କିଛିଦିନ ତଳେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ସ୍ଥିତିକୁ ନେଇ ଉଭୟ ପକ୍ଷରୁ କ୍ଷତିକୁ ନେଇ ଭିନ୍ନଭିନ୍ନ ମତ ପ୍ରକାଶ ପାଇଛି। ଏହାକୁ ନେଇ ସରକାର ବିଭିନ୍ନ ରାଜନୈତିକଳ ଦଳ ଭିନ୍ନ ଭିନ୍ନ ରାଜନୈତିକ ଦଳ ଭିନ୍ନ ମତ ପ୍ରକାଶ କରୁଥିବା ବେଳେ ଏବେ ଜଣେ ବରିଷ୍ଠ ସେନା ଅଧିକାରୀଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ବରିଷ୍ଠ ଭାରତୀୟ ସେନା ଅଧିକାରୀ ଜଣଙ୍କ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବରେ ସ୍ୱୀକାର କରିଛନ୍ତି ଯେ, ଅପରେସନ ସିନ୍ଦୂର ସମୟରେ ଭାରତୀୟ ଜେଟ୍ ଖସାଇ ଦିଆଯାଇଛି। ତଥାପି, ସେ କେତେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ତାହା ସ୍ପଷ୍ଟ କରିନାହାନ୍ତି।
ଭାରତୀୟ ସେନା ମୁଖ୍ୟ ସିଡିଏସ୍ ଜେନେରାଲ ଅନିଲ ଚୌହାନ ସିଙ୍ଗାପୁରରେ ବ୍ଲୁମବର୍ଗକୁ ଦେିଥିବା ସାକ୍ଷାତକାରରେ କହିଛନ୍ତି ପ୍ରକୃତ ପ୍ରସଙ୍ଗ ଏହା ନୁହେଁ ଯେ, ବିମାନଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ବରଂ ପ୍ରଶ୍ନ ହେଉଛି, ସେଗୁଡିକ କାହିଁକି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଆମେ ଏଥିରୁ କ’ଣ ଶିଖିଲୁ ବୋଲି କହିଛନ୍ତି।
ସିଡିଏସ୍ ଶ୍ରୀ ଚୌହାନ କହିଛନ୍ତି ଯେ, ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଆମେ ଆମର ଭୁଲ୍କୁ ସ୍ୱୀକାର କରିଥିଲୁ ଏବଂ ବହୁତ କିଛି ଶିଖିଥିଲୁ। ତାଙ୍କ ଉତ୍ତର ଶୁଣି ଏପରି ଲାଗିଥିଲା ଯେପରି ଭାରତୀୟ ଜେଟ୍ ବିମାନଗୁଡ଼ିକ ଏୟାରଷ୍ଟ୍ରାଇକ୍ ସମୟରେ ହିଁ ଖସି ପଡ଼ିଛି। କାରଣ ସେ କହିଥିଲେ ଯେ, ଆମେ ଆମର ଭୁଲ୍ ସଂଶୋଧନ କରିଥିଲୁ ଏବଂ ଦୁଇ ଦିନ ମଧ୍ୟରେ ଉପଯୁକ୍ତ ଉତ୍ତର ଦେଇଥିଲୁ। ଦୂର ଦୂରାନ୍ତ ଶତ୍ରୁ ସ୍ଥାନଗୁଡ଼ିକୁ ଟାର୍ଗେଟ କରି ଏକ ପ୍ରଭାବଶାଳୀ ଜବାବ ଦିଆଯାଇଥିଲା।

ଉଲ୍ଲେଖନୀୟ ଯେ, ଭାରତ ପାକିସ୍ତାନର ଅନେକ ବଡ଼ ସହରରେ ଅବସ୍ଥିତ ସାମରିକ ଘାଟିକୁ ଟାର୍ଗେଟ କରି ବିପୁଳ କ୍ଷତି କରିଥିଲା। ପାକିସ୍ତାନ ଦ୍ୱାରା ୬ଟି ଭାରତୀୟ ବିମାନ ଖସାଇ ଦେବାକୁ ନେଇ ଉଠିଥିବା ପ୍ରଶ୍ନକୁ ସେ ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ। ଜେନେରାଲ ଚୌହାନ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଏହି ଯୁଦ୍ଧରେ କେବେ ବି ପରମାଣୁ ଅସ୍ତ୍ର ବ୍ୟବହାରର ଆବଶ୍ୟକତା ନ ଥିଲା।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଦାବି କରିଥିଲେ ଯେ, ପାକିସ୍ତାନ ଭାରତର ୬ଟି ଲଢ଼ୁଆ ବିମାନକୁ ଖସାଇ ଦେଇଛି। ଯାହାକୁ ସିଡିଏସ୍ ଅସ୍ୱୀକାର କରିଥିଲେ। ପ୍ରଥମଥର ପାଇଁ ଜଣେ ଉଚ୍ଚ ସେନା ଅଧିକାରୀ ଜେଟ୍ ଖସି ପଡ଼ିଥିବା ନେଇ ସ୍ୱୀକାର କରିଛନ୍ତି।
ବର ଟଙ୍କା ଗଣିପାରିଲାନି ବୋଲି ବାହାଘର ଭାଙ୍ଗିଦେଲା କନ୍ୟା।