ଲାବାରବାଟୀ ଷ୍ଟାଡିୟମରେ ଫ୍ଲଡ ଲାଇଟ୍ ଖରାପ ହୋଇଥିବା ବେଳେ ସମସ୍ତେ ସରକାର ଓ ଓସିଏକୁ ସମାଲୋଚନା ହଠାତ୍ ବାଜି ଉଠିଲା ଛି ଛି ଛିରେ ନନୀ ଗୀତ।
ଭାରତ ଇଂଲଣ୍ଡ କ୍ରିକେଟ ସିରିଜର ଦ୍ଵିତୀୟ ଦିନିକିଆ ମ୍ୟାଚରେ ଭାରତ ବିଜୟ ହାସଲ କରିଛି ସତ କିନ୍ତୁ ମ୍ୟାଚ୍ ଅଧାରେ ଷ୍ଟାଡିୟମରେ ଗୋଟିଏ ଫ୍ଲଡ ଲାଇଟ୍ ବନ୍ଦ୍ ହୋଇଯିବା ଘଟଣା ପାଇଁ ପୂରା ବିଶ୍ୱରେ ଭାରତକୁ ନିନ୍ଦିତ ହେବାକୁ ପଡ଼ିଛି। ଯାହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ମହଲରୁ ବିଭିନ୍ନ ପ୍ରତିକ୍ରିୟା ଆସିଛି।
ତେବେ ସବୁଠାରୁ ରୋଚକ ଘଟଣା ହେଉଛି ଯେଉଁ ଅଧା ଘଣ୍ଟା ପାଇଁ ଫ୍ଲଡ ଲାଇଟ୍ ବନ୍ଦ୍ ରହିଲା ସେହି ଭିତରେ ଷ୍ଟାଡିୟମରେ ‘ଛି ଛି ଛି ରେ ନନୀ, ଛି ଛି ଛି’ ଗୀତ ବହିବାକୁ ନେଇ ଓସିଏ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାର ଅଡ଼ୁଆରେ ପଡ଼ିଛନ୍ତି। କିଏ ଏବଂ କାହିଁକି ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଏଭଳି ଗୀତ ଲଗାଇଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେହି କେହି ଏହାକୁ ଉଦ୍ଦେଶ୍ୟମୂଳକ ବଦନାମ୍ ଓ କଟାକ୍ଷ ବୋଲି କହୁଥିବା ବେଳେ ବାସ୍ତବରେ ସରକାରଙ୍କୁ ତାତ୍ସଲ୍ୟ କରି ଏହି ଗୀତ ଲଗା ଯାଇନି ତ।
ଅପରପକ୍ଷେ ଫ୍ଲଡ ଲାଇଟ୍ ବନ୍ଦ୍ ଘଟଣାକୁ ନେଇ କ୍ରୀଡାମନ୍ତ୍ରୀ କହିଛନ୍ତି ଯେ, ଏଥିପାଇଁ ଓସିଏକୁ ଏ ନେଇ ସ୍ପଷ୍ଟୀକରଣ ମଗାଯିବ। ସେପଟେ ଘଟଣାକୁ ନେଇ ସରକାରଙ୍କୁ ଘେରିଛି ବିଜେଡି। ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ସରକାରଙ୍କୁ ସମାଲୋଚନା କରିଛନ୍ତି।


