ରବିବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରୁ ୨ ଟି ରକ୍ତଭିଜା ମୃତଦେହ ଉଦ୍ଧାର କରିଛି ପୁଲିସ। ଯାଜପୁର ସୋବରା ଓ ଅନ୍ୟଟି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ଘଟିଛି।
ଷ୍ଟୁଡିଓ ମାଲିକଙ୍କୁ ଵୀଭତ୍ସ ହତ୍ୟା
ଯାଜପୁର ଜିଲ୍ଲା ସୋବରା ଛକରେ ଜଣେ ଷ୍ଟୁଡିଓ ମାଲିକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ଦୀପକ କୁମାର ସାହୁ। ଦୀପକଙ୍କ ଥିବା ଓମ୍ ଡିଜିଟାଲ ଫିଲ୍ମ ଷ୍ଟୁଡିଓ ଭିତରେ ତାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ପଞ୍ଚନମା କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅପରପକ୍ଷେ ଦୀପକଙ୍କୁ ହତ୍ୟା କରାଯାଇଥିବା ଯାଜପୁର ରୋଡ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ପୁଲିସ ଏ ନେଇ ଏକ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ କରୁଛି।
ଛେଣ୍ଡିପଦା ଟଙ୍କା ପାଇଁ ହତ୍ୟା
ସେହିଭଳି ୯୦ ହଜାର ଟଙ୍କା ପାଇଁ ସମ୍ବଲପୁର ଅଞ୍ଚଳରେ ଜଣେ ଯୁବକଙ୍କୁ ଅନୁଗୁଳ ଛେଣ୍ଡିପଦା ଅଞ୍ଚଳରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଯୁବକଙ୍କ ମୃତଦେହ ଅନୁଗୁଳ ଜିଲ୍ଲା କଙ୍କରେଇ ନାଳ ନିକଟରୁ ଉଦ୍ଧାର କରାଯାଇଛି। ମୃତକ ହେଲେ ଲୋକନାଥ ମେହେର। ଲୋକନାଥଙ୍କ ଘର ସମ୍ବଲପୁର ଜିଲ୍ଲା କଙ୍କରା ବଗାର ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ଗତ ୫ଦିନ ହେଲା ନିଖୋଜ ଠିକ୍। ଟଙ୍କା ପାଇଁ ଚାକିରି ଦେବାକୁ କହି ତାଙ୍କୁ ଡାକି ଆଣି ଅନୁଗୁଳରେ ହତ୍ୟା କରା ଯାଇଥିବା ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ମାମଲାର ତଦନ୍ତ କରୁଛି।



