୀ ଆକ୍ରମଣର ଜବାବ ଦେଇପାରିବ।

ଆମେ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛୁ। ସମସ୍ତଙ୍କ ପକ୍ଷରୁ, ମୁଁ ଆମର ବାହୁବଳ ବାହିନୀକୁ ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ ଉଚିତ ଜବାବ ଦେବା ପାଇଁ ଧନ୍ୟବାଦ ଜଣାଉଛି ବୋଲି ସେ କହିଛନ୍ତି।
ପ୍ରକାଶ ଥାଉ କି, ଭାରତ ମେ ୭ ତାରିଖରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ​​ଯାହା ମାଧ୍ୟମରେ ଭାରତୀୟ ବାୟୁସେନା ପାକିସ୍ତାନ ଶାସିତ କାଶ୍ମୀର ଏବଂ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ନଅଟି ଲକ୍ଷ୍ୟସ୍ଥଳ ଉପରେ ବିମାନ ଆକ୍ରମଣ କରିଥିଲା।

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଥିବା ବ୍ରହ୍ମୋସ୍ ସୁବିଧା ବିଷୟରେ ମତାମତ ଦେଇ ସିଂହ କହିଛନ୍ତି ଯେ ଏବେ ଭାରତ ଏକ ପ୍ରତିରକ୍ଷା ଶିଳ୍ପ କେନ୍ଦ୍ର ଭାବରେ ଦ୍ରୁତ ଗତିରେ ଉଭା ହେଉଛି। ଆଗକୁ ଏହା ମହା ଦୃମରେ ପରିଣତ ହେବା ସହ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହେବ।

ବର୍ଷକରେ ଓଡ଼ିଶାକୁ ଆସିଛନ୍ତି କେତେ ପର୍ଯ୍ୟଟକ

ଦିନ ତମାମ ସାମରିକ ଉତ୍ତେଜନା ବୃଦ୍ଧି ପାଇବା ପରେ ଭାରତ ଏବଂ ପାକିସ୍ତାନ ତୁରନ୍ତ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ ଦୁଇ ଦେଶ ପୂର୍ଣ୍ଣ ଏବଂ ତୁରନ୍ତ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି।

ଭାରତର ବାୟୁରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର” ଦ୍ୱାରା ତିନୋଟି ପାକିସ୍ତାନୀ ବାୟୁସେନା ଘାଟିକୁ ଟାର୍ଗେଟ କରାଯିବା ପରେ ଇସଲାମାବାଦ “ଅପରେସନ୍ ବୁନୟାନ୍ ମାର୍ସୁସ୍” ଆରମ୍ଭ କରିବା ସମୟରେ ପାକିସ୍ତାନ ଏବଂ ଭାରତ ପୂର୍ବରୁ ପରସ୍ପରର ସାମରିକ ସ୍ଥାନଗୁଡ଼ିକୁ ଟାର୍ଗେଟ କରିଥିଲେ।

ପାକିସ୍ତାନ-ଶାସିତ କାଶ୍ମୀରର କର୍ତ୍ତୃପକ୍ଷ କହିଛନ୍ତି ଯେ ଗତକାଲି ରାତିରୁ ଭାରତୀୟ ଗୁଳିମାଡ଼ ଯୋଗୁଁ ଏହି ଅଞ୍ଚଳରେ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦ ରୁ ଅଧିକ ଆହତ ହୋଇଛନ୍ତି।

ବୁଧବାର ଦିନ ଭାରତ ପାକିସ୍ତାନ ଏବଂ ପାକିସ୍ତାନ-ଶାସିତ କାଶ୍ମୀରରେ ଥିବା “ଆତଙ୍କବାଦୀ ଶିବିର”କୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ମାଡ଼ କରିଥିବାରୁ ଏପର୍ଯ୍ୟନ୍ତ ୬୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି।

ପାକିସ୍ତାନ କାହିଁକି କଲା ୫ ଆତଙ୍କବାଦୀଙ୍କ ଅନ୍ତିମ ସଂସ୍କାର, ଜିଏ ସେମାନେ

ଅପରେସନ ସିନ୍ଦୁରର ପ୍ରାରମ୍ଭିକ ପର୍ଯ୍ୟାୟରେ ପାକିସ୍ତାନ-ଭିତ୍ତିକ ଆତଙ୍କବାଦୀ ଗୋଷ୍ଠୀ, ଜଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଯୁକ୍ତ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

ଏହି ପାଞ୍ଚଜଣ ଆତଙ୍କବାଦୀ ମୁଦାସର ଖଡିଆନ ଖାସ୍, ହାଫିଜ ମହମ୍ମଦ ଜମେଲ, ମହମ୍ମଦ ୟୁସୁଫ ଅଜହର, ଖାଲିଦ ଛଦ୍ମନାମ ଆବୁ ଆକାଶା ଏବଂ ମହମ୍ମଦ ହାସନ ଖାନ ବୋଲି ସୂତ୍ରରୁ ପ୍ରକାଶ। ସାମରିକ ପୋଷାକ ପିନ୍ଧିଥିବା ଏହି ଆତଙ୍କବାଦୀଙ୍କ ଶବଦାହରେ ପାକିସ୍ତାନର ଉଚ୍ଚ ଅଧିକାରୀମାନେ ଯୋଗ ଦେଇଥିବା ଫଟୋ ଭାଇରାଲ ହୋଇଥିଲା, ଯାହା ପାକିସ୍ତାନର ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଦଶନ୍ଧି ପୁରୁଣା ସମ୍ପର୍କକୁ ପର୍ଦ୍ଦାଫାସ କରିଥିଲା। ଭାରତ ଏହି ଫଟୋକୁ ବିଭିନ୍ନ ମଞ୍ଚରେ ବିଶ୍ୱ ଆତଙ୍କବାଦରେ ପାକିସ୍ତାନର ସମ୍ପୃକ୍ତିର ଅସ୍ୱୀକାର୍ଯ୍ୟ ପ୍ରମାଣ ଭାବରେ ଦର୍ଶାଇଛି।

ମୁଦାସର ଖାଡିଆନ୍ ଖାସ୍

ମୁଦାସର ଏବଂ ଆବୁ ଜୁନ୍ଦଲ ନାମରେ ପରିଚିତ ଖାସ୍ ଲସ୍କର-ଏ-ତୈବା ସହିତ ଜଡିତ ଥିଲା। ଭାରତ ସୀମାରୁ ପ୍ରାୟ ୨୫ କିଲୋମିଟର ଦୂରରେ ପାକିସ୍ତାନର ମୁରିଦକେରେ ଅବସ୍ଥିତ ଏକ ଆତଙ୍କୀ ଶିବିର ମର୍କଜ ତୈବାର ଦାୟିତ୍ୱ ତାଙ୍କ ପାଖରେ ଥିଲା। ଏହା ଲଶ୍ରାୟ ତୈବାର ମୁଖ୍ୟାଳୟ ଭାବରେ କାର୍ଯ୍ୟ କରୁଥିଲା।
୨୦୦୮ ମୁମ୍ବାଇ ଆକ୍ରମଣ ସମୟରେ ଜୀବିତ ଧରାପଡ଼ିଥିବା ଏକମାତ୍ର ଆତଙ୍କବାଦୀ ଅଜମଲ କସାବ ସ୍ୱୀକାର କରିଥିଲେ ଯେ ସେ ଏହି ଶିବିରରେ ତାଲିମ ପାଇଥିଲେ। ୨୬/୧୧ରେ ସାମିଲ ଥିବା ଅନ୍ୟ ଜଣେ ଆତଙ୍କବାଦୀ ଡେଭିଡ୍ ହେଡଲି ମଧ୍ୟ ଏଠାରେ ତାଲିମ ନେଇଥିବା ଜଣାପଡ଼ିଛି।
ସୂତ୍ର ଅନୁସାରେ ଖାସ୍‌ଙ୍କ ଅନ୍ତିମ ସଂସ୍କାର ଏକ ସରକାରୀ ସ୍କୁଲରେ ନିଯୁକ୍ତ ବିଶ୍ୱ ଆତଙ୍କବାଦୀ ହାଫିଜ୍ ଅବଦୁଲ୍‌ ରଉଫ୍‌ଙ୍କ ନେତୃତ୍ୱରେ କରାଯାଇଥିଲା। ତାଙ୍କ ଅନ୍ତିମ ସଂସ୍କାରରେ, ଖାସ୍‌ଙ୍କୁ ପାକିସ୍ତାନ ସେନା ପକ୍ଷରୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା ଏବଂ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ୍ ଅସୀମ୍‌ ମୁନିର ଏବଂ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ମରିୟମ୍ ନୱାଜ୍‌ଙ୍କ ପକ୍ଷରୁ ଉଚ୍ଚ ସାମରିକ ଅଧିକାରୀମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ତାଙ୍କ ପ୍ରାର୍ଥନା ଉତ୍ସବରେ ଯୋଗ ଦେଇଥିବା ଲୋକମାନଙ୍କ ମଧ୍ୟରେ ପାକିସ୍ତାନ ସେନାର ଜଣେ କାର୍ଯ୍ୟରତ ଅଧିକାରୀ ଥିଲେ ଯିଏ ଲେଫ୍ଟନାଣ୍ଟ ଜେନେରାଲ ଏବଂ ପଞ୍ଜାବ ପ୍ରଦେଶର ପୋଲିସର ଇନ୍ସପେକ୍ଟର ଜେନେରାଲ ପଦବୀରେ ଥିଲେ।

ହାଫିଜ୍ ମହମ୍ମଦ ଜାମିଲ୍

ଜମିଲ ଜୈଶ-ଏ-ମହମ୍ମଦ ସହିତ ଜଡିତ ଥିଲା ଏବଂ ଜେଇଏମର ପ୍ରତିଷ୍ଠାତା ମୌଲାନା ମାସୁଦ ଆଝାରଙ୍କ ଶାଳକ ଥିଲା। ସେ ପାକିସ୍ତାନ ଭିତରେ ପ୍ରାୟ ୧୦୦ କିଲୋମିଟର ଦୂରରେ ବାହାୱଲପୁରରେ ମର୍କଜ ସୁଭାନ ଆଲ୍ଲାହର ଦାୟିତ୍ୱରେ ଥିଲା। ସେ ଜୈଶ ପାଇଁ ସମ୍ଭାବ୍ୟ ନିଯୁକ୍ତିକାରୀଙ୍କୁ ସକ୍ରିୟ ଭାବରେ ପ୍ରବର୍ତ୍ତାଉଥିଲା ଏବଂ ପାଣ୍ଠି ସଂଗ୍ରହ କରିବାରେ ସାହାଯ୍ୟ କରୁଥିଲା, ସୂତ୍ର ଅନୁସାରେ।
ବାହାବଲପୁର ଶିବିରକୁ ନିଯୁକ୍ତି, ତାଲିମ ଏବଂ ସମ୍ଭାବ୍ୟ ନିଯୁକ୍ତିକାରୀଙ୍କ ପ୍ରେରଣା ପାଇଁ ବ୍ୟବହାର କରାଯାଉଥିଲା ଏବଂ ଆଝାର ମଧ୍ୟ ସେଠାରେ ବାରମ୍ବାର ଆସୁଥିଲା। ଏକ ସମ୍ବାଦ ସରବରାହ ସଂସ୍ଥା ଦ୍ୱାରା ସେୟାର କରାଯାଇଥିବା ୱାଣ୍ଟେଡ୍ ଆତଙ୍କବାଦୀଙ୍କ ନାମରେ ଏକ ବିବୃତ୍ତି ଅନୁଯାୟୀ, ମେ ୭ ତାରିଖରେ ଆତଙ୍କବାଦୀ ଶିବିର ଉପରେ ହୋଇଥିବା ଆକ୍ରମଣରେ ଆଝାରଙ୍କ ପରିବାରର ଅତି କମରେ ୧୦ ଜଣ ସଦସ୍ୟ ଏବଂ ତାଙ୍କର ଚାରି ଜଣ ସହଯୋଗୀଙ୍କ ମୃତ୍ୟୁ ହୋଇଥିଲା।

ମହମ୍ମଦ ୟୁସୁଫ ଆଝାର

ୟୁସୁଫ ଆଝାର, ଓରଫ ଉସ୍ତାଦ ଜୀ ଏବଂ ମହମ୍ମଦ ସଲିମ ମଧ୍ୟ ଜୈଶର ଥିଲେ। ସେ ମସୁଦ ଆଝାରର ଶାଳକ ମଧ୍ୟ ଥିଲେ ଏବଂ ଜୈଶ ପାଇଁ ଅସ୍ତ୍ରଶସ୍ତ୍ର ତାଲିମ ପରିଚାଳନା କରୁଥିଲେ। ସେ ଜମ୍ମୁ ଏବଂ କାଶ୍ମୀରରେ ଅନେକ ଆତଙ୍କବାଦୀ ଆକ୍ରମଣ ଏବଂ ୧୯୯୯ ମସିହାରେ କାନ୍ଦାହାର ହାଇଜ୍ୟାକିଂ ନାମରେ ଜଣାଶୁଣା ଆଇସି-୮୧୪ ବିମାନ ଅପହରଣରେ ଜଡିତ ଥିଲେ, ଯାହା ଫଳରେ ବନ୍ଧକଙ୍କ ବଦଳରେ ଭାରତ ମସୁଦ ଆଝାରକୁ ମୁକ୍ତ କରିଥିଲା।

ଆବୁ ଆକାଶା

ଅବୁ ଆକାଶା, ଓରଫ ଖାଲିଦ, ଜଣେ ଲସ୍କର ଆତଙ୍କବାଦୀ ଥିଲା ଯିଏ ଜମ୍ମୁ ଓ କାଶ୍ମୀରରେ ଅନେକ ଆତଙ୍କବାଦୀ ଆକ୍ରମଣରେ ଜଡିତ ଥିଲା। ସେ ଏଲଇଟି ପାଇଁ ଆଫଗାନିସ୍ତାନରୁ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସୂତ୍ର ଅନୁସାରେ ଫୈସଲାବାଦରେ ତାଙ୍କର ଅନ୍ତିମ ସଂସ୍କାରରେ ପାକିସ୍ତାନ ସେନାର ବରିଷ୍ଠ ଅଧିକାରୀ ଏବଂ ଫୈସଲାବାଦର ଡେପୁଟି କମିଶନର ଯୋଗ ଦେଇଥିଲେ।

ମହମ୍ମଦ ହାସନ ଖାନ

ନିଷିଦ୍ଧ ଜୈଶ ଗୋଷ୍ଠୀର ଖାନ, ମେ ୭ ତାରିଖରେ ହୋଇଥିବା ଆକ୍ରମଣରେ ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଥିଲେ। ସେ POKରେ JeMର ଅପରେସନାଲ କମାଣ୍ଡର ମୁଫତି ଅସଗର ଖାନ କାଶ୍ମୀରୀଙ୍କ ପୁଅ ଥିଲେ ଏବଂ ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ସମନ୍ୱୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ପାକିସ୍ତାନ ସହିତ ଜଡିତ ଆତଙ୍କବାଦୀଙ୍କ ଦ୍ୱାରା ପହଲଗାମରେ ୨୬ ଜଣ ସାଧାରଣ ନାଗରିକଙ୍କ ହତ୍ୟାର ଜବାବରେ ତିନି ଦିନ ପୂର୍ବେ ଭାରତୀୟ ସେନା ଦ୍ୱାରା ଅପରେସ ସିନ୍ଦୂରର ଅନ୍ତର୍ଗତ କରାଯାଇଥିବା ପ୍ରଥମ ଆକ୍ରମଣ ସମୟରେ ଏହି ଆତଙ୍କବାଦୀମାନଙ୍କୁ ନିପାତ କରାଯାଇଥିଲା। ଆତଙ୍କବାଦୀ ଆକ୍ରମଣ ପରେ ଭାରତ ନିରନ୍ତର ସୀମାପାର ଆତଙ୍କବାଦ ପାଇଁ ପାକିସ୍ତାନକୁ ଦାୟୀ କରିଥିଲା।

ବିନା ଯୁଦ୍ଧରେ ଧ୍ୱଂସ ହୋଇଯିବ ପୃଥିବୀ; କେମିତି ଜାଣନ୍ତୁ

ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବା ବେଳେ ଆମେରିକା ମଧ୍ୟସ୍ଥତା କରିବା ନେଇ ଆଲୋଚନା ହେଉଥିଲା। ଏବେ କିନ୍ତୁ ଏହି ବିବାଦରେ ମଧ୍ୟସ୍ଥତା କରିବ ନାହିଁ ବୋଲି ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି।ଆମେରିକାର ଉପ-ରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦରେ ଆମର କୌଣସି କାମ ନାହିଁ

ସେ ଆହୁରି ବି କହିଛନ୍ତି, ଆମେ କେବଳ ଦୁଇ ଦେଶର ଲୋକଙ୍କୁ ଉତ୍ତେଜନା ହ୍ରାସ କରିବା ପାଇଁ ଉତ୍ସାହିତ କରିପାରିବା। କିନ୍ତୁ ଆମେ ଯୁଦ୍ଧର ମଧ୍ୟଭାଗରେ ପଶିବାର ନାହିଁ। ଏଥିରେ ଆମର କୌଣସି କାମ ନାହିଁ।
ଏହାକୁ ନିୟନ୍ତ୍ରଣ କରିବାକୁ ଆମେରିକାର ତା’ର କ୍ଷମତା ପ୍ରୟୋଗ କରିବ ନାହିଁ।

ଆପଣ ଜାଣନ୍ତି ଯେ ଆମେରିକା ଭାରତୀୟମାନଙ୍କୁ ସେମାନଙ୍କର ଅସ୍ତ୍ର ରଖିବା ପାଇଁ କହିପାରିବ ନାହିଁ କିମ୍ବା ପାକିସ୍ତାନୀଙ୍କୁ ବି ସେମାନଙ୍କର ଅସ୍ତ୍ର ରଖିବା ପାଇଁ କହିପାରିବ ନାହିଁ। ତେଣୁ, ଆମେ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଏହି ଜିନିଷକୁ ଅନୁସରଣ କରିବା ଜାରି ରଖିବୁ ବୋଲି ଜେଡି ଭାନ୍ସ ଏକ ସାକ୍ଷାତକାରରେ କହିଛନ୍ତି। ଆମର ଆଶା ଯେ ଏହା ଏକ ପରମାଣୁ ସଂଘର୍ଷରେ ପରିଣତ ହେବ ନାହିଁ।

 

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ପାକିସ୍ତାନ ସେନା ସହ ସରକାରଙ୍କ ମତଭେଦ ଲୋକଲୋଚନକୁ ଆସିଛି

ପହଲଗାମରେ ୨୬ ଜଣ ଲୋକଙ୍କର ମୃତ୍ୟୁର ପ୍ରତିଶୋଧ ନେବା ପାଇ ଭାର ‘ଅପରେସନ୍‌ ସିନ୍ଦୂର’ ଆରମ୍ଭ କରିଦେଇଛି। ଗୁରୁବାର ପାକିସ୍ତାନର ତରଫରୁ ରାଜସ୍ଥାନ, ପଂଜାବ ଓ ଜମ୍ମୁ କଶ୍ମୀରର ପ୍ରାୟ ୧୫ଟି ସହରକୁ ଟାର୍ଗେଟ କରାଯାଇଥିବା ‌ବେଳେ ଭାରତ ଏହାର କଡ଼ା ଜାବବ ଦେଇଛି। ଭାରତର ଏହି ଅପରେସନ୍‌ ଯୋଗୁଁ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଏହାରି ମଧ୍ୟରେ ପାକିସ୍ତାନ ସେନାରେ ବିଦ୍ରୋହ ଖବର ଆସୁଛି, ଯାହାକି ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛି।

ପହଲଗାମ ଆକ୍ରମଣ ପରଠାରୁ କିଛିଦିନ ଧରି ନିଖୋଜ ଥିବା ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଭାରତକୁ ଧମକ ଦେଇଥିଲେ। ତଥାପି, ଏହି ଧମକରେ ମୁନିର ଭୟଭୀତ ଥିବା ଭାବରେ ଜଣାପଡିଥିଲା। ସେନା ମୁଖ୍ୟ ଜେନେରାଲ ମୁନିର କହିଥିଲେ ଯେ ଯଦି ଭାରତ କୌଣସି ପ୍ରକାରେ ଆକ୍ରମଣ କରେ, ତେବେ ଏହାର ପୂର୍ଣ୍ଣ ବଳରେ ଜବାବ ଦିଆଯିବ। ମୁନିର ଗତ ଗୋଟିଏ ସପ୍ତାହ ଧରି ନିୟନ୍ତ୍ରଣ ରେଖାରେ ଭାରତୀୟ ସେନା ଗୁଳି ଚଳାଇଥିବା ମଧ୍ୟ ଅଭିଯୋଗ କରିଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ମୁନିରର ପତ୍ତା ଜଣା ନ ଥିଲା। ସୋସିଆଲ ମିଡିଆରେ ତାଙ୍କ ନାମରେ ‘ନିଖୋଜ’ ଟ୍ରେଣ୍ଡ ଚାଲିଥିଲା।

ଗୋଟିଏ ମାସ ମଧ୍ୟରେ ପାକିସ୍ତାନୀ ସେନାର ପ୍ରାୟ ୪,୫୦୦ ସୈନିକ ଏବଂ ଅଧିକାରୀ ଇସ୍ତଫା ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଭାରତ ସହିତ କିଛି ଦିନ ପାଇଁ ଯୁଦ୍ଧ କରିବା ପାଇଁ ପାକିସ୍ତାନ ପାଖରେ ଗୋଳାବାରୁଦ ନାହିଁ।

ଏହି ସମୟରେ, ପାକିସ୍ତାନ ସରକାର ଏବଂ ସେନା ମଧ୍ୟରେ ମତଭେଦ ଥିବା ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି। ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଆଇଏସଆଇ ମୁଖ୍ୟ ଅସୀମ ମାଲିକଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତ କରି ମୁନିରଙ୍କ ପ୍ରତିଷ୍ଠାକୁ ହ୍ରାସ କରିବାକୁ ଚେଷ୍ଟା କରାଯାଉଛି ବୋଲି କୁହାଯାଇଛି।

ଭାରତ ପାକିସ୍ତାନ ଯୁଦ୍ଧ ଆରମ୍ଭ

ଭାରତ ପାକିସ୍ତାନ ମଧ୍ୟରେ ପାରମ୍ପରିକ ବିବାଦ ଏବେ ଯୁଦ୍ଧର ରୂପ ନେଇଛି। ଗୁରୁବାର ସନ୍ଧ୍ୟା ହେଉ ହେଉ ଜମ୍ମୁ କାଶ୍ମୀର ଉପରେ ଆକ୍ରମଣ କରିଛି ପାକିସ୍ତାନ। ଭାରତ ମଧ୍ୟ ଏହାର କଠୋର ପ୍ରତି ଜବାବ୍ ଦେଇଛି

ଅନ୍ଧାର ହେବା ମାତ୍ରେ ଜମ୍ମୁ ବିମାନବନ୍ଦର ଉପରେ ପାକିସ୍ତାନ ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ଆକ୍ରମଣ ପରେ ଜମ୍ମୁକୁ ବ୍ଲାକଆଉଟ୍‌ କରିଦିଆଯାଇଛି। ଏହାସହ ସାଇରନ ବଜାଇ ସ୍ଥାନୀୟ ଲୋକଙ୍କୁ ସତର୍କ କରିଛି ଭାରତୀୟ ସେନା। କେବଳ ସତର୍କ କରାଇନାହିଁ ଜମ୍ମୁ ଆକାଶରେ ଉଡୁଥିବା ସମସ୍ତ ଡ୍‌ରୋନକୁ ଭାରତୀୟ ସେନା ମାଡ ମାରି ଖସାଇ ଦେଇଛି।

ପଠାନକୋଟକୁ ବି ବ୍ଲାକ ଆଉଟ କରାଯାଇଛି। ଜମ୍ମୁ ବିଶ୍ୱବିଦ୍ୟାଳୟ ନିକଟରେ ୨ଟି ରକେଟ୍‌ ପଡିଥିବା ସୂଚନା ମିଳିଛି। ସାମ୍ବା ଅଞ୍ଚଳରେ ମିଜାଇସ୍‌ ମାଡ ସୂଚନା । କୁପୱାଡାରେ ପ୍ରବଳ ଗୁଳିବର୍ଷା କରୁଛି ପାକିସ୍ତାନ ।
ଅପରେସନ ସିନ୍ଦୂର ପରେ ପାକିସ୍ତାନ ଜମ୍ମୁ ଏୟାରପୋର୍ଟରେ ରକେଟ୍‌ ଆକ୍ରମଣ  କରିଛି। ଆକାଶ ମାର୍ଗରୁ ବିଭିନ୍ନ ସ୍ଥାନରେ ରକେଟ୍‌ ଖସାଇଛି ଭାରତୀୟ ସେନା। ଏସ-୪୦୦ ଜରିଆରେ ରକେଟ୍‌ ଖସାଇଲା। ଜମ୍ମୁ ଏୟାରପୋର୍ଟର କୌଣସି କ୍ଷତି ହୋଇ ନ ଥିବା ସୂଚନା।
ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ବିସ୍ଫୋରଣ ଶବ୍ଦ ପରେ ଜୋରରେ ବାଜିଲା ସାଇରନ। ହମଲା ପରେ ଜମ୍ମୁକୁ କରାଗଲା ପୂରା ବ୍ଲାକ୍‌ ଆଉଟ୍‌ । ଅନ୍ଧାରରେ ଅଛି ଜମ୍ମୁ କାଶ୍ମୀର। ସାମ୍ବା ଅଞ୍ଚଳରେ ମିଜାଇସ୍‌ ମାଡ ସୂଚନା । କୁପୱାଡାରେ ପ୍ରବଳ ଗୁଳିବର୍ଷା କରୁଛି ପାକିସ୍ତାନ ।
ଭାରତର ସଦୃଢ଼ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏସ-୪୦୦ ପାକିସ୍ତାନ ବାୟୁସେନା ଚଳାଉଥିବା ଆମେରିକାର ଶକ୍ତିଶାଳୀ ଏଫ-୧୬ ବିମାନକୁ ତଳକୁ ଖସାଇଦେଇଛି। ଏହା କେବଳ ପାକିସ୍ତାନ ନୁହେଁ, ଖୋଦ ଆମେରିକା ପାଇଁ ମଧ୍ୟ ଏକ ଧକ୍କା ସଦୃଶ ହୋଇଛି।
ପାକିସ୍ତାନ ଭାରତର ପ୍ରତିରକ୍ଷା ଓ ବେସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍‌ କରିଛି। ତେବେ ଏହାର ଦୃଢ଼ ଜବାବ ଦେଇଛି ଭାରତ। ଭାରତର ସଦୃଢ଼ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏସ-୪୦୦ ପାକିସ୍ତାନ ବାୟୁସେନା ଚଳାଉଥିବା ଆମେରିକାର ଶକ୍ତିଶାଳୀ ଏଫ-୧୬ ବିମାନକୁ ତଳକୁ ଖସାଇଦେଇଛି। ଏହା କେବଳ ପାକିସ୍ତାନ ନୁହେଁ, ଖୋଦ ଆମେରିକା ପାଇଁ ମଧ୍ୟ ଏକ ଧକ୍କା ସଦୃଶ ହୋଇଛି । କାରଣ ଆମେରିକା ନିଜର ଏଫ-୧୬କୁ ବେଶ ଶକ୍ତିଶାଳୀ ବୋଲି ପ୍ରଚାର କରିଥାଏ । କେବଳ ଆମେରିକାର ଏଫ-୧୬ ନୁହେଁ, ପାକିସ୍ତାନର ଦୁଇଟି ଚୀନ ନିର୍ମିତ ବିମାନକୁ ମଧ୍ୟ ଏସ-୪୦୦ ଖସାଇ ଦେଇଛି । ଏହା ପୂର୍ବରୁ ୨୦୧୯ରେ ବି ଭାରତ ପାକିସ୍ତାନର ଏକ ଏଫ-୧୬କୁ ଖସାଇ ଦେଇଥିଲା।

ପହଲଗାମରେ ଭାରତୀୟ ପର୍ଯ୍ୟଟକଙ୍କୁ ଆତଙ୍କବାଦୀ ମାରିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅତି ତିକ୍ତତା ଆଡ଼କୁ ଗତି କରୁଛି। ପିଓକେ ଅଞ୍ଚଳରେ ପାକିସ୍ତାନ ଅସ୍ତ୍ର ବିରତି ଉଲ୍ଲଂଘନ କରିଛି

ଘଟଣା ପରେ ପାକିସ୍ତାନକୁ ପାନେ ଦେବାକୁ ଭାରତ ପ୍ରସ୍ତୁତ ହେଉଥିବା ବେଳେ ପାକିସ୍ତାନ ଭୟଭୀତ ହୋଇ ପଡ଼ିଛି। ଭାରତ ଧର୍ମପୀଠ ଓ ମଦ୍ରାସାକୁ ଟାର୍ଗେଟ କରିବାର ଆଶଙ୍କା କରି ପିଓକେ ଅଞ୍ଚଳରେ ଏକ ହଜାର ମଦ୍ରାସା ବନ୍ଦ କରି ଦେଇଛି ପାକିସ୍ତାନ। ସେହିଭଳି ଆଗାମୀ ଦଶ ଦିନ ପାଇଁ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ପିଓକେର ନାଗରିକମାନଙ୍କୁ ଦୀର୍ଘ ସମୟ ପାଇଁ ଖାଦ୍ୟ ଶସ୍ୟ ସଂରକ୍ଷଣ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହା ଦ୍ଵାରା ଯଦି ଯୁଦ୍ଧ ହୁଏ ସେଠାକାର ନାଗରିକମାନଙ୍କୁ ଖାଦ୍ୟ ଏବଂ ପାଣିର ଅଭାବ ସାମ୍ନା କରିବାକୁ ପଡିବ ନାହିଁ।

ପ୍ରକାଶ ଥାଉ କି ଭାରତ ପକ୍ଷରୁ ମଧ୍ୟ ପାକିସ୍ତାନ ସହ ବାଣିଜ୍ୟ କାରବାର ବନ୍ଦ ପାଇଁ ଭାରତୀୟ ବାଣିଜ୍ୟ ମହା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରା ଯାଇଛି। ଅର୍ଥାତ ଭାରତ ପାକିସ୍ତାନ ମଧ୍ୟରେ ଆମଦାନୀ ରପ୍ତାନି ବନ୍ଦ୍ ରହିବ।

କେତେ ସ୍ଵାଧୀନ ଭାରତୀୟ ଗଣମାଧ୍ୟମ

ଗତ ଦୁଇବର୍ଷ ପୂର୍ବେ ଦେଶରେ ଥିବା ସମସ୍ତ ଦୁଇ ହଜାର ଟଙ୍କିଆ ନୋଟ୍‌ ଫେରାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିଲା। ଏହି ନିଷ୍ପତ୍ତି ନେବାର ପ୍ରାୟ ଦୁଇ ବର୍ଷ ବିତିଗଲାଣି ମଧ୍ୟ ଏପର୍ଯ୍ୟନ୍ତ ଏହି ନୋଟଗୁଡ଼ିକର ସଂପୂର୍ଣ୍ଣଭାବେ ରିଜର୍ଭ ବ୍ୟାଙ୍କ ନିକଟକୁ ଫେରିପାରିନାହିଁ। ଯାହାକୁ ନେଇ ଉଠିଛି ପ୍ରଶ୍ନ। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସୂତ୍ରରୁ ଯାହା ଜଣାପଡ଼ିଛି ଏପର୍ଯ୍ୟନ୍ତ ୬୨୬୬ କୋଟି ଟଙ୍କା ଫେରିନାହିଁ। 
 ଆରବିଆଇ ପକ୍ଷରୁ ଶୁକ୍ରବାର ପ୍ରକାଶିତ ସଦ୍ୟତମ ତଥ୍ୟ ପ୍ରଦାନ କରିଛି। ଆପଣଙ୍କୁ କହିରଖୁଛୁ ଯେ ଦୁଇ ବର୍ଷ ତଳେ ହି ନୋଟ ପ୍ରତ୍ୟାହାର ନିଷ୍ପତ୍ତି ପରେ ମଧ୍ୟ ଟଙ୍କାର ନୋଟ୍‌ ବୈଧ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ୧୯ ମଇ୨୦୨୩ ରେ ୨୦୦୦ ଟଙ୍କାର ନୋଟ୍‌ ପ୍ରଚଳନରୁ ପ୍ରତ୍ୟାହାର ଘୋଷଣା କରିଥିଲା।
ରିଜର୍ଭ ବ୍ୟାଙ୍କ୍‌ ୨ ମଇରେ ଏକ ବିବୃତ୍ତିରେ କହିଛି ଯେ ୧୯ ମଇ ୨୦୨୩ ରେ ବ୍ୟବସାୟ ଶେଷ ହେବା ବେଳକୁ ପ୍ରଚଳନରେ ଥିବା ୨୦୦୦ ଟଙ୍କାର ନୋଟର ମୋଟ ମୂଲ୍ୟ ୩.୫୬ ଲକ୍ଷ କୋଟି ଟଙ୍କା ଥିଲାଯାହା ୩୦ ଏପ୍ରିଲ୨୦୨୫ ସୁଦ୍ଧା ହ୍ରାସ ପାଇ ୬୨୬୬ କୋଟି ଟଙ୍କା ହୋଇଯାଇଥିଲା।
ତେଣୁ ୧୯ ମଇ୨୦୨୩ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କାର ନୋଟର ୯୮.୨୪ ପ୍ରତିଶତ ଫେରି ଆସିଛିରିଜର୍ଭ ବ୍ୟାଙ୍କ କହିଛି। ଅବଶିଷ୍ଟ ଦୁଇ ହଜାର ଟଙ୍କିଆ ନୋଟ୍‌ କାହା ପାଖରେ ଏବଂ କାହିଁକି ରହିଛି ତାହା ଜଣାପଡ଼ି ନାହିଁ। ତେବେ କିଏ ଏହାକୁ ରଖିଛି ସେ ନେଇ ମଧ୍ୟ ଜଣାପଡ଼ି ନାହିଁ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତରେ ପାକିସ୍ତାନୀ କଳାକାରଙ୍କ ଉପରେ ସମ୍ପୂର୍ଣ୍ଣ ନିଷେଧ ପାଇଁ ଦାବି ବଢ଼ିବାରେ ଲାଗିଛି। ଏହାକୁ ନେଇ ଗାୟିକା କବିତା କୃଷ୍ଣମୂର୍ତ୍ତି କହିଛନ୍ତି ଯେ ସଙ୍ଗୀତର କୌଣସି ଧର୍ମ ନାହିଁ।

ଜୁମରେ ଏକ ଆଲୋଚନା ସମୟରେ କବିତାଙ୍କୁ ପଚରାଯାଇଥିଲା ଯେ ପାକିସ୍ତାନୀ କଳାକାରମାନଙ୍କ ବଲିଉଡକୁ ଫେରିବା ଉପରେ ପ୍ରତିବନ୍ଧକ ଉଠାଇବା ବିଷୟରେ ସେ କିପରି ଅନୁଭବ କରୁଛନ୍ତି। ଭାରତରେ ପାକିସ୍ତାନୀ ଗାୟକମାନଙ୍କ ଅତୀତର ଗ୍ରହଣୀୟତାକୁ ସ୍ୱୀକାର କରିବା ସହିତ ସେ ସ୍ଥାନୀୟ ପ୍ରତିଭାକୁ ପ୍ରାଥମିକତା ଦେବା ଏବଂ ସେମାନଙ୍କୁ ପୋଷଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହାର ଉତ୍ତର ଦେଇ ସେ କହିଲେ, ଦେଖନ୍ତୁ ମୁଁ ଅନୁଭବ କରୁଛି ଯେ ସଙ୍ଗୀତର କୌଣସି ଭାଷା କିମ୍ବା ପ୍ରତିବନ୍ଧକ ନାହିଁ। ଏହା ସାତଟି ସ୍ୱର ସମ୍ବଳିତ। ଯଦି ଜଣେ କଳାକାର ବହୁତ ଭଲ ଏବଂ ସେମାନେ ଲୋକପ୍ରିୟ ତେବେ ଆପଣଙ୍କୁ ସେମାନଙ୍କୁ ପ୍ରଶଂସା କରିବାକୁ ପଡିବ ଏବଂ ବ୍ୟକ୍ତିଗତ ଭାବରେ ମୋ ପାଇଁ ସଙ୍ଗୀତର କୌଣସି ଧର୍ମ ନାହିଁ। କିଛି ନାହିଁ କିନ୍ତୁ ସେହି ସମୟରେ ଭାରତରେ ମଧ୍ୟ ପର୍ଯ୍ୟାପ୍ତ ପ୍ରତିଭା ଅଛି ଯାହା ଦ୍ୱାରା ଆପଣ ଭାରତୀୟ କଳାକାରମାନଙ୍କୁ ଟ୍ରାକ୍ କରିପାରିବେ ଏବଂ ସେମାନଙ୍କୁ ସୁଯୋଗ ଦେଇପାରିବେ।

ପାକିସ୍ତାନୀ କଳାକାରମାନେ ଭାରତରେ ବହୁତ ଗୀତ ଗାଇଛନ୍ତି ଏବଂ ଲୋକମାନେ ସେମାନଙ୍କୁ ଗ୍ରହଣ କରିଛନ୍ତି ଏବଂ ଏହା ଜାରି ରହିବ ବୋଲି ମୁଁ ଭାବୁଛି। କିନ୍ତୁ ମୁଁ ଭାବୁଛି ଆପଣ ନିଶ୍ଚିତ ଭାବରେ ବହୁତ ଭାରତୀୟ କଳାକାରମାନଙ୍କୁ ପସନ୍ଦ କରିପାରିବେ ଯାହା ସଠିକ୍ ସୁଯୋଗ ପାଇଁ ଅପେକ୍ଷା କରି ରହିଛନ୍ତି। ତେଣୁ ସେମାନଙ୍କୁ ମଧ୍ୟ କାହିଁକି ଦିଆଯିବ ନାହିଁ।

କବିତା ମଧ୍ୟ ପହଲଗାମରେ ହୋଇଥିବା ସମ୍ପ୍ରତିକ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ତାଙ୍କର ଦୁଃଖ ଏବଂ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, ଯେତେବେଳେ ଏହା ଘଟିଥିଲା ​​ମୁଁ ଅତ୍ୟନ୍ତ ଦୁଃଖିତ, ହୃଦୟ ଭାଙ୍ଗିପଡ଼ିଛି। ଆମେ ସମସ୍ତେ ବହୁତ ଦୁଃଖିତ, ହତାଶ, ହୃଦୟ ଭାଙ୍ଗିପଡ଼ିଥିଲୁ। ପରିବାରର ସମସ୍ତ ସଦସ୍ୟଙ୍କ ପ୍ରତି ମୋର ଆନ୍ତରିକ ସମବେଦନା। ମୁଁ କଳ୍ପନା କରିପାରୁନାହିଁ ଯେ ସେମାନେ କି ପ୍ରକାରର ଆଘାତ ଦେଇ ଗତି କରୁଛନ୍ତି ଏବଂ ଜଣେ ଦେଶପ୍ରେମୀ ଭାବରେ ମୁଁ ଆମ ସରକାର ଯାହା ନିଷ୍ପତ୍ତି ନେବେ ତାହା ସମର୍ଥନ କରିବାକୁ ଚାହେଁ। ମୁଁ ମୋ ସରକାରକୁ ସମ୍ମାନ କରେ। ମୁଁ ମୋ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ କରେ। ସେମାନେ ଯାହା ନିଷ୍ପତ୍ତି ନେବେ ତାହା ସମର୍ଥନ କରିବାକୁ ଚାହେଁ।

ଭାରତ, ପାକିସ୍ଥାନରେ ଉତ୍ତେଜନା ହ୍ରାସ ପାଇଁ ଆମେରିକାର ଆହ୍ୱାନ