TT Ads
ଅପରେସନ ସିନ୍ଦୂର’ ପରେ ରାତାରାତି ଚର୍ଚ୍ଚାକୁ ଆସିଥିବା  କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କୁ ନେଇ ସାରା ରାଷ୍ଟ୍ରରେ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ରାଣୀ ଲକ୍ଷ୍ମୀବାଇଙ୍କ ସହ ସୋଫିଆଙ୍କ କିଭଳି ସମ୍ପର୍କ ରହିଛି ୨୦୧୭ର ଏକ ଭାଇରାଲ୍‌ ଭିଡିଓରୁ ଆସନ୍ତୁ ଜାଣିବା
ଏବେ ଭାଇରାଲ୍‌ ହେଉଥିବା ଏକ ପୁରୁଣା ଭିଡ଼ିଓରେ ସୋଫିଆ କହିଥିଲେ ଯେ ତାଙ୍କ ପଣଜେଜେମା ଜଣେ ଯୋଦ୍ଧା ଥିଲେ। ୧୮୫୭ ମସିହାରେ ବିଦ୍ରୋହ ସମୟରେ ଝାନସୀ ରାଣୀ ଲକ୍ଷ୍ମୀବାଈଙ୍କ  ସହ ମିଶି ସେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଲଢ଼ି କରିଥିଲେ।
ତାଙ୍କ ବାପା ଜଣେ ସେନା ଅଧିକାରୀ, ତେଣୁ ପିଲାବେଳୁ ହିଁ ଶୃଙ୍ଖଳା ଭିତରେ ସେ ବଢ଼ି ଆସିଛନ୍ତି। ସୋଫିଆଙ୍କ ଜେଜେବାପା ମଧ୍ୟ ଜଣେ ସୈନ୍ୟ ଥିଲେ ଏବଂ ସବୁବେଳେ କହୁଥିଲେ ଯେ ଭାରତର ପ୍ରତିଟି ନାଗରିକଙ୍କ କର୍ତ୍ତବ୍ୟ ହେଉଛି ସତର୍କ ରହିବା ଏବଂ ଦରକାର ବେଳେ ନିଜ ଦେଶ ପାଇଁ ଛିଡା ହେବା। ଏଥିରୁ ହିଁ ଜଣାପଡେ଼ ପିଢ଼ି ପିଢ଼ି ପିଢ଼ି ଧରି ସୋଫିଆଙ୍କ ପରିବାର ଦେଶ ପ୍ରତି ସମର୍ପିତ।
ପିଲାଟି ଦିନରୁ ସୋଫିଆଙ୍କ ମା’ ଚାହୁଁଥିରେ ଯେ ତାଙ୍କ ଦୁଇ ଝିଅଙ୍କ ମଧ୍ୟରୁ ଜଣେ ସେନା ପ୍ରତି ସମର୍ପିତ ହୁଅନ୍ତୁ।
ମାଆଙ୍କର ସେହି ଇଚ୍ଛାକୁ ପୂରଣ କରିଛନ୍ତି ସୋଫିଆ। ତାଙ୍କ ବାପା ୧୯୭୧ ରେ ବାଂଲାଦେଶ ଯୁଦ୍ଧରେ ଲଢ଼ିଥିଲେ। ଦାଦା ବିଏସଏଫରେ ସେବା ଯୋଗାଉଥିବା ବେଳେ ଦାଦାଙ୍କ ଜେଜେବାପା ବ୍ରିଟିଶ୍‌ ସେନାର ଅଧିକାରୀ ଥିଲେ କିନ୍ତୁ ପରେ ସେ କ୍ରାନ୍ତିର ଲଢେ଼ଇରେ ସାମିଲ୍‌ ହୋଇଥିଲେ। ସୋଫିଆଙ୍କ ଭଉଣୀ କହିଥିଲେ ଯେ ଆମ ଜେଜେମା’ ତାଙ୍କ ଶାଶୂମା’ଙ୍କ ବୀରତ୍ୱର କାହାଣୀ ସବୁବେଳେ ଶୁଣାଉଥିଲେ। କେମିତି ସେ ରାଣୀ ଲକ୍ଷ୍ମୀବାଈଙ୍କ ସହ ମିଶି ରଣକ୍ଷେତ୍ରକୁ ଓହ୍ଲାଉଥିଲେ ଏବଂ ଲଢେ଼ଇ କରୁଥିଲେ ସେ ନେଇ ଅବଗତ କରାଉଥିଲେ।
କର୍ଣ୍ଣେଲ ସୋଫିଆ ୧୯୭୪ରେ ଗୁଜରାଟର ବଡୋଦରାରେ ଜନ୍ମ ହୋଇଥିଲା।
ସେ ୧୯୯୭ରେ ବାୟୋକେମେଷ୍ଟ୍ରିରେ ମାଷ୍ଟର ଡିଗ୍ରୀ ହାସଲ କରି ଭାରତୀୟ ସେନାର ମେକେନାଇଜ୍ଡ ଇନଫେଣ୍ଟ୍ରିରେ କାମ କରୁଛନ୍ତି। ୨୦୧୬ ରେ ସେ ଏଏସ୍‌ଇଏଏନ୍‌ ପ୍ଲସ୍‌ ମଲ୍ଟିନ୍ୟାସନାଲ୍‌ ମିଲେଟ୍ରି ଏକ୍ସରସାଇଜ ‘ଫୋର୍ସ ୧୮’ ରେ ଭାରତୀୟ ଦଳର ନେତୃତ୍ୱ କରିଥିବା ପ୍ରଥମ ଭାରତୀୟ ମହିଳା ଅଧିକାରୀ ଥିଲେ। ୧୮ ଟି ଦେଶ ଭିତରୁ ସେ ଏକମାତ୍ର ମହିଳା କମାଣ୍ଡର ଥିଲେ।

TT Ads

Leave a Reply

Your email address will not be published. Required fields are marked *