ଲାବାରବାଟୀ ଷ୍ଟାଡିୟମରେ ଫ୍ଲଡ ଲାଇଟ୍ ଖରାପ ହୋଇଥିବା ବେଳେ ସମସ୍ତେ ସରକାର ଓ ଓସିଏକୁ ସମାଲୋଚନା ହଠାତ୍ ବାଜି ଉଠିଲା ଛି ଛି ଛିରେ ନନୀ ଗୀତ।

ଭାରତ ଇଂଲଣ୍ଡ କ୍ରିକେଟ ସିରିଜର ଦ୍ଵିତୀୟ ଦିନିକିଆ ମ୍ୟାଚରେ ଭାରତ ବିଜୟ ହାସଲ କରିଛି ସତ କିନ୍ତୁ ମ୍ୟାଚ୍ ଅଧାରେ ଷ୍ଟାଡିୟମରେ ଗୋଟିଏ ଫ୍ଲଡ ଲାଇଟ୍ ବନ୍ଦ୍ ହୋଇଯିବା ଘଟଣା ପାଇଁ ପୂରା ବିଶ୍ୱରେ ଭାରତକୁ ନିନ୍ଦିତ ହେବାକୁ ପଡ଼ିଛି। ଯାହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ମହଲରୁ ବିଭିନ୍ନ ପ୍ରତିକ୍ରିୟା ଆସିଛି।
ତେବେ ସବୁଠାରୁ ରୋଚକ ଘଟଣା ହେଉଛି ଯେଉଁ ଅଧା ଘଣ୍ଟା ପାଇଁ ଫ୍ଲଡ ଲାଇଟ୍ ବନ୍ଦ୍ ରହିଲା ସେହି ଭିତରେ ଷ୍ଟାଡିୟମରେ ‘ଛି ଛି ଛି ରେ ନନୀ, ଛି ଛି ଛି’ ଗୀତ ବହିବାକୁ ନେଇ ଓସିଏ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାର ଅଡ଼ୁଆରେ ପଡ଼ିଛନ୍ତି। କିଏ ଏବଂ କାହିଁକି ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଏଭଳି ଗୀତ ଲଗାଇଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେହି କେହି ଏହାକୁ ଉଦ୍ଦେଶ୍ୟମୂଳକ ବଦନାମ୍ ଓ କଟାକ୍ଷ ବୋଲି କହୁଥିବା ବେଳେ ବାସ୍ତବରେ ସରକାରଙ୍କୁ ତାତ୍ସଲ୍ୟ କରି ଏହି ଗୀତ ଲଗା ଯାଇନି ତ।
ଅପରପକ୍ଷେ ଫ୍ଲଡ ଲାଇଟ୍ ବନ୍ଦ୍ ଘଟଣାକୁ ନେଇ କ୍ରୀଡାମନ୍ତ୍ରୀ କହିଛନ୍ତି ଯେ, ଏଥିପାଇଁ ଓସିଏକୁ ଏ ନେଇ ସ୍ପଷ୍ଟୀକରଣ ମଗାଯିବ। ସେପଟେ ଘଟଣାକୁ ନେଇ ସରକାରଙ୍କୁ ଘେରିଛି ବିଜେଡି। ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ସରକାରଙ୍କୁ ସମାଲୋଚନା କରିଛନ୍ତି।

ବାରବାଟୀ ଫ୍ଲଡ ଲାଇଟ୍ ଖରାପ ଘଟଣାକୁ ନେଇ ସରକାରଙ୍କ ଉପରେ ବିଜେଡି ଘେରିବା ବେଳେ ଏକ ଅଜବ ସଫେଇ ଦେଇଛନ୍ତି ଓସିଏ ସମ୍ପାଦକ।

କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ କ୍ରିକେଟ ମ୍ୟାଚ୍ ଆଧାରେ ଫ୍ଲଡ ଲାଇଟ୍ ଖରାପ ଖୋଇଯିବା ପ୍ରସଙ୍ଗକୁ ନେଇ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହା ଆଦୌ ସାଧାରଣ ଘଟଣା ନୁହେଁ, ବରଂ ଓଡ଼ିଆ ଅସ୍ମିତା ପ୍ରତି ଘୋର ଆଘାତ ବୋଲି ସେ କହିଛନ୍ତି। ଗର୍ବିତ କଟକିଆଙ୍କୁ ଆଘାତ ଲାଗିଛି। ଆଗାମୀ ଦିନରେ ବାରବାଟୀରେ ଆନ୍ତର୍ଜାତୀୟ ମ୍ୟାଚ୍ ହେବାକୁ ନେଇ ମଧ୍ୟ ଶ୍ରୀ ଜେନା ସନ୍ଦେହ ପ୍ରକଟ କରିଛନ୍ତି।
ଅପରପକ୍ଷେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଏ ନେଇ କହିଛନ୍ତି ଯେ, ଫ୍ଲଡ ଲାଇଟ୍ ଖରାପ ହେବା ଘଟଣା ବିଚାରକୁ ନିଆଯିବ। ଓସିଏକୁ ଏ ନେଇ ସ୍ପଷ୍ଟୀକରଣ ମଗାଯିବ ବୋଲି କହିଛନ୍ତି ମନ୍ତ୍ରୀ।
ସବୁଠାରୁ ଦୁଃଖଦ ଘଟଣା ହେଉଛି ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ସଫେଇ। ସେ କହିଛନ୍ତି ଯେ, ବାଟରେ ବସ୍ ରହି ଯାଇଥିବାରୁ ଜେନେରେଟର ଠିକ୍ ସମୟରେ ଷ୍ଟାଡିୟମକୁ ଆସି ପାରି ନ ଥିଲା। ଯେଉଁଥିପାଇଁ ଲାଇଟ୍ ଜଳିବାରେ ବିଳମ୍ବ ହେଲା। ତେବେ ଲାଇଟ୍ ଆସିବା ପରେ ମ୍ୟାଚ୍ ଚାଲିଲା ବୋଲି ଓସିଏ ସମ୍ପାଦକ ଶ୍ରୀ ବେହେରା ସଫେଇ ଦେଇଛନ୍ତି।

 କିଛିଦିନ ପାଇଁ ଗୁରୁ ଓ ଶିଷ୍ୟ ଗୋଟିଏ ସହରରେ ବାସ କରୁଥାନ୍ତି। ଦିନେ ଦେଖିଲେ, ମାଲିକ ତା’ର ଜଣେ କର୍ମଚାରୀକୁ ଖୁବ୍ ଜୋରରେ ଏକ ଚଟକଣା ମାରିଲେ। ବିଚରା କର୍ମଚାରୀ କିଛି ନ କହି ଘରକୁ ଫେରିଆସିଲା। ଘରେ ଆସି ସ୍ତ୍ରୀକୁ ଠାଏ କିନା ଚଟକଣା ବସେଇଦେଲା।

ସ୍ତ୍ରୀଟି ସ୍ୱାମୀକୁ କିଛି କହି ନ ପାରି ତା’ ପୁଅକୁ ବାଡ଼େଇ ପକେଇଲା। ପୁଅଟି କାନ୍ଦିକାନ୍ଦି ବାହାରକୁ ପଳେଇଗଲା ଓ ବାହାରେ ଶୋଇଥିବା କୁକୁରକୁ ଗୋଟିଏ ବାଡ଼ିରେ ଖୁବ୍ ଜୋରରେ ପିଟିବାକୁ ଲାଗିଲା। କୁକୁରଟି ପ୍ରାଣ ବିକଳରେ ଦଉଡିବାରେ ଲାଗିଲା। ବାଟରେ ଆସୁଥିଲେ ଜଣେ ଭଦ୍ରଲୋକ। କୁକୁରଟି ଭାବିଲା ବୋଧହୁଏ ସେହି ଲୋକଜଣକ ତା’ ପଳେଇ ଯିବାବାଟରେ ପ୍ରତିବନ୍ଧକ ସାଜିବ। ତେଣୁ ସେ ଆଗତୁରା ଭଦ୍ରଲୋକଟିକୁ କାମୁଡ଼ି ଖଣ୍ଡିଆଖାବରା କରିଦେଲା। ଏସବୁ ଦେଖି ଶିଷ୍ୟଟି କିଛି ବୁଝିପାରିଲାନି।

କୁକୁରକୁ ପିଟିଲା ଜଣେ। ହେଲେ ସେ କାମୁଡ଼ିଲା ଆଉଜଣଙ୍କୁ। ଗୁରୁ ବୁଝେଇଦେଲେ, ବାସ୍ତବରେ କୁକୁରଟି କିଛି ଭୁଲ କରିନାହିଁ। ବାସ୍ତବରେ ସେହି ଲୋକଟି ହିଁ ତ ଏ ନାଟକର ଆରମ୍ଭ କରିଥିଲା। କାରଣ ସେ ଲୋକଟି ଆଉ କେହି ନଥିଲା, ସେ ଥିଲା ତା’ କର୍ମଚାରୀକୁ ଚଟକଣା ମାରିଥିବା ମାଲିକ। ସେ ଯଦି କର୍ମଚାରୀକୁ ଚଟକଣା ମାରି ନଥାନ୍ତା ତା’ହେଲେ କର୍ମଚାରୀ ଆସି ତା’ ସ୍ତ୍ରୀକୁ ପିଟି ନଥାନ୍ତା। କିମ୍ବା ତା’ ସ୍ତ୍ରୀ ତା’ ପୁଅକୁ ପିଟି ନ ଥାନ୍ତା। ପୁଅଟି ବି କୁକୁରକୁ ବାଡ଼େଇ ନ ଥାନ୍ତା। ନା କୁକୁର ରାଗିଥାନ୍ତା ନା ମାଲିକକୁ କାମୁଡ଼ି ଥାନ୍ତା। ଗୁରୁ କହିଲେ, ଆଖି ଦେଖିଲା ଗଛରେ ଫଳଟିଏ ପାଚିଛି। ଗୋଡ଼ ଗଲା ଗଛପାଖକୁ। ହାତ ଫଳଟିକୁ ଆଣିଲା। ପାଟି ଫଳଟିକୁ ଖାଇଲା। ଗଛର ମାଲିକ ଏସବୁ ଜାଣି ବାଡ଼େଇଲା ପିଠିକୁ। ପିଠି ସିନା ପାହାର ଖାଇଲା; ହେଲେ କାନ୍ଦିଲା ଆଖି। କାରଣ ଗଛରେ ଫଳଟି ପାଚିଥିଲା ବୋଲି ପ୍ରଥମେ ଆଖି ହିଁ ତ ଦେଖିଥିଲା।

ବାରବାଟୀରେ ଚାଲିଥିବା ଭାରତ – ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ଵିତୀୟ ଦିନିକିଆ ମ୍ୟାଚରେ ଭାରତ ୪ ୱିକେଟରେ ବିଜୟ ଲାଭ କରିଛି। ରୋହିତ ଶର୍ମାଙ୍କ ବଡ଼ ରନ୍ ଓ ଜାଡେଜାଙ୍କ ଦମଦାର ବୋଲିଂ ପାଇଁ ଭାରତ ବିଜୟ ହାସଲ କରିପାରିଲା।

ଟଚ୍ ଜିତି ପ୍ରଥମେ ଇଂଲଣ୍ଡ ଦଳ ବ୍ୟାଟିଂ କରିଥିଲେ। ଇଂଲଣ୍ଡ ଦଳ ସମସ୍ତ ୱିକେଟ ହରାଇ ମୋଟ ୩୦୪ ରନ କରିଥିଲେ। ପ୍ରତି ଜବାବରେ ଭାରତୀୟ ଖେଳାଳି ୪୪.୩ ଓଭରରେ ୬ ୱିକେଟ ହରାଇ ୩୦୮ ରନ୍ କରିବାରେ ସଫଳ ହୋଇଥିଲେ। ଇଂଲଣ୍ଡ ଦଳର ଜୋ ରୁଟ ସର୍ବାଧିକ ୬୯ ରନ୍ ସଂଗ୍ରହ କରିଥିବା ବେଳେ ବେନ୍ ଡକେଟ୍ ୬୫ ରନ କରିଥିଲେ। ସେହିଭଳି ଭାରତୀୟ ଦଳର ରୋହିତ ଶର୍ମା ସର୍ବାଧିକ ୯୦ ବଲରେ ୧୧୯ ରନ୍ ସଂଗ୍ରହ କରିଥିଲେ। ଶୁଭମାନ ଗିଲ ୫୨ ବଲରେ ୬୦ ରନ୍ କରିଥିଲେ। ବିରାଟ କୋହଲି ୮ ବଲ ବଦଳରେ ୫ ରନ କରି ଆଉଟ୍ ହୋଇ ଯାଇଥିଲେ। ଶ୍ରେୟସ ଆୟର ୪୭ ବଲରେ ୪୪ ରନ୍, ହାର୍ଦ୍ଦିକ ପାଣ୍ଡିଆ ୬ ବଲରେ ୧୦ ରନ୍ କରିଥିଲେ ଓ କେ ଏଲ ରାହୁଲ ୧୪ ବଲରେ ୧୦ ରନ୍ କରିବାରେ ସକ୍ଷମ ହୋଇଥିଲେ। ତେବେ ଭାରତୀୟ ଟିମର ରବୀନ୍ଦ୍ର ଜାଡେଜା ୩ ୱିକେଟ୍ ନେବାରେ ସଫଳ ହୋଇଛନ୍ତି। ସେହିଭଳି ବରୁଣ ଚକ୍ରବର୍ତ୍ତୀ, ହାର୍ଦ୍ଦିକ ପାଣ୍ଡିଆ, ହର୍ଶିତ ରାଣା ଓ ସାମି ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।ଆଜିର ମ୍ୟାଚ୍ପ ପରେ ୨.୦ ପଏଣ୍ଟରେ ଭାରତ ସିରିଜ୍ ଆଗୁଆ ରହିଛି।

ଫ୍ଲଡ ଲାଇଟ୍ ପାଇଁ ଅଟକିଲ ମ୍ୟାଚ୍
କଟକ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଦିନିକିଆ ମ୍ୟାଚ ଫ୍ଲଡ ଲାଇଟ୍ ଖରାପ ହୋଇଯିବାରୁ ଅଧାରେ ମ୍ୟାଚ୍ ଅଟକିଲା।

ମ୍ୟାଚର ପ୍ରଥମ ଇନିଂସରେ ଇଂଲଣ୍ଡ ବ୍ୟାଟିଂ କରି ୩୦୪ ରନ୍ ସଂଗ୍ରହ କରିଛି। ଜବାବରେ ଭାରତୀୟ ଟିମ୍ କୌଣସି ୱିକେଟ ନ ହରାଇ ୬ ଓଭର ଓ ଗୋଟିଏ ବଲରେ ୪୮ ରନ କରିଥିବା ବେଳେ ହଠାତ୍ ଫ୍ଲଡ ଲାଇଟ୍ ଖରାପ ଯୋଗୁଁ ନିରାଶ ହୋଇଛନ୍ତି କ୍ରୀଡ଼ାପ୍ରେମୀ।
ପ୍ରଥମେ ଇଂଲଣ୍ଡ ଦଳ ବ୍ୟାଟିଂ କରି ଦଳର ଜୋ ରୁଟ୍, ବେନ୍ ଡକେଟ ଏବଂ ଲିଭିଂଷ୍ଟୋନଙ୍କ ଗୁରୁତ୍ୱପୂର୍ଣ୍ଣ ଇନିଂସ ବଡ଼ ରନ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି। ଇଂଲଣ୍ଡ ଦଳର ଜୋ ରୁଟ୍ ୬୯ ରନ ସଂଗ୍ରହ କରିଥିବା ବେଳେ ବେନ୍ ଡକେଟ ୬୫ ରନ ହାସଲ କରିଥିଲେ। ପରେ ଲିଭିଂଷ୍ଟୋନ୍ ଇଂଲଣ୍ଡକୁ ୩୦୦ ରନ ଅତିକ୍ରମ କରିବାକୁ ନିଶ୍ଚିତ କରିଥିଲେ। ସେ ୩୨ ବଲ ୪୧ ରନ ସଂଗ୍ରହ କରିଥିଲେ।
ଅପରପକ୍ଷେ ଭାରତ ପାଇଁ ୩୦୫ ରନର ବିଜୟ ଲକ୍ଷ୍ୟ ରହିଥିବା ବେଳେ ଭାରତ ପାଇଁ ରବିନ୍ଦ୍ର ଜାଡେଜା ସର୍ବାଧିକ ୩ ଟି ୱିକେଟ ନେଇଛନ୍ତି। ସେହିଭଳି ବରୁଣ ଚକ୍ରବର୍ତ୍ତୀ, ହାର୍ଦ୍ଦିକ ପାଣ୍ଡ୍ୟା, ହର୍ଷିତ ରାଣା ଏବଂ ଶାମି ପ୍ରତ୍ୟେକେ ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଛନ୍ତି। କିନ୍ତୁ ଦୀର୍ଘ ଅଧ ଘଣ୍ଟା ଧରି ଫ୍ଲଡ ଲାଇଟ୍ ଖରାପ ହେବାରୁ କ୍ରିକେଟ ପ୍ରେମୀ ନିରାଶ ହୋଇଥିଲେ। ପରେ ଆଲୋକ ବ୍ୟବସ୍ଥା ସୁଧୁରିବା ପରେ ଖେଳ ଚାଲୁ ରହିଥିଲା।

ବାରବାଟି ଷ୍ଟାଡିୟମରେ ଭାରତ – ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ କ୍ରିକେଟ ମ୍ୟାଚର ପ୍ରଥମ ଇନିଂସରେ ଇଂଲଣ୍ଡ ବ୍ୟାଟିଂ କରି ୩୦୪ ରନ୍ ସଂଗ୍ରହ କରିଛି। ଶେଷ ବଲ୍ ପୂର୍ବରୁ ଇଂଲଣ୍ଡ ଦଳର ସମସ୍ତ ଖେଳାଳି ଆଉଟ୍ ହୋଇଯାଇଛନ୍ତି। ଅପରପକ୍ଷେ ଭାରତ ପାଇଁ ୩୦୫ ରନର ବିଜୟ ଲକ୍ଷ୍ୟ ରହିଛି।

ରବିବାର ଅପରାହ୍ନ ସାଢ଼େ ଗୋଟାଏରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଇଂଲଣ୍ଡ ଦଳର ଜୋ ରୁଟ୍, ବେନ୍ ଡକେଟ ଏବଂ ଲିଭିଂଷ୍ଟୋନ୍ ଙ୍କ ଗୁରୁତ୍ୱପୂର୍ଣ୍ଣ ଇନିଂସ ବଡ଼ ରନ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି। ଇଂଲଣ୍ଡ ଦଳର ଜୋ ରୁଟ୍ ସର୍ବାଧିକ ୬୯ ରନ ସଂଗ୍ରହ କରିଥିବା ବେଳେ ବେନ୍ ଡକେଟ ୬୫ ରନ ହାସଲ କରିଥିଲେ। ପରେ ଲିଭିଂଷ୍ଟୋନ୍ ଇଂଲଣ୍ଡକୁ ୩୦୦ ରନ ଅତିକ୍ରମ କରିବାକୁ ନିଶ୍ଚିତ କରିଥିଲେ। ସେ ୩୨ ବଲ ୪୧ ରନ ସଂଗ୍ରହ କରିଥିଲେ। ସବୁଠାରୁ ବଡ କଥା ହେଉଛି ଇଂଲଣ୍ଡ ଦଳର ତିନିଜଣ ଖେଳାଳି ରନ ଆଉଟ୍ ହୋଇଯାଇଥିଲେ।

ଭାରତ ପାଇଁ ରବିନ୍ଦ୍ର ଜାଡେଜା ସର୍ବାଧିକ ୩ ଟି ୱିକେଟ ନେଇଛନ୍ତି। ସେହିଭଳି ବରୁଣ ଚକ୍ରବର୍ତ୍ତୀ, ହାର୍ଦ୍ଦିକ ପାଣ୍ଡ୍ୟା, ହର୍ଷିତ ରାଣା ଏବଂ ଶାମି ପ୍ରତ୍ୟେକେ ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଛନ୍ତି।

ଶୀତଳୀକରଣ ବ୍ୟବସ୍ଥା ବା ରେଫ୍ରିଜେଟର୍ ଉଦ୍ଭାବନ ପୂର୍ବରୁ, ରୁଷୀୟମାନେ କ୍ଷୀରକୁ ନଷ୍ଟ ହେବାରୁ ରକ୍ଷା କରିବା ପାଇଁ ବା ସଂରକ୍ଷଣ କରିବା ପାଇଁ ଏକ ଅଭିନବ ଉପାୟ ଆପଣେଇ ଥିଲେ। ସେମାନେ କ୍ଷୀର ପାତ୍ରରେ ବାଦାମୀ ରଙ୍ଗର ଜୀବନ୍ତ ବେଙ୍ଗ ପକାଇ ଦେଉଥିଲେ। ଯାହାଦ୍ବାରା କ୍ଷୀର ବେଶୀ ଦିନ ସଂରକ୍ଷିତ ହୋଇ ରହି ପାରୁଥିଲା।

ଏହି ଉଭୟଚର କ୍ଷୀର ଚିକିତ୍ସା କିପରି କାମ କରେ ତାହା ଋଷୀୟମାନେ ଅବଗତ ନ ଥିଲେ ମଧ୍ୟ ସେମାନେ ନିଶ୍ଚିତ ଥିଲେ ଯେ କ୍ଷୀରରେ ଜୀବନ୍ତ ବେଙ୍ଗ ରହିଲେ କ୍ଷୀର ଦୀର୍ଘ ଦିନ ପଯ୍ୟନ୍ତ ସତେଜ ରୁହେ।
ସେବେଠାରୁ ଗବେଷକମାନେ ତାହାର କାରଣ ଖୋଜିବାରେ ଲାଗି ପଢ଼ିଥିଲେ ଶେଷରେ ଏଭଳି ଏକ ଚମତ୍କାର ତଥ୍ୟ ବୈଜ୍ଞାନିକମାନେ ଆବିଷ୍କାର କଲେ। ବୈଜ୍ଞାନିକଙ୍କ କହିବନୁଯାୟୀ ବେଙ୍ଗ ପ୍ରଜାତିର ବେଙ୍ଗଙ୍କ ଚର୍ମରୁ ଗୁ ନିର୍ଗତ ହୋଇଥାଏ। ଯେଉଁଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଫଙ୍ଗାଲ୍ ଗୁଣ ରହିଛି।
ଜଣେ ରୁଷୀୟ ରସାୟନବିଦଙ୍କ ନେତୃତ୍ୱରେ ଏକ ବୈଜ୍ଞାନିକ ଦଳ ଏହି ବେଙ୍ଗ ଗୁ’କୁ ଆଣବିକ ସ୍ତରରେ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ଗବେଷକମାନେ ଏପରି ଯୌଗିକ ପାଇଛନ୍ତି ଯାହା ନୂତନ ଔଷଧ ପାଇଁ ସହାୟକ ହେବ ବୋଲି ସେମାନେ ଆଶା କରୁଛନ୍ତି।
ଏ ନେଇ ମସ୍କୋ ଷ୍ଟେଟ୍ ୟୁନିଭରସିଟିର ବୈଜ୍ଞାନିକ ଆଲବର୍ଟ ଲେବେଡେଭ୍ ଗୁ’ରେ ପାଇଥିବା ରାସାୟନିକ ପଦାର୍ଥ ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି।

ଦକ୍ଷିଣ ମେକ୍ସିକୋରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୪୧ ଜଣ ଜୀବନ୍ତ ଜଳି ଯାଇଛନ୍ତି। ମେକ୍ସିକୋର ଟବାସ୍କୋ ରାଜ୍ୟରେ ଘଟିଛି ଏହି ଦୁର୍ଘଟଣା।

ମିଳିଥିବା ସୂଚନା ଅନୁଯାୟୀ ୪୮ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସଟି କାନକୁନର ଟବସ୍କୋ ଯାଉଥିବା ବେଳେ ଏକ ଟ୍ରକ୍ ସହ ଧକ୍କା ହେବାରୁ ବସରେ ନିଆଁ ଲାଗି ଯାଇଥିଲା। ନିଆଁ ଲିଭାଇବା ପାଇଁ ଆଗ୍ନିକ ପହଞ୍ଚିବା ବେଳକୁ ବସ୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ୩୮ ଜଣ ଯାତ୍ରୀଙ୍କ ମୃତଦେହ ସହ ଉଭୟ ବସ୍ ଓ ଟ୍ରକର ଡ଼୍ରାଇଭରଙ୍କ ଉଦ୍ଧାର କରାଯାଇଛି। ସ୍ଥାନୀୟ ପ୍ରଶାସନ କହିଛି ଦୁର୍ଘଟଣାଗ୍ରସ୍ତ ବସ୍‌ରୁ ପ୍ରମାଣ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବସ୍ ଅପରେଟର ଟୁରସ ଆକୋଷ୍ଟା ଫେସବୁକରେ ଏକ ବିବୃତିରେ ଦୁର୍ଘଟଣା ନେଇ ସୂଚନା ଦେଇଛନ୍ତି।
ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଏବଂ ସମ୍ପର୍କୀୟମାନଙ୍କୁ ଆବଶ୍ୟକ ପ୍ରକ୍ରିୟା ପୂରଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ତାମିଲନାଡୁରେ କୁକୁଡ଼ା ଫାର୍ମରେ ଶ୍ରମିକ ଭାବେ କାମ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳର ବାପା ପୁଅଙ୍କ ମୃତ୍ୟୁ ଘଟିଛି।

ମୃତକମାନେ ହେଲେ ଅଭିରାମ କତା ଓ ପୁଅ ଉତ୍ତମ କତା। ଉଭୟଙ୍କ ଘର ବଲାଙ୍ଗୀର ଜିଲ୍ଲାର ବୋଲି ଜଣାପଡ଼ିଛି। ମୃତକଙ୍କ ଘର ସିନ୍ଧେକେଲା ଥାନା ଦଙ୍ଗରପଡ଼ା ଗ୍ରାମରେ ବୋଲି ଜଣା ପଡ଼ିଛି। ଖବର ନେବାରୁ ଜଣା ପଡ଼ିଛି ଯେ, ଅଭିରାମ ଓ ଉତ୍ତମ ତାମିଲନାଡୁରେ ଏକ କୁକୁଡ଼ା ଫାର୍ମରେ କାମ କରୁଥିଲେ। ବିଦ୍ୟୁତ୍ ଆଘାତରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ଉଭୟଙ୍କ ମୃତଦେହକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅପରପକ୍ଷେ ମୃତଦେହକୁ ସେମାନଙ୍କ ଗାଁ କୁ ଫେରାଇ ଆଣିବା ପାଇଁ ପ୍ରଶାସନ ନିକଟରେ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି। ଅପରପକ୍ଷରେ ବାପା ଓ ପୁଅଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ପ୍ରକାଶ ଥାଉ କି ଗତ କିଛି ଦିନ ଭିତରେ ବଲାଙ୍ଗୀର ଜିଲ୍ଲାର ଅନେକ ଦାଦନ ଶ୍ରମିକ ରାଜ୍ୟ ବାହାରେ କାମ କରୁଥିବା ସମୟରେ ବିଭିନ୍ନ କାରଣ ପାଇଁ ମୃତ୍ୟୁବରଣ କରିଥିବା ନଜିର ରହିଛି।

ରବିବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରୁ ୨ ଟି ରକ୍ତଭିଜା ମୃତଦେହ ଉଦ୍ଧାର କରିଛି ପୁଲିସ। ଯାଜପୁର ସୋବରା ଓ ଅନ୍ୟଟି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ଘଟିଛି।

ଷ୍ଟୁଡିଓ ମାଲିକଙ୍କୁ ଵୀଭତ୍ସ ହତ୍ୟା
ଯାଜପୁର ଜିଲ୍ଲା ସୋବରା ଛକରେ ଜଣେ ଷ୍ଟୁଡିଓ ମାଲିକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ଦୀପକ କୁମାର ସାହୁ। ଦୀପକଙ୍କ ଥିବା ଓମ୍ ଡିଜିଟାଲ ଫିଲ୍ମ ଷ୍ଟୁଡିଓ ଭିତରେ ତାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ପଞ୍ଚନମା କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅପରପକ୍ଷେ ଦୀପକଙ୍କୁ ହତ୍ୟା କରାଯାଇଥିବା ଯାଜପୁର ରୋଡ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ପୁଲିସ ଏ ନେଇ ଏକ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ କରୁଛି।
ଛେଣ୍ଡିପଦା ଟଙ୍କା ପାଇଁ ହତ୍ୟା

ସେହିଭଳି ୯୦ ହଜାର ଟଙ୍କା ପାଇଁ ସମ୍ବଲପୁର ଅଞ୍ଚଳରେ ଜଣେ ଯୁବକଙ୍କୁ ଅନୁଗୁଳ ଛେଣ୍ଡିପଦା ଅଞ୍ଚଳରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଯୁବକଙ୍କ ମୃତଦେହ ଅନୁଗୁଳ ଜିଲ୍ଲା କଙ୍କରେଇ ନାଳ ନିକଟରୁ ଉଦ୍ଧାର କରାଯାଇଛି। ମୃତକ ହେଲେ ଲୋକନାଥ ମେହେର। ଲୋକନାଥଙ୍କ ଘର ସମ୍ବଲପୁର ଜିଲ୍ଲା କଙ୍କରା ବଗାର ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ଗତ ୫ଦିନ ହେଲା ନିଖୋଜ ଠିକ୍। ଟଙ୍କା ପାଇଁ ଚାକିରି ଦେବାକୁ କହି ତାଙ୍କୁ ଡାକି ଆଣି ଅନୁଗୁଳରେ ହତ୍ୟା କରା ଯାଇଥିବା ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ମାମଲାର ତଦନ୍ତ କରୁଛି।