TT Ads
ଗୁଜରାଟର ଦାହୋଦରେ ଅନେକ ପ୍ରକଳ୍ପର ଉଦଘାଟନ କରିବା ଅବସରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଯଦି କେହି ଆମ ଭଉଣୀମାନଙ୍କର ସିନ୍ଦୂର ପୋଛିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କର ମୂଳପୋଛ ହେବା ନିଶ୍ଚିତ। ତେଣୁ ଅପରେସନ ସିନ୍ଦୂର କେବଳ ଏକ କଠୋର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ବୋଲି କହିଛନ୍ତି
ସେ ଆହୁରି କହିଛନ୍ତି ଯେ, ଆତଙ୍କବାଦୀମାନେ ୧୪୦ କୋଟି ଭାରତୀୟଙ୍କୁ ଚ୍ୟାଲେଞ୍ଜ କରିଥିଲେ। ଯେହେତୁ ଦେଶବାସୀ ମୋତେ ପ୍ରଧାନ ସେବକର ଦାୟିତ୍ୱ ଦେଇଥିଲେ, ଅପରେସନ୍‌ ସିନ୍ଦୂର ଭଳି କଠୋର ପଦକ୍ଷେପ ନିଆଗଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସେ ଆହୁରି କହିଛନ୍ତି, ଯେଉଁମାନେ ଆତଙ୍କବାଦ ବିସ୍ତାର କରୁଥିଲେ ସେମାନେ ସ୍ୱପ୍ନରେ ମଧ୍ୟ କଳ୍ପନା କରି ନ ଥିଲେ ଯେ ମୋଦୀଙ୍କ ସହିତ ଲଢ଼ିବା ଏତେ କଷ୍ଟକର ହୋଇପାରେ।
୨୨ ତାରିଖରେ ଯେଉଁ ଖେଳ ଖେଳିଥିଲେ ତାହାକୁ ଆମେ ବିଫଳ କରିଦେଲୁ। ଆମର ସେନା ପାକିସ୍ତାନୀ ସେନାକୁ ପରାସ୍ତ କଲା। ଆମେ ଦେଶର ସେନାର ସାହସକୁ ସଲାମ କରୁଛୁ। ସେହି ଦେଶର ଏକମାତ୍ର କାମ ହେଉଛି ଭାରତ ପ୍ରତି ଶତ୍ରୁତା।
ସେ କହିଥିଲେ, ଆଜି ଆମେ ଖେଳଣାଠାରୁ ଆରମ୍ଭ କରି ସାମରିକ ଅସ୍ତ୍ରଶସ୍ତ୍ର ପର୍ଯ୍ୟନ୍ତ ସବୁକିଛି ବିଶ୍ୱର ବିଭିନ୍ନ ଦେଶକୁ ରପ୍ତାନି କରୁଛୁ। ଆଜି ଭାରତ ରେଳ, ମେଟ୍ରୋ ଏବଂ ଏଥିପାଇଁ ଆବଶ୍ୟକ ପ୍ରଯୁକ୍ତିବିଦ୍ୟା ତିଆରି କରେ ଏବଂ ବିଶ୍ୱକୁ ମଧ୍ୟ ରପ୍ତାନି କରେ। କିଛି ସମୟ ପୂର୍ବରୁ ଏଠାରେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଏବଂ ଶିଳାନ୍ୟାସ କରାଯାଇଛି।
ଏସବୁ ପରେ ମୋତେ ନିୟମିତ ଗାଳି କରିବା କିଛି ଲୋକଙ୍କ କିଛି ଲୋକଙ୍କ ଅଭ୍ୟାସରେ ହୋଇଗଲାଣି। ସେମାନେ କହୁଥିଲେ ଯେ ନିର୍ବାଚନ ଆସିଗଲା, ମୋଦୀ ଜୀ ଶିଳାନ୍ୟାସ କଲେ, କିଛି ନିର୍ମାଣ ହେବ ନାହିଁ। ତିନି ବର୍ଷ ପରେ ଏହି କାରଖାନାରେ ପ୍ରଥମ ବୈଦ୍ୟୁତିକ ଲୋକୋମୋଟିଭ୍‌ ତିଆରି ହୋଇଛି, ଆଜି ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି।
TT Ads

Leave a Reply

Your email address will not be published. Required fields are marked *