କୁହାଯାଏ ମୃତ୍ୟୁ କେତେବେଳେ ଆସି ପହଞ୍ଚିବ କହିବା ଅସମ୍ଭବ। ସେମିତି ଏକ ମୃତ୍ୟୁକୁ ଆଜି ସାମ୍ନା କରିଛନ୍ତି ଗୁଜରାଟ ବିଜେ ମେଡିକାଲ କଲେଜର ୫ ଛାତ୍ର। ମେଡିକାଲ ଛାତ୍ରମାନେ ହଷ୍ଟେଲ୍ରେ ମଧ୍ୟାହ୍ନ ଭୋଜନ କରୁଥିବା ବେଳେ ତାଙ୍କ ଉପରେ ଖସି ପଡ଼ିଲା ବିମାନ। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଛି।
ମୃତକଙ୍କ ମଧ୍ୟରେ ୪ ଜଣ ୟୁଜି ଛାତ୍ର ରହିଥିବା ବେଳେ ଜଣେ ପିଜି ଛାତ୍ର ରହିଛନ୍ତି। ମେଡିକାଲ ହଷ୍ଟେଲ୍ ଅନ୍ୟଛାତ୍ରମାନେ ମଧ୍ୟ ଏଥିରେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
ଖବର ନେବାରୁ ଜଣାପଡ଼ିଛି ଯେ, ଗୁରୁବାର ମଧ୍ୟାହ୍ନ ଗୋଟାଏ ୧୭ ମିନିଟ୍ରେ ଗୁଜରାଟର ଅହମ୍ମଦାବାଦ ବିମାନ ବନ୍ଦରରୁ ଏୟାର୍ ଇଣ୍ଡିଆର ବିମାନ ୧୭୧ ଉଡ଼ାଣ ଆରମ୍ଭ କରିଥିଲା। କିନ୍ତୁ ଉଡ଼ାଣ ଭରିବାର ମାତ୍ର ୫ ମିନିଟ୍ ପରେ ବିମାନଟିରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଫଳରେ ଏହା ପାଇଲଟଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।
ପାଇଲଟ ଏ ନେଇ ମେ’କଲ୍ କରିଥିଲେ। କିନ୍ତୁ ମେ କଲ୍ର କିଛି କ୍ଷଣ ମଧ୍ୟରେ ବିମାନଟି ନିକଟସ୍ଥ ବିଜେ ମେଡିକାଲ ହଷ୍ଟେଲ୍ ଛାତ୍ର ଉପର ପଡ଼ି ଯାଇଥିଲା। ସେହି ସମୟରେ ହଷ୍ଟେଲ୍ର ଛାତ୍ରମାନେ ମଧ୍ୟାହ୍ନ ଭୋଜନ କରୁଥିଲେ। ଫଳରେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟମାନେ ଗୁରୁତର ଆହତ ହୋଇଥିଲେ।
ପ୍ରକାଶ ଥାଉ କି ବିମାନରେ ୨ ଜଣ ପାଇଲଟ, ୧୦ ଜଣ କ୍ରୁଉ ମେମ୍ବରଙ୍କୁ ମିଶାଇ ମୋଟ ୨୪୨ ଜଣ ଥିଲେ। ବିମାନର ଥିବା ୨୩୦ ଜଣ ଯାତ୍ରୀଙ୍କ ମଧ୍ୟରେ ୧୬୯ ଜଣ ଭାରତୀୟ ଯାତ୍ରୀ ରହିଥିବା ବେଳେ ୫୩ ଜଣ ବ୍ରିଟିଶ ନାଗରିକ, ୭ ଜଣ ପର୍ତ୍ତୃଗାଲ ନାଗରିକ ଓ ଜଣେ କାନାଡିୟ ନାଗରିକ ରହିଥିଲେ। ତେବେ ବିମାନ ଭିତରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଥିଲେ। ତାଙ୍କର କୌଣସି ସନ୍ଧାନ ଏପର୍ଯ୍ୟନ୍ତ ମିଳିପାରି ନାହିଁ।
ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଖବର ଲେଖାହେବା ପର୍ଯ୍ୟନ୍ତ ୧୧୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି ବୋଲି କହିଛନ୍ତି ସ୍ଥାନୀୟ ପୁଲିସ ପ୍ରଶାସନ।
ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଖବର ଲେଖାହେବା ପର୍ଯ୍ୟନ୍ତ ୧୧୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି ବୋଲି କହିଛନ୍ତି ସ୍ଥାନୀୟ ପୁଲିସ ପ୍ରଶାସନ।



