TT Ads

ତାମିଲନାଡୁରେ କୁକୁଡ଼ା ଫାର୍ମରେ ଶ୍ରମିକ ଭାବେ କାମ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳର ବାପା ପୁଅଙ୍କ ମୃତ୍ୟୁ ଘଟିଛି

ମୃତକମାନେ ହେଲେ ଅଭିରାମ କତା ଓ ପୁଅ ଉତ୍ତମ କତା। ଉଭୟଙ୍କ ଘର ବଲାଙ୍ଗୀର ଜିଲ୍ଲାର ବୋଲି ଜଣାପଡ଼ିଛି। ମୃତକଙ୍କ ଘର ସିନ୍ଧେକେଲା ଥାନା ଦଙ୍ଗରପଡ଼ା ଗ୍ରାମରେ ବୋଲି ଜଣା ପଡ଼ିଛି। ଖବର ନେବାରୁ ଜଣା ପଡ଼ିଛି ଯେ, ଅଭିରାମ ଓ ଉତ୍ତମ ତାମିଲନାଡୁରେ ଏକ କୁକୁଡ଼ା ଫାର୍ମରେ କାମ କରୁଥିଲେ। ବିଦ୍ୟୁତ୍ ଆଘାତରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ଉଭୟଙ୍କ ମୃତଦେହକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅପରପକ୍ଷେ ମୃତଦେହକୁ ସେମାନଙ୍କ ଗାଁ କୁ ଫେରାଇ ଆଣିବା ପାଇଁ ପ୍ରଶାସନ ନିକଟରେ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି। ଅପରପକ୍ଷରେ ବାପା ଓ ପୁଅଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ପ୍ରକାଶ ଥାଉ କି ଗତ କିଛି ଦିନ ଭିତରେ ବଲାଙ୍ଗୀର ଜିଲ୍ଲାର ଅନେକ ଦାଦନ ଶ୍ରମିକ ରାଜ୍ୟ ବାହାରେ କାମ କରୁଥିବା ସମୟରେ ବିଭିନ୍ନ କାରଣ ପାଇଁ ମୃତ୍ୟୁବରଣ କରିଥିବା ନଜିର ରହିଛି।

TT Ads

Leave a Reply

Your email address will not be published. Required fields are marked *